Posted inଜାତୀୟ

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ଷ୍ଟାଲିନ

ନୂଆଦିଲ୍ଲୀ, ୨।୫: ତାମିଲନାଡୁ ନିର୍ବାଚନରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି। ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଡିଏମ୍‌କେ ମେଣ୍ଟ ୧୪୮ ଆସନରେ ଆଗୁଆ ରହିଛି। ଦଳର ଏହି ସଫଳତା ପାଇଁ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଷ୍ଟାଲିନ ପ୍ରଥମ ଥର ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଶାସକ ଏଆଇଏଡିଏମ୍‌କେ ୮୫ ଆସନରେ ସୀମିତ ରହିଛି। ଅଭିନେତା କମଲ ହାସନଙ୍କ ମକ୍କଲ ନିଧି ମୈୟମ (ଏମ୍‌ଏନ୍‌ଏମ୍‌) ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ ହେଁ ଖାତା ଖୋଲିପାରି ନାହିଁ।
ଡିଏମ୍‌କେ ୧୦ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଥିଲା। ଏଥର ପ୍ରଥମ ଥର ପାଇଁ ଦୁଇ ପ୍ରମୁଖ ଦଳ ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ସେମାନଙ୍କ ତୁଙ୍ଗ ନେତା ଜୟଲଲିଥା ଏବଂ ଏମ୍‌. କରୁଣାନିଧିଙ୍କ ବିନା ନିର୍ବାଚନ ଲଢ଼ିଥିଲେ। ୨୦୧୬ରେ ଜୟଲଲିଥାଙ୍କ ପରଲୋକ ହୋଇଥିବା ବେଳେ ୨୦୧୮ରେ କରୁଣାନିଧିଙ୍କ ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବଡ଼ ହଲଚଲ! ବୈଠକ ଡାକିଲେ ଉପସଭାପତି, କହିଲେ….

ଭୁବନେଶ୍ବର,୮।୬: ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି ।…

ମମତାଙ୍କୁ ପୁଣି ଲାଗିବ ଶକ୍ତ ଧକ୍କା! ପଶ୍ଚିମବଙ୍ଗ ପରେ ଏବେ…

କୋଲକାତା,୮।୬: ପଶ୍ଚିମବଙ୍ଗ ପରେ, ତୃଣମୂଳ କଂଗ୍ରେସ (TMC) ଏବେ ଦିଲ୍ଲୀରେ ମଧ୍ୟ ଝଟକା ପାଇପାରେ। TMC ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ INDIA ମେଣ୍ଟ ବୈଠକରେ ଯୋଗଦେବା…

ମିଲ୍କି ୱେ ବ୍ଲାକ୍‌ ହୋଲ୍‌ରୁ ବାହାରୁଛି ଶକ୍ତିଶାଳୀ ପବନ

ନୂଆଦିଲ୍ଲୀ/ୱାଶିଂଟନ,୮ା୬: ମହାକାଶ ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ଆମ ଗାଲାକ୍ସି ଅର୍ଥାତ୍‌ ‘ମିଲ୍କି ୱେ’ (ଛାୟାପଥ)ର କେନ୍ଦ୍ରସ୍ଥଳରେ ଥିବା ସୁପରମାସିଭ୍‌ ବ୍ଲାକ୍‌ ହୋଲ୍‌ ‘ସାଜିଟେରିଅସ୍‌…

ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ

ରାଉରକେଲା,୮ା୬(ସଙ୍ଗୀତା ଜେନା): ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଏସଆଇଆର ସଚେତନତା, ଦେଢ଼ କିଲୋମିଟର ପଦଯାତ୍ରା କଲେ ଉପଜିଲାପାଳ

କେସିଙ୍ଗା,୮।୬(ତୁମେଶ୍ୱର ସାହୁ): ରାଜ୍ୟରେ ସ୍ଵତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର)୨୦୨୬ ଯୋଗ୍ୟ ଭୋଟରମାନଙ୍କ ନାମ ଯେମିତି ନ କଟିବ ସେଥିପାଇଁ କଳାହାଣ୍ଡି ଉପ ଜିଲାପାଳଙ୍କ ନିଆରା ପ୍ରୟାସ…

ଗିରଫ ହେଲେ TMCର ‘ପୁଷ୍ପା’

କୋଲକାତା,୮।୬: ପଶ୍ଚିମବଙ୍ଗ ପୋଲିସ TMC ନେତା ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି। ‘ପୁଷ୍ପା’ ଚରିତ୍ର ସହିତ ନିଜକୁ ତୁଳନା କରିଥିବା ଖାନ ଶୁଭେନ୍ଦୁ ଅଧିକାରୀଙ୍କୁ ଭୟ କରି…

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା, ଆଜି ଏହି ୭ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର,୮।୬: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri