ଝାଡୁ ତିଆରି କରି ବିତୁଛି ଜୀବନ

ଛତ୍ରପୁର,୧୯ା୧୦(ସନ୍ତୋଷ ପାଢ଼ୀ)ଚାରି ହାତର ମାଟିଘର ଆଉ ସେଇ ଘରେ ଚାଲିଛି ସଂସାର। ଏହା କେବଳ ଗୋଟିଏ ପରିବାରର କଥା ନୁହେଁ, ଗ୍ରାମରେ ଏମିତି ୭ଟି ପରିବାର ୪ ହାତର ମାଟି ଘରେ ଜୀବନ ବିତାଉଛନ୍ତି । ପକ୍କାଘର ଖଣ୍ଡିଏ ସେମାନଙ୍କ ପାଇଁ ସ୍ବପ୍ନ ହୋଇଥିବା ବେଳେ ରୋଜଗାର ମଧ୍ୟ ନାହିଁ। ଆଖପାଖ ଅଞ୍ଚଳରୁ ଖଜୁରୀ ଗଛରୁ ଡାଳ କାଟି ଆଣି ଝାଡୁ ତିଆରି କରି ଜୀବନ ବିତାଉଛନ୍ତି । ଗଞ୍ଜାମ ଜିଲା ପୋଡାପଦର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ୭ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି।
ଛତ୍ରପୁରଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ପୋଡାପଦର ଗ୍ରାମ।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ମୁଖ୍ୟରାସ୍ତା କଡରେ ୪୦ ବର୍ଷରୁ ଉଦ୍ଧର୍‌ବ ହେଲା ଏହି ୭ ଦଳିତ ପରିବାର ରହି ଆସୁଛନ୍ତି । ରୋଜଗାର କହିଲେ ଖଜୁରୀ ଗଛରୁ ଡାଳ କାଟି ଆଣି ସେଥିରୁ ଝାଡୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଦୁଇ ପଇସା ଆଣିଲେ ପରିବାର ଗୁଜୁରାଣ ମେଣ୍ଟାନ୍ତି l ସକାଳ ହେଲେ ଆଖପାଖ ଅଞ୍ଚଳରୁ ମହିଳା ଓ ପୁରୁଷ ଦୁହେଁ ମିଶି ଝାଡୁ ତିଆରି କରିବା ପାଇଁ ଖଜୁରୀ ଗଛରୁ ଡାଳ କାଟି ଆଣି ଖରାରେ ଶୁଖାନ୍ତି। ପତ୍ର ଶୁଖିଲା ପରେ ତାହାକୁ ଏକାଠି କରି ଝାଡୁ ପ୍ରସ୍ତୁତ କରନ୍ତି। ଝାଡୁ ପ୍ରସ୍ତୁତ ହେବାକୁ ୪ ଦିନ ଲାଗେ। ବର୍ଷା ଦିନେ ଶୁଖିବାକୁ ଅଧିକ ସମୟ ଲାଗିଥାଏ । ଝାଡୁ ପ୍ରସ୍ତୁତ ହେବା ପରେ ବଜାର କିମ୍ବା ଗ୍ରାମାଞ୍ଚଳରେ ବିକ୍ରି କରିବାକୁ ଯାଆନ୍ତି । ଯଦି ଝାଡୁ ବିକ୍ରି ହେଲା ତ ମାଟି ଘରେ ଚୁଲି ଜଳିବ। ନ ହେଲେ ମାଟି ଘରେ ସାରା ପରିବାର ଭୋକରେ ଶୁଅନ୍ତି। ସେପଟେ ସରପଞ୍ଚ କୁହନ୍ତି ଅନେକ ଥର ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି । ମାତ୍ର ୩ କିଲୋ ମିଟର ଦୂରରେ ଜିଲା ପ୍ରଶାସନ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri