ନିଯୁକ୍ତିରେ ସୁଧାର ଓ ଜାତୀୟ ନିୟୋଜନ ସଂସ୍ଥା

ନଗେନ୍ଦ୍ର ନାଥ ପଟ୍ଟନାୟକ

ବିଗତ ବର୍ଷଗୁଡ଼ିକରେ ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି ଘରୋଇ କ୍ଷେତ୍ର, ସବୁଠାରେ ଚାହିଦା ମୁତାବକ ଚାକିରି ଯେ ଖୁବ୍‌ କମ୍‌ । କେନ୍ଦ୍ର ସରକାର ଅଧୀନରେ ହେଉ କି ରାଜ୍ୟ ସରକାର ସରକାରୀ ଚାକିରିଟିଏ ହାତେଇବା ପ୍ରତ୍ୟେକ ଚାକିରି ଅନ୍ବେଷଣକାରୀଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ରହିଥାଏ। ତେବେ ସରକାରୀ ଚାକିରି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି, ଲଗାମହୀନ ଭ୍ରଷ୍ଟାଚାର, ଘୋର ଅନିୟମିତତା ଇତ୍ୟାଦି ଗୁରୁତର ସମସ୍ୟା ବ୍ୟାଘାତ ସୃଷ୍ଟି କରିଥାଏ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଚାକିରି ଓ କର୍ମସଂସ୍ଥାନର ସ୍ବରୂପ କ୍ରମଶଃ ବଦଳିିବାରେ ଲାଗିଛି। ‘ବି’ ଆଉ ‘ସି’ ବର୍ଗର ବେସରକାରୀ ପେସାଦାର ପଦଲାଗି କେନ୍ଦ୍ରୀୟ ସେବାରେ ରୋଜଗାର ଯୋଗାଇ ଦେବା ଦିଗରେ ଜାତୀୟ ନିୟୋଜନ ସଂସ୍ଥା ( ଏନଆରଏ)କୁ ମଞ୍ଜୁରୀ ପ୍ରଦାନ କରି କେନ୍ଦ୍ର ସରକାର ଏକ ବଡ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି।
ସୁତରାଂ ନିଯୁକ୍ତି ପ୍ରକ୍ରିୟାରେ ଏ ପ୍ରକାରର ସଂସ୍କାରରୁ ନିଶ୍ଚିତ ରୂପେ ଆଶାନୁରୂପ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ବାସ୍ତବରେ ଜାତୀୟ ସ୍ତରୀୟ ନିଯୁକ୍ତିରେ ଯୋଗ୍ୟ ପ୍ରାର୍ଥୀକୁ ଚୟନ ଲାଗି ଉଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ତଥା ମଜଭୁତ କରିବା ଦିଗରେ ସରକାରଙ୍କର ଏଭଳି ଠୋସ ପଦକ୍ଷେପ ବେଶ୍‌ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଆମ ଦେଶରେ ପାଖାପାଖି କୋଡିଏଟି ପ୍ରମୁଖ ନିଯୁକ୍ତି ସଂସ୍ଥା ସାଧାରଣତଃ ଏଭଳି ପ୍ରତିଯୋଗିତା ପରୀକ୍ଷାର ଆୟୋଜନ କରିଥାନ୍ତି। ଏମାନଙ୍କ ପରୀକ୍ଷାକେନ୍ଦ୍ର ପୃଥକପୃଥକ ସ୍ଥାନମାନଙ୍କରେ ଅନୁଷ୍ଠିତ ହେବାର ନୀତିଗତ ଭାବେ ସ୍ଥିର କରାଯାଇଥାଏ। ବେଳେବେଳେ ପରୀକ୍ଷାର୍ଥୀଙ୍କୁ ଏଥିପାଇଁ ଅନ୍ୟ ରାଜ୍ୟକୁ ବି ଯିବାକୁ ପଡେ। ତେବେ ଅଧିକାଂଶ ସମୟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏତେ ବଢିଯାଏ ଯେ ସେମାନଙ୍କୁ ରେଳଗାଡି ଓ ବସଗୁଡିକରେ ଯାତ୍ରା କରିବା ଛଡା ଅନ୍ୟ ବିକଳ୍ପ ନ ଥାଏ । ସଂପ୍ରତି କେନ୍ଦ୍ର ସରକାର ଦେଶର ତିନୋଟି ପ୍ରମୁଖ ସଂସ୍ଥା ଯଥା-କର୍ମଚାରୀ ଚୟନ ଆୟୋଗ, ରେଲୱ ନିଯୁକ୍ତି ବୋର୍ଡ ତଥା ବ୍ୟାଙ୍କିଙ୍ଗ୍‌ କାର୍ମିକ ସଂସ୍ଥାଙ୍କୁ ଏନ୍‌ଆର୍‌ଏକୁ ସାଧାରଣ ଯୋଗ୍ୟତା ପରୀକ୍ଷାରେ ସାମିଲ କରିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ସବୁ ବଡବଡ ସଂସ୍ଥା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି।
କେନ୍ଦ୍ର ସରକାରଙ୍କ ଏଭଳି ଦୂରଦର୍ଶୀ ପଦକ୍ଷେପ ତୃଣମୂଳ ସ୍ତରରେ କି ପ୍ରକାର ପରିବର୍ତ୍ତନ ଆଣିବାକୁ ଯାଉଛି ତାହା ଅଧିକାଂଶ ଲୋକ ଏଯାଏ ହୃଦୟଙ୍ଗମ କରିବାରେ ସକ୍ଷମ ହୋଇନାହାନ୍ତି। ପ୍ରକୃତରେ ଜାତୀୟ ନିଯୁକ୍ତି ସଂସ୍ଥା ଗଠନର ଲାଭ ଦେଶର କୋଟି କୋଟି ପରୀକ୍ଷାର୍ଥୀଙ୍କୁ ଉପଲବ୍ଧ ହୋଇପାରିବ। କାହିଁକି ନା, ସେମାନେ ଗୋଟିଏ ପରୀକ୍ଷାରେ ଏକାଧିକ ପଦ ପାଇଁ ଆବେଦନ କରିପାରିବେ, ଯାହାଫଳରେ ସେମାନେ ଚାକିରି ପାଇଁ ବାରମ୍ବାର ଆବେଦନ କରିବା ଆଉ ନିର୍ଦ୍ଧାରିତ ଫି’ ଦାଖଲ କରିବା ବୋଝ ତଥା ଝମେଲାରୁ ମୁକ୍ତି ପାଇପାରିବେ। ଏହି ସଂସ୍ଥା ଗଠନ ହେବା ଫଳରେ ବ୍ୟାଙ୍କ ଓ ରେଲଓ୍ବେ ସାଙ୍ଗକୁ କେନ୍ଦ୍ର ସରକାର ଏବଂ ବ୍ୟାଙ୍କ ଆଦି ସାର୍ବଜନୀନ ଉଦ୍ୟୋଗରେ ‘ବି’ ଆଉ ‘ସି’ ଅଣ ପେସାଦାର ପଦପଦବୀରେ ନିଯୁକ୍ତି ସକାଶେ କେବଳ ମାତ୍ର ଗୋଟିଏ ପରୀକ୍ଷା ଅନୁଷ୍ଠିତ ହେବ। ସେଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ଅନ୍ତିମ ପରୀକ୍ଷାରେ ବସିପାରିବ। ଏ ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫାଇନାଲ (ଶେଷ) ପରୀକ୍ଷାରେ ଅସଫଳ ହେଲା ପରେ ମଧ୍ୟ ପୁଣିଥରେ ପ୍ରବେଶିକା ପରୀକ୍ଷା ଦେବାରୁ ଛାଡ କରାଯିବ। ଉଲ୍ଲେଖ ଅନାବଶ୍ୟକ ଯେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏକପ୍ରକାରେ ପ୍ରାଥମିକ ଯୋଗ୍ୟତା ବୋଲି ବିଚାର କରାଯାଏ।
ବଡ କଥା ହେଲା ଏବେ ଚାକିରି ଅନ୍ବେଷଣକାରୀଙ୍କୁ ପରୀକ୍ଷା ଦେବାଲାଗି ଦୂରଦୂରାନ୍ତରେ ଅବସ୍ଥିତ ସହରଗୁଡିକରେ ଆଉ ଅସୁବିଧାର ସାମ୍‌ନା କରିବାକୁ ପଡିବନାହିଁ । ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ବର୍ତ୍ତମାନ ସମଗ୍ର ଦେଶରେ ଏକ ହଜାରରୁ ଅଧିକ ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯିବ। ପ୍ରତିଟି ଜିଲାରେ ମଧ୍ୟ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବାକୁ ପ୍ରୟାସ କରାଯିବ। ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ସାଧାରଣ ଯୋଗ୍ୟତା ପରୀକ୍ଷା ଯୁବଗୋଷ୍ଠୀଙ୍କ ପାଇଁ ବରଦାନ ସଦୃଶ। ଏହି ପ୍ରୟାସରେ ବେକାରିଙ୍କ ସମୟ ଓ ଧନ ନିଶ୍ଚିତ ରୂପେ ସଞ୍ଚିତ ହୋଇପାରିବ। ଏହାଦ୍ୱାରା ଦାରିଦ୍ର୍ୟ ପୃଷ୍ଠଭୂମିର ପ୍ରାର୍ଥୀଙ୍କୁ ଆଶ୍ୱାସନା ମିଳିପାରିବ । ସାଂପ୍ରତିକ ପରିସ୍ଥିତିରେ ପ୍ରାର୍ଥୀଙ୍କୁ ବହୁ ସଂସ୍ଥା ଦ୍ୱାରା ସଞ୍ଚାଳିତ ବିଭିନ୍ନ ପରୀକ୍ଷାରେ ଭାଗ ନେବାକୁ ପଡିଥାଏ ।
ପରୀକ୍ଷା ବାବଦ ଶୁଳ୍କ ବ୍ୟତୀତ ଯାତ୍ରା, ରହଣି, ଖାଇବାପିଇବା ଓ ଅନ୍ୟାନ୍ୟ ଅତିରିକ୍ତ ଖର୍ଚ୍ଚକୁ ବହନ କରିବାକୁ ପଡିଥାଏ। ସାଧାରଣ ଯୋଗ୍ୟତା ପରୀକ୍ଷା (କମନ ଏଲିଜିବିଲିଟି ଟେଷ୍ଟ) ଇତ୍ୟାଦି ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀଙ୍କ ଉପରେ ଆର୍ଥିକ ବୋଝ ବିଶେଷ ରୂପେ ହ୍ରାସପାଇବ। ଏହାଛଡା, ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ଯଥେଷ୍ଟ ଆଶ୍ୱସ୍ତି ମିଳିବ। କାରଣ ବେଳେବେଳେ ସୁଦୂର ସ୍ଥାନରେ ଅବସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ସେମାନଙ୍କୁ ଉପଯୁକ୍ତ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିବାକୁ ପଡିଥାଏ । ପ୍ରତ୍ୟେକ ଜିଲାରେ ପରୀକ୍ଷା କେନ୍ଦ୍ର ରହିଲେ ସାଧାରଣତଃ ଗ୍ରାମାଞ୍ଚଳର ପ୍ରାର୍ଥୀମାନେ ବିଶେଷକରି ମହିଳା ପ୍ରାର୍ଥୀମାନଙ୍କୁ ଅଧିକ ଲାଭ ମିଳିବ। ପୁନଶ୍ଚ ପରୀକ୍ଷା ଲାଗି ପଞ୍ଜୀକରଣ ଅନ୍‌ଲାଇନ ଜରିଆରେ କରାଯାଇପାରିବ। ଉଲ୍ଲେଖନୀୟ କଥା ହେଉଛି ଅତୀତରେ ଚାକିରି ପାଇଁ ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରକୁ ଆସୁଥିବା ପ୍ରାର୍ଥୀଙ୍କୁ ମାରଧର, ପିଟାପିଟି ଓ ଗଣ୍ଡଗୋଳ ଜନିତ ଅଭାବିତ ଘଟଣାମାନ ଘଟିଥିବା ଦେଖିବାକୁ ମିଳିଥିଲା। ଅଧିକନ୍ତୁ ପୃଥକ ପୃଥକ ଭାବେ ନିଯୁକ୍ତି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀ ଓ ସଂସ୍ଥାମାନଙ୍କୁ ଆର୍ଥିକ ବୋଝକୁ ସମ୍ଭାଳିବାକୁ ପଡିଥାଏ। ଏଥିରେ ଥରକୁ ଥର ବ୍ୟୟର ଭାର, ନିୟମ ଓ ବ୍ୟବସ୍ଥା ତଥା ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଓ ପରୀକ୍ଷା ପରିଚାଳନାଗତ ସମସ୍ୟା ଇତ୍ୟାଦି ମନ୍ଦ ଦିଗଗୁଡିକ ଦେଖିବାକୁ ମିଳେ । ଏପରି କି ଏସବୁ ପରୀକ୍ଷାରେ ଅଢେଇରୁ ତିନିକୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି ।
ସାଧାରଣ ଯୋଗ୍ୟତା ପରୀକ୍ଷାରେ ପ୍ରାର୍ଥୀ ଗୋଟିଏ ସାଧାରଣ ଯୋଗ୍ୟତା ପରୀକ୍ଷାରେ କେବଳ ଥରୁଟିଏ ଅଂଶଗ୍ରହଣ କରିବ ତଥା ଉଚ୍ଚ ସ୍ତରର ପରୀକ୍ଷା ପାଇଁ ଏସବୁ ନିଯୁକ୍ତି ସଂସ୍ଥାକୁ ଆବେଦନ କରିପାରିବ। ତେବେ ଏକଥା ସତ ଯେ ଅଲଗା ଅଲଗା ଜିଲାରେ ସମାନ ପଦରେ ନିଯୁକ୍ତି ପାଇଁ ଭିନ୍ନଭିନ୍ନ ପରୀକ୍ଷା ଦେବାଦ୍ୱାରା ବେକାରିଙ୍କ ଉପରେ ଆର୍ଥିକ ଓ ମାନସିକ ବୋଝ ଭାରି ପଡିଥାଏ । ନିଜ ଘରଠାରୁ ବହୁ ଦୂରରେ ଅବସ୍ଥିତ ପରୀକ୍ଷାକେନ୍ଦ୍ରକୁ ଯିବା ଲାଗି ବିଚରା ବେକାରି ପ୍ରାର୍ଥୀଟିଏ ପାଇଁ ଆବଶ୍ୟକ ଟଙ୍କା-ପଇସା ନ ଥାଏ। ପୁଣି ପରୀକ୍ଷା ସମୟ ନିର୍ଘଣ୍ଟ କେତେବେଳେ ଯେ ବଦଳିଯାଏ ତାହା କହିବା ମୁସ୍କିଲ । ମୋଟାମୋଟି ଅଲଗା ଅଲଗା ପରୀକ୍ଷା ଅନୁଷ୍ଠିତ କରିବାଟା ବିଶାଳ ଗଣତାନ୍ତ୍ରିଙ୍କ ରାଷ୍ଟ୍ର ଭାରତର ସଂଘୀୟ ଢାଞ୍ଚାର ଅନୁରୂପ ନୁହେଁ। ଏପରି ସୁବ୍ୟବସ୍ଥିତ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଉଥିବା ନିଯୁକ୍ତି ପରୀକ୍ଷାରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ। ପୁନଶ୍ଚ ନିଯୁକ୍ତି ପରୀକ୍ଷାର ଫଳକୁ ବି ଅତିଶୀଘ୍ର ଘୋଷଣା କରାଯାଇପାରିବ। ଫଳରେ ବିଭାଗଗୁଡିକ ବିଭିନ୍ନ ଚାକିରିରେ ନିଜର ପସନ୍ଦ ମୁତାବକ ଯୋଗ୍ୟପ୍ରାର୍ଥୀଙ୍କୁ ଚୟନ କରିବାକୁ ଉତ୍ତମ ସୁଯୋଗ ପାଇବେ।
ଯୁଗ୍ମସଚିବ, ଓରେରା, ଭୁବନେଶ୍ୱର
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?