ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩ ତାରିଖରେ ରାଜ୍ୟରେ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶପରେ ଶନିବାର ଏନେଇ ପୂର୍ବତଟ ରେଳପଥ ଘୋଷଣା କରିଛି। ଦିଆଯାଇଥିବା ସୂଚନାନୁସାରେ, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ୍‌ ଏବଂ ଇଚ୍ଛାପୁରମ୍‌ ରେଳ ଷ୍ଟେଶନରୁ ଅପରାହ୍ନ ୪ଟାରେ ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବ ଓ ସେହିଦିନ ସନ୍ଧ୍ୟା ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବ। ସେହିଭଳି ଭୋର୍‌ ୫ଟା ଓ ଅପରାହ୍ନ ୧ଟାରେ କୋରାପୁଟରୁ ଦୁଇଟି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ବାହାରି ସନ୍ଧ୍ୟାରେ ପରୀକ୍ଷା ହେଉଥିବା ସହରରେ ପହଞ୍ଚତ୍ବ। ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କେନ୍ଦୁଝରଗଡ଼-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ଇଚ୍ଛାପୁରମ୍‌-ବିଶାଖାପାଟଣା ମେମୁ, ଖରିଆର ରୋଡ୍‌-ସମ୍ବଲପୁର ପରୀକ୍ଷା ସ୍ବତନ୍ତ୍ର, କୋରାପୁଟ-କଟକ ପାସେଞ୍ଜର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କୋରାପୁଟ-ବିଶାଖାପାଟଣା ପାସେଞ୍ଜର ପରୀକ୍ଷା ସ୍ବତନ୍ତ୍ର, ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ପରୀକ୍ଷା ସ୍ବତନ୍ତ୍ର, ବାରିପଦା-କଟକ ପରୀକ୍ଷା ସ୍ବତନ୍ତ୍ର ଏବଂ ବିଜୟଓ୍ବାଡ଼ା-ବିଶାଖାପାଟଣା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ପୂର୍ବତଟ ରେଳପଥ ଅଧୀନରେ ପରୀକ୍ଷାର୍ଥୀଙ୍କୁ ସେବା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅନୁକୂଳ, ବ୍ୟବସ୍ଥା ଦୁର୍ବଳ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ବଜାରରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କଲବଲ କରୁଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ତୈଳବୀଜ ଚାଷ ଏବଂ ସେଥିରୁ ତେଲ ଉତ୍ପାଦନ...

ପାଟକୁରା ନିର୍ବାଚନ Live Updates: ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୨୩୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଥିବା ବେଳେ ବିଜେଡି ସବୁଠାରୁ ଆଗରେ ରହିଛି। ୧୬ ରାଉଣ୍ଡ ସୁଦ୍ଧା ୧୭,୨୩୪...

ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ...

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସମ୍ପର୍କରେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍‌...

ସରକାରୀ ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ : ୮ ଜିଲାରୁ ଗିରଫ ହେଲେ ଆଉ ୧୬ ଦଲାଲ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ସରକାରୀ ହସ୍ପିଟାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ...

ପ୍ଲାଷ୍ଟିକ, ପଲିଥିନରୁ ତିଆରି ହେଉଛି ପେଟ୍ରୋଲ

ଖୋର୍ଦ୍ଧା ଅଫିସ,୬ା୫: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳିଥାଏ। ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ରାଧାଚରଣପୁର ଗ୍ରାମର...

‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ...

ଦନ୍ତାହାତୀର ମୃତଦେହ ଠାବ

ଠାକୁରମୁଣ୍ଡା,୧୦ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମ ମଙ୍ଗଲକଚା ଜଙ୍ଗଲ କଡ଼ରେ ସୋମବାର ଏକ ଦନ୍ତାହାତୀର...

Advertisement
Archives

Model This Week