ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ବଲାଙ୍ଗୀର ଅଫିସ,୨୫ା୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି, ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍‌ (ଦି ଆନ୍‌ସିଏଣ୍ଟ ମନ୍ୟୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଡ୍‌ ଆଣ୍ଡ ରିମେନ୍ସ ଆକ୍ଟ) ଆଇନ ଉଲ୍ଲଂଘନର ଅଭିଯୋଗ ଆସିଛି। ତେବେ ଶାସକ ଦଳର ନେତାମାନେ ଆମସାର୍‌ ଆଇନକୁ ଉଲ୍ଲଂଘନ କରାଯାଇନାହିଁ ବୋଲି କହୁଛନ୍ତି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ରାଜ୍ୟରେ ଥିବା ଜାତୀୟ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ଏକ ପୁରୁଣା ଅଭ୍ୟାସ ବୋଲି ଜଣାପଡ଼ିଛି।
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଆପତ୍ତିବିହୀନ ପ୍ରମାଣପତ୍ର ମିଳି ନ ଥିବା ତଥ୍ୟରେ ଉଲ୍ଲେଖ ରହିଥିବାବେଳେ ନିର୍ମାଣ ଶବ୍ଦର ପରିଭାଷାରେ ସାର୍ବଜନିକ ସୁବିଧା ପାଇଁ କେତେକ ନିର୍ମାଣକୁ ଅନୁମତି ଦିଆଯାଇଥିବା ମଧ୍ୟ ଉଲ୍ଲେଖ ରହିଛି। ପୁରୀ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ମଧ୍ୟରେ ମେଘନାଦ ପ୍ରାଚୀରକୁ ସଂଲଗ୍ନ କରି ଆଉ ପ୍ରାଚୀର ନିର୍ମାଣ ଏବଂ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରିତା ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ ହେଉଥିବା ତଥ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନସ୍ଥ ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ ଦେଇ ନ ଥିଲେ ମଧ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ କ୍ଲବରୁମ୍‌, ମିନି କ୍ଲବରୁମ୍‌, ଶେଲ୍‌ଟର ପାଭିଲିୟନ, ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍‌ଟ୍ରିକାଲ ରୁମ୍‌ ଏବଂ ପେଭ୍‌ମେଣ୍ଟ ଏରିଆ ସମେତ ଦର୍ଶନାର୍ଥୀଙ୍କ ଶ୍ରୀମନ୍ଦିର ଗର୍ଭଗୃହକୁ ଧାଡ଼ିରେ ଯିବା ପାଇଁ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଅଭ୍ୟର୍ଥନା କେନ୍ଦ୍ର, ଡୋନେଶନ କିୟୋକ୍ସ ଆଦିର ପୁନର୍ବିଚାର କରି ସ୍ଥାନ ପୁନଃନିରୂପଣ କରିବା ପାଇଁ ପ୍ରାଧିକରଣ ପକ୍ଷରୁ କୁହାଯାଇଥିଲା। ଗତ ଫେବୃୟାରୀ ୨୧ରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଡିଜି ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାମ କରାଯାଉଥିଲେ ମଧ୍ୟ ତାହା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)ସଂସ୍ଥା ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ମୁଖ୍ୟ ମନ୍ଦିର ଦେଖିବା ପାଇଁ ଅସୁବିଧା ସୃଷ୍ଟି ହେବନାହିଁ ବୋଲି କୁହାଯାଇଛି। ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ସମୟରେ ଆଧ୍ୟାତ୍ମିକ ଦିଗ ପ୍ରତି ସଚେତନ ରହିବା ଉଚିତ ବୋଲି କୁହାଯାଇଛି। ପ୍ରସ୍ତାବିତ ଅଭ୍ୟର୍ଥନା କୋଠା ୭୫ ମିଟର ମଧ୍ୟରେ ରହିଥିବାରୁ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହାର ନିର୍ମାଣକୁ ସ୍ଥାନାନ୍ତର ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ବିଚାର କରିବା ଲାଗି ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ପଣ୍ଡା କହିଥିଲେ। ଓଡ଼ିଶାର ପୁରାତନ କୀର୍ତ୍ତିରାଜିଗୁଡିକର ନବକଳେବର କରାଯାଉଥିବା ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ଆମ୍‌ସାର ଆଇନର ସମ୍ପୂର୍ଣ୍ଣ ପାଳନ କରାଯାଇ ନିର୍ମାଣ କରିବାକୁ ସୂଚନା କର୍ମୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ରାଜ୍ୟରେ ସମୁଦାୟ ୮୦ଟି ଜାତୀୟ ମାନ୍ୟତାପ୍ରାପ୍ତ କୀର୍ତ୍ତିରାଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବାବେଳେ ତନ୍ମଧ୍ୟରୁ ୧୨ଟି ଜାତୀୟ କୀର୍ତ୍ତିରାଜିର ଶହେମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ନିର୍ମାଣ କରାଯାଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri