Posted inଖେଳ

ସେରେନା ଜିତିଲେ, ଭେନସ ହାରିଲେ

ନୁୟର୍କ, ୩।୯(ଏପି)- ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସ ବିଜୟୀ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଭେନସ ପରାଜିତ ହୋଇଛନ୍ତି। ଚଳିତ ମାସରେ ୩୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସେରେନା ପ୍ରଥମ ରାଉଣ୍ଡରେ କ୍ରିଷ୍ଟି ଆହନ୍‌ଙ୍କୁ ୭-୫, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୟୁଏସ ଓପନରେ ଏହାଥିଲା ତାଙ୍କର ୧୦୨ତମ ବିଜୟ। ଏଥିସହ ପେସାଦାର ଯୁଗରେ ସେ ସର୍ବାଧିକ ମ୍ୟାଚ ବିଜୟରେ କ୍ରିସ୍‌ ଏଭର୍ଟଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଅନ୍ୟପକ୍ଷରେ ୪୦ ବର୍ଷୀୟା ଭେନସ ନିଜର ୨୨ଥର ପଦାର୍ପଣରେ ପ୍ରଥମଥର ପାଇଁ ପ୍ରଥମ ରାଉଣ୍ଡରେ କାରୋଲିନା ମୁଚୋଭାଙ୍କଠାରୁ ୩-୬, ୫-୭ ସେଟ୍‌ରେ ହାରି ଯାଇଛନ୍ତି। ଗତ ୫ଟି ଗ୍ରାଣ୍ଡସ୍ଲାମରୁ ୪ର୍ଥ ଥରପାଇଁ ଭେନସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି ଦୀର୍ଘ ୮ ବର୍ଷ ପରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା କିମ୍‌ କ୍ଲାଇଷ୍ଟର୍ସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେ ଏକ୍‌ଟେରିନା ଆଲେକ୍ସାଣ୍ଡ୍ରୋଭାଙ୍କଠାରୁ ୬-୩, ୫-୭, ୧-୬ ସେଟ୍‌ରେ ପରାଜିତ ହୋଇଛନ୍ତି। ପୂର୍ବତନ ଚାମ୍ପିୟନ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ କିନ୍ତୁ ନିଜର ପ୍ରଥମ ରାଉଣ୍ଡ ମ୍ୟାଚରେ ରୋମାନିଆର ମିହାଲା ବୁଜାର୍ନେସ୍କୁଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ୨୦୧୭ରେ ସ୍ଲୋଆନେ ଏଠାରେ ଟାଇଟଲ ହାସଲ କରିଥିଲେ।
ମୁରେଙ୍କ କଷ୍ଟସାଧ୍ୟ ବିଜୟ
ବ୍ରିଟେନର ଆଣ୍ଡି ମୁରେ କଷ୍ଟସାଧ୍ୟ ବିଜୟ ସହ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ପାଖାପାଖି ୨୦ ମାସପରେ ପ୍ରଥମ ଗ୍ରାଣ୍ଡସ୍ଲାମ ଖେଳୁଥିବା ମୁରେ ପ୍ରଥମ ୨ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥିଲେ। ଆର୍ଥର ଆଶ୍‌ ଷ୍ଟାଡିୟମରେ ୪ ଘଣ୍ଟା ୩୯ ମିନିଟଧରି ଚାଲିଥିବା ମ୍ୟାଚରେ ଜାପାନର ୟୋଶିହିତୋ ନିଶିଓକାଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇବାପରେ ସେ ୪-୬, ୪-୬, ୭-୬(୫), ୭-୬(୪), ୬-୪ ସେଟ୍‌ରେ ବିଜୟ ହାସଲ କରିଥିଲେ। ମ୍ୟାଚ ପରେ ମୁରେ ଆଇସ୍‌ ବାଥ୍‌ କରିଥିଲେ। ଗତବର୍ଷ ଏହି ପ୍ରତିଯୋଗିତାରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଡାନିଲ ମେଡଭେଡେଭ ଏଥର ପ୍ରଥମ ରାଉଣ୍ଡରେ ଫେଡରିକୋ ଡେଲବୋନିସଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?