Posted inଖେଳ

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଦେବା ସମୟସୀମାକୁ ଦୁଇ ଦିନ ଅର୍ଥାତ୍‌ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଥିବା ଏକ ମାମଲା ପାଇଁ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଗୁରୁତ୍ୱପୂର୍ଣ୍ଣ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ। ସୂଚନାଯୋଗ୍ୟ, ଜାତୀୟ କ୍ରୀଡ଼ା ଆଚରଣବିଧିରେ ବୟସ ଓ କାର୍ଯ୍ୟକାଳକୁ ନେଇ ନେଇ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଠିକ୍‌ରୂପେ ଅନୁପାଳନ କରାଯାଉଛି କି ନା ସେ ନେଇ ଦିଲ୍ଲୀ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ତେଣୁ ଏନେଇ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନାବଳୀର ଜବାବ ନ ଦେଲେ ସମ୍ପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରୁ ସାମୟିକ ସ୍ବୀକୃତି ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଦେଶର ୫୭ଜାତୀୟ କ୍ରୀଡ଼ା ମହାସଂଘକୁ ଚିଠି କରାଯାଇଛି। ଏଥିପାଇଁ ପ୍ରଥମେ ସମୟସୀମା ଅଗଷ୍ଟ ୧୧ତାରିଖ ରଖାଯାଇଥିଲା। ମଙ୍ଗଳବାର ଆଇଓଏ ସଭାପତି ନରିନ୍ଦର ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ କ୍ରୀଡ଼ା ସଚିବ ରବି ମିତ୍ତଲଙ୍କୁ ଭେଟିଥିଲେ। ପ୍ରଶ୍ନାବଳୀ ଜବାବ ଦେବାର ସମୟ ଅବଧି ବୃଦ୍ଧି ପାଇଁ ଆଇଓଏ ତରଫରୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି, କ୍ରୀଡ଼ା ଆଚରଣବିଧି ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିବା ଆଇଓଏ ମୁଖ୍ୟ ବାତ୍ରା ଏବଂ ସାଧାରଣ ସମ୍ପାଦକ ମେହେଟା ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଫେବୃୟାରୀ ୭ରେ ଦିଲ୍ଲୀ ହାଇକୋର୍ଟ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ। କୋର୍ଟଙ୍କୁ ନ ଜଣାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କିମ୍ବା ଆଇଓଏ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନେଇ ପାରିବେନାହିଁ। ପରେ ଏହି ନିର୍ଦ୍ଦେଶନାମାରେ କେତେକ ପରିବର୍ତ୍ତନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ପିଟିଶନକୁ କୋର୍ଟ ଖାରଜ କରିଦେବାରୁ ଏହି ପରିସ୍ଥିତି ଉପୁଜିଛି। ଗତ ମେ ୧୧ ରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସାମୟିକ ସ୍ବୀକୃତି ପ୍ରଦାନ କରାଯାଇଥିଲା। ମାତ୍ର ତାହା ତୁରନ୍ତ ବାତିଲ କରିଦେବା ଲାଗି ହାଇକୋର୍ଟ ଜୁନ୍‌ ୨୪ରେ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୫ ବର୍ଷ ପରେ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଚଟ୍ଟଗ୍ରାମ,୧୬।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ତାଙ୍କ ଯୁଗର ଶ୍ରେଷ୍ଠ ବୋଲର ଥିଲେ। ଏବେ ସେ ବାଂଲାଦେଶ ଦଳର କୋଚ ଅଛନ୍ତି।...

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ...

ଆଜିଠାରୁ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା: ଭାଗନେବେ ୩୦୦ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ଜିଲା ତୀରନ୍ଦାଜ ସଂଘ, ଜିଲା କ୍ରୀଡ଼ା ବିଭାଗ ଏବଂ...

ଟିମ୍‌ ଇଣ୍ଡିଆକୁ ଫେରିବା ପଥରେ ରାହାନେ

ମୁମ୍ବାଇ,୧୮।୨: ଟେଷ୍ଟ କ୍ୟାରିୟରର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ବ୍ୟାଟର ଅଜିଙ୍କ୍ୟ ରାହାନେ ଚଳିତ ଘରୋଇ ସିଜନର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ...

ରୟାଲ ଚ୍ୟାଲେଞ୍ଜର୍ସ ଜର୍ସି ଉନ୍ମୋଚିତ

ଦୁବାଇ, ୨୬।୮- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ୮ଟି ଯାକ ଫ୍ରାଞ୍ଚାଇଜ୍‌ ଟିମ୍‌ ୟୁନାଇଟେଡ...

ଟ୍ରେନିଂ ଆରମ୍ଭ କଲେ ସାଇନା ନେହ୍ବାଲ

ନୂଆଦିଲ୍ଳୀ,୯।୮(ପି.ଟି.): ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଦୀର୍ଘ ଦିନ ପରେ ପୁଣି ଟ୍ରେନିଂ ଆରମ୍ଭ କରିଛନ୍ତି। ହାଇଦ୍ରାବାଦ୍‌ର ଏକ ସ୍ବତନ୍ତ୍ର ସ୍ଥାନରେ...

ଟି୨୦ ଚ୍ୟାଲେଞ୍ଜ: ଭାରତୀୟ ମହିଳା ଖେଳାଳି ୟୁଏଇରେ

ଦୁବାଇ, ୨୩ା୧୦ (ପି.ଟି)- ମହିଳା ଟି୨୦ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ଭାରତର ୩୦ ଶ୍ରେଷ୍ଠ ମହିଳା କ୍ରିକେଟ ଖେଳାଳି ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ

ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ...

Advertisement
Archives

Model This Week