ଲୋକାୟୁକ୍ତ ଟିମ୍‌ର ତଦନ୍ତ ଆରମ୍ଭ

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୧୪ା୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୮ଟି ୱାର୍ଡରେ ୧୪ଟି ଉନ୍ନୟନ ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଚୌଦ୍ୱାର ସୂଚନାକର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତରେ ଏକ ମାମଲା ଦାଏର କରିଥିଲେ। ଏହି ପରିପେକ୍ଷୀରେ ଗୁରୁବାର ଲୋକାଯୁକ୍ତର ୮ଜଣିଆ ତଦନ୍ତକାରୀ ଟିମ୍‌ ୧୪ଟି ପ୍ରକଳ୍ପ ମଧ୍ୟରୁ ୬ନମ୍ବର ୱାର୍ଡରେ ହୋଇଥିବା ମଶାଣି ପ୍ରାଚୀର, କମ୍ୟୁନିଟି ସେଣ୍ଟର ଏବଂ ତାର ପାଚେରି, ୭ନମ୍ବର ୱାର୍ଡରେ ନିର୍ମାଣ ହୋଇଥିବା କମ୍ୟୁନିଟି ସେଣ୍ଟର, ଠାକୁର ଘର ନିର୍ମାଣ ତଦନ୍ତ କରି ଫେରିଛନ୍ତି। ମିଳିଥିବା ସୂଚାନୁଯାୟୀ ୨୦୧୭-୨୦ ମସିହାରେ କାଉନସିଲ ନ ଥିବାବେଳେ କୋଟିକୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପୌରପାଳିକା ତରଫରୁ କାର୍ଯ୍ୟକାରୀ କରାଯାଇଥିଲା। କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଆର୍‌ଟିଆଇରେ ଚୌଦ୍ୱାର ପୌରପାଳିକାକୁ ତଥ୍ୟ ମାଗିଥିଲେ। ପୌରପାଳିକା ତରଫରୁ ମିଳିଥିବା ତଥ୍ୟ ଉପରେ ମନୋଜ ସନ୍ଦେହ ପ୍ରକଟ କରି ଲୋକାୟୁକ୍ତଙ୍କ ପାଖରେ ୨୦୨୧ରେ ଅଭିଯୋଗ କରିଥିଲେ। ଅଭିଯାଗ ଅନୁସାରେ ଲୋକାୟୁକ୍ତଙ୍କ ତରଫରୁ ଉପ ନିର୍ଦ୍ଦେଶକ ବି.ଏନ.ଆଚାର୍ଯ୍ୟ, ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ମିଶ୍ର, ସୁଶାନ୍ତ ମିଶ୍ର, ୪ ଇଞ୍ଜିନୟର ଓ ପୋଲିସ ଅଧିକାରୀ ସୁନୀଲ ପଟ୍ଟନାୟକ ପ୍ରମୁଖ ଅଭିଯୋଗ ହୋଇଥିବା ୱାର୍ଡଗୁଡିକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ୨୦୧୭ରେ ୬ନମ୍ବର ୱାର୍ଡ ମୁଣ୍ଡମାଳ ମଶାଣି ପ୍ରାଚୀର ପାଇଁ ଆସିଥିବା ୮ଲକ୍ଷ ଟଙ୍କାରେ କୌଣସି ପାଚେରି ନିର୍ମାଣ କରା ନ ଯାଇ ଅନ୍ୟ ଏକ ବାଗେନା ପାଚେରିରେ ଫଳକ ଲଗାଇ କାର୍ଯ୍ୟ ଶେଷ ସୂଚନା ଲେଖାଯାଇଥିବାର ତଦନ୍ତକାରୀ ଟିମ ଦେଖିଥିଲେ। ସେହିପରି କମ୍ୟୁନିଟି ସେଣ୍ଟର ପାଚେରି ଉଦ୍‌ଘାଟନ ପୂର୍ବରୁ ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଥିବାରୁ ସେ ସମୟର ଜେଇଙ୍କ ଉପରେ ଲୋକାୟୁକ୍ତ ଉପନିର୍ଦ୍ଦେଶକ ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ଲୋକାୟୁକ୍ତ ଉପନିର୍ଦ୍ଦେଶକ ଆଚାର୍ଯ୍ୟ କହିଛନ୍ତି, ପ୍ରକଳ୍ପ ନିର୍ମାଣ ସମୟରେ ନିମ୍ନମାନର କାମ ହେଇଛି କି ନାହିଁ, ଏସ୍ଟିମେଣ୍ଟ ହିସାବରେ କାମ ହେଇଛି କି ନାହିଁ ତାହା ତଦନ୍ତ କରି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାଖଲ କରିବୁ। ଏଥିରେ ବର୍ତମାନର ର୍ନିବାହୀ ଅଧିକାରୀ ଏବଂ ଜେଇ ସହଯୋଗ କରିଥିବା ବେଳେ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଉପସ୍ଥିତ ଥିଲେ। ପୌରପାଳିକାର ୬ ଓ ୭ନଂ ୱାର୍ଡର ବିଭିନ୍ନ କାର୍ଯ୍ୟ ତଦାରଖ କରିଥିବା ବେଳେ ଅନ୍ୟ କିଛି ୱାର୍ଡରେ ମଧ୍ୟ ଅଭିଯୋଗ ରହିଛି, ଯାହାର ତଦନ୍ତ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?