୨୨,୪୫୨କୋଟିର ପିଏଫ୍‌ଆଇ ନିବେଶ

ନୂଆଦିଲ୍ଲୀ,୧୫।୮ ଗତ କିଛି ମାସର ଅସ୍ଥିରତା ଓ ଭାରତ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ପିଏଫଆଇ)ରେ ଆଶାତୀତ ବୃଦ୍ଧି ଦେଖାଦେଇଛି। ଏପରିକି ଅଗଷ୍ଟ ମାସର ଗତ ୨ସପ୍ତାହରେ ଭାରତୀୟ ଶେୟାର ବଜାରରେ ବେଶ ଉତ୍ସାହ ଦେଖାଯାଇଛି। ସେହିଭଳି ଗତ କିଛି ମାସ ପରେ ପିଏଫଆଇ ଏକ ଦୀର୍ଘ ଅନ୍ତରାଳରେ ଭାରତୀୟ ଶେୟାର ବଜାରରୁ ଆଶା ତୁଟାଇବା ସହ ଶେୟାର ବିକ୍ରି ମଧ୍ୟ କରିଥିଲେ। ହେଲେ ଭାରତର ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା କମିବା ପରେ ବିଦେଶୀ ନିବେଶକ ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହରେ ଶେୟାର ବଜାରରେ ୨୨,୪୫୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟାରୀ ପରିସଂଖ୍ୟାନ ଅନୁସାରେ ଏହା ପୂର୍ବରୁ ଜୁଲାଇରେ ଏଫପିଆଇ ଶେୟାରରେ ପ୍ରାୟ ୫୦୦୦ କୋଟି ନିବେଶ କରିଥିଲେ। ସେହିଭଳି ଲଗାତର ୯ ମାସ ଯାଏଁ ଶେୟାର ବିକ୍ରି ପରେ ଜୁଲାଇରେ ଏଫପିଆଇ ପ୍ରଥମ ଥର ନେଟ୍‌ କ୍ରୟ ହୋଇଥିଲା। ୨୦୨୧ ଅକ୍ଟୋବରରୁ ୨୦୨୨ ଜୁନ ଯାଏଁ ଏଫପିଆଇ ୨.୪୬ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?