ବୈତରଣୀରୁ ବାଲି ଲୁଟ ଅଣାୟତ୍ତ

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ବେଆଇନ ବାଲି ଉତ୍ତୋଳନ ଅଣାୟତ୍ତ ହେବାରେ ଲାଗିଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଏହି ବାଲି ଲୁଟ୍‌ କାରବାର ଅପେକ୍ଷାକୃତ ବଢ଼ିବାରେ ଲାଗିଛି। ଲିଜଧାରୀମାନେ ପୋକଲିନ ମେଶିନରେ ଅନୁମତି ପରିମାଣଠାରୁ ଅଧିକ ବାଲି ଉତ୍ତୋଳନ, ବିନା ଟ୍ରାନଜିଟ ଫର୍ମରେ ବାଲି ପରିବହନ ଓ ବିକ୍ରି କରୁଛନ୍ତି। ତହସିଲ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଲିଜଧାରୀମାନଙ୍କ ବିରୋଧରେ ଲିଜ ପଟ୍ଟା ରଦ୍ଦ, ଚୋରା ଚାଲାଣକାରୀଙ୍କ ଗାଡ଼ି ଜବତ, ଜରିମାନା ଆଦାୟ ଭଳି କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ବରଂ ତହସିଲ ପ୍ରଶାସନ ଏହି କାରବାରରେ ଏକ ପ୍ରକାର ସହଯୋଗୀ ହୋଇଥିବା ଅଭିଯୋଗ ହୋଇଆସୁଛି। ଏଭଳିସ୍ଥଳେ କୋରେଇ ସଂଗ୍ରାମ ସମିତି ଏହି ବେଆଇନ ବାଲି ଲୁଟ ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରଖିବ ବୋଲି ଚେତାବନୀ ଦେଇଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ଟି ବାଲିଘାଟକୁ ୫ ବର୍ଷିଆ ଲିଜ ଦିଆଯାଇଛି। ଏଥିପାଇଁ ୧୩.୬୨ କୋଟି ଟଙ୍କାର ନିଲାମ ହୋଇଥିବାବେଳେ ୨୦ା୪ା୨୦୨୨ ସୁଦ୍ଧା ଲିଜ୍‌ଧାରୀମାନେ ୩.୨୦କୋଟି ଟଙ୍କା ଜମା କରିଛନ୍ତି। ସାଆଁଳା-୨ ବାଲିଘାଟରେ ୨୮,୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦,୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬,୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯,୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପୋକଲିନ ବ୍ୟବହାର ହୋଇପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ପ୍ରାୟ ସମସ୍ତ ବାଲିଘାଟରେ ୭/୮ଟି ଲେଖାଏ ପୋକଲିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଗରିବ ଶ୍ରମିକମାନେ ରୋଜଗାର ପାଉ ନାହାନ୍ତି। ଅନ୍ୟପକ୍ଷେ ଏହି ବାଲିଘାଟରୁ ଅଧିକାଂଶ ଲିଜଧାରୀ ଅନୁମତିଠାରୁ ବହୁଗୁଣରେ ଅଧିକ ବାଲି ବିନା ଟ୍ରାଞ୍ଜିଟ୍‌ ପାସ୍‌ରେ ପରିବହନ କରୁଛନ୍ତି। ଏପରି କି କେତେକ ଟ୍ରାଞ୍ଜିଟ୍‌ ପାସ୍‌ ନକଲି କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ସାଆଁଳା ବାଲିଘାଟରେ ବେଆଇନ ଉତ୍ତୋଳନର ଅଭିଯୋଗ କରି ଅଞ୍ଚଳବାସୀ ଦୁଇଦୁଇ ଥର ଏନଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ର ଦ୍ୱାରସ୍ଥ ହୋଇଥିଲେ। ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର ଏବଂ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ଏନ୍‌ଜିଟି ୨୦୧୭ ଏପ୍ରିଲ ୨୮ରେ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ସେତେବେଳେ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ଏହାପରେ ଅଞ୍ଚଳବାସୀ ପୁଣି ଏନ୍‌ଜିଟିରେ(୩୫/୨୦୨୦/ଇଜେଡ) କେସ୍‌ ନମ୍ବରରେ ମାମଲା ରୁଜୁ କରିଥିଲେ। ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ସେତେବେଳେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉପଯୁକ୍ତ ଭାବେ ତଦନ୍ତ ରିପୋର୍ଟ ଦାଖଲ ନ ହେବାରୁ ଏହି ମାମଲା ମଧ୍ୟ ଫାଇଲ ତଳେ ଚାପି ରହିଗଲା। ଏହାର ସୁଯୋଗରେ ଏବେ ମଧ୍ୟ ସେହି ବାଲିଘାଟରୁ ମେଶିନ ଲଗାଇ ବେଆଇନ ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ବାଲି ବୋଝେଇ ଭାରି ଯାନ ଚଳାଚଳ ଯୋଗୁ କୋରେଇ ବ୍ଲକ ମଥୁରାପୁର, ବରୁଣ୍ଡେଇ, ମକୁନ୍ଦପୁର, ବନ୍ଦାଳୋ, ଗୌରପୁର, ରଣପୁର, ଅମୃତିଆ, କର୍ଦ୍ଦା ପ୍ରଭୃତି ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରି କି ପ୍ରବେଶ ନିଷିଦ୍ଧ ସମୟରେ ଭାରିଯାନଗୁଡ଼ିକ ସୋଲପାଟିଆଠାରୁ ଖଜୁରିନାଲୁଆ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଠିଆ ହେବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି ବୋଲି ସମିତି ପକ୍ଷରୁ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?