Posted inଖେଳ

ଶ୍ରାବଣୀ, ଅମିୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୪ର ସ୍ପ୍ରିଣ୍ଟ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ୧୦୦ ମିଟର ରେସ୍‌ରେ ଶ୍ରାବଣୀ ନନ୍ଦ ଏବଂ ପୁରୁଷ ୧୦୦ ମିଟରରେ ଅମିୟ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟତମ ଓଡ଼ିଆ ଆଥଲେଟ୍‌ ଆର୍ଯ୍ୟନ ଏକ୍କା ପୁରୁଷ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ ୭.୫୮ ମିଟର ଡେଇଁ ବ୍ରୋଞ୍ଜ ପଦକ ପାଇଛନ୍ତି।

ମହିଳା ୧୦୦ ମିଟରରେ ଶ୍ରାବଣୀ ୧୧.୮୭ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ ୧୨.୧୮ ଓ ତାମିଲନାଡ଼ୁର ଏମ. ଆଞ୍ଜେଲ ସିଲଭିଆ ୧୨.୩୯ ସେକେଣ୍ଡ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଆଥଲେଟ୍‌ ରଞ୍ଜିତା ମହନ୍ତ ୧୨.୮୪ ସେକେଣ୍ଡ ସମୟ ନେଇଛନ୍ତି। ଗତ ୨୧ ତାରିଖରେ ଏଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ମଧ୍ୟ ଶ୍ରାବଣୀ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ତେଣୁ କଳିଙ୍ଗରେ ଅନୁଷ୍ଠିତ ୨ଟି ଯାକ ଗ୍ରାଁ ପ୍ରି ତାଙ୍କ ପାଇଁ ସ୍ମରଣୀୟ ହୋଇଯାଇଛି। ପୁରୁଷ ୧୦୦ ମିଟରରେ ଜାତୀୟ ରେକର୍ଡଧାରୀ ଅମିୟ ୧୦.୭୪ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଆର୍ଯ୍ୟନ ୧୦.୮୬ ସେକେଣ୍ଡ ସମୟ ନେଇ ରୌପ୍ୟ ଓ ମହାରାଷ୍ଟ୍ରର କରନ ବିବେକ ହେଗିଷ୍ଟେ ୧୦.୯୫ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ପାଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୩ ପୁରୁଷ ୨୦୦ ମିଟରରେ ଆର୍ଯ୍ୟନ ରୌପ୍ୟ ଓ ଅମିୟ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୧୦୦ ମିଟରରେ ଅଂଶଗ୍ରହଣ କରିଥିବା ଅନ୍ୟ ଓଡ଼ିଆ ଆଥଲେଟ୍‌ଙ୍କ ମଧ୍ୟରେ ଅଭିନାଂଶୁ ସାହୁ ୧୦.୯୮, ମହେନ୍ଦ୍ର ସାନ୍ତା ୧୧.୨୭ ଓ ଅଭିଜିତ ସାହୁ ୧୧.୫୯ ସେକେଣ୍ଡରେ ରେସ୍‌ ଫିନିଶ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୁଷିଆନ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ୪ ଭାରତୀୟ

ନୂଆଦିଲ୍ଲୀ, ୧।୮ (ପି.ଟି.)- ଏସୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ପୂଜାରାଣୀ (୭୫ କିଗ୍ରା) ଓ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଲଭଲିନା ବୋରଗୋହାନି...

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ...

ହାଇଦ୍ରାବାଦ୍‌କୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି...

ଶଙ୍କର ମୁଥୁସାମି ସେମିଫାଇନାଲରେ

ସାଣ୍ଟାଣ୍ଡର (ସ୍ପେନ୍‌), ୨୯ା୧୦ (ପି.ଟି.): ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଶଙ୍କର ମୁଥୁସାମି ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା...

ଆଇସିସି ନିର୍ଦ୍ଦେଶକୁ ମାନିଲେ ଧୋନୀ

ଲଣ୍ଡନ, ୧୦ା୬ (ପି.ଟି.)-ଭାରତର ଭେଟେରାନ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିର୍ଦ୍ଦେଶକୁ ମାନିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ...

‘ବାଲା ଦେବୀଙ୍କ ରେଞ୍ଜର୍ସ ମୁଭ୍‌ ଆଶୀର୍ବାଦ ସଦୃଶ’

ନୂଆଦିଲ୍ଲୀ: ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ତରଫରୁ ବାଲା ଦେବୀ ଖେଳିବା ଆଗାମୀ ପିଢ଼ି ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଭାରତୀୟ ମହିଳା...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ ।...

ଆରମ୍ଭ ହେଲା ଦାଦାଙ୍କ ରାଜୁତି: ବିସିସିିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଲେ

ମୁମ୍ବାଇ,୨୩।୧୦: ଭାରତର ସବୁଠାରୁ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଫଳରେ ସୁପ୍ରିମ...

Advertisement
Archives

Model This Week