୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍‌ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାରେ ଆଞ୍ଚଳିକଭିତ୍ତିକ ରଣନୀତି ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଥିରେ ପରାମର୍ଶ ଦେଇଛନ୍ତି।
ପ୍ରତି ୧ ଲକ୍ଷରେ ୧୦୯୬ଟି କରୋନା ପରୀକ୍ଷଣ କରି ଓଡ଼ିଶା ଜାତୀୟସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏଥିସହ ଏଇ ସପ୍ତାହ ମଧ୍ୟରେ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲାପାଳ ଓ ସେମାନଙ୍କ ଟିମ୍‌ ତଥା ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି। ଏହା ବାସ୍ତବରେ ବଡ଼ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗୃହ ସଙ୍ଗରୋଧକୁ ପ୍ରୋତ୍ସାହନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପ୍ଲାଜ୍‌ମାଦାତାଙ୍କ ମହତ୍‌ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସାପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ କୋଭିଡ୍‌ ଯୋଦ୍ଧା ଓ ରୋଗୀଙ୍କ ମତାମତ ନେବା ପାଇଁ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍‌ମା ୟୁନିଟ୍‌ ସ୍ଥାପନ କରାଯାଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହା ସ୍ଥାପନ କରାଯିବ। ରାଜ୍ୟରେ କୃଷିକାର୍ଯ୍ୟ ସୂଚାରୁରୂପେ ଚାଲିବା ଓ ଚାଷୀଙ୍କୁ ସମସ୍ୟା ନ ହେବା ପାଇଁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି...

ଶୁକ୍ରବାର ନବୀନ ସରକାରଙ୍କ ପଞ୍ଚମପାଳିର ଅନ୍ତିମ ବଜେଟ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଉପସ୍ଥାପନ ହେବ। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ...

ରଥଯାତ୍ରା ପାଇଁ ପୁଣି ପିଟିସନ୍‌: ପୁରୀ ସହରକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି।...

୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ଟିକେଟରେ ଯାତ୍ରାକୁ ଅନୁମତି

ଭୁବନେଶ୍ୱର,୩୧।୧୦: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ବଗିରେ ଅଣସଂରକ୍ଷିତ ଟିକେଟ୍‌ ଦ୍ୱାରା ଯାତ୍ରୀ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ...

ଅଫ୍‌ଲାଇନରେ ହେବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ଟର୍ମ-୧

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ୍ସ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ...

କାକଟପୁର ମଙ୍ଗଳା ମନ୍ଦିର ମୁଖଶାଳାରେ ଫାଟ

କାକଟପୁର,୨୪ା୨(ଡି.ଏନ.ଏ): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ମୁଖଶାଳାର ଦକ୍ଷିଣ ଦ୍ୱାର ଉପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛ। ଏହା...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୧୬୦ଜଣ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନାକୁ ନେଇ ଯେତେ କଟକଣା, ସେତେ ଧରାପଡୁଛନ୍ତି ଅମାନିଆ। ତେବେ ପ୍ରଥମଥର ପାଇଁ ମାସ୍କ ନ ପିନ୍ଧି ଜରିମାନା ଗଣିଛନ୍ତି ୧୬୦ଜଣ। ମାସ୍କ ବାଧ୍ୟତାମୂଳକ...

ରାଜଧାନୀ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ):  ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା। ରାଜଧାନୀ ରାସ୍ତାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଅପରାଧୀ। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା...

Advertisement
Archives

Model This Week