ଝାଡୁ ତିଆରି କରି ବିତୁଛି ଜୀବନ

ଛତ୍ରପୁର,୧୯ା୧୦(ସନ୍ତୋଷ ପାଢ଼ୀ)ଚାରି ହାତର ମାଟିଘର ଆଉ ସେଇ ଘରେ ଚାଲିଛି ସଂସାର। ଏହା କେବଳ ଗୋଟିଏ ପରିବାରର କଥା ନୁହେଁ, ଗ୍ରାମରେ ଏମିତି ୭ଟି ପରିବାର ୪ ହାତର ମାଟି ଘରେ ଜୀବନ ବିତାଉଛନ୍ତି । ପକ୍କାଘର ଖଣ୍ଡିଏ ସେମାନଙ୍କ ପାଇଁ ସ୍ବପ୍ନ ହୋଇଥିବା ବେଳେ ରୋଜଗାର ମଧ୍ୟ ନାହିଁ। ଆଖପାଖ ଅଞ୍ଚଳରୁ ଖଜୁରୀ ଗଛରୁ ଡାଳ କାଟି ଆଣି ଝାଡୁ ତିଆରି କରି ଜୀବନ ବିତାଉଛନ୍ତି । ଗଞ୍ଜାମ ଜିଲା ପୋଡାପଦର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ୭ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି।
ଛତ୍ରପୁରଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ପୋଡାପଦର ଗ୍ରାମ।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ମୁଖ୍ୟରାସ୍ତା କଡରେ ୪୦ ବର୍ଷରୁ ଉଦ୍ଧର୍‌ବ ହେଲା ଏହି ୭ ଦଳିତ ପରିବାର ରହି ଆସୁଛନ୍ତି । ରୋଜଗାର କହିଲେ ଖଜୁରୀ ଗଛରୁ ଡାଳ କାଟି ଆଣି ସେଥିରୁ ଝାଡୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଦୁଇ ପଇସା ଆଣିଲେ ପରିବାର ଗୁଜୁରାଣ ମେଣ୍ଟାନ୍ତି l ସକାଳ ହେଲେ ଆଖପାଖ ଅଞ୍ଚଳରୁ ମହିଳା ଓ ପୁରୁଷ ଦୁହେଁ ମିଶି ଝାଡୁ ତିଆରି କରିବା ପାଇଁ ଖଜୁରୀ ଗଛରୁ ଡାଳ କାଟି ଆଣି ଖରାରେ ଶୁଖାନ୍ତି। ପତ୍ର ଶୁଖିଲା ପରେ ତାହାକୁ ଏକାଠି କରି ଝାଡୁ ପ୍ରସ୍ତୁତ କରନ୍ତି। ଝାଡୁ ପ୍ରସ୍ତୁତ ହେବାକୁ ୪ ଦିନ ଲାଗେ। ବର୍ଷା ଦିନେ ଶୁଖିବାକୁ ଅଧିକ ସମୟ ଲାଗିଥାଏ । ଝାଡୁ ପ୍ରସ୍ତୁତ ହେବା ପରେ ବଜାର କିମ୍ବା ଗ୍ରାମାଞ୍ଚଳରେ ବିକ୍ରି କରିବାକୁ ଯାଆନ୍ତି । ଯଦି ଝାଡୁ ବିକ୍ରି ହେଲା ତ ମାଟି ଘରେ ଚୁଲି ଜଳିବ। ନ ହେଲେ ମାଟି ଘରେ ସାରା ପରିବାର ଭୋକରେ ଶୁଅନ୍ତି। ସେପଟେ ସରପଞ୍ଚ କୁହନ୍ତି ଅନେକ ଥର ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି । ମାତ୍ର ୩ କିଲୋ ମିଟର ଦୂରରେ ଜିଲା ପ୍ରଶାସନ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri