Posted inଜାତୀୟ

ରାଜସ୍ଥାନରେ ଅଚଳାବସ୍ଥା ଜାରି

ଜୟପୁର,୨୭ା୭(ପି.ଟି.): ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି। ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟ କ୍ୟାବିନେଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏକ ସଂଶୋଧିତ ପ୍ରସ୍ତାବ ଦେଇଛି। ଶନିବାର ରାତିରେ ଉକ୍ତ ପ୍ରସ୍ତାବ ଆସିଥିତ୍ବା ରାଜଭବନ ସୂତ୍ରରୁ ଜଣାପଡିଛି। ତେବେ ପ୍ରସ୍ତାବରେ ଆସ୍ଥାଭୋଟ ସମ୍ପର୍କରେ କିଛି ଲେଖାଯାଇନାହିଁ। କରୋନା ମହାମାରୀ ସମ୍ପର୍କରେ ଆଲୋଚନା ପାଇଁ ଅଧିବେଶନ ଡାକିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧିବେଶନ ଡାକିବା ପାଇଁ ଶୁକ୍ରବାର ପ୍ରସ୍ତାବ ଦେଇଥିଲେ ହେଁ ସେଥିରେ ତାରିଖ ଓ କାରଣ ଉଲ୍ଲେଖ ନ ଥିବାରୁ ରାଜ୍ୟପାଳ ତାହାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ କଂଗ୍ରେସ ବିଧାୟକମାନେ ରାଜଭବନ ପରିସରରେ ୫ ଘଣ୍ଟା ଧାରଣାରେ ବସିଥିଲେ। ଗେହଲଟ କହିଛନ୍ତି, ତାଙ୍କୁ ସମର୍ଥନ ଦେଉଥିବା କେତେଜଣ ବିଧାୟକ ଗୁରୁଗ୍ରାମରେ ବିଦ୍ରୋହୀ କ୍ୟାମ୍ପ୍‌ରେ ରହିଯାଇଛନ୍ତି। ସେମାନେ ଜୟପୁର ଫେରିଲେ ତାଙ୍କ ସମର୍ଥକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଇତିମଧ୍ୟରେ ରାଜସ୍ଥାନ ପ୍ରସଙ୍ଗକୁ ନେଇ କଂଗ୍ରେସ ସୋମବାରଠାରୁ ଭାଜପା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଯୋଜନା କରୁଛି।
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କର ୧୮ ଅନୁଗତ ବିଧାୟକ ବିଦ୍ରୋହ କରିବାରୁ ରାଜସ୍ଥାନ କଂଗ୍ରେସ ସରକାର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ବିଧାନସଭା ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଚାହୁଁଛନ୍ତି। ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଅଧିବେଶନ ଡାକିବାରେ ବିଳମ୍ବ କରୁଥିବା କଂଗ୍ରେସ ରବିବାର ଅଭିଯୋଗ କରିଛି। ରାଜ୍ୟପାଳ ନିଜ ଇଚ୍ଛାରେ କିଛି କରିପାରିବେ ନାହିଁ। କ୍ୟାବିନେଟ ସୁପାରିସ୍‌କୁ ତାଙ୍କୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭି କହିଛନ୍ତି। ଉଦ୍ଦେଶ୍ୟମୂଳକଭାବେ ଅଧିବେଶନ ଡକାଯାଉ ନ ଥିବାରୁ ଏହା ପଛରେ କେନ୍ଦ୍ର ସରକାରର ଶୀର୍ଷ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିବା ନିଃସନ୍ଦେହ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri