Posted inଖେଳ

ଶୁଭମନ ଗିଲ୍‌ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୩୦।୧୦: ଆଇପିଏଲ୍‌ ରିଟେନ୍‌ଶନର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୩୧। ଏହା ପୂର୍ବରୁ ଅନେକ ଚମକାଇବା ଭଳି ଖବର ସାମ୍ନାକୁ ଆସୁଛି। ପ୍ରଥମରୁ ଶ୍ରେୟାସ ଆୟର, କେ ଏଲ୍‌ ରାହୁଲ ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳି ବର୍ତ୍ତମାନର ଟିମ୍‌ରୁ ବାହାରିବାର ଖବର ରୋମାଞ୍ଚ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ଦାବି କରାଯାଉଛି। ଗତ ସିଜନରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହୋଇଥିବା ଶୁଭମନ ଗିଲ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥିଲାଗି ଇଚ୍ଛା ରଖିଥିଲା। ହେଲେ ତାହା ହୋଇପାରିନାହିଁ।

ନ୍ୟୁଜ୧୮ ରିପୋର୍ଟ ଅନୁଯାୟୀ ବାଙ୍ଗାଲୋର ଫ୍ରାଞ୍ଚାଇଜ ନିକଟରେ ଗିଲଙ୍କ ସହ ଅକ୍ସନ ବିଷୟରେ କଥା ହୋଇଛନ୍ତି। ଭବିଷ୍ୟତର ଟିମ୍‌ ପ୍ରସ୍ତୁତ ଲାଗି ଗିଲଙ୍କୁ ଫ୍ରାଞ୍ଚାଇଜ ସହ ଜଡ଼ିତ କରିବାକୁ ଯୋଜନା କରାଯାଉଛି। ଏମିତିରେ ବାଙ୍ଗାଲୋର ସହ ଗିଲଙ୍କ ଆଲୋଚନା ସଫଳ ହୋଇନାହିଁ। ଏମିତିକି ବାଙ୍ଗାଲୋର ଗିଲ୍‌ଙ୍କୁ ଅକ୍ସନକୁ ଆସିବାକୁ ବୁଝାଇ ପାରିନାହିଁ। କାରଣ ଗିଲ୍‌ ଗୁଜରାଟରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଗିଲ ରିଟେନ୍‌ସନ ତାଲିକାର ଦ୍ୱିତୀୟ ସ୍ଥାନରେ ରହିବାକୁ ପ୍ରସ୍ତୁତ ହୋଇଛନ୍ତି। ଅର୍ଥାତ ତାଙ୍କୁ ସର୍ବାଧିକ ଦରମା ମିଳିବ ନାହିଁ। ସେ ଏଭଳି ଆଫଗାନିସ୍ତାନ ସୁପରଷ୍ଟାର ରଶିଦ ଖାନ୍‌ଙ୍କ ପାଇଁ କରିଛନ୍ତି, ଯାହାଙ୍କୁ ପ୍ରଥମେ ରିଟେନ୍‌ କରାଯିବ।

କହିରଖୁଛୁ, ବାଙ୍ଗାଲୋର ଟିମ୍‌ ଫାଫ୍‌ ଡୁପ୍ଲେସିଙ୍କୁ ରିପ୍ଲେସ କରିବାକୁ ଯୋଜନା କରୁଛି। ଏମିତିରେ ଦଳକୁ ଅଧିନାୟକର ଆବଶ୍ୟକତା ରହିଛି। ପୂର୍ବଭଳି ବିରାଟ କୋହଲିଙ୍କୁ ଦଳ ପୁନର୍ବାର ଦଳର ନେତୃତ୍ୱ ଦେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri