ମାନପତ୍ରର ମାନ

ହିମାଂଶୁ ଶେଖର ଆଚାର୍ଯ୍ୟ

ଈଶ୍ୱର ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ପ୍ରତିଭା ଦେଇଛନ୍ତି। ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ସେ ମହକିବ ଆଉ ପ୍ରତିଭାଥିଲେ ତା’ର ଉନ୍ମେଷ ଘଟିବ। ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଅତୀତରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦେବାର ପରମ୍ପରା ମଧ୍ୟ ଥିଲା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାଧରମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଏପରି କି ରାଜରାଜୁଡା ଶାସନରେ ବି କବି, ସାହିତି୍ୟକ, ଚିତ୍ରକର, କଳାକାର, ସଙ୍ଗୀତଜ୍ଞ, ନୃତ୍ୟ ବିଶାରଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା।
ସେଇଥିପାଇଁ ତ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜସଭାରେ ନବରନତ୍ ତାଙ୍କ ରାଜସଭାକୁ ମହିମାମଣ୍ଡିତ କରିଥିଲେ। କାଳିଦାସଙ୍କଠାରୁ ଆରମ୍ଭ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ -ସବୁଠି ସମ୍ବର୍ଦ୍ଧନାର ଏକ ଉଜ୍ଜ୍ୱଳ ପରମ୍ପରା ଥିଲା ।
ମାତ୍ର ଏବେ ସମାଜର ଢଙ୍ଗ ବଦଳିଗଲାଣି ା ସବୁଠି ପ୍ରତିଷ୍ଠା ହାସଲ ପାଇଁ ଚାଲିଛି ଜୋରସୋର୍‌ ଉଦ୍ୟମ। ଯେମିତି ହେଉ ପଛେ, ମାନପତ୍ରଟିଏ ମିଳୁ ା ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ, କବି, ସାହିତି୍ୟକ, ଗାଳ୍ପିକ, ନାଟ୍ୟକାର, କଳାକାର, ସାମ୍ବାଦିକ, ଶିକ୍ଷକ, କ୍ରୀଡାବିତ୍‌ ଓ ଅଭିିନେତା ସମସ୍ତେ ଏଇ ଦୌଡରେ ସାମିଲ ହୋଇଛନ୍ତି।
ଏହାକୁ ଲକ୍ଷ୍ୟ ରଖି ସଂପ୍ରତି ବିଭିନ୍ନ ପ୍ରକାରର ସାହିତ୍ୟ, ସାଂସ୍କୃତିକ, ସାମାଜିକ ଓ ଭିନ୍ନ ଭିନ୍ନ ସଂଗଠନ ସୃଷ୍ଟି ହେଲାଣି।
ସୃଷ୍ଟି ହେବା ବି ଭଲ କଥା ା କିନ୍ତୁ ଏଠି ସମ୍ବର୍ଦ୍ଧନା ଦେବାର ମାନିଆ ସୁନାମୀ ପରି ଗ୍ରାସ କରିଛି ସମସ୍ତଙ୍କୁ। ସମ୍ବର୍ଦ୍ଧନା ଦେବାପାଇଁ ସଂଗଠନଗୁଡିକ ମଧ୍ୟରେ ଯେତିକି ଆଗ୍ରହ, ସମ୍ବର୍ଦ୍ଧନା ନେଉଥିବା ବ୍ୟକ୍ତିର ମଧ୍ୟ ସେତିକି ଆଗ୍ରହ। ସତେ ଯେମିତି ସମ୍ବର୍ଦ୍ଧନା ଦେବା ଓ ନେବା ଏକ ନିଶା ପାଲଟି ଗଲାଣି ।
ଏପରି କି ଗୋଟିଏ ଗୋଟିଏ ସଭାରେ ପଚାଶ ଷାଠିଏ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ଘଟଣାମାନ ଦେଖିବାକୁ ମିଳୁଛି। ଏହା କ’ଣ ସତରେ ପୂଜ୍ୟପୂଜା ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ମାନପତ୍ରର ମାନ ହ୍ରାସ ପାଉଛି ।
ସମ୍ବର୍ଦ୍ଧନାର ଏକ ନିର୍ଦ୍ଦିଷ୍ଟ ମାନ ରହିବା ଦରକାର।
ତା’ହେଲେ ଯୋଗ୍ୟତମ ବ୍ୟକ୍ତି ଯୋଗ୍ୟତା ଅନୁରୂପ ସମ୍ବର୍ଦ୍ଧନା ପାଇବା ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତିଭାକୁ ଯଥାରୀତି ସମ୍ମାନ ମିଳିବ ା ତା’ ନ ହେଲେ ଧୁଆମୂଳା ଓ ଅଧୁଆମୂଳା ସବୁ ସମାନ ହୋଇଯିବେ। ଇଏ ତ ଗଲା ଗୋଟିଏ ଦିଗ। ଅନ୍ୟ ଦିଗଟି ହେଉଛି ସମ୍ବର୍ଦ୍ଧିତ କରୁଥିବା ଅନୁଷ୍ଠାନ ମଧ୍ୟ ନିରପେକ୍ଷ ରହିବା ବିଧେୟ। ଅନେକ ସମୟରେ ପ୍ରିୟାପ୍ରୀତି, ରାଜନୈତିକ ଚାପ ଓ ଆର୍ଥିକ ସହାୟତା ପ୍ରକୃତ ପ୍ରତିଭା ଚିହ୍ନଟ କରିବାରେ ବାଧକ ସାଜୁଛି ଯାହାଦ୍ୱାରା ଯୋଗ୍ୟ ପ୍ରତିଭାଧର ବ୍ୟକ୍ତିମାନେ ସମ୍ବର୍ଦ୍ଧିତ ହେଉଥିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ପ୍ରତିଭା ନ ଥାଇ ଆଉ କେତେକ ସହଜରେ ସମ୍ବର୍ଦ୍ଧନା ପାଇବାରେ ସଫଳ ହେଉଛନ୍ତି। ଏବେ ପୁଣି ଅର୍ଥ ଦେଇ ସମ୍ବର୍ଦ୍ଧିତ ହେବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଏପରି ଅସୁସ୍ଥ ପରମ୍ପରା ସର୍ବଦା ପରିହାର କରିବା ଆବଶ୍ୟକ। ସେହିପରି ସଂଗଠନଗୁଡିକର ଆଭିମୁଖ୍ୟ ମଧ୍ୟ ବିଚିତ୍ର। ଅନୁଷ୍ଠାନଗୁଡିକ ନିଜ ନିଜ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦେବାର ମାନସିକତାରେ ନାହାନ୍ତି। ଗାଁ କନିଆଁ ସିଙ୍ଘାଣି ନାକି – ପରି ସେମାନେ ଅଲୋଡା, ଅଖୋଜା ହୋଇ ପଡି ରହିଛନ୍ତି ବଣମଲ୍ଲୀ ପରି। ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିମାନେ ମଧ୍ୟ କୌଣସି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ ହେବାପାଇଁ ଯିବା ପୂର୍ବରୁ ତା’ର ମାନ ଅନୁସାରେ ସମ୍ବର୍ଦ୍ଧିତ ହେବାର ମାନସିକତା ରଖିବା ଦରକାର।
ତାହାହେଲେ ସମ୍ବର୍ଦ୍ଧନାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ରହିବ।
ଆହୁରି ଆଶ୍ଚର୍ଯ୍ୟର କଥା ଜଣେ ଭଲ ଶିକ୍ଷକ ଏଠି ରାଜ୍ୟ ଓ ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ନିଜେ ଆବେଦନ କରିଥାନ୍ତି। ସେ ନିଜେ ଭଲ ଓ ସେଥିପାଇଁ ସମ୍ମାନ ପାଇବାକୁ ହକ୍‌ଦାର ବୋଲି କହିବାକୁ ହୁଏ। ଏହାଠାରୁ ବଳି ଲଜ୍ଜାକର କଥା କ’ଣ ଥାଇପାରେ? ଏଥିନିମନ୍ତେ ପାଠ ଅପେକ୍ଷା ଶାଠ ଅଧିକ ଦରକାର। ସେଥିପାଇଁ ବିଭିନ୍ନ ପ୍ରମାଣପତ୍ର ଅଣନିଃଶ୍ୱାସୀ ହୋଇ ଧାଁ ଧପଡ କରି ଯୋଗାଡ କରିବାକୁ ହୁଏ କୃତି ଶିକ୍ଷକର ସମ୍ମାନ ପାଇବା ପାଇଁ। ଏବେ ପୁଣି ଜିଲା ସ୍ତରରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା ରହିଛି ା ଏଥିପାଇଁ ସେମାନେ ଆବେଦନ ପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ। ସେଇ ଏକା ବ୍ୟବସ୍ଥା। ଗୋଟିଏ ପୁରସ୍କାର ଓ ଖଣ୍ଡିଏ ମାନପତ୍ର ପାଇବା ପାଇଁ ବାରଦୁଆର ବୁଲି ଆବେଦନ କରିବାକୁ ହେବ। ବିଚରା ଶିକ୍ଷକଟିଏ ବୋଲି ସିନା। ସେ ପୁଣି ମଣିଷ ତିଆରି କରନ୍ତି, ଦେଶର ଭବିଷ୍ୟତମାନଙ୍କୁ ଗଢନ୍ତି। ସମ୍ବର୍ଦ୍ଧନା ଦେବାର ଏ ବ୍ୟବସ୍ଥା କେବେ ବଦଳିବ କେଜାଣି? ଶିକ୍ଷକଙ୍କ ପଦମର୍ଯ୍ୟାଦା ରକ୍ଷା ପାଇଁ କ’ଣ ଆଉ କିଛି ବିକଳ୍ପ ବ୍ୟବସ୍ଥାରେ ଭଲ ଶିକ୍ଷକ ଚୟନ କରାଯାଇପାରନ୍ତା ନାହିଁ?
ସମ୍ବର୍ଦ୍ଧନା ଓ ମାନପତ୍ର ଦେବାର ଭାବ ନିଆରା। ପୂଜ୍ୟପୂଜାର ଆଦର ମଧ୍ୟ ରହିବା ଦରକାର ା କିନ୍ତୁ ମାନପତ୍ର ଦେବାର ଏକ ନିର୍ଦ୍ଦିଷ୍ଟ ମାନ ରହୁ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ମାନସିକତା ସୃଷ୍ଟି ହେଉ, ଯାହା କି ଉତ୍ତରପିଢି ପାଇଁ ଏକ ଆଦର୍ଶର ଭିତ୍ତିଭୂମି ତିଆରି କରିବ।
ଜଗତ୍‌ସିଂହପୁର, ମୋ-୯୯୩୭୧୫୧୦୫୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri