Posted inଜାତୀୟ

ଅଜ୍ଞାତ ନମ୍ବରରୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ହ୍ବାଟସଆପ୍‌ କରୁଛି ଗୁପ୍ତଚରୀ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୫ : ଅନ୍ତର୍ଜାତୀୟ କଲ ଏବଂ ଚାକିରି ସମ୍ପର୍କିତ ବାର୍ତ୍ତା ମଧ୍ୟରେ ଉପଭୋକ୍ତାମାନେ ହ୍ବାଟସ ଆପରେ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଜଣେ ଉପଭୋକ୍ତା ପ୍ରକାଶ କରିଛନ୍ତି ଏହି ଆପ
ସେ ଶୋଇବା ସମୟରେ ମଧ୍ୟ ମାଇକ୍ରୋଫୋନ ବ୍ୟବହାର କରୁଛି। ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ସରକାର ମଧ୍ୟ ସତର୍କ ହୋଛନ୍ତି ଏବଂ ତୁରନ୍ତ ତଦନ୍ତ ପାଇଁ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛନ୍ତି।

ଟୁଇଟର ବ୍ୟବହାରକାରୀ ଫୋଡ ଡାବିରୀ ଶନିବାର ଟୁଇଟ କରି କହିଛନ୍ତି ମୁଁ ଶୋଇଥିଲି ଏବଂ ସକାଳ ୬ଟାରେ ଉଠିଲି, ହ୍ବାଟସ ଆପ ପୃଷ୍ଠଭୂମିରେ ମାଇକ୍ରୋଫୋନ ବ୍ୟବହାର କରୁଥିଲା୍‌। ଏନେଇ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନେଟ ଟୁଇଟ ବିଷୟରେ ଲେଖିଛନ୍ତି, ଏହା ଗୋପନୀୟତାର ଉଲ୍ଲଂଘନ। ଏହା ଗ୍ରହଣୀୟ ନୁହେଁ। ଆମେ ତୁରନ୍ତ ଏହି ଘଟଣାର ଅନୁସନ୍ଧାନ କରୁଛୁ ଏବଂ କୌଣସି ଉଲ୍ଲଂଘନ ଜଣାପଡ଼ିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ପ୍ରତି ହ୍ବାଟସ ଆପରେ ଅନ୍ତର୍ଜାତୀୟ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ ବିଷୟରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି। ଏ ବାବଦରେ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
ଯେଉଁଥିରେ କୁହାଯାଇଛି ଉପଭୋକ୍ତାମାନେ ଏହି ନମ୍ବରଗୁଡ଼ିକୁ ଅବରୋଧ ଏବଂ ରିପୋର୍ଟ କରିବା ଉଚିତ। ଏଥିସହ କମ୍ପାନୀ ଏଗୁଡିକୁ ବିପଜ୍ଜନକ ବୋଲି କହିଛି ଏବଂ ଏପରି କଲର ଉତ୍ତର ନ ଦେବାକୁ ପରାମର୍ଶ ଦେଇଛି।

ହ୍ବାଟସ ଆପ ବାର୍ତ୍ତା ଯୋଗୁଁ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଖବର ରହିଛି। ଜେରୋଡା ସିଇଓ ନିଖିଲ କାମାତ ମଧ୍ୟ ଏଭଳି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ତାଙ୍କର ଘନିଷ୍ଠ ବନ୍ଧୁଙ୍କର ୫ ଲକ୍ଷ ଟଙ୍କା ଠକି ନିଆ ଯାଇଥିଲା। ହ୍ବାଟସ ଆପରେ ଆସୁଥିବା ଅଜ୍ଞାତ ନମ୍ବରରୁ ବାର୍ତ୍ତା ଲୋକଙ୍କୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ଆକର୍ଷିତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri