ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। କିଛି ମୁନାଫାଖୋର୍‌ ବ୍ୟବସାୟୀ ଆଣ୍ଠୁ ଓ ଗୋଡ଼ରେ ମଇଦା ଚକଟି ଖଜା ପ୍ରସ୍ତୁତ କରି ଫାଇଦା ଉଠାଉଛନ୍ତି। ଖଜାରେ ଅତ୍ୟଧିକ ମୁନାଫା ଆଶାରେ ଯୁବପିଢ଼ି ସାମିଲ ହେଉଥିବା ବେଳେ ଖଜା ଦୋକାନର ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟ ଅତୀତରେ ଖଜା ବ୍ୟବସାୟକୁ ନେଇ ୨ଟି ମୁଣ୍ଡ ଗଡ଼ିଥିଲା। ଦିନକୁ ଦିନ ପୁରୀରେ ଖଜା ବ୍ୟବସାୟୀ କାୟାବିସ୍ତାର କରୁଥିବା ବେଳେ ମହାପ୍ରସାଦ ନାମରେ ଅପମିଶ୍ରିତ ଖଜା ବିକ୍ରିହେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଡିଜିଟାଲ ଓଜନ ମାପକ ଯନ୍ତ୍ରରେ ବି ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି।

ସୁଆର ମହାସୁଆର ନିଯୋଗର ସମ୍ପାଦକ ମହାସୁଆର କହିଛନ୍ତି, କିଛିଦିନ ହେବ ବହୁ ଖଜା ବ୍ୟବସାୟୀ ମହାପ୍ରସାଦ କହି ଭକ୍ତ ଓ ଯାତ୍ରୀଙ୍କୁ ବିକୁଛନ୍ତି। ବିଭିନ୍ନ ସ୍ଥାନରେ ଅପମିଶ୍ରିତ ତେଲ ବ୍ୟବହାର କରାଯାଇ ଓ ଗୋଡ଼, ଆଣ୍ଟୁରେ ମଇଦାକୁ ଦଳାଯାଇ ଖଜା ପ୍ରସ୍ତୁତ କରୁଛନ୍ତି ଓ ଉକ୍ତ ଖଜାକୁ ଭୋଗ ଖଜା କହି ବିକ୍ରି କରୁଛନ୍ତି। ଖଜାଗୁଡ଼ିକୁ ଭୋଗ କହି ବିକ୍ରି କରିବା ଦୁଃଖର ବିଷୟ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ଭୋଗ ଅଟେ। ଏଥିପ୍ରତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଧ୍ୟାନ ଦେଇ ଶ୍ରୀମନ୍ଦିର ନିକଟରେ ଭୋଗ କହି ବିକୁଥିବା ଅପମିଶ୍ରିତ ଖଜାଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହେଉଛି ଭୋଗ ଖଜା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଥିବା ଖଜା ସୁପକାରଙ୍କ ଦ୍ୱାରା ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ହୋଇଥାଏ ଓ ଏହା ଆନନ୍ଦବଜାରରେ ବିକ୍ରି ହୋଇଥାଏ।

ନେଇ ଏସ୍‌ପି ଭିନୀତ ଅଗ୍ରୱାଲ କହିଛନ୍ତି, ଭକ୍ତଙ୍କୁ ମାପ ଠକିବା ନେଇ ଯେଉଁ ଅଭିଯୋଗ ହେଉଛି, ଜିଲା ପ୍ରଶାସନ ସହ ମିଶି ମେଶିନଗୁଡ଼ିକ ଚେକ୍‌ କରାଯିବ। ମିଳିତ ଭାବେ ଚଢ଼ାଉ କରାଯିବ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ମହାପାତ୍ର କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ଖଜା ଦୋକାନ ପୁରୀରେ ଛତୁ ଫୁଟିଲା ପରି ଫୁଟୁଛି। ଏପରିକି ଖଜା ବ୍ୟବସାୟକୁ ନେଇ ପୁରୀରେ ହତ୍ୟାକାଣ୍ଡ ଘଟିଲାଣି। ଖଜା ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି। ଅଳ୍ପ ଟଙ୍କାରେ କିଣି ତାକୁ ଯାତ୍ରୀଙ୍କୁ ଦୁଇରୁ ତିନି ଗୁଣା ମୂଲ୍ୟରେ ବିକ୍ରି କରୁଛନ୍ତି। ଏପରିକି ମେଶିନରେ ମଧ୍ୟ ଜାଲିଆତି କରି ଭକ୍ତଙ୍କୁ ମାପରେ ଠକୁଛନ୍ତି। ଏଠାରେ ନିମ୍ନମାନର ଖଜା ବିକ୍ରି କରାଯାଉଛି, ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?