Posted inଖେଳ

IPL ପରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ବଢ଼ିଯିବ ସମସ୍ୟା, BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଦୁବାଇ ଗସ୍ତରେ ଅଛି, ଯେଉଁଠାରେ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳୁଛି। ଟୁର୍ନାମେଣ୍ଟ ପରେ ଭାରତୀୟ ଖେଳାଳିମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ଜୁନ୍‌ରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯିବେ। କିନ୍ତୁ ଟେଷ୍ଟ ଫର୍ମାଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଦଳକୁ କ୍ଲିନ ସୁଇପ୍‌ର ସାମ୍ନା କରିବାକୁ ପଡିଥିଲା। ସେହିଭଳି ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ପରାଜିତ ହୋଇଥିଲା। ଏଭଳିି ପରିସ୍ଥିତିରେ BCCI ଟେଷ୍ଟ ଫର୍ମାଟକୁ ଧ୍ୟାନରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛି। ଫଳରେ IPL ସମୟରେ ଖେଳାଳିଙ୍କ ଦାୟିତ୍ୱ ବଢ଼ିଯିବ।

୨୦୨୫ ଆଇପିଏଲ୍‌ ସମୟରେ ଭାରତୀୟ ଖେଳାଳିମାନଙ୍କୁ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିପାରେ। ବିଶେଷକରି ଏହି ଦୁଇ ମାସ ମଧ୍ୟରେ ଖେଳାଳିମାନଙ୍କୁ ଲାଲ୍‌ ବଲ କ୍ରିକେଟ ସହିତ ଜଡିତ ରହିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଜୁନ-ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଯୋଗୁ ଏହି ପରିସ୍ଥିତି ଉପୁଜୁଛି, ଯାହା ଆଇପିଏଲ୍‌ ପରେ ଖେଳାଯିବ। ଯଦିଓ ବିସିସିଆଇ ଟେଷ୍ଟ କ୍ରିକେଟ ପାଇଁ ଖେଳାଳିମାନଙ୍କୁ କିପରି ପ୍ରସ୍ତୁତ ରଖିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି ଏହା ନିଶ୍ଚିତ ଯେ ଏଥିପାଇଁ ଯୋଜନା ଆରମ୍ଭ ହୋଇସାରିଛି।

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଆଇପିଏଲ୍‌ ସିଜିନ ସମୟରେ ଖେଳାଳିମାନଙ୍କୁ ଟେଷ୍ଟ କ୍ରିକେଟରେ ଜଡିତ ରଖିବା ପାଇଁ ଏକ ରଣନୀତି ଉପରେ କାମ କରୁଛି। ଖେଳାଳିମାନଙ୍କୁ ବେଳେବେଳେ ଲାଲ୍‌ ବଲ ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିବାକୁ କୁହାଯିବାର ସମ୍ଭାବନା ରହିଛି।
କହିରଖୁଛୁ, ବିସିସିଆଇ ଟେଷ୍ଟରେ ଦଳର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଏହି ନିଷ୍ପତ୍ତି ନେବାକୁ ଚାହୁଁଛି। ଯଦି ଆମେ IPL ବିଷୟରେ କଥା ହେବା, ତେବେ ଏହି ଲିଗ୍‌ ୨୨ ମାର୍ଚ୍ଚରୁ ୨୫ ମଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଇଂଲଣ୍ଡରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ।

ଆଇପିଏଲ୍‌ ପରେ ଇଂଲଣ୍ଡ ବିପକ୍ଷରେ ପ୍ରତ୍ୟେକ ବିଦେଶ ଟେଷ୍ଟ ସିରିଜରେ ଭାରତ ହାରିବା ଧାରାକୁ ଅଣଦେଖା କରାଯାଇପାରିବ ନାହିଁ। ୨୦୧୧ରେ ଭାରତୀୟ ଦଳ ଆଇପିଏଲ୍‌ ପରେ ଇଂଲଣ୍ଡ ଗସ୍ତ କରିଥିଲା, ଯେଉଁଠାରେ ଏହା ୪-୦ରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହା ପରେ ଭାରତ ୨୦୧୮ରେ ୪-୧ରେ ପରାଜୟର ସମ୍ମୁଖୀନ ହୋଇଥିଲା। ଦୁଇ ଦଳ ମଧ୍ୟରେ ଶେଷ ଟେଷ୍ଟ ସିରିଜ ୨୦୨୧ ମସିହାରେ ଇଂଲଣ୍ଡରେ ଖେଳାଯାଇଥିଲା। ତା’ପରେ ଏହି ସିରିଜ ୨-୨ରେ ଡ୍ର ରହିଥିଲା। ଆପଣଙ୍କୁ କହିରଖୁଛୁ ଯେ, ଏହି ସିରିଜର ଶେଷ ମ୍ୟାଚ କରୋନା ଯୋଗୁ ଆଇପିଏଲ ପରେ ଖେଳାଯାଇଥିଲା। ସେତେବେଳେ ମଧ୍ୟ ଟିମ୍‌ ଇଣ୍ଡିଆ ଶେଷ ମ୍ୟାଚ୍‌ ହାରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?