ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ମର୍ମାହତ

ମଥୁରାନଗରୀ/ଗୋପପୁର,୩୧।୧୨: ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଚତୁର୍ଥ ଦିବସର ଦୃଶ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବମୁଖର ହୋଇପଡିଛି। ଅନ୍ୟପକ୍ଷେ କଂସ ପ୍ରେରିତ ରାକ୍ଷସୀ ରାକ୍ଷସଙ୍କ ବଧରେ କଂସ ମର୍ମାହତ ହୋଇପଡିଛନ୍ତି। ଗୋପପୁରକୁ ପ୍ରେରିତ ରାକ୍ଷସୀ ରାକ୍ଷସ ନିହତ ଖବର ପାଇ ମଥୁରାଧିପତି କଂସ ପୂର୍ବାପେକ୍ଷା ଆହୁରି ବିଚଳିତ ହୋଇ ପଡ଼ିଛନ୍ତି। ନନ୍ଦଭବନରେ ନନ୍ଦରାଣୀ, ନନ୍ଦରାଜା ମେଲାଣୀ ଦେବା ପରେ ଶ୍ରୀକୃଷ୍ଣ ଓ ବଳରାମ ଗୋପାଳ ବାଳକଙ୍କ ଗହଣରେ ଗୋପଦାଣ୍ଡ ପରିକ୍ରମା କରିଥିଲେ। ଏହାପରେ ସେମାନେ ଗୋପ ମଣ୍ଡପକୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣ ମାଟି ଖାଉଥିବା ଦେଖି ମା’ ଯଶୋଦା ତାଙ୍କୁ ଆକଟ କରିଥିଲେ। ଏହି ସମୟରେ ସେ ଶ୍ରୀକୃଷ୍ଣଙ୍କ ପାଟିରେ ବିଶ୍ୱରୂପ ଦର୍ଶନ କରିଥିଲେ। ଏହାପରେ ସେଠାରେ କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢା, ଅଘାସୁର ଆଦି ରାକ୍ଷସୀ ରାକ୍ଷସ ପହଞ୍ଚତ୍ଥିଲେ ଏବଂ ଶ୍ରୀକୃଷ୍ଣଙ୍କ ସ୍ପର୍ଶରେ ସେମାନଙ୍କ ନିଧନ ହୋଇଥିଲା। ଅନ୍ୟପକ୍ଷେ ମହାରାଜ କଂସ ମଥୁରା ଭ୍ରମଣରେ ବାହାରି ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ (ସେଲ୍ସଟ୍ୟାକ୍ସ ଅଫିସ) ପରିସର ମୁକ୍ତେଶ୍ୱର ମନ୍ଦିରକୁ ଯାଇ ରୁଦ୍ରାଭିଷେକ କରିଥିଲେ। ସେଠାରୁ ସେ ରଙ୍ଗମହଲକୁ ଯାଇ ନୃତ୍ୟଗୀତ ଆସରରେ ମସ୍‌ଗୁଲ୍‌ ହୋଇଥିଲେ ଏବଂ ପରେ କଂସ ହାଟପଦାସ୍ଥିତ ରାଜଦରବାରକୁ ଆସି ମଥୁରା ନଗରୀର ଖବର ବୁଝିଥିଲେ। ଗୋପପୁର ପଠାଇଥିବା ରାକ୍ଷସୀ ରାକ୍ଷସ ସେଠାରେ ଶ୍ରୀକୃଷ୍ଣଙ୍କ ହାତରେ ନିଧନ ହୋଇଥିବା ଖବର ପାଇ କଂସ ମର୍ମାହତ ହୋଇ ପଡ଼ିଥିଲେ। ଭିମ୍‌ସାର୍‌, ବୁର୍ଲାର ଡା. ଲଳିତ ମେହେର, ସୁପରିଣ୍ଟେଣ୍ଡେଣ୍ଟ ଲଳିତ ମୋହନ ନାୟକ, ଓଡ଼ିଶା ସର୍କଲ ପୋଷ୍ଟାଲ ସର୍ଭିସେସ୍‌ର ଡାଇରେକ୍ଟର ସୁବାଷ ବାରିକ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri