Posted inଫୁରସତ

ଅର୍ଥନୀତିରେ ମାନକକରଣ ଗୁରୁତ୍ୱପୂର୍ଣ୍ଣ

ଅର୍ଥନୀତିର ବିକାଶରେ ଗୁଣବତ୍ତାଯୁକ୍ତ ମାନକ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଘରୋଇ ଉତ୍ପାଦର ଚାହିଦା ଅନ୍ତର୍ଜାତୀୟସ୍ତରରେ ବୃଦ୍ଧି ପାଇପାରିଥାଏ। ଦେଶଦେଶ ମଧ୍ୟରେ ବାଣିଜ୍ୟ ସମୟରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ସହିତ ଅନ୍ୟ ସମସ୍ତ ଉତ୍ପାଦ କ୍ଷେତ୍ରରେ ଗୁଣବତ୍ତା ଯାଞ୍ଚ୍‌ର ଭୂମିକା ଅପରିହାର୍ଯ୍ୟ ହୋଇପଡ଼ିଥାଏ। ସେହିପରି ସାଧାରଣ ଉପଭୋକ୍ତାଙ୍କ କ୍ଷେତ୍ରରେ ପ୍ରତିଟି ସାମଗ୍ରୀ କିଣିବା ସମୟରେ ଏହାର ଗୁଣବତ୍ତା ସମ୍ପର୍କିତ ତଥ୍ୟ ଭଲଭାବେ ଜାଣିନେବାର ଆବଶ୍ୟକତା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ୧୪ରେ ବିଶ୍ୱ ମାନକ ଦିବସ ପାଳନ କରାଯାଇଥାଏ। ଦିବସର ଉଦ୍ଦେଶ୍ୟ ହେଉଛି ନିୟାମକ, ଶିଳ୍ପ ଏବଂ ଗ୍ରାହକଙ୍କ ମଧ୍ୟରେ ବିଶ୍ୱ ଅର୍ଥନୀତି ସମ୍ପର୍କରେ ମାନକକରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା। ଆମେରିକୀୟ ସୋସାଇଟି ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସ (ଏଏସ୍‌ଏମ୍‌ଇ), ଅନ୍ତର୍ଜାତୀୟ ନୈତିକ ମାନକ ଆକାଉଣ୍ଟାଣ୍ଟ୍‌ସ ବୋର୍ଡ (ଆଇଇଏସ୍‌ବିଏ) ଅନ୍ତର୍ଜାତୀୟ ମାନକକରଣ ସଂଗଠନ (ଆଇଏସ୍‌ଓ) ପରି ମାନକ ବିକାଶ ସଂଗଠନ ମଧ୍ୟରେ ସ୍ବେଚ୍ଛାକୃତ ମାନକ ବିକାଶ କରୁଥିବା ବିଶେଷଜ୍ଞଙ୍କ ଉଦ୍ୟମକୁ ଏହି ଦିନ ସମ୍ମାନିତ କରାଯାଇଥାଏ।
ଅକ୍ଟୋବର ୧୪ରେ ୨୫ଟି ଦେଶର ପ୍ରତିନିଧିମାନେ ପ୍ରଥମେ ଲଣ୍ଡନରେ ଏକତ୍ରିତ ହୋଇଥିଲେ ଏବଂ ମାନକକରଣକୁ ସୁଗମ କରିବା ଉପରେ ଏକ ଅନ୍ତର୍ଜାତୀୟ ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଗୋଟିଏ ବର୍ଷ ପରେ ଅନ୍ତର୍ଜାତୀୟ ମାନକକରଣ ସଂଗଠନ (ଆଇଏସ୍‌ଓ) ଗଠନ କରାଯାଇଥିଲା। ମାତ୍ର ୧୯୭୦ରେ ପ୍ରଥମ ବିଶ୍ୱ ମାନକ ଦିବସ ପାଳନ କରାଯାଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?