Posted inଫୁରସତ

ଯୁଗ ଆଗଉଛି

ଯେବେଠୁ ସାଆନ୍ତମାନଙ୍କର ଲରିବସ୍‌, ମୋଟରଗାଡ଼ି ସବୁ ରାସ୍ତାରେ ଗଡ଼ିଲା, ତା’ପରଠୁ ମାଗୁଣି ଓ ତା’ ଶଗଡ଼ମାନେ ମରିହଜିଗଲେ । ଯେଉଁ କେତେଟା ଜରାଜୀର୍ଣ୍ଣ ଅବସ୍ଥାରେ ବଞ୍ଚିରହିଲେ, ତାହା ଆଜିକାଲିର ‘ଭାଗବତ ଟୁଙ୍ଗି’ ବନାମ କ୍ଲବ ଘର ଅବସ୍ଥା ପରି ଲାଗିଲାା

ମାଗୁଣି ଯେମିତି ତା’ ଶଗଡ଼ଗାଡ଼ିରେ ମୋଟା ନଡ଼ା ଗଦି ଅଖା ପକେଇ ଢେର୍‌ ନରମ ଗଳାରେ ପାସେଞ୍ଜରଙ୍କୁ ଡାକିଲେ ନିରାପଦରେ ନେଇ ଠିକଣାଜାଗାରେ ଛାଡ଼ିଦେବା ପାଇଁ, ହେଲେ ତା’ କଥା କେହି ଶୁଣିଲେ ନାହିଁ। ପଛଦିନର ଉପକାର ସାହାଯ୍ୟ ଭୁଲି ସାଆନ୍ତଙ୍କ ଲରିଗାଡ଼ି, ଚକମକିଆ ଦ୍ରୁତ ବେଗଗାମୀ ଯାନରେ ବସି ଆଗେଇଲେ । ଠିକ୍‌ ସେମିତି ଭାଗବତ ଟୁଙ୍ଗିରେ ପୁରାଣ ପାଠ କରୁଥିବା ନନା ଯେତେ ଆମ ସଂସ୍କାର ସଂସ୍କୃତି କଥା କହି ଈଶ୍ୱରଙ୍କ ନାମ ଶୁଣେଇ କଅଁଳିଆ କଥା କହି କମ୍ବଳ ଆସନ ବିଛେଇ ପରମ୍ପରା ବଞ୍ଚେଇ ରଖିବାକୁ ଅନୁନୟ ହେଲେ ବି କେହି ଆଉ ତାଙ୍କ କଥା ନ ଶୁଣି ସୁନ୍ଦରିଆ ଛାତ, ରଙ୍ଗିନ ଟିଭି ଲଗା କ୍ଲବ ଘର ଭିତରେ ସକାଳେ ସଞ୍ଜେ ଭିଡ଼ ଜମେଇଲେ । ପଣାସଂକ୍ରାନ୍ତିରେ ଆମେ ନୂଆବର୍ଷରେ ଭାଗବତ ଟୁଙ୍ଗି ହେଉ କି ଚଉରାରେ ପଣା ଦେବା ଭୁଲି କ୍ଲବ ଘରେ ମଦ ମାଉଁସରେ ମସ୍‌ଗୁଲ୍‌ ହେଇ ଅଙ୍ଗ୍ରେଜିଆ ନୂଆବର୍ଷ ବଡ଼ ଜାକଜମକରେ ପାଳିଲେ । ହରିନାମ ଭୁଲି ‘ହାପି ନିୟୁଇୟର’ ବୋଲି କହି ବିୟର ବୋତଲରେ ଚିୟର କଲେ । ଦିନକୁ ଦିନ ଭାଗବତ ଘର ଶୂନ୍ୟ – କ୍ଲବ ହାଉସ୍‌ ପୂର୍ଣ୍ଣ ହେଇ ଚାଲୁଛି । ଭାଗବତ ଟୁଙ୍ଗିର ଅରୁଆଡାଲମା, ଚୁଡ଼ା କଦଳୀ ଭୋଗ କର୍ପୂର ବାସ୍ନାଠାରୁ କ୍ଲବ ଘରର ଭୋଜିଭାତ ମଦ ମାଂସର ଆସର ବେଶି ବେଶି ମଣିଷଙ୍କୁ ଆମୋଦ ଦାୟକ ମନେହେଉଛି । ରାଇଜ ଢେର୍‌ ଆଗେଇଛି । ତେଣୁ ଭଗବାନଙ୍କଠୁ ଭୟ ଭକ୍ତି କମି କମି ନେତାଙ୍କ ପ୍ରତି ଭୟ ଭକ୍ତି ପ୍ରୀତି ବଢ଼ିଛି । ଦିଅଁଙ୍କ ପାଇଁ ମୁଠାଏ ଫୁଲର ଅଭାବରେ ଯଥାକଥା ପୂଜା ହେଲାବେଳେ ନେତାଙ୍କ ଗଳାର ଗଜରାର ଓଜନକୁ ସମ୍ଭାଳିବା ପାଇଁ ଆଠ ଦଶ ଲୋକଙ୍କର ଭିଡ଼ ଜମୁଛି । ଆମ ଭଗବାନ ପୋଥି ପୁରାଣର ସ୍ବର ମରିମରି ଗଲାବେଳେ ନୂଆବର୍ଷରେ କ୍ଲବମାନଙ୍କରେ ଲାଉଡ୍‌ ସ୍ପିକରର ଗର୍ଜନ ଶୁଭୁଛି  ତେଣୁ ବେଶ୍‌ ବୁଝାପଡୁଛି, ରାଇଜ ଢେରଢେର୍‌ ଆଗଉଛି । ମିଛ କହିବାକୁ କି ଅଭାବରେ ପଡ଼ି ଚୋରି କରିବାକୁ ସାହସ କରୁ ନ ଥିବା ଲୋକ ଏବେ ଶହେକେ ଶହେ ଖାଣ୍ଟି ମିଛ କହି ପର ଧନ, ସର୍କାରୀ ପାଣ୍ଠି ଲୁଟି ଖାଇବା ଶିଖି ଯାଇଛି ।

ଗାଁ, ପରିବାରର କଳିତକରାଳ ଦିନେ ଦୁଇଦିନ ଭିତରେ ଭାଗବତ ଟୁଙ୍ଗି ନ ହେଲେ ଦୋଳବେଦି ଚଉପାଢ଼ି ଉପରେ ପଞ୍ଚପରମେଶ୍ୱରଙ୍କର ନ୍ୟାୟ ନିଶାପରେ ଆଉ ସମାଧାନ ନ ହୋଇ କୋର୍ଟକଚେରି ମୁହାଁଇଛି । ଦିନେ ଦୁଇଦିନର ଫଇସଲା ହେଉଥିବା କେସ୍‌ ତାରିଖ ପରେ ତାରିଖ ଗଡ଼ି ମାସ ମାସ ବର୍ଷ ବର୍ଷ ବିତିଲେ ବି ଆଜିର ମଣିଷ ସମୟ ଅମାପ ଅର୍ଥସାରି ସିଆଡ଼କୁ ପ୍ରବଳବେଗରେ ଧାଉଁଛି । ତେଣୁ ବୁଝାପଡୁଛି ରାଇଜ ଢେର ଆଗେଇଛି । ଶାସ୍ତ୍ର ପୁରାଣ ରାମାୟଣର ଭ୍ରାତୃ ସ୍ନେହ ସମ୍ପର୍କ ଶକୁନିର କୂଟନୀତିରେ ବିବାଦ ପ୍ରାଣଘାତକ ସାଜିଛି । କୁଳବଧୂର ଶଶୁରାଳୟ ଯମାଳୟ ପରି ବୋଧ ହେଉଛି । ସନ୍ଥଙ୍କ ମହତବାଣୀ ଶାସ୍ତ୍ରାଦି ପଠନ ଶ୍ରବଣଠାରୁ ଟିଭିର ଘରଭଙ୍ଗା ସିରିଏଲ୍‌ ବହୁତ ଆକର୍ଷଣୀୟ ମନେହେଉଛି । ମନ୍ଦିରରେ ମଣିଷ ହାତ ବଜା ଘଣ୍ଟ ଘଣ୍ଟା ମାଦଳ ବାଜି ଆଳତି ନ ହୋଇ ବିଜୁଳି ଚାଳିତ ବାଜାର ଶବଦରେ ଆଳତି ହେଉଛି । ଯୁଗ ଆଗେଇଛି । ଭଗବାନଙ୍କ ପାଇଁ ସମୟ ନାହିଁ, ଶାସ୍ତ୍ର ପୁରାଣ ଆମ ସଂସ୍କୃତି ପରମ୍ପରା ପାଇଁ ସିନା ସମୟ ନାହିଁ, ହେଲେ ବିଦେଶିଆ ବ୍ରିଟିଶିଆ ବ୍ୟାଟ୍‌ ବଲ୍‌ ବାଡ଼େଇ କ୍ରିକେଟ୍‌ ଖେଳିବା ପାଇଁ ସମୟ ଅଛି । ସବୁ କାମ ଧନ୍ଦା ଛାଡ଼ି ଟୋକାଠୁ ବୁଢ଼ା ପଡ଼ିଆରୁ ଟିଭିରେ ମୁହଁମାଡ଼ି ଦେଖିବା ପାଇଁ ସମୟ ଅଛି ।

ସମୟ ଅଛି ଦିନ ରାତି ଘଷା ଫୋନ୍‌ ଧରି କଥା ଅକଥା ଦେଖିବାପାଇଁ । ଆପଣା ଚରିତ୍ର ସୁଧାରିବାଠାରୁ ପର ଚରିତ୍ରର ଚର୍ଚ୍ଚା ପାଇଁ ଅଛି ସମୟ । ନା ଅଛି ଗୁରୁ ଗୁରୁଜନ ମାନ୍ୟତା ନା ଅଛି ପାପ ପୁଣ୍ୟର ଭୟ ।ସେଇ ଚରିତ୍ର ସୁଧାରିବାର ଘର, ଭାଗବତ ଟୁଙ୍ଗିର ଏବେ ମାଟିକାନ୍ଥ ସବୁ ଯେମିତି ଭୁଶୁଡ଼ି ଯାଉଛି, ନଡ଼ା ଛପର ଉଡ଼ିଯାଉଛି, ଆମ ପୋଥି ପୁରାଣକୁ ଉଇଚରିଲା ଭଳିଆ ଆମ ମଣିଷପଣିଆକୁ ଆଧୁନିକତାର ଅନ୍ଧାଧୁନିଆ ଗତି ତଥା ଆମତ୍ସ୍ବାର୍ଥସର୍ବସ୍ବ ମନ, ଘୁଣ ଖିଆ ପୋକ କାଠକୁ କୋରି ଖାଇଗଲା ପରି ଆମ ବୁଦ୍ଧି ବିବେକକୁ ଖାଇଗଲାଣି । ପାଞ୍ଚଟଙ୍କାର ଦୀପଟିଏ ଜାଳି ଭାଗବତ ଟୁଙ୍ଗିର ଅନ୍ଧାର ଦୂର କରିବାଠୁ କ୍ଲବ ସଂସ୍କୃତିର ଚକମକିଆ ଆଲୁଅ ଜଳେଇବା ମନଭାବ ବଢ଼ିଯାଇଛି ା ହରିନାମ ସୁଧା ରସଠୁ ମଦରସର ସୁଆଦ ବେଶ୍‌ ମନ ମୋହୁଛି ା ଠିକ୍‌ ଅଛି, ଯୁଗ ଆଗଉ ା କ୍ଲବ ସଂସ୍କୃତି ବି ଆଗକୁ ବଢ଼ୁ ହେଲେ ସାଆନ୍ତଙ୍କ ଲରି ବସ୍‌ ଚଳେଇବାକୁ ଯାଇ ମାଗୁଣି ଓ ତା’ ଶଗଡ଼ ଭଳି ଆମ ଭାଗବତ ଟୁଙ୍ଗି ନ ମରୁ ା

ଯଦି ସେଦିନ ମାଗୁଣିର ଶଗଡ଼ରେ ମୋଟର ଫିଟିଂ କରି ଦ୍ରୁତଗାମୀ ଯାନରେ ତାକୁ ରୂପାନ୍ତରିତ କରାଯାଇ ପାରିଥାନ୍ତା, ତେବେ ମାଗୁଣି କି ତା’ ଶଗଡ଼ ମରି ନ ଥାନ୍ତା । ଠିକ୍‌ ଯେମିତି ଆମ ଭାଗବତ ଟୁଙ୍ଗିକି ପୁନରୁଦ୍ଧାର କରିବାକୁ ଏବଂ ଆମ ସଂସ୍କୃତିକୁ ବଞ୍ଚାଇବାକୁ ଏଇ ବିଦେଶିଆ ନୂଆବର୍ଷରେ କ’ଣ ସଂକଳ୍ପ କଲେ ଦୁନିଆ ବିଗିଡ଼ି ଯା’ନ୍ତା କି??
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?