Posted inଖେଳ

କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀ: ଜବାବ ଦେଲେ ୫୬ ଜାତୀୟ କ୍ରୀଡ଼ା ମହାସଂଘ

ନୂଆଦିଲ୍ଲୀ,୧୫ା୮(ପି.ଟି.)-ସ୍ବୀକୃତି ହରାଇଥିବା ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରୁ ୫୬ଟି କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ରଖିଛନ୍ତି। ଏଥିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କ ଅଫିସ୍‌ କର୍ମକର୍ତ୍ତାଙ୍କ ବୟସ ଏବଂ କାର୍ଯ୍ୟକାଳ ସମ୍ପର୍କିତ ରିପୋର୍ଟ ମାଗିଥିଲା। ଏଥିପାଇଁ ସମୟସୀମା ଅଗଷ୍ଟ ୧୩ ଧାର୍ଯ୍ୟ କରାଯାଇଥିଲା। କେବଳ ଜୁଡୋ ଜାତୀୟ ମହାସଂଘ ଉତ୍ତର ଦେବାରେ ଅସମର୍ଥ ହୋଇଥିଲା। ସୂଚନାଯୋଗ୍ୟ, ସ୍ବେଚ୍ଛାକର୍ମୀ ତଥା ଆଇନଜୀବୀ ରାହୁଲ ମେହେରାଙ୍କ ଦ୍ୱାରା ଦାଖଲ ଏକ ଜନସ୍ବାର୍ଥ ମାମଲାର ବିଚାରକରି ଦିଲ୍ଲୀ ହାଇକୋର୍ଟ ଜୁନ୍‌ ୨୪ରେ ୫୪ ଏନ୍‌ଏସ୍‌ଏଫ୍‌ ଉପରୁ ସ୍ବୀକୃତି ପ୍ରତ୍ୟାହାର କରି ନିଆଯାଇଥିଲା। ଏହି କ୍ରୀଡ଼ା ମହାସଂଘଗୁଡ଼ିକ କ୍ରୀଡ଼ା ଆଚରଣବିଧି ନିୟମ ଉଲ୍ଲଂଘନ କରିଥିବା ମେହେରା ଅଭିଯୋଗ କରିଥିଲେ। ମନ୍ତ୍ରଣାଳୟ ପରେ ଆଉ ତିନୋଟି ଏନ୍‌ଏସ୍‌ଏଫ୍‌ ଉପରୁ ସ୍ବୀକୃତି ପ୍ରତ୍ୟାହାର କରିନେଇଥିଲା। ଫଳରେ ସଂଖ୍ୟା ୫୭କୁ ବୃଦ୍ଧି ପାଇଥିଲା। ମେହେରାଙ୍କ ଅଭିଯୋଗକୁ ଭିତ୍ତିକରି ୫୬ ଜାତୀୟ କ୍ରୀଡ଼ା ମହାସଂଘ ପ୍ରଶ୍ନାବଳୀର ଜବାବ ରଖିଛନ୍ତି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏବଂ ସାଧାରଣ ସମ୍ପାଦକ ରାଜୀବ ମେହେଟା ମିଳିତ ଭାବେ ଏହାର ଏକ ତାଲିକା ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…

ବାଙ୍ଗାଲୋର,୧୩।୨: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର...

ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି

ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍‌ ଜିତି ବ୍ୟାଟିଂ...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍‌

ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି...

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ ।...

ଭାରତୀୟ କ୍ରିକେଟ୍‌ ଦଳକୁ ଚେତାବନୀ

ଲର୍ଡସ,୧୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଇଂଲଣ୍ଡ ଦଳ ଏଥିରେ ଆଦୌ ବିଚଳିତ...

ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍‌ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ

ବୁଦାପେଷ୍ଟ,୨୫।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍‌ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌ ଏଫ୍‌’ରେ ପର୍ତ୍ତୁଗାଲ ଓ...

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

Advertisement
Archives

Model This Week