ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଠାରେ ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବାବେଳେ ତାହା ୧୫ ଘଣ୍ଟାକୁ ବଢ଼ିବା ସମ୍ଭାବନା ରହିଛି। ସରକାର ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ମହିନ୍ଦା ରାଜପାକ୍‌ସେଙ୍କ ଇସ୍ତଫା ପରେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରାନିଲ ଏବେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ସଙ୍କଟର ସମାଧାନ ସୂତ୍ର ବାହାର କରିବା ନିମନ୍ତେ ସେ ସବୁ ରାଜନୈତିକ ଦଳଙ୍କୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ପୂର୍ବ ସରକାର ୨.୩ ଟ୍ରିଲିୟନ ଶ୍ରୀଲଙ୍କା ଟଙ୍କାର ରାଜସ୍ବ ସଂଗ୍ରହର ପୂର୍ବାନୁମାନ କରିଥିବାବେଳେ ତାହା ୧.୬ ଟ୍ରିଲିୟନକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଦେଶରେ ୧୪ଟି ଜରୁରୀ ଔଷଧର ଅଭାବ ଦେଖାଦେଇଥିବାବେଳେ ଆଗାମୀ ଦିନରେ ଦରଦାମ୍‌ ଆହୁରି ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କର୍ମଚାରୀଙ୍କ ବେତନ ଓ ଜରୁରୀ ଖର୍ଚ୍ଚ ପାଇଁ ଟଙ୍କା ଛାପିବା ଜାରି ରଖିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସି ଜିନ୍‌ପିଙ୍ଗ୍‌ଙ୍କ ରୁଷିଆ ଯାତ୍ରା

ବେଜିଂ,୨୦ା୩: ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନଙ୍କ ନିମନ୍ତ୍ରଣରେ ମାର୍ଚ୍ଚ ୨୦ରୁ ୨୨ପର୍ଯ୍ୟନ୍ତ  ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତ କରିବେ। ଏହା ବନ୍ଧୁତ୍ୱର ଯାତ୍ରା,...

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା।...

ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି)...

ସିରିଆରେ ପହଞ୍ଚିଲା ‘ଅପରେଶନ ଦୋସ୍ତ’ର ୭ମ ବିମାନ

ଦାମସକସ,୧୨ା୨: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ...

ସୋଫା ଛାଡି ସାଧାରଣ ଚେୟାର୍‌ରେ ବସିଲେ ମୋଦି

ଭ୍ଲାଡିଭୋଷ୍ଟକ୍‌,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଇଇଏଫର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ଦ୍ୱିତୀୟ...

ଏଲନ ମସ୍କଙ୍କ ଚେତାବନୀ, ବିନା ୱାର୍ନିଂରେ ବନ୍ଦ ହେବ ଟୁଇଟରର ପାରୋଡି ଆକାଉଣ୍ଟ

ୱାଶିଂଟନ,୭ ।୧୧: ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ କିଛି ଟୁଇଟର ଆକାଉଣ୍ଟ ସସପେଣ୍ଡ ହେବାକୁ ନେଇ...

ଛାତ୍ରୀଙ୍କ ଡ୍ରେସ୍‌କୋଡ୍‌ ଉପରେ ଲାଗିଲା ପ୍ରତିବନ୍ଧକ

କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ...

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୭।୪:ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଜୋରଦାର ଚାଲିଥିବାବେଳେ ଗୁରୁବାର ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ବିମାନ ଯାତ୍ରା ପ୍ରତି ବିପଦ...

Advertisement
Archives

Model This Week