Posted inଖେଳ

ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି: ଟାଇଟଲ ଲକ୍ଷ୍ୟରେ ଭାରତ

ସିଲହଟ୍‌,୧୪ା୧୦: ଶନିବାର ଭାରତ ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଅଧିନାୟିକା
ଚାମେରି ଆଟ୍ଟାପଟୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛନ୍ତି। ଫଳରେ ଭାରତ ଆମନ୍ତ୍ରଣ ପାଇ ବ୍ୟାଟିଂ କରିବ। ଅନ୍ୟପକ୍ଷେ କ୍ରମାଗତ ସପ୍ତମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଭାରତ ଯୁବ ଖେଳାଳିଙ୍କୁ ନେଇ ଗଠିତ ଲାଇନ ଅପ୍‌ ଅଭିଜ୍ଞ ଶ୍ରୀଲଙ୍କା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଲିଗ୍‌ ମ୍ୟାଚରେ ଭାରତ ବିଜୟୀ ହୋଇଛି।

ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ କୌର ଓ ଉପ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ବ୍ୟାଟରୁ ବିଶେଷ ରନ୍‌ ବାହାରି ନ ଥିବା ବେଳେ ଭାରତୀୟ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ଟୁର୍ନାମେଣ୍ଟର ଟପ୍‌ ସ୍କୋରର ରହିଥିବା ଜେମିମା ରୋଡ୍ରିଗ୍ବେଜ ୨ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ବ୍ୟାଟରେ ଉପଯୋଗୀ ଅବଦାନ ଦେଇଛନ୍ତି। ବୋଲିଂରେ ଭାରତୀୟ ସ୍ପିନର ଚମତ୍କାର ଫର୍ମରେ ରହିଛନ୍ତି। ଦୀପ୍ତି ଶର୍ମା ଟୁର୍ନାମେଣ୍ଟର ହାଇଏଷ୍ଟ ଉଇକେଟ ଟେକର ରହିଛନ୍ତି। ସେହିପରି ତାଙ୍କ ବ୍ୟତୀତ ସ୍ନେହ ରାଣା, ରାଜେଶ୍ୱରୀ ଗାଏକ୍ୱାଡ ମଧ୍ୟ ନିୟମିତ ଉଇକେଟ ହାସଲରେ ସମର୍ଥ ହୋଇଛନ୍ତି। ହରମନପ୍ରୀତ ମାତ୍ର ୪ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ବେଳେ ମନ୍ଧାନା ୩ ମ୍ୟାଚରେ ଅଧିନାୟିକା ରହିଛନ୍ତି।

ଅନ୍ୟପକ୍ଷେ ଦୁଇ ସଂଘର୍ଷପୂର୍ଣ୍ଣ ବିଜୟ ସହିତ ଶ୍ରୀଲଙ୍କା ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇବ। ଅଭିଜ୍ଞ ସ୍ପିନର ଇନୋକା ରଣଓ୍ବିରା ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri