ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ବଲାଙ୍ଗୀର ଅଫିସ,୨୫ା୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି, ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍‌ (ଦି ଆନ୍‌ସିଏଣ୍ଟ ମନ୍ୟୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଡ୍‌ ଆଣ୍ଡ ରିମେନ୍ସ ଆକ୍ଟ) ଆଇନ ଉଲ୍ଲଂଘନର ଅଭିଯୋଗ ଆସିଛି। ତେବେ ଶାସକ ଦଳର ନେତାମାନେ ଆମସାର୍‌ ଆଇନକୁ ଉଲ୍ଲଂଘନ କରାଯାଇନାହିଁ ବୋଲି କହୁଛନ୍ତି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ରାଜ୍ୟରେ ଥିବା ଜାତୀୟ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ଏକ ପୁରୁଣା ଅଭ୍ୟାସ ବୋଲି ଜଣାପଡ଼ିଛି।
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଆପତ୍ତିବିହୀନ ପ୍ରମାଣପତ୍ର ମିଳି ନ ଥିବା ତଥ୍ୟରେ ଉଲ୍ଲେଖ ରହିଥିବାବେଳେ ନିର୍ମାଣ ଶବ୍ଦର ପରିଭାଷାରେ ସାର୍ବଜନିକ ସୁବିଧା ପାଇଁ କେତେକ ନିର୍ମାଣକୁ ଅନୁମତି ଦିଆଯାଇଥିବା ମଧ୍ୟ ଉଲ୍ଲେଖ ରହିଛି। ପୁରୀ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ମଧ୍ୟରେ ମେଘନାଦ ପ୍ରାଚୀରକୁ ସଂଲଗ୍ନ କରି ଆଉ ପ୍ରାଚୀର ନିର୍ମାଣ ଏବଂ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରିତା ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ ହେଉଥିବା ତଥ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନସ୍ଥ ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ ଦେଇ ନ ଥିଲେ ମଧ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ କ୍ଲବରୁମ୍‌, ମିନି କ୍ଲବରୁମ୍‌, ଶେଲ୍‌ଟର ପାଭିଲିୟନ, ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍‌ଟ୍ରିକାଲ ରୁମ୍‌ ଏବଂ ପେଭ୍‌ମେଣ୍ଟ ଏରିଆ ସମେତ ଦର୍ଶନାର୍ଥୀଙ୍କ ଶ୍ରୀମନ୍ଦିର ଗର୍ଭଗୃହକୁ ଧାଡ଼ିରେ ଯିବା ପାଇଁ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଅଭ୍ୟର୍ଥନା କେନ୍ଦ୍ର, ଡୋନେଶନ କିୟୋକ୍ସ ଆଦିର ପୁନର୍ବିଚାର କରି ସ୍ଥାନ ପୁନଃନିରୂପଣ କରିବା ପାଇଁ ପ୍ରାଧିକରଣ ପକ୍ଷରୁ କୁହାଯାଇଥିଲା। ଗତ ଫେବୃୟାରୀ ୨୧ରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଡିଜି ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାମ କରାଯାଉଥିଲେ ମଧ୍ୟ ତାହା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)ସଂସ୍ଥା ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ମୁଖ୍ୟ ମନ୍ଦିର ଦେଖିବା ପାଇଁ ଅସୁବିଧା ସୃଷ୍ଟି ହେବନାହିଁ ବୋଲି କୁହାଯାଇଛି। ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ସମୟରେ ଆଧ୍ୟାତ୍ମିକ ଦିଗ ପ୍ରତି ସଚେତନ ରହିବା ଉଚିତ ବୋଲି କୁହାଯାଇଛି। ପ୍ରସ୍ତାବିତ ଅଭ୍ୟର୍ଥନା କୋଠା ୭୫ ମିଟର ମଧ୍ୟରେ ରହିଥିବାରୁ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହାର ନିର୍ମାଣକୁ ସ୍ଥାନାନ୍ତର ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ବିଚାର କରିବା ଲାଗି ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ପଣ୍ଡା କହିଥିଲେ। ଓଡ଼ିଶାର ପୁରାତନ କୀର୍ତ୍ତିରାଜିଗୁଡିକର ନବକଳେବର କରାଯାଉଥିବା ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ଆମ୍‌ସାର ଆଇନର ସମ୍ପୂର୍ଣ୍ଣ ପାଳନ କରାଯାଇ ନିର୍ମାଣ କରିବାକୁ ସୂଚନା କର୍ମୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ରାଜ୍ୟରେ ସମୁଦାୟ ୮୦ଟି ଜାତୀୟ ମାନ୍ୟତାପ୍ରାପ୍ତ କୀର୍ତ୍ତିରାଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବାବେଳେ ତନ୍ମଧ୍ୟରୁ ୧୨ଟି ଜାତୀୟ କୀର୍ତ୍ତିରାଜିର ଶହେମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ନିର୍ମାଣ କରାଯାଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ତଲେ ଅସାହା ଜୀବନ୍‌ ଘଟନା : ପଁଚେତ୍‌ ଆଘେ ଅନଶନରେ ଗରିବ୍‌ ପରିବାର

  ପାଇକମାଳ,୨୯ା୧୦ (ଡି.ଏନ୍‌.ଏ.)- ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ...

ରାଜ୍ୟରେ ୮୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ନେଇଛି ୧୬ ଜୀବନ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ରୋଗୀ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦାବି କଲେ ଅର୍ଥ, ଭିଡିଓ ଭାଇରାଲ

ଜଳେଶ୍ୱର,୨୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀଙ୍କ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର,୧।୮(ଡି.ଏନ୍‌.ଏ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ବହୁ ପତୀକ୍ଷା ପରେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ...

କଟକରେ ୫୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୨୫।୬: କଟକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଡେଇଁଛି। ଗୁରୁବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଛି। ସେଥିରୁ ୪୦୫ଜଣ ସୁସ୍ଥ...

ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ...

ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ...

୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁନୀଲ...

Advertisement
Archives

Model This Week