ଜୁଆର ଉଠିଲେ ସମୁଦ୍ରପାଣି ଘରେ ପଶୁଛି

କେନ୍ଦ୍ରାପଡ଼ା ଅଫିସ,୨୬ା୫: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତିବର୍ଷ ଜିଲାସ୍ତରୀୟ ପ୍ରଶାସନିକ କମିଟିର ବୈଠକ ହେଉଛି। ବୈଠକରେ ଚିରାଚରିତ ଢଙ୍ଗରେ ବିପର୍ଯ୍ୟୟ ସମୟରେ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ବିପର୍ଯ୍ୟୟ ସମୟରେ ପ୍ରାକ୍‌ ପ୍ରସ୍ତୁତି, ଉଦ୍ଧାର, ଥଇଥାନ, କ୍ଷତିଭରଣା ଆଦି ସମ୍ପର୍କରେ ଆଲୋଚନା ହେଉଛି। ତେବେ ପ୍ରାକୃତିକ ବିପର୍ଯ୍ୟୟରେ କିପରି କମ କ୍ଷତି ମଧ୍ୟରେ ସୀମତ ରହିବ, ସେପରି କୌଣସି ସ୍ବତନ୍ତ୍ର ଯୋଜନା ଆଲୋଚନା ନ ହେବା ବହୁ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିି କରିଛି। ପୂର୍ଣ୍ଣିମା ଓ ଅମାବାସ୍ୟାରେ ସମୁଦ୍ରରୁ ଉଠୁଥିବା ଜୁଆର ପାଣି ଘରେ ପଶୁଥିବା ବେଳେ ଜିଲା ପ୍ରଶାସନ ଓ ରାଜନେତା ଏହାକୁ ଅଣହେଳା କରିବା ଆଦୌ ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, କୃଷକ ନେତା ଗୟାଧର ଧଳ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ଲାଗିରହୁଛି। ଚଳିତ ମାସରେ ମହାକାଳପଡ଼ା ଲାଞ୍ଜୁଡ଼ା ପଞ୍ଚାୟତର ୩୦ ଘରକୁ ସମୁଦ୍ର ଜୁଆର ପାଣି ମାଡ଼ି ଯାଇଥିଲା। ସାମାନ୍ୟ ବର୍ଷା ପବନରେ ସମୁଦ୍ର ଉତାଳ ରହି ଜିଲାର ୪୮ କିଲୋମିଟର ତଟାଞ୍ଚଳକୁ ମାଡ଼ିଯାଉଛି। ତଟକ୍ଷୟ ଏହି ଜିଲାରେ ପ୍ରବଳ ହୋଇଥିଲେ ମଧ୍ୟ ଏହାର ନିରାକରଣ ପାଇଁ ହେନ୍ତାଳ ବଣ ସୃଷ୍ଟି ହୋଇପାରୁନାହିଁ। ସାତଭାୟା ଅଞ୍ଚଳ ସମୁଦ୍ର ଅଁାରେ ନଷ୍ଟ ହୋଇଥିବା ବେଳେ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଲାଞ୍ଜୁଡା ସମେତ ସୁନୀତି, ବାବର ଆଦି ୫ଟି ପଞ୍ଚାୟତ ସମୁଦ୍ର ଗର୍ଭକୁ ଯିବ। ଏହି ଜିଲାରେ ରାଜ୍ୟର ଦ୍ୱିତୀୟ ସର୍ବ ବୃହତ୍ତମ ଜଳପଥ ଅଛି। ତେବେ ଏହି ଜଳପଥ ପ୍ରତିବର୍ଷ ଜିଲାର ୪୫୭ଟି ଗ୍ରାମକୁ ବନ୍ୟା ବିପତ୍ତି ଆଣୁଛି। ଉପାନ୍ତ ଅଞ୍ଚଳର ନଦୀ, ନାଳ, ଜୋର ଆଦିରେ ବନ୍ଧବାଡ଼ ନ ଥିବାରୁ ଅଧିକ ପାଣି ଚାଷ ଜମି ଓ ଗ୍ରାମ ମଧ୍ୟକୁ ପଶୁଛି। ବନ୍ୟା ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ମିଳପାରୁନାହିଁ। କେବଳ ବନ୍ଧବାଡ଼ ମରାମତିକୁ ପ୍ରଶାସକ ଓ ରାଜନେତା ଗୁରୁତ୍ୱ ଦେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଅଥବା ନିରାକରଣ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ। କେନ୍ଦ୍ରାପଡ଼ା ଜିଲାର ୬୪ ଗ୍ରାମକୁ ସୁନାମିପ୍ରବଣ ଚିହ୍ନଟ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ପାଇଁ ୨୦ଟି ସାଇରନ ଆଲର୍ଟ କେନ୍ଦ୍ର ସ୍ଥାପନ ହୋଇଛି। ତେବେ ସମସ୍ତ କେନ୍ଦ୍ରରୁ ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ସମୟରେ ସାଇରନ ବାଜି ପାରି ନ ଥିଲା। ସେହିପରି ପର୍ଯ୍ୟାପ୍ତ ଜଳପଥ ସତ୍ତ୍ୱେ ଜିଲାରେ ମରୁଡ଼ି ପରି ପ୍ରାକୃତିକ ବିପଦ ଦେଖାଦେଉଛି। ତଟାଞ୍ଚଳରେ ଏକ ବୃହତ କେନାଲ ମାଧ୍ୟମରେ ନଦୀ ସଂଯୋଗୀକରଣ କରାଯାଇ ଏହାର ନିରାକରଣ ହୋଇପାରନ୍ତା। ଏବେ ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ବଡ଼ବଡ଼ କୋଠା, ମଲ୍‌ ଆଦି ନିର୍ମାଣ ହେଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନଖି ହେଉନାହିଁ। ଅଂଶୁଘାତ, ସର୍ପାଘାତ ବଢ଼ୁଥିଲେ ମଧ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। କେନ୍ଦ୍ରାପଡ଼ା ଜିଲାରେ ପ୍ରକୃତିର ବରଦାନ ଭାବେ ଭିତରକନିକା ଜାତୀୟ ଉଦ୍ୟାନ ରହିଛି। ମାତ୍ର ପ୍ରତିବର୍ଷ ଏହି ଜଙ୍ଗଲରେ ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି। ଏହି ଜାତୀୟ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଠାରୁ ଅଧିକ ସଂଖକ ଲୋକ ବେଆଇନ ଭାବେ ବସବାସ କରୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ପ୍ରତିକାର ପାଇଁ ତଳମୁଣ୍ଡରେ ନଦୀବନ୍ଧ ସୁଦୃଢ଼ କରାଯାଉଛି। ସୁନାମିର ପ୍ରଭାବ ହ୍ରାସ ପାଇଁ ତଟାଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଉଛି। ଏହାବ୍ୟତୀତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହାର ମୁକାବିଲା କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?