Posted inଫୁରସତ

ପଦବୀଠୁ ବଡ଼ ମାନବିକତା: ସାଧାରଣ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ…

କୁହାଯାଏ ବିପଦରବନ୍ଧୁ ହିଁ ପ୍ରକୃତବନ୍ଧୁ। ସେ ବନ୍ଧୁ କିଏ ବି ହେଇପାରନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏମିତି ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ ବିଭିନ୍ନ ପଦପଦବୀରେ ଥିଲେ ମଧ୍ୟ ନିଜ କାମ ବ୍ୟତିରକେ ସେବାକୁ ନିଜର କର୍ତ୍ତବ୍ୟ ବୋଲି ମନେକରି ବନ୍ଧୁତାର ପରିଚୟ ଦେବାସହ ସାଧାରଣ ଲୋକଙ୍କ ସହିତ କାନ୍ଧକୁ କାନ୍ଧମିଳାଇ ଛିଡା ହୋଇଛନ୍ତି । ସେମିତି କେତେଜଣ ସ୍ବେଚ୍ଛାସେବୀ ଓ ସରକାରୀସ୍ତରୀୟ ବିଭିନ୍ନ ପଦାଧିକାରୀଙ୍କ କାର୍ଯ୍ୟ ସମ୍ପର୍କରେ…

ମୃତଦେହ ସତ୍କାରକଲେ ଏସ.ପି. ଏବଂ ଜିଲାପାଳ:ସେଦିନ ଥିଲା ତା ୮-୧-୨୦୨୨ରିଖ। ସମ୍ବଲପୁର ଏସ.ପି. ବାତୁଲା ଗଙ୍ଗାଧର ଏବଂ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମ୍ବଳ ଅନୁଷ୍ଠାନ ସହ ମିଶି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରାଇଥିଲେ। ଏମାନଙ୍କ ମଧ୍ୟରେ ଏଡିଏମ୍‌ ଉମାକାନ୍ତ ରାଜ, ସମ୍ବଳ ଅନୁଷ୍ଠାନର କାଳିଦାସ ପଣ୍ଡା, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ପଞ୍ଚାନନ ତ୍ରିପାଠୀ, ପ୍ରଫେସର ଶଙ୍କର ପ୍ରସାଦ ପତି, ଡ. ସନ୍ତୋଷ କୁମାର ଦାସ, ଅଶୋକ ଜଲାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ସୁଧୀର ପୂଜାରୀଙ୍କ ଭଳି ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ । ଜିଲାପାଳ କୁହନ୍ତି,‘ଏହା ଏକ ମହତ୍‌ କାର୍ଯ୍ୟ । ଗୋଟିଏ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ସମ୍ମାନର ସହିତ ଦାହ କରାଯାଉଛି। ଏଭଳି କାର୍ଯ୍ୟପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଏହା ସମାଜ ପାଇଁ ଏକ ଭଲବାର୍ତ୍ତା।’ ସେହିପରି ଏସ୍‌ପି ଗଙ୍ଗାଧର କୁହନ୍ତି, ‘ଏଭଳି ସାମାଜିକ କାର୍ଯ୍ୟରେ ଆମେ ସବୁବେଳେ ସହଯୋଗ କରିବୁ। ଟାଉନଥାନା ଅନ୍ତର୍ଗତ ମାଳିପଡା ନିକଟସ୍ଥ ଏକ ବ୍ରିଜ ତଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡ଼ି ରହିଥିଲା । ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ସେଦିନ ୭୨ଘଣ୍ଟା ପୁରିବା ପରେ ମୃତଦେହ ବ୍ୟବଚ୍ଛେଦ କରି ସତ୍କାର କରାଯାଇଥିଲା। ସୁବ୍ରତ ପଣ୍ଡା କୁହନ୍ତି, ‘୨୦୦୯ମସିହାଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଛୁ। ଇତି ମଧ୍ୟରେ ୧୦ବର୍ଷ ପୂରିଯାଇଛି। ନିୟମିତ ଭାବେ ପ୍ରଶାସନ ଓ ପୋଲିସ ସହଯୋଗରେ ମୃତଦେହ ସତ୍କାର କରାଯାଉଛି। ସେବେଠାରୁ ଏହିପରି ସେବାରେ ପ୍ରାୟ ୫ଶହ ମୃତକଙ୍କ ଶବ ସତ୍କାର ହେଲାଣି । ଏହା ସହ କୋଭିଡ୍‌ ସମୟରେ ଖାଦ୍ୟ ବଣ୍ଟନ, ରକ୍ତଦାନ ଶିବିର, ଶୀତବସ୍ତ୍ର ପ୍ରଦାନ, ରାସ୍ତା ସଫେଇ ଓ ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଥାଉ।’

ଉପଜିଲାପାଳ ଦାହକଲେ ମୃତଦେହ: ୨୦୨୧ମସିହା। କରୋନା ସଂକ୍ରମଣର ଭୟରେ ଲୋକେ ଭୟଭୀତ ରହିଥାନ୍ତି। ଭଞ୍ଜନଗର ଲଣ୍ଡେଇସାହିର ଜଣେବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାରରେ ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜି ସାମିଲ ହୋଇଥିଲେ। ଉପଜିଲାପାଳଙ୍କ ଏପରି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିତ୍ଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କରିଥିଲେ। ଘଟଣାଟି ଥିଲା ଏମିତି- ସେଦିନ ଥିଲା ୧୧ା୫ା୨୦୨୧ମସିହା। ମଙ୍ଗଳବାର ରାତିସମୟ। ଭଞ୍ଜନଗର ଡିସିଏଚ୍‌ସିରେ ଲଣ୍ଡେଇସାହିର କାଳିଚରଣ ସାହୁ ନାମକ ଜଣେ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ମାତ୍ର ପରିବାର ଲୋକେ କରୋନା ଭୟରେ କେହି ମୃତଦେହ ନେଇ ନ ଥିଲେ । ଏହା ଜାଣିବାପରେ ନିଜେ ଉପଜିଲାପାଳ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସେତେବେଳର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି, ବରିଷ୍ଠ ରାଜସ୍ବ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ବାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଗାନି, ସୁରେନ୍ଦ୍ର ସେଠୀ, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ପ୍ରମୁଖ ପିପିଇ କିଟ୍‌ ପିନ୍ଧି ବୃଦ୍ଧଙ୍କ ମୃତଦେହକୁ ନେଇ ବେଲେଶ୍ୱର ଶ୍ମଶାନଘାଟରେ ସତ୍କାର କରିଥିଲେ ।

ଏସଡିପିଓ, ସାମ୍ବାଦିକ, ସ୍ବାସ୍ଥ୍ୟକର୍ମୀ ଓ ସାମାଜିକକର୍ମୀ କଲେ ମୃତଦେହ ସତ୍କାର: ୨୦୨୧ ମସିହା, ମେ ୧୧ତାରିଖ ରାତି ସମୟ । ଚାରିଆଡ଼େ କୋଭିଡ୍‌ର ଭୟ। ଖୋର୍ଦ୍ଧାଜିଲା ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଥିଲା ଏକ ହୃଦୟସ୍ପର୍ଶୀ ଘଟଣା। ଜଣେ ଯୁବକଙ୍କ ମୃତଦେହ ନିକଟରେ ତାଙ୍କ ବୃଦ୍ଧ ମା’ ବାହୁନିବାହୁନି କାନ୍ଦୁଥିବା ବେଳେ ପୁଅ ଶବର ଅନ୍ତିମ ସତ୍କାର ପାଇଁ ଅନେକଙ୍କୁ ଅନୁରୋଧ କରୁଥିଲେ। ତେବେ କେହି ସମ୍ପର୍କୀୟ କିମ୍ବା ଗ୍ରାମବାସୀ ପାଖକୁ ଆସି ନ ଥିଲେ। ଯୁବକଙ୍କ ମୃତଦେହ ବହୁ ସମୟ ଧରି ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଥିଲା। ଶେଷରେ ବାଲୁଗାଁ ଏସ୍‌ଡିପିଓ, ସାମାଜିକ କର୍ମୀ, ଡାକ୍ତରଖାନାର ଜଣେ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ସେଠାରୁ ମୃତ ଯୁବକଙ୍କ ଶବକୁ ନେଇ ସତ୍କାର କରାଯାଇଥିଲା। ତେବେ ଘଟଣାଟି ଥିଲା ଏମିତି – ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଲକ୍ଷ୍ମୀ ବାରିକଙ୍କ ସ୍ତ୍ରୀ ଧନି ଏବଂ ପୁଅ ଦିବାକର ବରଡ଼ି ଗ୍ରାମରେ ରୁହନ୍ତି। ଦିବାକର କୁକୁଡ଼ା ଫାର୍ମରେ କାର୍ଯ୍ୟକରି ପରିବାର ଚଳାଇଥାଏ। ଦଶଦିନ ଧରି ଦିବାକର ଜ୍ୱରରେ ପୀଡ଼ିତ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ମା’ ଦିବାକରଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଦିବାକରଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସେତେବେଳକୁ ଦିବାକରଙ୍କ କରୋନା ରିପୋର୍ଟ ଆସି ନ ଥାଏ। ଏଥିପାଇଁ ତାଙ୍କ ପାଖକୁ କେହି ଭୟରେ ଆସୁ ନ ଥିତ୍ଲେ । ଏମିତି ପରିସ୍ଥିତିରେ ତାଙ୍କ ମୃତଦେହକୁ ସଂସ୍କାର କରିବା ନିମନ୍ତେ ଗ୍ରାମବାସୀ ବାରଣ କରିଥିଲେ। ଏହି ଘଟଣା ସମ୍ପର୍କରେ ଶକ୍ତି ପ୍ରସାଦ ମହାପାତ୍ର କୁହନ୍ତି, ‘ରାତି ପ୍ରାୟ ୯ଟା ହେବ, ମୋ ପାଖକୁ ଏଇ ଖବର ଆସିଥିଲା। ଜଣେ ଖବରଦାତାଭାବେ ସାମାଜିକ ଦାୟିତ୍ୱବୋଧକୁ ବୁଝି ଖବର ସଂଗ୍ରହ ସହ ସେବାରେ ଆଗଭର ହୋଇଥିଲି। ପରେ ପୋଲିସ ପ୍ରଶାସନ ବି ପହଞ୍ଚିଲେ। ଦୀର୍ଘ ୩ଘଣ୍ଟାର ବିଚାର ବିମର୍ଷ ଓ ମୃତକଙ୍କ ବନ୍ଧୁବାନ୍ଧବଙ୍କୁ ଯୋଗାଯୋଗ କରିବା ପରେ ବି କେହି ଆସି ନ ଥିଲେ। ସେତେବେଳକୁ ରାତି ୧୨ଟା ହେଲାଣି। ପ୍ରାୟ ୭ଘଣ୍ଟାଧରି ମୃତଦେହଟି ସେମିତି ପଡିରହିଥାଏ ା ବେଳକୁ ବେଳ ବୃଦ୍ଧା ମା’ଙ୍କର ପରିସ୍ଥିତି ଦେଖି ଏସଡିପିଓ ମାନସ ରଞ୍ଜନ ବାରିକ, ଜିଲା ପ୍ରଶାସନକୁ ଯୋଗାଯୋଗ କରିଥିଲେ । ଏହାପରେ ଚିଲିକା ନାଭାଲ ଛକସ୍ଥିତ ଆଖୁ ପୋଖରୀ ଶ୍ମଶାନରେ ଯୁବକଙ୍କ ମୃତଦେହକୁ ସଂସ୍କାର ନିମନ୍ତେ ନିଷ୍ପତ୍ତି ହୋଇଥିଲା। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସାମାଜିକକର୍ମୀ ଜୀନା ପଣ୍ଡା ଓ ଡାକ୍ତରଖାନାର ଜଣେ ଅସ୍ଥାୟୀ କର୍ମଚାରୀ ପିଣ୍ଟୁ ଓ ମୁଁ କାନ୍ଧଦେଇ ଯୁବକଙ୍କ ମୃତଦେହକୁ ସତ୍କାର ପାଇଁ ଆଣିଥିଲୁ। ପୂର୍ବରୁ ଚିଲିକା ତହସିଲଦାରଙ୍କ ଦ୍ବାରା ସ୍ଥିରୀକୃତ ହୋଇଥିବା ଆଖୁପୋଖରୀ ଶ୍ମଶାନ ଠାରେ ହିନ୍ଦୁ ଧର୍ମର ରୀତିନୀତିରେ ମୃତଦେହ ଦାହ କରାଯାଇଥିଲା ।

ସେବାକରି ଖୁସୀ ହୁଏ: ଏକ ସଡ଼କ ଦୁଘଟଣାରେ ବାଲେଶ୍ୱର ଜିଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘରେ ଥିଲେ ଜଣେ ଅନ୍ଧ ପୁଅ । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚଳିବାରେ ଘୋର ଅସୁବିଧା ଦେଖାଦେଲା। ଏମିତି ଖବରକୁ ସମାଜସେବୀ ସୁଶାନ୍ତ ସାହୁଙ୍କ ଠାରୁ ଜାଣିବାକୁ ପାଇଥିଲେ ଜଣେ ଉଦାରମନା ମହିଳା । ସେ ହେଲେ ଇତିଶ୍ରୀ ସିଂ ରାଠୋର । ଏପରି ପରିସ୍ଥିତିରେ ସେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିତ୍ଲେ ।ଏଥିପାଇଁ ସେବେଠାରୁ ବାଲେଶ୍ୱରର ଅସହାୟ ହୋଇପଡ଼ିଥିବା ରାକେଶ ନାମକ ସେହି ଅନ୍ଧପୁଅକୁ ନିଜର ପୋଷ୍ୟସନ୍ତାନଭାବେ ଗ୍ରହଣ କରିଛନ୍ତି। ତାଙ୍କର ପାଠପଢ଼ାରେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି । ସେହି ଅନ୍ଧ ପିଲା ଜଣକ ଏବେ ଜର୍ନାଲିଜମ୍‌ରେ ମାଷ୍ଟରଡିଗ୍ରୀ ହାସଲ କରିସାରିଲେଣି। କିନ୍ତୁ ଇତିଶ୍ରୀ ସିଂ ରାଠୋର କୁହନ୍ତି, ଆମ ଘର ସୁନ୍ଦରଗଡ଼ ଜିଲାରେ। ପିଲାଦିନେ ଆମଘରେ ପରିବାର ଲୋକ ଏକାଠି ଖାଇବାକୁ ଯାଉଥିଲୁ। ମୋପାଇଁ ଖାଦ୍ୟ ବଢ଼ାସରିଥାଏ। ଠିକ୍‌ ଏହି ସମୟରେ ଦୁଆରମୁହଁରେ ଜଣେ ଭିକାରି ପିଲାର ଡାକ ଶୁଭିଲା, କିଛି ଖାଇବାକୁ ମିଳୁ। ଏମିତି ଡାକ ଶୁଣି ହଠାତ୍‌ ଖାଇବା ସ୍ଥାନରୁ ଉଠିପଡ଼ିଥିଲି। ଆଉ କିଛି ନ ଖାଇ ମୋ ପାଇଁ ବଢ଼ା ଯାଇଥିବା ଖାଦ୍ୟକୁ ଆଣି ସେଦିନ ସେହି ପିଲାଙ୍କୁ ଖାଇବାକୁ ଦେଇ ଦେଇଥିଲି। ସେବେଠାରୁ ମୋମନରେ ଏକ ସେବା ଭାବ ଜାଗ୍ରତ ହୋଇଥିଲା। ଅନେକ ସମୟରେ ଗୋରୁଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଇଥାଏ। ସମୟ କ୍ରମେ ଭୁବନେଶ୍ୱର ଆସିଲି । ଏଠାରେ ରହି କିଛି ସଂସ୍ଥାରେ ଚାକିରିଟିଏ ପାଇଁ ଯୋଜନା କଲି । ଛୁଟି ସମୟରେ ଭୁବନେଶ୍ୱର ଝାରପଡ଼ା ଜେଲ ପରିସରରେ କଏଦୀ ପିଲାମାନଙ୍କୁ ଯାଇ କିଛି ପାଠ ପଢ଼ାଇଥାଏ। ଏମିତି ଅଭ୍ୟାସ ମୋର ଜାରି ରହିଛି। ଏବେ ଭାରତୀୟ ସୂଚନା ସେବାରେ ଆକାଶବାଣୀର ଏକ ଦାୟିତ୍ୱ ସମ୍ପନ୍ନ ବିଭାଗରେ କାର୍ଯ୍ୟ ସମ୍ପାଦନା କରୁଛି। କିନ୍ତୁ ବିଭିନ୍ନ ସମୟରେ ଯେବେ ଯୁଆଡ଼େ ଯାଏ ମୋ ସାଧ୍ୟମତେ କେତେକ ଅସହାୟ ଲୋକଙ୍କୁ କିଛି ସାହାଯ୍ୟ କରି ଖୁସୀ ହୋଇଥାଏ।
ଏସଡିପିଓଙ୍କ ନିଆରା ସେବା: ନାଁ ତାଙ୍କର ମାନସ ରଞ୍ଜନ ବାରିକ । ଘର କେଉଁଝର ଜିଲାରେ। ୨୦୧୪ମସିହାରେ ବାଲେଶ୍ୱର ଜିଲାର ଫକୀରମୋହନ ଜୁନିୟର କଲେଜରେ ସେ ଅଧ୍ୟାପକ ଥିଲାବେଳେ ଏନଏସଏସ କାଯର୍‌ୟକ୍ରମ ଅଧିକାରୀ ଭାବେ ଦାଇତ୍ୱ ତୁଲାଇଛନ୍ତି। । ୨୦୧୬ରେ ଓପିଏସ୍‌ ପାଇ ୨୦୧୭ରେ ମାଥିଲି ଥାନାରେ ଜଣେ ଡ଼ିଏସପି ଇନ୍‌ଚାର୍ଜ ଭାବେ ଯୋଗଦେଇ କ୍ଷେତ୍ରପ୍ରଶିକ୍ଷଣ ନେଇଥିଲେ । କିନ୍ତୁ ଛାତ୍ର ଜୀବନରୁ ତାଙ୍କର ରହିଥିବା ଜନସେବା ଓ ସୃଜନଶୀଳତାକୁ କେବେ ସେ ଭୁଲିନାହାନ୍ତି । ପୋଲିସ ଚାକିରି ସହିତ ବିଭିନ୍ନ ସମୟରେ ସେ ବିପଦରେ ପଡ଼ିଥିବା ଲୋକଙ୍କୁ ଉଧାର କରିଲେ। କେବେ କୋଡ଼ି କୋଦାଳଧରି ନାଳ ଓ ରାସ୍ତା ସଫେଇ କରିବାରେ ଲୋକଙ୍କ ସହିତ ସାମିଲ ହେଲେ। କେଉଁଠି ଅଜଣାଗାଡ଼ିରେ ଲିଫ୍ଟମାଗିି ଚୋରଙ୍କୁ ଧରିଲେ । କେତେକ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟିବାରେ ସେମାନଙ୍କ ଦରଦୀବନ୍ଧୁ ସାଜିଲେ । କରୋନା ସମୟରେ ଲୋକଙ୍କୁ ସଚେତନତା ପାଇଁ ସ୍ବତନ୍ତ୍ର ଭୂମିକା ତୁଲାଇଛନ୍ତି। କରୋନାରେ ମୃତକଙ୍କ ଶବକୁ ବୋହିନେବାରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତିି । ମାଲକାନଗିରିର ଚିତ୍ରକୋଣ୍ଡାରେ ଏସଡିପିଓ ଥିଲାବେଳେ ମାଓପ୍ରବଣ ଅଞ୍ଚଳରେ ଲୋକଙ୍କ ମନରୁ ପୋଲିସ ପ୍ରତି ଥିବା ଭୟକୁ ଦୂେଇବାରେ ବିଶ୍ୱାସ ସୃଷ୍ଟିକରି ସେମାନଙ୍କ ନିକଟତର ହୋଇପାରିଛନ୍ତି। କେତେବେଳେ ଗାନ୍ଧୀଗିରି ତ ପୁଣି କେତେବେଳେ ବଦମାସଙ୍କୁ ସୁଧାରିବାରେ ଦବଙ୍ଗଗିରି ପନ୍ଥାକୁ ଅବଲମ୍ବନ କରିଥାନ୍ତି। ମାଲକାନଗିରି ଜିଲାର ବିଭିନ୍ନ ପ୍ରାକୃତିକ ପରିବେଶର ଶୋଭାକୁ ନିଜର ଫେସ୍‌ବୁକରେ ପୋଷ୍ଟକରି ସେଠାର ପରିବେଶ ପ୍ରତି ଅନେକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି। ସେ କୁହନ୍ତି, ସ୍କୁଲ ଜୀବନରୁ ଜନସେବା ପ୍ରତି ଅଭ୍ୟାସ ରହିଛି । ଏଥିରୁ ମତେ ଆନନ୍ଦ ମିଳିଥାଏ। ରକ୍ତଦାନଠାରୁ ଆରମ୍ଭକରି କେତେକ ଲୋକଙ୍କ ବ୍ୟାଙ୍କ ଓ ରାଶନ କାର୍ଡ ପାଇଁ ସମାଧାନ କରିପାରିଛି। ବିଭିନ୍ନ ଉପାଦେୟପୁସ୍ତକ ପଢ଼ି ସ୍କୁଲ ପିଲାଙ୍କ ସହିତ ଖୁସୀ ବାଣ୍ଟିଥାଏ। କିଛି କବିତା ବି ଲେଖେ। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କକୁ ଅଧିକ ନିକଟତର ପାଇଁ ଉଦ୍ୟମ କରିଥାଏ।

ଏସ.ଆଇ. ବୋହିଲେ ଶବ-କନ୍ଧମାଳ ଜିଲାର ବାଲିଗୁଡ଼ା ଥାନାର ସବ୍‌ଇନ୍ସପେକ୍ଟର ଥା’ନ୍ତି ରବୀନ୍ଦ୍ର କୁମାର ମୁଣ୍ଡାରୀ। ୨୦୨୧ମସିହାରେ ପରମପଙ୍ଗା ଗ୍ରାମପଞ୍ଚାୟତରେ ଘଟିଥିବ ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ଯାଇଥିଲେ ଘଟଣା ସ୍ଥଳକୁ। ପାଙ୍ଗୁରପାଲ୍ଲୀ ଗାଁ ନିକଟ ଏକ ଘଞ୍ଚ ଜଙ୍ଗଲରେ ଏକ ଶବକୁ ମାଟିତଳୁ ଉଧାରକରି ଗ୍ରାମର କେତେଜଣ ଲୋକଙ୍କ ସହିତ ସେହି ଶବକୁ କାନ୍ଧେଇ ପ୍ରାୟ କିଛିଦୂର ଗାଁକୁ ଆଣିଥିଲେ। ପାଖରେ ସେତେବେଳେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସେ କୁହନ୍ତି, ଏମିତି ପରିସ୍ଥିତିରେ ସେତେବେଳେ ଏହି କାମ କରିବାକୁ ଅନ୍ୟମାନେ ମନାକରିଥିଲେ କିନ୍ତୁ ସାଧାରଣ ଲୋକଙ୍କ ସହିତ ସାମିଲ ହୋଇ ଏମିତି କାମକୁ ସମାପ୍ତ କରାଯାଇଥିଲା। ଏଥିରେ କୌଣସି କୁଣ୍ଠାବୋଧ କରି ନଥିଲି ବରଂ ସାଧାରଣ ଲୋକଙ୍କ ପ୍ରତି ସେବା ମନୋଭାବ ବଢ଼ିଥିଲା। ସମାଜରେ ଏମିତି ଅନେକବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ସକାରାତ୍ମକ କାର୍ଯ୍ୟ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ।

-ବନବିହାରୀ ବେହେରା,ବାବୁଲା ପ୍ରଧାନ, ଶୁଭାଶିଷ ପାଢ଼ୀ ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri