ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ ଦେଖିବା ପରେ ଝିଅ ଜଣଙ୍କ ବିବାହ କରିବା ପରିବର୍ତ୍ତେ ତାଙ୍କୁ ଚାକିରି ଅଫର ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।

ଏମିତି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଉଦିତା ପାଲ ନାମକ ଜଣେ ଯୁବତୀଙ୍କ ପାଇଁ ତାଙ୍କ ବାପା ବିବାହ ପ୍ରସ୍ତାବ ଆଣିଥିଲେ। ଉଦିତା ପୁଅର ପ୍ରୋଫାଇଲ ଦେଖିବା ପରେ ତାଙ୍କ କମ୍ପାନୀରେ ଚାକିରି କରିବାକୁ ଅଫର ଦେଇଥିଲେ। ଉଦିତାଙ୍କର ବେଙ୍ଗାଲୁରୁରେ ଷ୍ଟାର୍ଟ ଅପ୍‌ ‘ଫିନ୍‌ଟେକ୍‌’ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀରେ ବରପାତ୍ରଙ୍କୁ ଚାକିରି ଅଫର ଦେଇଥିଲେ। କାରଣ ତାଙ୍କ ପିତା ଉଦିତାଙ୍କ ପାଇଁ ଯେଉଁ ବିବାହ ପ୍ରସ୍ତାବ ଆଣିଥିଲେ ତାହା ଦେଖି ଖୁସି ହୋଇଯାଇଥିଲେ ଉଦିତା। ତେଣୁ ସେ ତାଙ୍କ କମ୍ପାନୀରେ ଚାକିରି ଦେବାକୁ ଚାହୁଁଥିଲେ।

ଏଥିସହିତ ଉଦିତା ଏହି ବିବାହ ପ୍ରସ୍ତାବକୁ ନେଇ ତାଙ୍କ ବାପାଙ୍କ ସହ ହୋଇଥିବା ହ୍ବାଟ୍ସଆପ୍‌ ଚାଟ୍‌କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ତାଙ୍କ ବାପା କହିଛନ୍ତି, ତୁ ଏ କ’ଣ କରିଛୁ? ତୋ’ ପାଇଁ ଯେଉଁ ବିବାହ ପ୍ରସ୍ତାବ ଆଣିଥିଲି ତୁ ତାଙ୍କୁ ଚାକିରି ଅଫର ଦେଇଛୁ। ମୁଁ ଏବେ ସେ ପୁଅର ବାପାଙ୍କୁ କ’ଣ କହିବି। ଏହାର ଜବାବ ମଧ୍ୟ ରଖିଛନ୍ତି ଉଦିତା। ସେ କହିଛନ୍ତି, ବାପା ‘ଫିଟ୍‌ନେକ୍‌’ କମ୍ପାନୀକୁ ୭ ବର୍ଷ ଛୁଇଁଲାଣି। କମ୍ପାନୀର ଯଥେଷ୍ଟ ଅଭିଜ୍ଞତା ରହିଛି। ମୁଁ ଏଥିରେ ଦୁଃଖିତ ବାପା।

ଅନ୍ୟପକ୍ଷରେ ଉଦିତା ଚାକିରି ଅଫର ଦେଇଥିବା ଯୁବକ ବି ମୋଟା ଅଙ୍କର ଦରମା ଦାବି କରିଛନ୍ତି। ସେ ବର୍ଷକୁ ୬୨ ଲକ୍ଷ ଟଙ୍କା ଦରମା ସହ ଅନ୍ୟାନ୍ୟ ପ୍ୟାକେଜ ସୁବିଧା ଯୋଗାଇବାକୁ କହିଛନ୍ତି। ମାତ୍ର ଏଥିରେ ରାଜି ହୋଇନାହାନ୍ତି ଉଦିତା। ସେ ତାଙ୍କର ଏହି ବାର୍ତ୍ତାଳପକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri