Posted inଫୁରସତ

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆକ୍ସନ ମୋଡ୍‌ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍‌ସିବି ପକ୍ଷରୁ ରେଡ୍‌ କରାଯାଇଥିଲା। ପରେ ରିୟାଙ୍କ ଭାଇ ସୌଭିକ ଏବଂ ଅନ୍ୟ ସାଥୀଙ୍କୁ ଗିରଫ କରାଯାଇଥିଲା। ଏସବୁ ମଧ୍ୟରେ ଏନ୍‌ସିବି ଟିମ୍‌କୁ ଲିଡ୍‌ କରୁଥିବା ଆଇଆର୍‌ଏସ୍‌ ଅଫିସର ସମୀର ଓ୍ବାଙ୍ଖଡେ ଚର୍ଚ୍ଚାରେ।

ସମୀର ୨୦୦୮ ବ୍ୟାଚ୍‌ର ଜଣେ ଆଇଆର୍‌ଏସ୍‌ ଅଫିସର। ସେ ପ୍ରଥମେ କଷ୍ଟମ ବିଭାଗରେ କାମ କରୁଥିଲେ। ଭାରତୀୟ ରାଜସ୍ବ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ବମ୍ବେର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଡେପୁଟି କଷ୍ଟମ କମିଶନର ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କର ବଦଳି ଏନ୍‌ସିବିକୁ ହୋଇଛି। ଦୁଇବର୍ଷ ମଧ୍ୟରେ ସେ ୧୭ହଜାର କୋଟି ଟଙ୍କାର ଡ୍ରଗ୍ସକୁ ଜବତ କରିବାରେ ସଫଳ ହୋଇଛନ୍ତି।

ବଲିଉଡ୍‌ର ଅନେକ ପ୍ରମୁଖ ବ୍ୟକ୍ତି, ଯେପରିକି ଅନୁରାଗ କଶ୍ୟପ, ବିବେକ ଓବରୟ, ରାମଗୋପାଳ ବର୍ମାଙ୍କ ଘରେ ସେ ଚଢ଼ାଉ କରିସାରିଛନ୍ତି। ୨୦୧୩ରେ ସେ ମିକା ସିଂହଙ୍କୁ ଅଘୋଷିତ ବିଦେଶୀ ମୁଦ୍ରା ସହ ଧରିଥିଲେ। ସେ ଅଭିନେତ୍ରୀ କ୍ରାନ୍ତି ରେଡ୍‌କରଙ୍କୁ ବିବାହ କରିଛନ୍ତି। ୨୦୧୭ରେ ଉଭୟଙ୍କ ବିବାହ ହୋଇଥିଲା। କ୍ରାନ୍ତିଜଣେ ମରାଠି ଅଭିନେତ୍ରୀ। ପ୍ରକାଶ ଝାଙ୍କ ଚଳଚ୍ଚିତ୍ର ଗଙ୍ଗାଜଳରେ ସେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧ ମୁଦି ୮.୭୫ କୋଟି

ଓ୍ବାଶିଂଟନ: ହଲିଉଡ ଷ୍ଟାର ଜେନିଫର୍‌ ଲୋପେଜ୍‌ ତାଙ୍କ ଲଭଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରେମିକ ଆଲେକ୍ସ ରୋଡ୍ରିଗୁଏଜ୍‌ଙ୍କ ସହ ଜେନିଫରଙ୍କର ବ୍ରେକଅପ ହୋଇଯାଇଛି। ବ୍ରେକଅପ୍‌ ପରେ...

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।...

ପ୍ରଥମ ଦରମାରେ ଘର ପାଇଁ ମିଠା କିଣିଥିଲି: ମଧୁସୂଦନ ଦାଶ

କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ଗାଁରେ ମୋ ଜନ୍ମ। ବାଲିଆ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ...

ଦେହସାରା ପତାକା ଟାଟୁ

ଦିଲ୍ଲୀର ହର ପ୍ରକାଶ ରିଶି। ବୟସ ୭୫ ବର୍ଷରୁ ଉର୍ଦ୍ଧ୍ୱ। ହେଲେ ତାଙ୍କ ଭିତରେ ଭରି ରହିଛି ରେକର୍ଡ କରିବାର ନିଶା। ଫଳରେ ତାଙ୍କ ନାମରେ...

୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ...

ଛାତ୍ରଙ୍କ ହେୟାରଷ୍ଟାଇଲ ଦେଖି ଶିକ୍ଷକ ରାଗି ପଞ୍ଚମ, କହିଲେ…

ଲଣ୍ଡନ,୧୧।୩: ଲକ୍‌ଡାଉନ୍‌ ପରେ ଇଂଲଣ୍ଡର କେତେକ ସହରରେ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ପରେ ଜଣେ ଛାତ୍ରଙ୍କ ହେୟାରଷ୍ଟାଇଲ୍‌ ଦେଖି ଶିକ୍ଷକ ରାଗି ପାଚି...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ଇଡଲି ଆମ୍ମାଙ୍କୁ ବଡ଼ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ଚେନ୍ନାଇ,୮।୫: ତାମିଲନାଡୁର ଭାଡିଭେଲାମପାଲାୟାମର ବାସିନ୍ଦା ଏମ କମଲାଥଲଙ୍କୁ ମାତୃ ଦିବସରେ ବଡ଼ ଉପହାର ମିଳିଛି। ଇଡଲି ଆମ୍ମା ନାମରେ ଜଣାଶୁଣା କମଲାଥଲଙ୍କୁ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ...

Advertisement
Archives

Model This Week