୧୭ ଲୋକ ସଭା ନିର୍ବାଚନ, ଗଞ୍ଜାମରୁ ୩ ମହିଳା ଏମ୍‌ପି

ବ୍ରହ୍ମପୁର,୧୯ା୧୦ (ନରସିଂହ ସାହୁ)ସ୍ବାଧୀନତା ପରବର୍ତ୍ତି ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ଦେଶରେ ୧୭ ଲୋକସଭା ନିର୍ବାଚନ ହୋଇଛି । ଏହି ୬୮ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ଦୁଇ ଲୋକସଭା କ୍ଷେତ୍ରରୁ ମାତ୍ର ୩ ଜଣ ମହିଳା ଏମ୍‌ପି ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ସଦସ୍ୟା ହୋଇଛନ୍ତି ଜଣେମାତ୍ର ମହିଳା। ତେଣୁ ରାଜନୈତିକ ସଚେତନତା ଏହି ବୃହତ୍ତମ ଜିଲାରୁ ସଂସଦକୁ ମହିଳାଙ୍କ ସଂଖ୍ୟା ନଗଣ୍ୟ ହୋଇଛି। ବହୁ ପ୍ରତିକ୍ଷୀତ ସଂରକ୍ଷଣ ବିଧେୟକ ଆଇନ ଇତିମଧ୍ୟରେ ପାରିତ ହୋଇଛି। ଆଗାମୀ ୨୦୨୯ ନିର୍ବାଚନ ଠାରୁ ଏହା ଲାଗୁ ହେବା ପ୍ରସ୍ତାବ ଥିବା ବେଳେ ଏବେଠୁ ରାଜନୀତିରେ ଥିବା ଅନେକ ଉଚ୍ଚଶିକ୍ଷିତ ମହିଳା ଉତ୍ସାହିତ ଅଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ଦଳର ନେତ୍ରୀ ଓ କର୍ମୀ ସୁଯୋଗ ପାଇବା ଆଶା ରଖିଛନ୍ତି।
ପ୍ରଥମେ ଗଞ୍ଜାମ ଓ ପରେ ଛତ୍ରପୁର ଏବଂ ବର୍ତ୍ତମାନ ବ୍ରହ୍ମପୁର ଲୋକସଭା କ୍ଷେତ୍ର ହୋଇଛି। ଅତୀତରେ ଏହି ଆସନରେ ଗଞ୍ଜାମ ଜିଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଓ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଗଜପତି ଜିଲାର ପାରଳାଖେମୁଣ୍ଡି, ରାମଗିରି ଓ ମୋହନା ଆସନ ଅନ୍ତର୍ଭୁକ୍ତ ଥିଲା। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ରାମଗିରିକୁ ଉଚ୍ଛେଦ କରାଗଲା। ରାମଗିରିର ବିଭିନ୍ନ ଅଞ୍ଚଳ ପାରଳାଖେମୁଣ୍ଡିରେ ସାମିଲ କରାଗଲା। ମୋହନାରେ ଥିବା ଦିଗପହଣ୍ଡି ବ୍ଲକକୁ ନେଇ ଦିଗପହଣ୍ଡି ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହେଲା। ଏବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଛତ୍ରପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି, ବ୍ରହ୍ମପୁର, ପାରଳା ଓ ମୋହନା ଆସନ ରହିଛି।
୧୯୯୮ ମଧ୍ୟବର୍ତ୍ତିକାଳୀନ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜୟନ୍ତୀ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାରଳା ରାଜା ତଥା ଭାଜପା ପ୍ରାର୍ଥୀ ଗୋପିନାଥ ଗଜପତିଙ୍କୁ ପରାସ୍ତ କରି ଜୟନ୍ତୀ ପ୍ରଥମ ମହିଳା ଏମ୍‌ପି ହୋଇଥିଲେ। ସେହିପରି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ସୋରଡ଼ା, ଆସିକା, ହିଞ୍ଜିଳି, ପୂର୍ବ କୋଦଳା ଓ ବର୍ତ୍ତମାନର ପୋଲସରା ଓ ସାନଖେମୁଣ୍ଡି ବିଧାନସଭା ଅନ୍ତର୍ଭୁକ୍ତ। ୧୯୯୮ ଲୋକସଭା ନିର୍ବାଚନରେ ବିଜେଡି ଓ ଭାଜପା ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ପରବର୍ଷ ୧୯୯୯ ନିର୍ବାଚନରେ ବିଜେଡିରୁ ପୁଣି ନବୀନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ସାଧାରଣ ନିର୍ବାଚନରେ ନବୀନ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ବିଧାୟକ ହେବା ସହ ପ୍ରଥମ ବିଜେଡି-ଭାଜପା ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହେଲେ। ତେଣୁ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ। ତେଣୁ ଆସିକା ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବରିଷ୍ଠ ରାଜନେତା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ତ୍ରୀ କୁମୁଦିନୀ ପଟ୍ଟନାୟକ ବିଜେଡି ପ୍ରାର୍ଥୀନି ଭାବେ ଲଢ଼ି ଏମ୍‌ପି ହୋଇଥିଲେ। ସେ ଥିଲେ ଗଞ୍ଜାମ ଜିଲାର ଦ୍ୱିତୀୟ ମହିଳା ଏମପି। ୨୦୧୯ ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେରମାରିଆ ସ୍କୁଲର ମଧ୍ୟାହ୍ନଭୋଜନ ପାଚିକା ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ। ପ୍ରମିଳା ତାଙ୍କ ଭାଜପା ପ୍ରତିଦ୍ୱନ୍ଦୀ ଅନୀତା ଶୁଭଦର୍ଶନୀଙ୍କୁ ବିପୁଳ ଭୋଟରେ ପରାଜିତ କଲେ। ଚର୍ଚ୍ଚିତ ଚେହେରା ପ୍ରମିଳା ଜିଲାର ତୃତୀୟ ମହିଳା ଲୋକସଭା ଏମପି ହୋଇଛନ୍ତି। ତେଣୁ ଗଞ୍ଜାମରୁ ଏଯାବତ୍‌ ୩ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ଅପରପକ୍ଷରେ ୨୦୦୮ରେ ହୋଇଥିତ୍ବା ରାଜ୍ୟସଭା ନିର୍ବାଚନରେ ଗଞ୍ଜାମ ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ରେଣୁବାଳା ପ୍ରଧାନ ବିଜେଡିରୁ ନିର୍ବାଚିତ ହୋଇ ୨୦୧୪ ପର୍ଯ୍ୟନ୍ତ ଏମପି ଥିଲେ। ରେଣୁବାଳା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ରାଜ୍ୟର ବରିଷ୍ଠ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଗୋବିନ୍ଦ ପ୍ରଧାନଙ୍କ ନାତୁଣି। ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ପୁରୁଷୋତ୍ତମପୁର ବିଚ୍ଛିନ୍ନ ହୋଇ ଶେରଗଡ଼ ବ୍ଲକ ଅନ୍ତର୍ଭୁକ୍ତ ହେବାରୁ ବିଭିନ୍ନ କାରଣରୁ ରେଣୁବାଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ୨୦୦୯ ନିର୍ବାଚନରେ ଦଳକୁ ସହାୟକ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri