ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…

କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି କିନ୍ତୁ ବେଜିଂ ପ୍ରତି କଲମ୍ବୋର ବିଶ୍ୱସ୍ତତା ହ୍ରାସ ପାଉନାହିଁ। ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଶ୍ରୀଲଙ୍କାର ଟ୍ୟାଙ୍କରରୁ ଚାଇନା ଯୁଦ୍ଧ ପୋତକୁ ଇନ୍ଧନ ଦେଇଛି।

ଏଥିରେ ଅସନ୍ତୋଷ ପ୍ରକାଶ କରି ଭାରତ ଶ୍ରୀଲଙ୍କାକୁ ଚାଇନା ସାମରିକ ଜାହାଜଗୁଡ଼ିକର ଡକିଂ ଏବଂ ଇନ୍ଧନ ଭର୍ତ୍ତି ପାଇଁ ସ୍ବଚ୍ଛ ମାନଦଣ୍ଡ (ଏସଓପି) ଅନୁସରଣ କରିବାକୁ କହିଛି। କଲମ୍ବୋରେ ଥିବା ଭାରତୀୟ କୂଟନୀତିଜ୍ଞମାନେ ଏହି ସୂଚନା ଦେଇଛନ୍ତି।

ଭାରତ ଶ୍ରୀଲଙ୍କାକୁ ହମ୍ବନଟୋଟା ବନ୍ଦରରେ ଚାଇନା ସାମରିକ ଜାହାଜକୁ ଇନ୍ଧନ କରିବାକୁ ଅନୁମତି ନଦେବାକୁ କହିଛି। ଆମେରିକା ମଧ୍ୟ ଶ୍ରୀଲଙ୍କାକୁ ଚାଇନାର ସାମରିକ ଜାହାଜକୁ ହମ୍ବନଟୋଟା ବନ୍ଦରରେ ଡକିଂ କରିବାକୁ ଅନୁମତି ଦେବାକୁ ମନା କରିବାକୁ କହିଛି। ଖବର ଅନୁଯାୟୀ, ଶ୍ରୀଲଙ୍କା ଟ୍ୟାଙ୍କର୍ମାନେ ହମ୍ବନଟୋଟା ବନ୍ଦରରୁ ଇନ୍ଧନ ଲୋଡ କରି ଏହାକୁ ଚାଇନା ଯୁଦ୍ଧପୋତରେ ଲୋଡ କରୁଥିଲା। ବର୍ତ୍ତମାନ ପୂର୍ବ ଆଫ୍ରିକା ଉପକୂଳରେ କାର୍ଯ୍ୟ କରୁଥିବା ଡକାୟତି ନିରୋଧୀ ଟାସ୍କ ଫୋର୍ସର ଜାହାଜ ବ୍ୟତୀତ ଭାରତ ମହାସାଗର ଅଞ୍ଚଳରେ କୌଣସି ଚାଇନାର ଜାହାଜ ନାହିଁ।

ବିଶେଷଜ୍ଞମାନେ ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ବେଅଦେଶିକ ତଥା ପ୍ରତିରକ୍ଷା ବ୍ୟାପାର ବିଶେଷଜ୍ଞ ବ୍ରହ୍ମା ଚେଲାନି ତାଙ୍କ ଟୁଇଟରେ କହିଛନ୍ତି ଯେ ଶ୍ରୀଲଙ୍କା ଟ୍ୟାଙ୍କର ଗୁପ୍ତରେ ଚାଇନା ଯୁଦ୍ଧ ଜାହାଜକୁ ଇନ୍ଧନ ଦେଇଛି। ଇନ୍ଧନ, ଖାଦ୍ୟ , ଔଷଧ, ନଗଦ ଅର୍ଥ ପାଇଁ ଶ୍ରୀଲଙ୍କା ଭାରତୀୟ ସହାୟତା ଉପରେ ନିର୍ଭରଶୀଳ ହୋଇପାରେ, କିନ୍ତୁ ଏହାର ଏଭଳି କାର୍ଯ୍ୟ ଦର୍ଶାଉଛି ଯେ ଏହା ଚାଇନାର ଋଣ ଜାଲରେ ପଡ଼ିଛି।

ଏହାପୂର୍ବରୁ ଅଗଷ୍ଟ ମାସରେ ଚାଇନା ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଡକ କରିଥିଲା। ଭାରତ ଏବଂ ଆମେରିକା ଏହାକୁ ତୀବ୍ର ବିରୋଧ କରିଥିଲେ। ଚାଇନାର ସବୁଠାରୁ ବିପଜ୍ଜନକ ଗୁପ୍ତଚର ଜାହାଜ କେବଳ ଭାରତଠାରୁ ୧୧୦୦ କିଲୋମିଟର ଦୂରରେ ଉପସ୍ଥିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri