ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ ହରିଲୁଟ

ଯାଜପୁର ଅଫିସ,୨୫ା୫: ସମଗ୍ର ଶିକ୍ଷା ଯୋଜନାରେ ଯାଜପୁର ଜିଲାରେ ବିପୁଳ ଅର୍ଥ ବ୍ୟୟରେ ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୭-୧୮ ଏବଂ ୨୦୧୯-୨୦ ବର୍ଷରେ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ(ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟ)ରେ ବଡ଼ଚଣା, ଦଶରଥପୁର, ଧର୍ମଶାଳା, ଯାଜପୁର ଓ ବରୀ ବ୍ଲକର ୭ଟି ସ୍କୁଲର ବିଜ୍ଞାନାଗାର, ଲାଇବ୍ରେରି, ଅତିରିକ୍ତ ଶ୍ରେଣୀଗୃହ, କମ୍ପ୍ୟୁଟର ଗୃହ ଆଦି ନିର୍ମାଣ ବାବଦକୁ ୩ କୋଟି ୧୦ ଲକ୍ଷ ୯୫ ହଜାର ଟଙ୍କା ଆବଣ୍ଟିତ ହୋଇଛି। ହେଲେ ଏଯାଏ ନିର୍ମିତ ପ୍ରକଳ୍ପଗୁଡ଼ିକର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇ ନ ଥିବାବେଳେ କେତେକ ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ। ଏନେଇ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ୟୁସି ସହ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି। ଅନୁଦାନ ଆବଣ୍ଟନ ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟ ପରାହତ ହୋଇଛି। ଅନ୍ୟପକ୍ଷେ ମିଥ୍ୟା ବିଲ୍‌ ଭାଉଚର ତିଆରି କରି ଏହି ଆବଣ୍ଟିତ ଅର୍ଥକୁ ମିଳିମିଶି ହରିଲୁଟ୍‌ କରି ନିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିଯୋଗୁ ୟୁସି ଏବଂ ଅଗ୍ରଗତି ରିପୋର୍ଟ ଦିଆଯାଉ ନ ଥିବା କୁହାଯାଉଛି।
ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ସେକେଣ୍ଡାରି ସ୍କୁଲ ଗ୍ରାଣ୍ଟରେ ୨ଟି ପର୍ଯ୍ୟାୟରେ ଯାଜପୁର ଜିଲାର ୭ ସ୍କୁଲକୁ ଅନୁଦାନ ଦିଆଯାଇଥିଲା। ଏଥିରେ ୨୦୧୯-୨୦ରେ ବଡଚଣା ବ୍ଲକର ପଲ୍ଲୀପ୍ରଭା ବିଦ୍ୟାନିକେତନର ବିଜ୍ଞାନାଗାର ପାଇଁ ୧୧.୯୯ ଲକ୍ଷ ଟଙ୍କା, ଆର୍ଟ/କ୍ରାଫ୍ଟ/କଲଚର ଗୃହ ପାଇଁ ୧୧.୨୫ ଲକ୍ଷ ଟଙ୍କା, ଲାଇବ୍ରେରି ଗୃହ ପାଇଁ ୧୪.୦୪ ଲକ୍ଷ ଟଙ୍କା ଏବଂ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧୧.୨୫ ଲକ୍ଷ ଟଙ୍କା ଭାବେ ମୋଟ ୪୮.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ଦଶରଥପୁର ବ୍ଳକର କଂସାଲଡ଼ିହ ଶ୍ରୀମା ହାଇସ୍କୁଲକୁ ମୋଟ ୪୮.୫୩ ଲକ୍ଷ ଟଙ୍କା, ଧର୍ମଶାଳା ବ୍ଲକ ମଧୁପୁରଗଡ଼ ହାଇସ୍କୁଲକୁ ୫୯.୭୮ ଲକ୍ଷ ଟଙ୍କା, ଯାଜପୁର ବ୍ଲକ ସତ୍ୟସାଇ ହାଇସ୍କୁଲ ପାଇଁ ୪୮.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୭-୧୮ ବର୍ଷରେ ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନର ବିଜ୍ଞାନାଗାର ଓ ଲାଇବ୍ରେରି ଗୃହ ପାଇଁ ୨୨.୫୨୫ ଲକ୍ଷ ଏବଂ ଯାଜପୁର ବ୍ଲକର ବରୁଆଁ ପଞ୍ଚାୟତ ହାଇସ୍କୁଲ ପାଇଁ ମୋଟ ୫୪.୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
୨୦୧୯-୨୦ ବର୍ଷରେ ବଡ଼ଚଣା ପଲ୍ଲୀପ୍ରଭା ବିଦ୍ୟାନିକେତନର ଲାବ୍‌ ସାମଗ୍ରୀ ଓ ଫର୍ନିଚର ବାବଦକୁ ୪.୭ ଲକ୍ଷ ଟଙ୍କା, ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନର ଫର୍ନିଚର ଓ ଲାବ୍‌ ସାମଗ୍ରୀ ବାବଦକୁ ୨.୭୩ ଲକ୍ଷ ଟଙ୍କା, ଦଶରଥପୁର ବ୍ଳକ କଂସାଲଡ଼ିହ ଶ୍ରୀମା ହାଇସ୍କୁଲର ଫର୍ନିଚର ଓ ଲାବ୍‌ ସାମଗ୍ରୀ ପାଇଁ ୪.୭ ଲକ୍ଷ ଟଙ୍କା ସମେତ ମଧୁପୁରଗଡ଼ ହାଇସ୍କୁଲ ପାଇଁ ୫.୧ ଲକ୍ଷ ଟଙ୍କା, ବରୁଆଁ ପଞ୍ଚାୟତ ହାଇସ୍କୁଲ ପାଇଁ ୩.୭୨୫ ଲକ୍ଷ ଟଙ୍କା, ଯାଜପୁର ବ୍ଲକର ପୁରୁଷୋତ୍ତମପୁର ହାଇସ୍କୁଲ ପାଇଁ ୨.୭୨୫ ଲକ୍ଷ ଟଙ୍କା ଏବଂ ସତ୍ୟସାହି ହାଇସ୍କୁଲର ଫର୍ନିଚର ଓ ଲାବ୍‌ ସାମଗ୍ରୀ ବାବଦକୁ ୪.୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉପରୋକ୍ତ ସମସ୍ତ ସ୍କୁଲରେ ଏହିସବୁ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ଉଠିଥିବାବେଳେ ଏତେ ବିପୁଳ ପରିମାଣର ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ ହେଉଛି। ଏନେଇ ଯାଜପୁର ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜକ ୩୧ା୧ା୨୦୨୨ରେ ସମ୍ପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କୁ ପତ୍ର ଲେଖି ୭ ଦିନ ମଧ୍ୟରେ ୟୁସି ଓ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ତେବେ ଏହି ପତ୍ର ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଜିଲା ପ୍ରକଳ୍ପ ସଂଯୋଜକ ଗତ ୨୦ ତାରିଖରେ ପୁଣି ସେହି ପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ସନ୍ଧ୍ୟା ୫ଟା ୫୬ ମିନିଟ ସମୟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?