୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ: ଏଥର ୧୨ ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ୱର,୧୦/୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏଥର ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ହୋଇଛି। ବୁଧବାର ପୋଲିସ କମିଶନରେଟ୍‌ କାର୍ଯ୍ୟଳୟରେ ପ୍ରାକ ପ୍ରସ୍ତୁତି ବୈଠକ ଜରିଆରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂଜା ସମୟରେ ଆପରାଧିକ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ ୧୮୭ ମେଢ଼ ହୋଇଥିବାବେଳେ ଏହାକୁ ୩ଟି ଶ୍ରେଣୀଭକ୍ତ କରାଯାଇଛି। ‘ଏ’ ଶ୍ରେଣୀରେ ୪୮ଟି ମେଢ଼, ‘ବି’ ରେ ୭୧ ଓ ‘ସି’ ରେ ୬୮ ମେଢ଼ ରହିଛି। ତେବେ ୨୨ଟି ଚାନ୍ଦି ମେଢ଼ ଥିବାବେଳେ ପ୍ରତ୍ୟେକ ମଣ୍ଡପରେ ୩ ଏପିଆର୍‌ ବନ୍ଧୁକ ଧରି ସୁରକ୍ଷା ଦେବେ। ପୂଜା ପାଇଁ ୨ ଡିସିପି, ୧୦ ଅତିରିକ୍ତ ଡିସିପି, ୨୨ ଏସିପି/ଏସି, ୨୪୫ ଅଫିସର, ୬୫୭ ବିଭିନ୍ନ ଫୋର୍ସ, ୩୨୮ ହୋମଗାର୍ଡ, ଗୋଟିଏ ପ୍ଲାଟୁନ୍‌ ବିଏସ୍‌ଏଫ୍‌ ଓ ୬୩ ସେକ୍ସନ୍‌ ରିଜର୍ଭ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ୧୩ଟି ମୋବାଇଲ ପାଟ୍ରୋଲିଂ ଗଠନ ହୋଇଥିବାବେଳେ ସେମାନେ ପଳାଶୁଣୀରୁ ସିଆର୍‌ପି ଛକ, ରସୁଲଗଡରୁ କଳ୍ପନା ଛକ, ବାଣୀବିହାରରୁ ରାଜମହଲ ଛକରେ ଜୋନ୍‌ ଏସିପିଙ୍କ ନେତୃତ୍ୱରେ କାମ କରିବେ। ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୧୩ଟି ମଣ୍ଡପରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ ନିୟୋଜିତ ହୋଇଛନ୍ତି। ୧୨ଟି ମଣ୍ଡପରେ ରାତି ୧୨ରୁ ଭିଡ଼ କମିବା ଯାଏ ସ୍ବତନ୍ତ୍ର ପୋଲିସ ନିୟୋଜିତ ରହିବେ। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ, ଝାରପଡ଼ା, ରସୁଲଗଡ଼ ଆଦି ମଣ୍ଡପରେ ଅତିରିକ୍ତ ମହିଳା କର୍ମଚାରୀ ରହିବେ। ପୂଜା ପାଇଁ ୩ଟି ଷ୍ଟ୍ରାଇକିଙ୍ଗ ଫୋର୍ସ ହୋଇଥିବାବେଳେ ୫ ମଣ୍ଡପରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର କର୍ମଚାରୀ ଓ ପୋଲିସକୁ ନେଇ ଏକ ଜଏଣ୍ଟ୍‌ ଇନ୍ସପେକ୍ସନ୍‌ ଟିମ୍‌ ଗଠନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?