Posted inଫୁରସତ

ଯୁବକଙ୍କୁ ଉଡ଼ାଇ ନେଉଛି ଭୟଙ୍କର ପବନ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ରହିଛି। ଏହା ବେଳେବେଳେ ଉଗ୍ର ରୂପ ଧାରଣ କରେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ସମୁଦ୍ର କୂଳରେ ଉଡୁଥିବାର ନଜର ଆସିଛନ୍ତି। ଯଦିଓ ସେ ବାସ୍ତବରେ ଉଡୁନାହାନ୍ତି, କିନ୍ତୁ ପବନ ଏତେ ଶକ୍ତିଶାଳୀ ହେଉଛି ଯେ, ତାଙ୍କୁ ଦେଖିଲେ ଆପଣଙ୍କୁ ଲାଗିବ ସେ ଉଡୁଛନ୍ତି।

‘ଆର୍ଥ ପିକ୍ସ’ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ କରାଯାଏ। ଏବେ ଏହି ଆକାଉଣ୍ଟରେ ନେଦରଲ୍ୟାଣ୍ଡର ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ପବନ ଏତେ ଶକ୍ତିଶାଳୀ ପବନ ବହୁଛି ଯେ, ସବୁକିଛି ଉଡ଼ିଯିବା ପରି ଦେଖାଯାଉଛି। ଭିଡିଓରେ ଯୁବକ ଜଣକ ସେହି ପବନ ସାମ୍ନାରେ ଠିଆ ହୋଇଛନ୍ତି। ତାଙ୍କୁ ଦେଖିଲେ ଜାଣିପାରିବେ ପବନର ଶକ୍ତି କେତେ।

ଯୁବକ ଜଣକ ସମୁଦ୍ର କୂଳରେ ଥିବା ଘାସ ମଝିରେ ଠିଆ ହୋଇଛନ୍ତି। ସେଠାରେ ଅଧିକ ଲୋକ ଅଛନ୍ତି। ଯେଉଁମାନେ ପାଗକୁ ଉପଭୋଗ କରୁଛନ୍ତି। ଯୁବକ ଜଣକ ପବନ ଦିଗରେ ଠିଆ ହୋଇ ଜ୍ୟାକେଟକୁ ଖୋଲା ଛାଡିଦେଲେ। ଏଥିରେ ପବନ ଭରି ଯାଉଛି। ପବନର ବେଗ ଏତେ ଶକ୍ତିଶାଳୀ ଯେ, ଯୁବକ ଜଣକ ଠିଆ ହୋଇପାରୁନାହାନ୍ତି। ସେ ତାଙ୍କ ଗୋଡର ଦୁଇ ଆଙ୍ଗୁଠିରେ ଠିଆ ହୋଇଥିବା ଦେଖାଯାଏ।

ଭିଡିଓକୁ ୭୫ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ପବନ କ’ଣ ସତରେ ଏତେ ଜୋର୍‌ରେ ବହୁଛି? ଆଉ କିଛି ୟୁଜର କହିଛନ୍ତି, ପବନର ବେଗ ଦେଖିଲେ ଅନୁମାନ କରିହେଉଛି ଏହା କେତେ ଜୋର୍‌ରେ ବହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?