ଶ୍ରୀଲଙ୍କା ସଙ୍କଟ: ନାବାଳିକା ଝିଅଙ୍କ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ…

କଲମ୍ବୋ,୨୨।୧୦ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଗୁରୁତର ସାମାଜିକ ପରିଣାମ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଲୋକେ ପାରିବାରିକ ଖର୍ଚ୍ଚ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଗରିବ ଲୋକମାନେ ସେମାନଙ୍କର ନାବାଳିକା ଝିଅମାନଙ୍କର ବିବାହ କରୁଛନ୍ତି। ଶ୍ରୀଲଙ୍କା ରେଡ କ୍ରସ ସୋସାଇଟି ଏବଂ ଅନ୍ତର୍ଜାତୀୟ ଫେଡେରେଶନ ଅଫ ରେଡ କ୍ରସର ମିଳିତ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ସମାଜବିଜ୍ଞାନୀମାନେ କହିଛନ୍ତି ଯେ ଯଦି ଏହି ଧାରାକୁ ନିୟନ୍ତ୍ରଣ କରା ନଯାଏ ତେବେ ଶ୍ରୀଲଙ୍କାକୁ ଏହାର ଦୀଘକାଳୀନ ଖରାପ ପରିଣାମକୁସାମ୍ନା କରିବାକୁ ପଡିବ।

ରେଡକ୍ରସର ଶ୍ରୀଲଙ୍କା ଏବଂ ଅନ୍ତର୍ଜାତୀୟ ଶାଖା ଗ୍ରାମୀଣ ଲୋକଙ୍କ ମାନସିକ ସ୍ଥିତିର ଚିତ୍ର ଉପସ୍ଥାପନ କରିଛନ୍ତି। ସର୍ବେକ୍ଷଣ ସମୟରେ, ଲୋକଙ୍କୁ ପଚରାଯାଇଥିଲା ଯେ ଯଦି ଆର୍ଥିକ ସ୍ଥିତିରେ ସୁଧାର ନହୁଏ ତେବେ ଆସନ୍ତା ତିନି ରୁ ଛଅ ମାସ ମଧ୍ୟରେ ସେମାନଙ୍କର ନାବାଳିକା ଝିଅମାନଙ୍କୁ ବିବାହ କରାଇବାକୁ ଚିନ୍ତା କରିବେ କି? ଏହି ପ୍ରଶ୍ନ ଉପରେ, ୫୧ ପ୍ରତିଶତ ପରିବାର କହିଛନ୍ତି ଯେ କେବଳ ଏହି ଉପାୟ ସେମାନଙ୍କ ପାଖରେ ରହିଛି। ଶ୍ରୀଲଙ୍କାରେଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ବୋଲି ବିବେଚନା କରାଯାଏ ।

ଏହି ସର୍ଭେ ରିପୋର୍ଟ ଶ୍ରୀଲଙ୍କାର ଜଟିଳ ଜରୁରୀକାଳୀନ ଆବଶ୍ୟକତାର ମୂଲ୍ୟାଙ୍କନ ରିପୋର୍ଟ ଭାବରେ ପ୍ରକାଶିତ ହୋଇଛି। ଏହି ସର୍ଭେରେ ଜଡିତ ଅନୁସନ୍ଧାନ ଗୋଷ୍ଠୀର ସଦସ୍ୟ ସିହ୍ନା ୱିକ୍ରେମେସେକରା କହିଛନ୍ତି ଯେ ଏହି ସର୍ଭେ ୧୧ ଟି ଜିଲାର୨,୮୭୧ ପରିବାରର ମତ ନିଆଯାଇଛି।

ଶ୍ରୀଲଙ୍କାରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ କୌଣସି ଆଶା ନାହିଁ। କିଛି ମାସ ପୂର୍ବରୁ ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଥିଲା। ଏଥିରେ କୌଣସି ଉନ୍ନତି ହୋଇନାହିଁ। ଏହି କାରଣରୁ ମୁଦ୍ରାସ୍ଫୀତି ହାର ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଅର୍ଥନୀତିଜ୍ଞଙ୍କ ଅନୁଯାୟୀ ଶ୍ରୀଲଙ୍କା ନୋଟ ମୁଦ୍ରଣ କରି କାର୍ଯ୍ୟ କରୁଛି, ଯେଉଁ କାରଣରୁ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ…

ବେଜିଂ,୮।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର ଗତ ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ କରିଛନ୍ତି । ଦେଶରେ ଏକ ବଡ଼...

କୋର୍ଟରୁ ଇମ୍ରାନଙ୍କୁ ଆଶ୍ୱସ୍ତି: ହଟିଲା ଲାଇଭ ଟେଲିକାଷ୍ଟ ପ୍ରତିବନ୍ଧକ

ଇସ୍‌ଲାମାବାଦ,୩୦।୮: ଇସ୍‌ଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି ମିଳିଛି। ଇମ୍ରାନ ଖାନଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି...

ୟୁନିଲିଭର ଶାମ୍ପୁରେ କ୍ୟାନ୍‌ସର ଭୟ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୭ା୧୦ : କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଲୋକେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ନେଇ ସଚେତନ ହୋଇଥିବାବେଳେ ସେସବୁର ଉପକାର ଓ ଅପକାର ସମ୍ପର୍କିତ ସୂଚନା...

ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ମାରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଶୁକ୍ରବାର ଗୁଳିମାଡ କରାଯାଇଛି। ଜାପାନର ନାରା ସହରରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଏହି ଘଟଣା...

ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ

ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ,...

ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍‌ଙ୍କ ସମାଲୋଚନା…

ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ...

ଜାପାନକୁ ଚାଇନାର ନାଲି ଆଖି…

ବେଜିଂ,୮।୭: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ଜାପାନକୁ ନାଲି ଆଖି ଦେଖାଇଛି। ତାଇଓ୍ବାନକୁ ଜାପାନ ସୈନ୍ୟବାହିନୀ ସହଯୋଗକଲେ ଏହାର କଡ଼ା ଜବାବ୍‌ ମିଳିବ ବୋଲି ଚାଇନା କହିଛି।...

Advertisement
Archives

Model This Week