Posted inଖେଳ

ସମ୍ପୂର୍ଣ୍ଣ ଭାବେ ବଦଳିଯିବ ବ୍ୟାଡମିଣ୍ଟନ୍‌, ଆସିଲା ନୂଆ ସ୍କୋରିଂ ସିଷ୍ଟମ୍‌; ଜାଣିନିଅନ୍ତୁ…  

ନୂଆଦିଲ୍ଲୀ,୭।୨: ବ୍ୟାଡମିଣ୍ଟନ ଖେଳ ବିଶ୍ୱର ଲୋକପ୍ରିୟ ଖେଳ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଏହାକୁ ଖେଳାଯାଏ। ଭାରତର ଜ୍ୱାଲା ଗୁଟ୍ଟା, ପିଭି ସିନ୍ଧୁ ଏବଂ ସାଇନା ନେହୱାଲଙ୍କ ଭଳିି ତାରକା ଖ୍ୟାତି ଅର୍ଜନ କରିଛନ୍ତି। ନିକଟରେ ବିଶ୍ୱ ଫେଡେରେଶନ(BWF) ବ୍ୟାଡମିଣ୍ଟନ୍‌କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। BWFର ନିଷ୍ପତ୍ତି ପରେ ଏହି ଖେଳ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଏଥିରେ ପୁରୁଣା ସ୍କୋରିଂ ସିଷ୍ଟମ ବଦଳରେ ଏକ ନୂତନ ସ୍କୋରିଂ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଯୋଗୁ ବ୍ୟାଡମିଣ୍ଟନରେ କ’ଣ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା?
ବ୍ୟାଡମିଣ୍ଟନକୁ ନେଇ ବିଶ୍ୱ ଫେଡେରେସନ (BWF) ନଭେମ୍ବର ୨୦୨୪ରେ ମାଲେସିଆରେ ଏକ ନୂତନ ସ୍କୋରିଂ ସିଷ୍ଟମ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ବ୍ୟାଡମିଣ୍ଟନ୍‌ ତିନୋଟି ସେଟରେ ଖେଳାଯାଉଛି। ଆଗାମୀ ଦିନରେ ଖେଳ ପୂର୍ବଭଳି ତିନୋଟି ସେଟରେ ଜାରି ରହିବ, କିନ୍ତୁ ପଏଣ୍ଟ ପରିବର୍ତ୍ତନ ହେବ। ପୂର୍ବରୁ ପ୍ରତ୍ୟେକ ସେଟରେ ୨୧ ପଏଣ୍ଟ ଥିଲା। କିନ୍ତୁ ଏବେ ପ୍ରତ୍ୟେକ ସେଟରେ ୧୫ ପଏଣ୍ଟ ରହିବ। ଏହାର ସବୁଠାରୁ ବଡ଼ ସୁବିଧା ହେବ ଯେ ଖେଳଟି ଏବେ ପୂର୍ବ ଅପେକ୍ଷା ଛୋଟ ହେବ, ଯାହା ଦର୍ଶକଙ୍କୁ ଅଧିକ ମନୋରଞ୍ଜନ ଯୋଗାଇବ। ଏଥିସହ ଖେଳାଳିମାନେ ଆହତ ହେବାର ସମ୍ଭାବନା ହ୍ରାସ ପାଇବ।
ନୂତନ ସ୍କୋରିଂ ସିଷ୍ଟମ କେବେ କାର୍ଯ୍ୟକାରୀ ହେବ?
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନୂତନ ସ୍କୋରିଂ ସିଷ୍ଟମ କେବେ କାର୍ଯ୍ୟକାରୀ ହେବ? BWF ପ୍ରାୟ ତିନି ମାସ ପୂର୍ବରୁ ଏହି ପ୍ରସ୍ତାବ ଦେଇଥିଲା। ତଥାପି ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ଲାଗିବ। ପ୍ରଥମେ ଏହାକୁ ପରୀକ୍ଷା କରାଯିବ। ସଫଳ ପରୀକ୍ଷଣ ପରେ ହିଁ ନୂତନ ସ୍କୋରିଂ ସିଷ୍ଟମ କାର୍ଯ୍ୟକାରୀ ହେବ। ତେବେ ଏହାକୁ ଗ୍ରେଡ ୩ ଟୁର୍ନାମେଣ୍ଟ, ଜାତୀୟ ଟୁର୍ନାମେଣ୍ଟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଲିଗ୍‌ ଏବଂ ମହାଦେଶୀୟ ଚାମ୍ପିଅନଶିପରେ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
କୁହାଯାଉଛି ଯେ ନୂତନ ସ୍କୋରିଂ ସିଷ୍ଟମ ଏପ୍ରିଲ ୨୦୨୫ ରୁ ସେପ୍ଟେମ୍ବର-ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପରୀକ୍ଷଣ କରାଯିବ। ଏହା ପରେ BWF ଖେଳାଳି, ପ୍ରଶିକ୍ଷକ ଏବଂ ଅଂଶୀଦାରମାନଙ୍କ ସହିତ କଥା ହୋଇ ଏବଂ ପରାମର୍ଶ ଏବଂ ମତାମତ ନେଇ ୨୦୨୬ରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇପାରିବ। ସେହି ସମୟରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବ। ଯେଉଁଥିରେ BWF କିଛି ନିଷ୍କର୍ଷରେ ପହଞ୍ଚିବାର ସମ୍ଭାବନା ରହିଛି।
କହିରଖୁଛୁ, ମୂଳତଃ ଏହି ଖେଳ କେବଳ ୧୫ ପଏଣ୍ଟର ଥିଲା। ଏହା ସତ୍ତ୍ୱେ ଖେଳଟି ବର୍ତ୍ତମାନ ଅପେକ୍ଷା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିଲା। ସେତେବେଳେ ଏହାର ନିୟମ ଆହୁରି ଭିନ୍ନ ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?