ଶ୍ରୀସମ୍ବେଦ ଶିଖର

ସୁଧିରାଜ ରାଉତ

ଶ୍ରୀସମ୍ବେଦ ଶିଖରକୁ ନିଜ ମୂଳ ଚୈତନ୍ୟରେ ସଂରକ୍ଷିତ ରଖିବା ପାଇଁ ଦାବି ଏହା କେବଳ ଜୈନ ଅନୁଗାମୀଙ୍କ ସ୍ବର ନୁହେଁ,ନୀରବିଗଲେ ଶୁଣିହେବ ଏହା ଭାରତ ଆତ୍ମାର ସ୍ବର। ଯେଉଁ ପାବନଭୂମିରେ ଚବିଶ ତୀର୍ଥକରଙ୍କ ମଧ୍ୟରୁ କୋଡ଼ିଏ ତୀର୍ଥକର ମହାନିର୍ବାଣ ନେଇଛନ୍ତି ସେଇ ଭୂମି କେତେ ଯେ କରୁଣାମୟ, କ୍ରାନ୍ତିମୟ, କେତେ ଯେ କଳୁଷ ନାଶକ ଏହାକୁ ଶବ୍ଦରେ କହିବା ସମ୍ଭବ ନୁହେଁ। ସେହି ଅସାଧାରଣ ଭୂଖଣ୍ଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ହେଉଛି ଆମ ଦାସତ୍ୱ ପ୍ରମାଣର ଉଦ୍‌ଘୋଷଣା। ଆଜି ବି ଆମେ କେତେ ୟୁରୋପୀ ଆଚରଣର ଅନୁଗାମୀ ଓ ଭାରତବର୍ଷ ଆତ୍ମାଠାରୁ କେତେ ଦୂରରେ ରହିଛୁ ଏହା ତା’ର ପ୍ରତ୍ୟକ୍ଷ ପ୍ରମାଣ।
ମକା କ’ଣ ବିଶ୍ୱ ପର୍ଯ୍ୟଟନ ତାଲିକାଭୁକ୍ତ ?
ଭାଟିକାନ୍‌ ସିଟି କ’ଣ ପର୍ଯ୍ୟଟନ ସ୍ଥଳୀ? ଧନ୍ୟରେ ଭାରତର ଦାୟାଦ! ଶ୍ରୀସମ୍ବେଦ ଶିଖରକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କଲ। ପର୍ଯ୍ୟଟନ ସ୍ଥଳୀ ଯେଉଁଠି ମଣିଷ ମଉଜ କରିବାକୁ ଯାଏ, ତୀର୍ଥକ୍ଷେତ୍ର ଯେଉଁଠିକୁ ମଣିଷ ଉତ୍ତରଣ ପାଇଁ ଯାଏ। ପର୍ଯ୍ୟଟନ ସ୍ଥଳୀ ଯେଉଁଠି ମଣିଷ ମଦମାଂସରେ ସ୍ନାନକରେ, ତୀର୍ଥକ୍ଷେତ୍ର ଯେଉଁଠି ମଣିଷ ଚୈତନ୍ୟରେ ଶୁଦ୍ଧ ହୁଏ। ଏଇ ବିରାଟ ପ୍ରଭେଦକୁ କ’ଣ ବର୍ତ୍ତମାନ ଭାରତର ଭାଗ୍ୟବିଧାତାମାନେ ଦେଖିପାରିଲେ ନାହିଁ?
ଯେଉଁ ଆବ୍ରାହିମ ଧର୍ମ ଶାଖା ସମୂହ ଭୟର ଭୂଗୋଳରେ ନିଜ ଚଉତରା ଗଢ଼ିଛନ୍ତି, ସଇତାନ ଆଉ ଈଶ୍ୱର, ସ୍ବର୍ଗ ଆଉ ନର୍କ, ପ୍ରାର୍ଥନା ଆଉ କ୍ଷମା ଯାଚନା ..ଏଇ ଖୁଣ୍ଟ ଆଉ ପଘାରେ ମଣିଷ ଆତ୍ମାକୁ ମଣକରି ରଖିଛନ୍ତି ସେମାନେ ବି ନିଜ ପୁଣ୍ୟସ୍ଥଳୀକୁ ସାର୍ବଜନୀନ ଭୂମି କରିନାହାନ୍ତି,ପର୍ଯ୍ୟଟନ ସ୍ଥଳୀ କହିନାହାନ୍ତି। ଅଥଚ ସନାତନ ଧର୍ମ, ଆର୍ଯ୍ୟ ଭୂଖଣ୍ଡର ସମସ୍ତ ଧର୍ମ ତା’ର ପାବନ ଭୂମିକୁ ତା’ ଉତ୍ତରଣର ଶିଖର ସବୁକୁ ମଉଜ ମସ୍ତିର ଭୂମି କିଭଳି ଘୋଷଣା କରିବ ? ଭାରତ ସରକାର କ’ଣ ତା’ ସୁନା, ହୀରାଖଣିକୁ ସାର୍ବଜନୀନ ଭୂମି ଏବଂ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବେ କି ? ସୁନା, ହୀରା ଖଣିଠାରୁ ଏ ତପଭୂମି ଏ କ୍ଷେତ୍ର ଆଉ ଧାମ ସବୁ କ’ଣ ବର୍ତ୍ତମାନ ସରକାରଙ୍କ ପାଇଁ କମ୍‌ ମୂଲ୍ୟବାନ୍‌ କି ? ଗୋଟିଏ ବିଜ୍ଞାନାଗାରକୁ ଯଦି ସର୍ବସାଧାରଣ ମଉଜ ମସ୍ତି କରିବାକୁ ଯାଆନ୍ତି ତାହା କ’ଣ ଆଉ ବିଜ୍ଞାନାଗାର ହୋଇ ରହିବ। ମନେରଖ, ନବଭାରତ ନିୟମ ପ୍ରଣେତାମାନେ! ଏଇ କ୍ଷେତ୍ରସବୁ ଚେତନାର ବିଜ୍ଞାନାଗାର। ଅନ୍ତଃଜୀବନ ପରୀକ୍ଷାଗାର, ଭବିଷ୍ୟ ମଣିଷ ନିର୍ମାଣର ନାସା ଆଉ ଇସ୍ରୋ।
ଶ୍ରୀସମ୍ବେଦ ଶିଖରର ଦିଗ୍‌ବଳୟ ଡେଇଁ ବହୁଦୂର ଅହିଂସା ଆଉ ଅନାସକ୍ତିର ମନ୍ତ୍ର ଉଚ୍ଚାରିତ ହେଉଛି, ସାଧନା ଆଉ ସିଦ୍ଧିର ସୂତ୍ର ଟଙ୍ଗା ହୋଇଛି। ଏଇ ଭୂଖଣ୍ଡକୁ ଏବେ ପର୍ଯ୍ୟଟନ ସ୍ଥଳ ଘୋଷଣା ସହ କେହି ବି ଏଠି ହୋଟେଲ ଖୋଲିପାରିବ, ମଦମାଂସ ପସରା ମେଲିପାରିବ। ମୋର ପରିଚିତ ସକଳ ଜୈନ ବନ୍ଧୁ ଯେଉଁମାନେ ମାଛମାଂସ କଟାହେଉଥିବା ରାସ୍ତାରେ ଯିବାକୁ ଅମଙ୍ଗ ହୁଅନ୍ତି ସେଇ ଅନୁଗାମୀଙ୍କ ପବିତ୍ର ଭୂମିକୁ କିଭଳି ପ୍ରଶାସନ ମଦମାଂସ ଚରାଭୂଇଁ କରିବାକୁ ଅନୁମତି ଦେଲା ? ଏ ଅନୁମତିକୁ କେବଳ ପ୍ରତ୍ୟାହାର କରିନେଲେ ପର୍ଯ୍ୟାପ୍ତ ହେବନି, ଏ ଅନୁମୋଦନକାରୀଙ୍କୁ ସମଗ୍ର ଦେଶ ପାଖେ କ୍ଷମା ଯାଚନା କରିବାକୁ ହେବ ଏବଂ ସଂସଦରେ ଗୃହୀତ କରିବାକୁ ହେବ ଏ ଭୂମି ସବୁ, ଏ ଶିଖର ସବୁ ଦିଗ୍‌ବଳୟ ଯାଏ ଚେତନାର ବିଜ୍ଞାନାଗାର ହୋଇ ରହିବ,ମଣିଷକୁ ଦେବତା କରିବାର ପରୀକ୍ଷାଗାର ହୋଇ ରହିବ।
ଜୈନଧର୍ମ ଓ ଦର୍ଶନ ଜଗତକୁ କ’ଣ ଦେଇଛି ଲେଖି ବସିଲେ ଅନେକ ବହି ହେବ। ବୁଦ୍ଧ ଓ ଜୈନ ଦର୍ଶନରେ ମୌଳିକ ଭିନ୍ନତା ହେଉଛି ନିରୀଶ୍ୱରବାଦ ଓ ଈଶରବାଦ ମଧ୍ୟର ଦୂରତା। ଗାନ୍ଧିଜୀଙ୍କ ଅହିଂସା ଏବଂ ଜୈନ ଅହିଂସା ମଧ୍ୟରେ ପ୍ରଭେଦ ଏତିକି ଗାନ୍ଧିଜୀଙ୍କ ଅହିଂସା,ଉପବାସ ଅନ୍ୟକୁ ବାଧ୍ୟକରେ ତାଙ୍କ ସର୍ତ୍ତକୁ ସ୍ବୀକାର କରିବାକୁ, କିନ୍ତୁ ଜୈନର ଅହିଂସା, ଉପବାସ ନିଜ ନିମ୍ନ ପ୍ରବୃତ୍ତିକୁ ବାଧ୍ୟକରେ ଉତ୍ତରଣ ପାଇଁ। ଅଳ୍ପରେ କହିଲେ – ଏ ମାର୍ଗ ଅନେକ ସକାରାତ୍ମକ ଚୈତନ୍ୟର ଏକ ଅସାଧାରଣ ଯୋଗଫଳ। ଘଟଣାଟିଏ ମନେପଡୁଛି। ଜଣେ ଚିତ୍ରକର ନିଜ ଚିତ୍ରପଟକୁ ନେଇ ଯାଉଥାଏ, ଦୁଇ ବ୍ୟକ୍ତି ନିଜ ମଧ୍ୟରେ ତର୍କ କରିବାକୁ ଲାଗିଲେ ଚିତ୍ର ଲାଲ ରଙ୍ଗର, ଅନ୍ୟ ଜଣକ ମତ ଚିତ୍ର ସବୁଜ ରଙ୍ଗର। ତର୍କ, ସଂଘର୍ଷର ରୂପ ନେଲା। ଏଇ ସମୟରେ ମହାବୀର ପହଞ୍ଚିଲେ ଏବଂ ଉଭୟଙ୍କୁ ଶାନ୍ତ କରାଇ କହିଲେ, ଦୁହେଁ ସତ୍ୟ ଅଟ, ଦୁହେଁ ଚିତ୍ରର ଏକହିଁ ପାର୍ଶ୍ୱ ଲେଖିଛ। ମହାବୀର ସେଇଠି ସଭିଙ୍କୁ ଅନେକାନ୍ତବାଦ ଶିକ୍ଷା ଦେଲେ। ବର୍ତ୍ତମାନ ବିଶ୍ୱର ସବୁ ମୌଳିକ ସମସ୍ୟାର ସମାଧାନ ଏଇ ଶିକ୍ଷାରେ, ଏଇ ଅନେକାନ୍ତବାଦ ମଧ୍ୟରେ ରହିଛି। ଥରେ ଆଇନ୍‌ଷ୍ଟାଇନ୍‌ ନିଜ ଇଚ୍ଛା ବ୍ୟକ୍ତକରି କହିଥିଲେ, ”ଯଦି ପୂର୍ବଜନ୍ମ ଥାଏ ତେବେ ମୁଁ ଜୈନ ପରିବାରରେ ଜନ୍ମିବାକୁ ଚାହିଁବି।“ ଏ ଉକ୍ତିକୁ ଅନେକ ବାର ପଢ଼ିଛି ଓ ଜଣେ ସନାତନୀ ଭାବେ ଆନନ୍ଦିତ ହୋଇଛି। ଆଜିର ବୁଦ୍ଧିଜୀବୀ ଅବଶ୍ୟ ଏହା ପ୍ରଶ୍ନ କରିବେ ଜୈନ କ’ଣ ସନାତନୀ ? ଶ୍ରୀରାମ ଜନ୍ମଭୂମି ପ୍ରସଙ୍ଗ ଶେଷ ନିଷ୍ପତ୍ତି ଯେଉଁଦିନ ସୁପ୍ରିମକୋର୍ଟ ଘୋଷଣା କଲା, ସେଦିନ ସନ୍ଧ୍ୟାରେ ସବୁ ଜୈନଙ୍କ ଛାତରେ ଦୀପ ଜଳିଥିଲା, ଦୀପାବଳି ହୋଇଥିଲା କାରଣ ପ୍ରତିଟି ଜୈନ ଜଣେ ସନାତନୀ। ସନାତନୀ ହୋଇ ଏହା କହୁଛି – ୮୦ କୋଟି ହିନ୍ଦୁ ଶ୍ରୀସମ୍ବେଦ ଶିଖରକୁ ଜୈନମାନଙ୍କୁ ଅର୍ପଣ କରିବାକୁ ଦାବିକରୁ, ନିଜ ସମ୍ପତ୍ତି ମନେକରି ଲଢୁ।
ଆଜି ଯେବେ ଭାରତର ଧାମ ଆଉ କ୍ଷେତ୍ରସବୁ ନବକଳେବର ହେଉଛି ଜୈନମାନଙ୍କ ବିରୋଧ ଆମକୁ ନୂଆ ଚକ୍ଷୁ ଦେଇ କହୁଛି ନବକଳେବର ଅବଶ୍ୟ ଆବଶ୍ୟକ। କିନ୍ତୁ ନବକଳେବର ଆମ ଧାମ ଆଉ କ୍ଷେତ୍ରର ଆତ୍ମାଠାରୁ ଯେଭଳି ଆମକୁ ଦୂରେଇ ନ ନେଉ,ବାହାରର ଚାକଚକ୍ୟରେ ଆମକୁ ନ ଭଟକାଉ। ମନେରଖିବା ଭାରତ ଆଉ ପାଶ୍ଚାତ୍ୟ କଳା,ଭାସ୍କର୍ଯ୍ୟରେ ମୌଳିକ ଫରକ ୟୁରୋପ କଳା,ଭାସ୍କର୍ଯ୍ୟ ବାହାର ନିପୁଣତା ପାଖେ ଅଟକି ରହିଛି, ଇନ୍ଦ୍ରିୟଗ୍ରାହ୍ୟ ପୂର୍ଣ୍ଣତା ପାଖେ ଶେଷ ହୋଇଛି। ଇନ୍ଦ୍ରିୟାତୀତ ଅନୁଭବ ତା’ର ଶ୍ରେଷ୍ଠରୁ ଶ୍ରେଷ୍ଠ କଳାକୃତିରେ ମଧ୍ୟ ମିଳିବ ନାହିଁ। ମାନବୀୟ ଚେତନାକୁ ସୃଷ୍ଟିର ଆତ୍ମା ପାଖକୁ ନେଇଯିବାକୁ ତାହା ଅକ୍ଷମ। ଅର୍ଦ୍ଧାଙ୍ଗ ଈଶ୍ୱରର ଗୋଟିଏ ପଟ୍ଟଚିତ୍ର ସମଗ୍ର ପାଶ୍ଚାତ୍ୟ କଳାସମୂହର ଯୋଗଫଳଠାରୁ ବହୁ ଅଧିକ। ଆମ କ୍ଷେତ୍ର ସବୁ ନବକଳେବର କଲାବେଳେ ଏକଥା ଅବଶ୍ୟ ମନେରଖିବା – ଆମ ଧାମ ସବୁ, କ୍ଷେତ୍ରସବୁ ଉତ୍ତରଣର ଭୂମି ହୋଇ ରହୁ, ଆତ୍ମାର ଆରୋହଣ ସ୍ଥାନ ହୋଇ ରହୁ, ପର୍ଯ୍ୟଟନ ସ୍ଥଳୀ ନ ହେଉ।
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri