Posted inଖେଳ

ଶ୍ରୀଲଙ୍କାର ସିରିଜ ବିଜୟ

ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ ଜିତି ନେଇଛି। ଫଳରେ ଘରୋଇ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ବିଜୟୀ ହୋଇଛି। ସୋମବାର ଅନ୍ତିମ ଦିବସରେ ବିଜୟ ହାସଲ ପାଇଁ ଶ୍ରୀଲଙ୍କା ୫ ଉଇକେଟ ଆବଶ୍ୟକ କରୁଥିଲା। ଜୟବିକ୍ରମ ତନ୍ମଧ୍ୟରୁ ୩ଟି ଅକ୍ତିଆର କରିଥିଲେ। ମ୍ୟାଚରେ ୧୭୮ରନ ବିନିମୟରେ ମୋଟ ୧୧ଟି ଉଇକେଟ ଅକ୍ତିଆର କରିଥିଲେ। ସକାଳେ ସେ ତାଙ୍କ ଦ୍ୱିତୀୟ ଓଭରରେ ଲିଟନ ଦାସ(୧୭)ଙ୍କୁ ଆଉଟ କରିଥିଲେ। ୨୨ବର୍ଷୀୟ ବାମହାତୀ ସ୍ପିନର ବାଂଲାଦେଶର ଶେଷ ଦୁଇ ଉଇକେଟ ୩ଟି ବଲ୍‌ ମଧ୍ୟରେ ପତନ ଘଟାଇଥିଲେ। ଦ୍ୱିତୀୟ ଇନିଂସରେ ସେ ୮୫ ରନ ଦେଇ ୫ଟି ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ସେ ୯୨ ରନ ଦେଇ ୬ ଉଇକେଟ ଅକ୍ତିଆର କରିଥିଲେ। ସେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରନେତ୍ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ସେ ଖେଳିଥିବା ତିନୋଟି ଇନିଂସରେ ଗୋଟିଏ ଦ୍ୱିଶତକ, ଗୋଟିଏ ଅର୍ଦ୍ଧଶତକ ସମେତ ୪୨୮ରନ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୪୯୩/୭ ଘୋଷଣା
ବାଂଲାଦେଶ ପ୍ରଥମ ଇନିଂସ: ୨୫୧
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୧୯୪/୯, ଘୋଷଣା
ବାଂଲାଦେଶ ଦ୍ୱିତୀୟ ଇନିଂସ: ୨୨୭ (ମୁସ୍‌ଫିକର ରହିମ-୪୦, ମେହିଦି ହସନ-୩୯, ସୈଫ ହସନ-୩୪, ପ୍ରବୀଣ ଜୟବିକ୍ରମ-୫/୮୬, ରମେଶ ମେଣ୍ଡିସ-୪/୧୦୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ...

ନିସର୍ଗ କ୍ଷତିଗ୍ରସ୍ତଙ୍କୁ ଘର ତିଆରି କରିବାରେ ସହାୟତା କଲେ ଏହି ଭାରତୀୟ କ୍ରିକେଟର୍‌

ମୁମ୍ବାଇ, ୧୮।୬- ଚଳିତ ମାସ ପ୍ରାରମ୍ଭରେ ଘୂର୍ଣ୍ଣିଝଡ଼ ‘ନିସର୍ଗ’ ଯୋଗୁ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ରାଇଗଡ଼ ଜିଲାର ସମୁଦ୍ର କୂଳିଆ ଅଞ୍ଚଳ...

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା।...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

କ୍ରିକେଟ ପରେ କ’ଣ ବଲିଉଡ୍‌? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…

ନୂଆଦିଲ୍ଲୀ,୬।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍‌ଏସ୍‌ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର...

ଫ୍ରାନ୍ସକୁ ୟୁଫାର ଜରିମାନା

ପ୍ୟାରିସ, ୨୫ା୧୦ (ଏଏଫ୍‌ପି)-ଆଲବାନିଆ ପାଇଁ ତ୍ରୁଟି ଜାତୀୟ ସଂଙ୍ଗୀତ ପରିବେଷଣ କରିଥିବାରୁ ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ) ଫ୍ରାନ୍ସକୁ ୨୦,୦୦୦ ୟୁରୋ ଜରିମାନା...

ଆଇସୋଲେଶନ ନିୟମ ଭାଙ୍ଗି ଓ୍ବେଷ୍ଟଇଣ୍ଡିଜ ଖେଳାଳି ଦଣ୍ଡିତ

ଓ୍ବେଲିଂଟନ,୧୨।୧୧: ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗିଥିବାରୁ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟରମାନଙ୍କୁ ଦଣ୍ଡତ କରାଯାଇଛି। ଖେଳାଳିମାନଙ୍କୁ ଏଥିପାଇଁ ଟ୍ରେନିଂ ନେବାରୁ ବଞ୍ଚିତ କରାଯାଇଛି। ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

Advertisement
Archives

Model This Week