ଶ୍ରୀଅରବିନ୍ଦଙ୍କ ପାଞ୍ଚଟି ସ୍ବପ୍ନ

୧୮୭୨ ଅଗଷ୍ଟ ୧୫ ରେ ମହାଯୋଗୀ ଶ୍ରୀଅରବିନ୍ଦ ଜନ୍ମଗ୍ରହଣ କରିଥିଲେ, ସେହି ପୁଣ୍ୟ ତିଥିର ୭୫ ବର୍ଷ ପରେ ଅର୍ଥାତ୍‌ ୧୫ା୦୮ା୧୯୪୭ରେ ସ୍ବାଧୀନ ଭାରତର ଜନ୍ମ। ଦୀର୍ଘ ଦୁଇଶହ ବର୍ଷରୁ ଊର୍ଦ୍ଧ୍ୱକାଳ ପରାଧୀନତାରୁ ମୁକ୍ତିଲାଭ କଲା ଆମ ଦେଶ, ଏହାକୁ ଏକ ପୁରାତନ ଯୁଗର ଶେଷ ଓ ନୂତନ ଯୁଗର ଆରମ୍ଭ ବୋଲି ଅଭିହିତ କରି ଶ୍ରୀଅରବିନ୍ଦ କହିଛନ୍ତି ”ଆମେ ଏକ ସ୍ବାଧୀନ ଜାତି ରୂପେ ଆମ ଜୀବନ ଓ କର୍ମ ଦ୍ୱାରା ଏହାକୁ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ଭାବରେ ରୂପ ଦେବା ଯେ ଯେପରି ଏହା ସମଗ୍ର ପୃଥିବୀ ପାଇଁ ମଣିଷ ଜାତିର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାମତ୍ିକ ଭବିଷ୍ୟତ ପାଇଁ ଏକ ନୂତନ ଯୁଗର ଉନ୍ମୋଚନ କରିବ।
୧) ”ଅଗଷ୍ଟ ୧୫ ମୋର ଜନ୍ମ ଦିବସ ଏବଂ ସ୍ବଭାବତଃ ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଏହି ଦିବସଟି ବିପୁଳ ତାତ୍ପର୍ଯ୍ୟ ଅର୍ଜନ କରିଛି, ଏହି ଯୋଗାଯୋଗକୁ ମୁଁ ଏକ ଆକସ୍ମିକ ଘଟଣା ରୂପେ ଗ୍ରହଣ କରୁନାହିଁ, ବରଂ ମୁଁ ମନେକରେ ଯେଉଁ ଭଗବତ ଶକ୍ତିଙ୍କ ପରିଚାଳନାରେ ମୋ କର୍ମଜୀବନ ଆରମ୍ଭ ହୋଇଥିଲା ଓ ଯାହା ମୋର ପଦକ୍ଷେପ ପଥ ପ୍ରଦର୍ଶକ ଏହା ଆଜି ତାଙ୍କର ସ୍ବୀକୃତି ଓ ଅନୁମୋଦିତ ଯୋଗୁ ହୋଇଛି ଏବଂ ମୁଁ ଭାବୁଛି ସେହି କାର୍ଯ୍ୟର ପୂର୍ଣ୍ଣ ସାଫଲ୍ୟର ସମୟ ସମାଗତ। ଏହି ଦିବସରେ ମୁଁ ପ୍ରାୟ ସେହିସବୁ ବିଶ୍ୱ କ୍ରିୟାବଳୀକୁ ଲକ୍ଷ୍ୟ କରୁଛି, ଯେଉଁଗୁଡ଼ିକୁ ମୁଁ ମୋ ଜୀବଦଶାରେ ପୂର୍ଣ୍ଣ ହେବାର ଆଶା କରିଥିଲି, ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହୋଇଛି ଅଥବା ସଫଳତାର ପଥରେ, ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ବାଧୀନ ଭାରତ ଏକ ମହାନ୍‌ ଭୂମିକା ଏବଂ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଗ୍ରହଣ କରିପାରେ।
ଏଗୁଡ଼ିକ ମଧ୍ୟରୁ ମୋର ପ୍ରଥମ ସ୍ବପ୍ନ ଥିଲା ଏକା ବୈପ୍ଳବିକ ଆନ୍ଦୋଳନ, ଯାହାଦ୍ୱାରା ଏକ ସ୍ବାଧୀନ ଓ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ। ଆଜି ଭାରତ ସ୍ବାଧୀନ, କିନ୍ତୁ ଏପର୍ଯ୍ୟନ୍ତ ଅଖଣ୍ଡତା ଲାଭ କରିପାରିନାହିଁ। ବ୍ରିଟିଶ ଶାସନର ଅବ୍ୟବହିତ ପୂର୍ବେ ଭାରତ ଯେପରି ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇ ବିଶୃଙ୍ଖଳିତ ହୋଇ ପଡ଼ିଥିଲା, ଏକ ସମୟରେ ମନେହେଉଥିଲା ସ୍ବାଧୀନତା ଦ୍ୱାରା ପୁଣି ଭାରତ ସେହି ସ୍ତରକୁ ଖସିପଡ଼ିବ। କିନ୍ତୁ ସୌଭାଗ୍ୟର କଥା ବର୍ତ୍ତମାନ ଦେଖାଯାଉଛି ଏହି ବିପଦକୁ ଦୂର କରାଯାଇ ପାରିବ ଏବଂ ପରିପୂର୍ଣ୍ଣ ଅଖଣ୍ଡତା ପ୍ରତିଷ୍ଠିତ ନ ହୋଇପାରିଲେ ମଧ୍ୟ ଏକ ସୁଦୃଢ଼ ନୀତି ଯୋଗୁ ଦଳିତ ଜାତିର ସମସ୍ୟା, ବିଭେଦ ଓ ମତଭେଦ ବିନା ସବୁକିଛି ସମାଧାନ ହୋଇଯିବାର ସମ୍ଭାବନା ଦେଖାଦେଇଛି, କିନ୍ତୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଥିବା ପୂର୍ବର ସାମ୍ପ୍ରଦାୟିକ ବିଭେଦ ବର୍ତ୍ତମାନ ଅଧିକ ଦୃଢ଼ ହୋଇ ଦେଶର ଏକ ସ୍ଥାୟୀ ରାଜନୈତିକ ବିଭକ୍ତୀକରଣର ରୂପ ନେଇଥିବା ପରି ମନେହୁଏ। ସର୍ବଦା ଗୃହ ବିବାଦର ସମ୍ଭାବନା – ଏପରି କି ବିଦେଶୀ ଆକ୍ରମଣ ଓ ରାଜ୍ୟ ଅଧିକାରର ସମ୍ଭାବନା ମଧ୍ୟ ରହିପାରେ। ଜାତି ଓ ଦେଶ ମଧ୍ୟରେ ତାହାର ଆସନ ଦୁର୍ବଳ ହୋଇଯାଇପାରେ ଓ ତାହାର ଭବିତବ୍ୟ ବ୍ୟାହତ ଏପରି କି ବ୍ୟର୍ଥ ମଧ୍ୟ ହୋଇଯାଇପାରେ। ଏହା ଯେପରି କଦାପି ନ ଘଟେ ସେ ଦିଗରେ ସମୟୋଚିତ ପଦକ୍ଷେପ ନେବା ଆବଶ୍ୟକ। ଏକତା ଅବଶ୍ୟ ପ୍ରତିଷ୍ଠିତ ହେବ, କାରଣ ଭାରତରେ ଭବିଷ୍ୟତ ମହାନତା ପାଇଁ ଏହା ଅତ୍ୟନ୍ତ ପ୍ରୟୋଜନ।
୨) ଅନ୍ୟ ଏକ ସ୍ବପ୍ନ ହେଲା, ଏସିଆବାସୀଙ୍କର ପୁନରୁତ୍ଥାନ ଓ ମୁକ୍ତି ଏବଂ ମାନବ ସଭ୍ୟତାର ବିକାଶ ଦିଗରେ ତାହାର ମହତ୍ତର ଭୂମିକା ଗ୍ରହଣ। ଏସିଆ ଆଜି ଜାଗ୍ରତ, ତାହାର ଏକ ବିରାଟ ଅଂଶ ମୁକ୍ତ ହୋଇ ସାରିଛି। ଏହାର ଏ ପର୍ଯ୍ୟନ୍ତ ପରାଧୀନ ଥିବା ବା ଆଂଶିକ ପରାଧୀନ ଥିବା ଅନ୍ୟାନ୍ୟ ଅଂଶକୁ କୌଣସି ନା କୌଣସି ସଂଗ୍ରାମ ଚଳାଇ ସ୍ବାଧୀନତା ଦିଗରେ ଆଗେଇ ଚାଲିଛନ୍ତି। କେବଳ ସାମାନ୍ୟ ମାତ୍ର କରିବାକୁ ବାକିଅଛି ଏବଂ ଆଜି ହେଉ ବା କାଲି ହେଉ ତାହା ନିଶ୍ଚୟ ରୂପେ ହେବ। ୩) ତୃତୀୟ ସ୍ବପ୍ନ ହେଲା ବିଶ୍ୱ ସଂଘର ପ୍ରତିଷ୍ଠା – ଯାହା ସମଗ୍ର ମାନବଜାତି ପାଇଁ ଅଧିକ ସୁନ୍ଦର, ଉଜ୍ଜ୍ୱଳତ୍ତର ଓ ମହତ୍ତର ଜୀବନର ବାହ୍ୟ ଭତ୍ତିିି ଗଠନ କରିବ, ମାନବ ସମାଜର ସେହି ଏକତା ବର୍ତ୍ତମାନ ପ୍ରସ୍ତୁତି ପଥରେ ଏ ଦିଗରେ ଏକ ପ୍ରାରମ୍ଭିକ ସଂଗଠନ ହୋଇସାରିଛି ଯଦିଓ ଏହା ତ୍ରୁଟିପୂର୍ଣ୍ଣ, ତାହାକୁ ବହୁ ବାଧାବିଘ୍ନ ବିରୋଧରେ ମଧ୍ୟ ସଂଗ୍ରାମ କରିବାକୁ ହେଉଛି। କିନ୍ତୁ ତା ମଧ୍ୟରେ ରହିଛି ଏକ ପ୍ରବେଶ ଓ ଏହା ଅନିବାର୍ଯ୍ୟ ଭାବରେ ବୃଦ୍ଧି ପାଇବ ଏବଂ ଅବଶ୍ୟ ବିଜୟ ହାସଲ ହେବ। ଏଠାରେ ମଧ୍ୟ ଭାରତ ଏକ ପ୍ରଧାନ ଭୂମିକା ନେବାକୁ ଆରମ୍ଭ କରିଛି। ଯଦି ସେ ସେହି ଧରଣର ବିଶାଳରେ ରାଷ୍ଟ୍ରଗୁଡ଼ିକୁ ବିକଶିତ କରିପାରନ୍ତା ଯାହାକି ବର୍ତ୍ତମାନ ଘଟଣା ଓ ଆଶୁ ସମ୍ଭାବନା ଦ୍ୱାରା ସୀମାବଦ୍ଧ ନୁହେଁ, ବରଂ ଭବିଷ୍ୟତ ଦିଗରେ ଦୃଷ୍ଟି ନିବଦ୍ଧ କରେ ଏବଂ ସେହି ଭବିଷ୍ୟତକୁ ନିକଟରେ କରାଏ ତେବେ ଭାରତର ଉପସ୍ଥିତିର ପ୍ରଭାବ ଫଳରେ ଏ ଦିଗରେ ଅଗ୍ରଗତି ମନ୍ଥର ଓ ଶଙ୍କାକୁଳ ନ ହୋଇ ନିର୍ଭୀକ ଓ କ୍ଷିପ୍ର ହେବ।
୪) ଅନ୍ୟ ଏକ ସ୍ବପ୍ନ ହେଲା ପୃଥିବୀକୁ ଭାରତର ଆଧ୍ୟାମତ୍ିକ ଅବଦାନ – ଇତିମଧ୍ୟରେ ତାହା ଆରମ୍ଭ ହୋଇଗଲାଣି। ଭାରତର ଆଧ୍ୟାମତ୍ିକତା ୟୁରୋପ ଓ ଆମେରିକା ମଧ୍ୟକୁ କ୍ରମଶଃ ଅଧିକ ଭାବରେ ପ୍ରବେଶ କରୁଛି, ସେହି ଆନ୍ଦୋଳନ ପ୍ରସାର ଲାଭ କରିବ, ଏ ଯୁଗର ବିପର୍ଯ୍ୟୟ ମଧ୍ୟରେ ଅଧିକରୁ ଅଧିକ ବ୍ୟକ୍ତି ଭାରତ ଆଡ଼କୁ ଆଶାର ଦୃଷ୍ଟି ନେଇ ଚାହିଁ ରହିଛନ୍ତି। ସେମାନେ କେବଳ ତାହାର ଶିକ୍ଷା ପ୍ରତି ନୁହେଁ, ତାହାର ଅନ୍ତରାମତ୍ା ଓ ଆଧ୍ୟାମତ୍ିକ ସାଧନାର ଆଶ୍ରୟ ଖୋଜୁଛନ୍ତି। ୫) ସର୍ବଶେଷ ସ୍ବପ୍ନ ହେଲା, ବିବର୍ତ୍ତନରେ ଏକ ଅଗ୍ର ପଦକ୍ଷେପ ଯାହାକି ମନୁଷ୍ୟକୁ ଏକ ଉଚ୍ଚତ୍ତର ଓ ବିଶାଳତ୍ତର ଚେତନା ମଧ୍ୟକୁ ଉନ୍ନୀତ କରିବ ଏବଂ ବ୍ୟକ୍ତିଗତ ପୂର୍ଣ୍ଣତା ଓ ସାମାଜିକ ପୂର୍ଣ୍ଣତାର ବିଷୟରେ ଚିନ୍ତା କରିବା ତଥା ସ୍ବପ୍ନ ଦେଖିବା ଦିନଠାରୁ ମନୁଷ୍ୟକୁ ଯେଉଁସବୁ ସମସ୍ୟା ବ୍ୟସ୍ତ ଓ ବିଚଳିତ କରିଛି ସେ ସମସ୍ତ ସମସ୍ୟାର ସମାଧାନ ଆଣିଦେବ। ତଥାପି ମଧ୍ୟ ଏହା ଏକ ବ୍ୟକ୍ତିଗତ ଆଶା, ବିଚାର ଓ ଆଦର୍ଶ ଯାହା ଭାରତ ଏବଂ ପାଶ୍ଚାତ୍ୟର ଦୂରଦୃଷ୍ଟିସଂପନ୍ନ ତଥା ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଆନ୍ଦୋଳିତ କରିବାକୁ ଆରମ୍ଭ କରିଛି। ପ୍ରଚେଷ୍ଟାର ଅନ୍ୟ କୌଣସି କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ପ୍ରତିବନ୍ଧକ ଅଧିକ ଶକ୍ତିଶାଳୀ, କିନ୍ତୁ ପ୍ରତିବନ୍ଧକକୁ ଅତିକ୍ରମ କରିବା ପାଇଁ ହିଁ ତାହା ସୃଷ୍ଟି ହୋଇଥାନ୍ତି ଏବଂ ଯଦି ଭଗବାନଙ୍କ ଇଚ୍ଛା ଏହାର ପଶ୍ଚାତରେ ଥାଏ ତେବେ ସେ ସବୁକୁ ଅତିକ୍ରମ କରିହେବ। ଏ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ଉଦ୍ୟମ ଆରମ୍ଭ କରିବ, ଯଦିଓ ଏଥିପାଇଁ ସୁଯୋଗ ପରିସର ବିଶ୍ୱବ୍ୟାପକ, ତଥାପି କେନ୍ଦ୍ରୀୟ ପ୍ରକ୍ରିୟା ଭାରତରୁ ହିଁ ଆରମ୍ଭ ହେବା ସମ୍ଭବ। ଭାରତର ଏହି ସ୍ବାଧୀନତା ଦିବସକୁ ମୁଁ ଏହି ତାତ୍ପର୍ଯ୍ୟ ପ୍ରଦାନ କରୁଛି, ମୋର ଏହି ଆଶା କେତେଦୂର ସଫଳ ହେବ ତାହା ନିର୍ଭର କରେ ନୂତନ ଓ ସ୍ବାଧୀନ ଭାରତ ଉପରେ।
ଶ୍ରୀଅରବିନ୍ଦ ଜଣେ ବ୍ୟକ୍ତି ନ ଥିଲେ ପ୍ରେମ, ଦେଶଭକ୍ତି ତାଙ୍କ ଭିତରେ ଆଧ୍ୟାମତ୍ିକ ଚେତନା ଥିଲା ଏବଂ ସେ ବିଶ୍ୱକୁ ବିଶେଷକରି ଭାରତବର୍ଷକୁ ନିଜର ‘ମା’ ରୂପରେ ଦେଖୁଥିଲେ ଏବଂ ଭାରତବର୍ଷକୁ ପରାଧୀନତାର ଶୃଙ୍ଖଳରୁ ତାକୁ ବାହାର କରିବା ଲାଗି ନିଜର ଜୀବନ ମଧ୍ୟ ତ୍ୟାଗ କରିବାକୁ ସେ ପ୍ରସ୍ତୁତ ଥିଲେ। ସେ ଏକ ଆଧ୍ୟାମତ୍ିକ ଚେତନାରେ ପରବର୍ତ୍ତୀ ସମୟରେ ରୂପାନ୍ତରିତ ହୋଇଥିଲେ। ଋଷିଙ୍କ ବାଣୀ କଦାପି ଅନ୍ୟଥା ହୁଏନା, ସୁତରାଂ ଦେବଜୀବନର ରୂପକାର, ଅତିମାନସ ଯୋଗର ପ୍ର୍ରତିଷ୍ଠାତା ତଥା ଆଧ୍ୟାମିତ୍କତାର ଆଦର୍ଶ ବ୍ୟାଖ୍ୟାକାର ମହାଯୋଗୀ ଶ୍ରୀଅରବିନ୍ଦଙ୍କର ସ୍ବପ୍ନ ଓ ସଂକଳ୍ପ ବାସ୍ତବ ରୂପ ଗ୍ରହଣ ଦିଗରେ ଅଗ୍ରଗାମୀ – ଏଥିରେ ସନ୍ଦେହର ଅବକାଶ ନାହିଁ।

  • ବିମଳ ପ୍ରସନ୍ନ ଦାସ
    ମୋ: ୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?