ନିଯୁକ୍ତିରେ ସୁଧାର ଓ ଜାତୀୟ ନିୟୋଜନ ସଂସ୍ଥା

ନଗେନ୍ଦ୍ର ନାଥ ପଟ୍ଟନାୟକ

ବିଗତ ବର୍ଷଗୁଡ଼ିକରେ ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି ଘରୋଇ କ୍ଷେତ୍ର, ସବୁଠାରେ ଚାହିଦା ମୁତାବକ ଚାକିରି ଯେ ଖୁବ୍‌ କମ୍‌ । କେନ୍ଦ୍ର ସରକାର ଅଧୀନରେ ହେଉ କି ରାଜ୍ୟ ସରକାର ସରକାରୀ ଚାକିରିଟିଏ ହାତେଇବା ପ୍ରତ୍ୟେକ ଚାକିରି ଅନ୍ବେଷଣକାରୀଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ରହିଥାଏ। ତେବେ ସରକାରୀ ଚାକିରି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି, ଲଗାମହୀନ ଭ୍ରଷ୍ଟାଚାର, ଘୋର ଅନିୟମିତତା ଇତ୍ୟାଦି ଗୁରୁତର ସମସ୍ୟା ବ୍ୟାଘାତ ସୃଷ୍ଟି କରିଥାଏ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଚାକିରି ଓ କର୍ମସଂସ୍ଥାନର ସ୍ବରୂପ କ୍ରମଶଃ ବଦଳିିବାରେ ଲାଗିଛି। ‘ବି’ ଆଉ ‘ସି’ ବର୍ଗର ବେସରକାରୀ ପେସାଦାର ପଦଲାଗି କେନ୍ଦ୍ରୀୟ ସେବାରେ ରୋଜଗାର ଯୋଗାଇ ଦେବା ଦିଗରେ ଜାତୀୟ ନିୟୋଜନ ସଂସ୍ଥା ( ଏନଆରଏ)କୁ ମଞ୍ଜୁରୀ ପ୍ରଦାନ କରି କେନ୍ଦ୍ର ସରକାର ଏକ ବଡ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି।
ସୁତରାଂ ନିଯୁକ୍ତି ପ୍ରକ୍ରିୟାରେ ଏ ପ୍ରକାରର ସଂସ୍କାରରୁ ନିଶ୍ଚିତ ରୂପେ ଆଶାନୁରୂପ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ବାସ୍ତବରେ ଜାତୀୟ ସ୍ତରୀୟ ନିଯୁକ୍ତିରେ ଯୋଗ୍ୟ ପ୍ରାର୍ଥୀକୁ ଚୟନ ଲାଗି ଉଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ତଥା ମଜଭୁତ କରିବା ଦିଗରେ ସରକାରଙ୍କର ଏଭଳି ଠୋସ ପଦକ୍ଷେପ ବେଶ୍‌ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଆମ ଦେଶରେ ପାଖାପାଖି କୋଡିଏଟି ପ୍ରମୁଖ ନିଯୁକ୍ତି ସଂସ୍ଥା ସାଧାରଣତଃ ଏଭଳି ପ୍ରତିଯୋଗିତା ପରୀକ୍ଷାର ଆୟୋଜନ କରିଥାନ୍ତି। ଏମାନଙ୍କ ପରୀକ୍ଷାକେନ୍ଦ୍ର ପୃଥକପୃଥକ ସ୍ଥାନମାନଙ୍କରେ ଅନୁଷ୍ଠିତ ହେବାର ନୀତିଗତ ଭାବେ ସ୍ଥିର କରାଯାଇଥାଏ। ବେଳେବେଳେ ପରୀକ୍ଷାର୍ଥୀଙ୍କୁ ଏଥିପାଇଁ ଅନ୍ୟ ରାଜ୍ୟକୁ ବି ଯିବାକୁ ପଡେ। ତେବେ ଅଧିକାଂଶ ସମୟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏତେ ବଢିଯାଏ ଯେ ସେମାନଙ୍କୁ ରେଳଗାଡି ଓ ବସଗୁଡିକରେ ଯାତ୍ରା କରିବା ଛଡା ଅନ୍ୟ ବିକଳ୍ପ ନ ଥାଏ । ସଂପ୍ରତି କେନ୍ଦ୍ର ସରକାର ଦେଶର ତିନୋଟି ପ୍ରମୁଖ ସଂସ୍ଥା ଯଥା-କର୍ମଚାରୀ ଚୟନ ଆୟୋଗ, ରେଲୱ ନିଯୁକ୍ତି ବୋର୍ଡ ତଥା ବ୍ୟାଙ୍କିଙ୍ଗ୍‌ କାର୍ମିକ ସଂସ୍ଥାଙ୍କୁ ଏନ୍‌ଆର୍‌ଏକୁ ସାଧାରଣ ଯୋଗ୍ୟତା ପରୀକ୍ଷାରେ ସାମିଲ କରିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ସବୁ ବଡବଡ ସଂସ୍ଥା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି।
କେନ୍ଦ୍ର ସରକାରଙ୍କ ଏଭଳି ଦୂରଦର୍ଶୀ ପଦକ୍ଷେପ ତୃଣମୂଳ ସ୍ତରରେ କି ପ୍ରକାର ପରିବର୍ତ୍ତନ ଆଣିବାକୁ ଯାଉଛି ତାହା ଅଧିକାଂଶ ଲୋକ ଏଯାଏ ହୃଦୟଙ୍ଗମ କରିବାରେ ସକ୍ଷମ ହୋଇନାହାନ୍ତି। ପ୍ରକୃତରେ ଜାତୀୟ ନିଯୁକ୍ତି ସଂସ୍ଥା ଗଠନର ଲାଭ ଦେଶର କୋଟି କୋଟି ପରୀକ୍ଷାର୍ଥୀଙ୍କୁ ଉପଲବ୍ଧ ହୋଇପାରିବ। କାହିଁକି ନା, ସେମାନେ ଗୋଟିଏ ପରୀକ୍ଷାରେ ଏକାଧିକ ପଦ ପାଇଁ ଆବେଦନ କରିପାରିବେ, ଯାହାଫଳରେ ସେମାନେ ଚାକିରି ପାଇଁ ବାରମ୍ବାର ଆବେଦନ କରିବା ଆଉ ନିର୍ଦ୍ଧାରିତ ଫି’ ଦାଖଲ କରିବା ବୋଝ ତଥା ଝମେଲାରୁ ମୁକ୍ତି ପାଇପାରିବେ। ଏହି ସଂସ୍ଥା ଗଠନ ହେବା ଫଳରେ ବ୍ୟାଙ୍କ ଓ ରେଲଓ୍ବେ ସାଙ୍ଗକୁ କେନ୍ଦ୍ର ସରକାର ଏବଂ ବ୍ୟାଙ୍କ ଆଦି ସାର୍ବଜନୀନ ଉଦ୍ୟୋଗରେ ‘ବି’ ଆଉ ‘ସି’ ଅଣ ପେସାଦାର ପଦପଦବୀରେ ନିଯୁକ୍ତି ସକାଶେ କେବଳ ମାତ୍ର ଗୋଟିଏ ପରୀକ୍ଷା ଅନୁଷ୍ଠିତ ହେବ। ସେଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ଅନ୍ତିମ ପରୀକ୍ଷାରେ ବସିପାରିବ। ଏ ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫାଇନାଲ (ଶେଷ) ପରୀକ୍ଷାରେ ଅସଫଳ ହେଲା ପରେ ମଧ୍ୟ ପୁଣିଥରେ ପ୍ରବେଶିକା ପରୀକ୍ଷା ଦେବାରୁ ଛାଡ କରାଯିବ। ଉଲ୍ଲେଖ ଅନାବଶ୍ୟକ ଯେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏକପ୍ରକାରେ ପ୍ରାଥମିକ ଯୋଗ୍ୟତା ବୋଲି ବିଚାର କରାଯାଏ।
ବଡ କଥା ହେଲା ଏବେ ଚାକିରି ଅନ୍ବେଷଣକାରୀଙ୍କୁ ପରୀକ୍ଷା ଦେବାଲାଗି ଦୂରଦୂରାନ୍ତରେ ଅବସ୍ଥିତ ସହରଗୁଡିକରେ ଆଉ ଅସୁବିଧାର ସାମ୍‌ନା କରିବାକୁ ପଡିବନାହିଁ । ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ବର୍ତ୍ତମାନ ସମଗ୍ର ଦେଶରେ ଏକ ହଜାରରୁ ଅଧିକ ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯିବ। ପ୍ରତିଟି ଜିଲାରେ ମଧ୍ୟ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବାକୁ ପ୍ରୟାସ କରାଯିବ। ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ସାଧାରଣ ଯୋଗ୍ୟତା ପରୀକ୍ଷା ଯୁବଗୋଷ୍ଠୀଙ୍କ ପାଇଁ ବରଦାନ ସଦୃଶ। ଏହି ପ୍ରୟାସରେ ବେକାରିଙ୍କ ସମୟ ଓ ଧନ ନିଶ୍ଚିତ ରୂପେ ସଞ୍ଚିତ ହୋଇପାରିବ। ଏହାଦ୍ୱାରା ଦାରିଦ୍ର୍ୟ ପୃଷ୍ଠଭୂମିର ପ୍ରାର୍ଥୀଙ୍କୁ ଆଶ୍ୱାସନା ମିଳିପାରିବ । ସାଂପ୍ରତିକ ପରିସ୍ଥିତିରେ ପ୍ରାର୍ଥୀଙ୍କୁ ବହୁ ସଂସ୍ଥା ଦ୍ୱାରା ସଞ୍ଚାଳିତ ବିଭିନ୍ନ ପରୀକ୍ଷାରେ ଭାଗ ନେବାକୁ ପଡିଥାଏ ।
ପରୀକ୍ଷା ବାବଦ ଶୁଳ୍କ ବ୍ୟତୀତ ଯାତ୍ରା, ରହଣି, ଖାଇବାପିଇବା ଓ ଅନ୍ୟାନ୍ୟ ଅତିରିକ୍ତ ଖର୍ଚ୍ଚକୁ ବହନ କରିବାକୁ ପଡିଥାଏ। ସାଧାରଣ ଯୋଗ୍ୟତା ପରୀକ୍ଷା (କମନ ଏଲିଜିବିଲିଟି ଟେଷ୍ଟ) ଇତ୍ୟାଦି ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀଙ୍କ ଉପରେ ଆର୍ଥିକ ବୋଝ ବିଶେଷ ରୂପେ ହ୍ରାସପାଇବ। ଏହାଛଡା, ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ଯଥେଷ୍ଟ ଆଶ୍ୱସ୍ତି ମିଳିବ। କାରଣ ବେଳେବେଳେ ସୁଦୂର ସ୍ଥାନରେ ଅବସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ସେମାନଙ୍କୁ ଉପଯୁକ୍ତ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିବାକୁ ପଡିଥାଏ । ପ୍ରତ୍ୟେକ ଜିଲାରେ ପରୀକ୍ଷା କେନ୍ଦ୍ର ରହିଲେ ସାଧାରଣତଃ ଗ୍ରାମାଞ୍ଚଳର ପ୍ରାର୍ଥୀମାନେ ବିଶେଷକରି ମହିଳା ପ୍ରାର୍ଥୀମାନଙ୍କୁ ଅଧିକ ଲାଭ ମିଳିବ। ପୁନଶ୍ଚ ପରୀକ୍ଷା ଲାଗି ପଞ୍ଜୀକରଣ ଅନ୍‌ଲାଇନ ଜରିଆରେ କରାଯାଇପାରିବ। ଉଲ୍ଲେଖନୀୟ କଥା ହେଉଛି ଅତୀତରେ ଚାକିରି ପାଇଁ ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରକୁ ଆସୁଥିବା ପ୍ରାର୍ଥୀଙ୍କୁ ମାରଧର, ପିଟାପିଟି ଓ ଗଣ୍ଡଗୋଳ ଜନିତ ଅଭାବିତ ଘଟଣାମାନ ଘଟିଥିବା ଦେଖିବାକୁ ମିଳିଥିଲା। ଅଧିକନ୍ତୁ ପୃଥକ ପୃଥକ ଭାବେ ନିଯୁକ୍ତି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀ ଓ ସଂସ୍ଥାମାନଙ୍କୁ ଆର୍ଥିକ ବୋଝକୁ ସମ୍ଭାଳିବାକୁ ପଡିଥାଏ। ଏଥିରେ ଥରକୁ ଥର ବ୍ୟୟର ଭାର, ନିୟମ ଓ ବ୍ୟବସ୍ଥା ତଥା ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଓ ପରୀକ୍ଷା ପରିଚାଳନାଗତ ସମସ୍ୟା ଇତ୍ୟାଦି ମନ୍ଦ ଦିଗଗୁଡିକ ଦେଖିବାକୁ ମିଳେ । ଏପରି କି ଏସବୁ ପରୀକ୍ଷାରେ ଅଢେଇରୁ ତିନିକୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି ।
ସାଧାରଣ ଯୋଗ୍ୟତା ପରୀକ୍ଷାରେ ପ୍ରାର୍ଥୀ ଗୋଟିଏ ସାଧାରଣ ଯୋଗ୍ୟତା ପରୀକ୍ଷାରେ କେବଳ ଥରୁଟିଏ ଅଂଶଗ୍ରହଣ କରିବ ତଥା ଉଚ୍ଚ ସ୍ତରର ପରୀକ୍ଷା ପାଇଁ ଏସବୁ ନିଯୁକ୍ତି ସଂସ୍ଥାକୁ ଆବେଦନ କରିପାରିବ। ତେବେ ଏକଥା ସତ ଯେ ଅଲଗା ଅଲଗା ଜିଲାରେ ସମାନ ପଦରେ ନିଯୁକ୍ତି ପାଇଁ ଭିନ୍ନଭିନ୍ନ ପରୀକ୍ଷା ଦେବାଦ୍ୱାରା ବେକାରିଙ୍କ ଉପରେ ଆର୍ଥିକ ଓ ମାନସିକ ବୋଝ ଭାରି ପଡିଥାଏ । ନିଜ ଘରଠାରୁ ବହୁ ଦୂରରେ ଅବସ୍ଥିତ ପରୀକ୍ଷାକେନ୍ଦ୍ରକୁ ଯିବା ଲାଗି ବିଚରା ବେକାରି ପ୍ରାର୍ଥୀଟିଏ ପାଇଁ ଆବଶ୍ୟକ ଟଙ୍କା-ପଇସା ନ ଥାଏ। ପୁଣି ପରୀକ୍ଷା ସମୟ ନିର୍ଘଣ୍ଟ କେତେବେଳେ ଯେ ବଦଳିଯାଏ ତାହା କହିବା ମୁସ୍କିଲ । ମୋଟାମୋଟି ଅଲଗା ଅଲଗା ପରୀକ୍ଷା ଅନୁଷ୍ଠିତ କରିବାଟା ବିଶାଳ ଗଣତାନ୍ତ୍ରିଙ୍କ ରାଷ୍ଟ୍ର ଭାରତର ସଂଘୀୟ ଢାଞ୍ଚାର ଅନୁରୂପ ନୁହେଁ। ଏପରି ସୁବ୍ୟବସ୍ଥିତ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଉଥିବା ନିଯୁକ୍ତି ପରୀକ୍ଷାରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ। ପୁନଶ୍ଚ ନିଯୁକ୍ତି ପରୀକ୍ଷାର ଫଳକୁ ବି ଅତିଶୀଘ୍ର ଘୋଷଣା କରାଯାଇପାରିବ। ଫଳରେ ବିଭାଗଗୁଡିକ ବିଭିନ୍ନ ଚାକିରିରେ ନିଜର ପସନ୍ଦ ମୁତାବକ ଯୋଗ୍ୟପ୍ରାର୍ଥୀଙ୍କୁ ଚୟନ କରିବାକୁ ଉତ୍ତମ ସୁଯୋଗ ପାଇବେ।
ଯୁଗ୍ମସଚିବ, ଓରେରା, ଭୁବନେଶ୍ୱର
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri