Posted inଫୁରସତ

‘ସେବାରୁ ଆତ୍ମତୃପ୍ତି’

୧୯୯୯ ମସିହା ମହାବାତ୍ୟା ସମୟରେ ସହାୟତାର ହାତ ବଢ଼ାଇଥିଲେ ଦେଶ ବିଦେଶର ବହୁ ସଂସ୍ଥା। ଏଥିରେ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏଶନ ସହ ସତ୍‌ସଙ୍ଗ ସାମିଲ ହୋଇଥିଲା। ଏହି ରିଲିଫ ଟିମ୍‌ର ନେତୃତ୍ୱ ନେଇଥିଲେ ଜଣେ ଯୁବ ଇଞ୍ଜିନିୟର। ଭିନ୍ନ ଭିନ୍ନ ସ୍ଥାନରେ ବାତ୍ୟା ବିପନ୍ନଙ୍କ ସେବାରେ ଉତ୍ସର୍ଗ କରିଥିଲେ ନିଜକୁ। ଆଉ ସେଇଠି ନିଷ୍ପତ୍ତି ନେଲେ ବାକି ଜୀବନକୁ ସେବାରେ ସମର୍ପିତ କରିବେ। ତା’ପରେ ଚାକିରି ଛାଡ଼ି ଆଦରିନେଲେ ସେବା କ୍ଷେତ୍ରକୁ। ସେବା ମାଧ୍ୟମରେ ଆତ୍ମତୃପ୍ତି ଲାଭ କରୁଥିବା ସେହି ବ୍ୟକ୍ତିତ୍ୱ ହେଲେ ଇଂ. ଦିଲୀପ କୁମାର ପଟ୍ଟନାୟକ।

ବାଲେଶ୍ୱର ଜିଲା ଔପଦା ବ୍ଲକ୍‌ର ଢିମ୍‌ପୁରାରେ ୧୯୬୭ ଜୁଲାଇ ୨୪ରେ ତାଙ୍କର ଜନ୍ମ। ପିତା ଅବସରପ୍ରାପ୍ତ ଶିକ୍ଷକ କୃତିବାସ ପଟ୍ଟନାୟକ ଓ ମା’ଙ୍କ ନାମ ନିର୍ମଳା ପଟ୍ଟନାୟକ। ଗଁା ସ୍କୁଲରେ ପଢ଼ୁଥିବାବେଳେ ତାଙ୍କ ସେବା ମନୋଭାବର ପରିଚୟ ମିଳିଥିଲା। ପରବର୍ତ୍ତୀ ସମୟରେ ବାଲେଶ୍ୱରସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ ବି.ଏସ୍‌ସି. ଛାତ୍ର ଥିବାବେଳେ ଇଞ୍ଜିନିୟରିଂ ପଢ଼ିବା ଲାଗି ସ୍ଥିର ହେଲା। ବଡ଼ଭାଇ ପ୍ରଦୀପ ତାଙ୍କ ପାଠପଢ଼ା ଦାୟିତ୍ୱ ନେଲେ। ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ା ସହ କୋଚିଂରେ ବି ସୁନାମ ଅର୍ଜନ କଲେ ସେ। ଶିକ୍ଷା ସମାପ୍ତି ପରେ ୧୯୯୧ରେ ଓ୍ବିପ୍ରୋ କମ୍ପାନୀରେ ଆରମ୍ଭ ହେଲା ଚାକିରି ଜୀବନ।

ଜନସେବା ଲାଗି ନିଷ୍ପତ୍ତି ନେବା ବେଳକୁ ସେ ଏକ ଜାପାନୀ କମ୍ପାନୀରେ ଚାକିରି କରୁଥିଲେ। ଚାକିରି ଛାଡ଼ିବାର କିଛି ମାସ ମଧ୍ୟରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେଲା ଶ୍ରୀଶ୍ରୀବଡ଼ଦା ହସ୍ପିଟାଲ। ଏହାର ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୁଏ ା ଚାଲେ ସେବା କାର୍ଯ୍ୟ। ଏ ସମ୍ପର୍କରେ ଦିଲୀପ କୁହନ୍ତି, ଏହି ଅନୁଷ୍ଠାନର କାର୍ଯ୍ୟ ମୋ ପାଇଁ ପ୍ରେରଣା ପାଲଟିଗଲା। ଅବଶ୍ୟ ବିନା ପାରିଶ୍ରମିକରେ କାର୍ଯ୍ୟ କରୁଥିବାରୁ କିଛିବର୍ଷ ପରେ ସଞ୍ଚତ୍ତ ଅର୍ଥ ସରିଗଲା। ଅନ୍ୟ କାର୍ଯ୍ୟ କରିବା ଲାଗି ସମ୍ପର୍କୀୟଙ୍କ ଚାପ ବି ବଢ଼ିଲା। ୨୦୦୬ରେ ଭୁବନେଶ୍ୱର ନୟାପଲ୍ଲୀଠାରେ ୟୁନିଟ୍‌ ହେଲ୍‌ଥ କେୟାର ନାମରେ ଏକ ସଂସ୍ଥା ଆରମ୍ଭ କଲି। ବିଶେଷ ଭାବେ ଏଠାରେ ଚକ୍ଷୁ ଚିକିତ୍ସାର ବ୍ୟବସ୍ଥା କରାଗଲା। ସେବାକାର୍ଯ୍ୟକୁ ବ୍ୟାପକ କରାଇବା ଲକ୍ଷ୍ୟନେଇ ୨୦୦୭ରେ ‘ନିର୍ମଳା-କୃତି-ବିକାଶ’ ଟ୍ରଷ୍ଟ ଗଠନ କଲି। ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ, ନୟାଗଡ ଏବଂ ଜଗତ୍‌ସିଂହପୁର ଜିଲାରେ ଟ୍ରଷ୍ଟ ପକ୍ଷରୁ ଭ୍ରାମ୍ୟମାଣ ହେଲ୍‌ଥ କ୍ୟାମ୍ପ ଆୟୋଜିତ ହେଲା। ଚକ୍ଷୁ ସମେତ ଅନ୍ୟ ରୋଗର ଚିକିତ୍ସା ଚାଲିଲା।

ତାଙ୍କର ସେବା କାର୍ଯ୍ୟ ଦେଖି ୨୦୧୦ରେ କଳାହାଣ୍ଡିର ଲାଞ୍ଜିଗଡ଼ସ୍ଥିତ ଏକ ଘରୋଇ କମ୍ପାନୀ ହସ୍ପିଟାଲର ପରିଚାଳନା ଦାୟିତ୍ୱ ତାଙ୍କୁ ମିଳେ। ସେ ସମୟରେ ଅବିଭକ୍ତ କେବିକେ ଜିଲାରେ ମ୍ୟାଲେରିଆ ଉତ୍କଟ ରୂପ ଧାରଣ କରିଥାଏ। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସେ ତାଙ୍କର ଅଭିଯାନ ଆରମ୍ଭ କଲେ। ବହୁ ରୋଗୀ ଆରୋଗ୍ୟ ହେଲେ। ୬ ବର୍ଷ ମଧ୍ୟରେ ସେହି ହସ୍ପିଟାଲରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଶୂନ୍‌ରେ ପହଞ୍ଚତ୍ତ୍ବା ସୂଚିତ କରନ୍ତି ଦିଲୀପ। ହସ୍ପିଟାଲ କାର୍ଯ୍ୟ ସହ ସେ ଅଞ୍ଚଳରେ ତାଙ୍କର ‘ହେଲ୍‌ଥ କ୍ୟାମ୍ପ’ ବି ଚାଲିଥାଏ। ଏହି ସମୟରେ ଆଦିବାସୀଙ୍କ ଜୀବନ ଜୀବିକା ବିଷୟରେ ପରିଚିତ ହୁଅନ୍ତି ସେ। ଆମ୍ବାଦୋଳା ଷ୍ଟେଶନରେ ଓହ୍ଲାଇ ଲାଞ୍ଜିଗଡ଼ ଯାତାୟାତ କରନ୍ତି। ସେହି ଷ୍ଟେଶନ ନିକଟରୁ କଳାବତୀ ନାମ୍ନୀ ଜଣେ ଆଦିବାସୀ ମହିଳାଙ୍କଠାରୁ ନିୟମିତ ପରିବା କିଣିବା ମଧ୍ୟରେ ପରିଚୟ ବଢ଼େ । ଏପରି କି ସେ ଦିଲୀପଙ୍କୁ ‘ଧରମ ପୁଅ’ କରନ୍ତି। ପ୍ରକୃତ ପକ୍ଷେ କଳାବତୀ ଥିଲେ ଗ୍ରହଣ ଖଣ୍ଡିଆ। ଚିକିତ୍ସା ମାଧ୍ୟମରେ ଏହାକୁ କିଭଳି ଠିକ୍‌ କରାଯାଇପାରିବ ସେହି କଥା ତାଙ୍କୁ ବିଚଳିତ କରୁଥିଲା। ଯେତେ ବୁଝାଇଲେ ବି ଭୁବନେଶ୍ୱର ଆସିବା ଲାଗି ସେ ଆଦୌ ରାଜି ହୋଇ ନ ଥିଲେ। ଏ ବିଷୟରେ ସ୍ବର୍ଗତ ଡା. ଅନୁପମ ତ୍ରିପାଠୀଙ୍କୁ ଜଣାଇବା ପରେ ସହାୟତା ଲାଗି ସେ ଆଗ୍ରହ ପ୍ରକାଶ କଲେ। ତାଙ୍କର ମେଡିକାଲ ଟିମ୍‌ ସହ ସେଠାକୁ ଯାଇ କଳାବତୀଙ୍କ ଗ୍ରହଣ ଖଣ୍ଡିଆର ଅପରେଶନ କରାଇଲେ। ଦୀର୍ଘ ଦିନରୁ ମୋ ଭିତରେ ବସା ବାନ୍ଧିଥିବା ବ୍ୟସ୍ତତା କଳାବତୀଙ୍କ ନୂଆ ଚେହେରା ଦେଖିବା ପରେ ଆତ୍ମତୃପ୍ତିରେ ଭରିଗଲା ବୋଲି କୁହନ୍ତି ଦିଲୀପ। ଏହା ପରେ ସେହି ଅଞ୍ଚଳରେ ମୋତିଆବିନ୍ଦୁ ସହ ଗ୍ରହଣଖଣ୍ଡିଆ ଚିକିତ୍ସା ବି ଚାଲିଲା। ପରବର୍ତ୍ତୀ ସମୟରେ ଗ୍ରହଣ ଖଣ୍ଡିଆ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ଆମେରିକୀୟ ସଂସ୍ଥା ‘ସ୍ମାଇଲ୍‌’ ସହାୟତାର ହାତ ବଢ଼ାଇଲେ ା

ଅବହେଳିତ ବୃଦ୍ଧ ମାତାପିତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟଠାରେ ‘ନିର୍ମଳାଳୟ’ ନାମରେ ଏକ ପିତୃମାତୃ ଗୃହର ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏଠାରେ ନିରାଶ୍ରୟ ପିଲାଙ୍କୁ ମଧ୍ୟ ରଖାଯିବ। ଫଳରେ ଉଭୟ ବୟସ୍କ ବ୍ୟକ୍ତି ଏବଂ ଏହି ପିଲାଙ୍କ ମଧ୍ୟରେ ଏକ ଆବେଗିକ ସମ୍ପର୍କ ସ୍ଥାପନ ହୋଇପାରିବ। ଅର୍ଥବାଧକ ସାଜୁଥିଲେ ବି ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ ହେବ ବୋଲି ସେ ଆଶାବାଦୀ। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ୪ ହଜାରରୁ ଊର୍ଦ୍ଧ୍ୱ ଗ୍ରହଣ ଖଣ୍ଡିଆ, ୧୨ ହଜାରରୁ ଅଧିକ ମୋତିଆବିନ୍ଦୁ ଅପରେଶନ କରାଇଥିବା ବେଳେ ୯ ହଜାରରୁ ଅଧିକ ହେଲ୍‌ଥ କ୍ୟାମ୍ପ କରାଇଥିବା କୁହନ୍ତି ଦିଲୀପ।

ଲାଞ୍ଜିଗଡ଼ ହସ୍ପିଟାଲର କାର୍ଯ୍ୟ ଛାଡ଼ିଥିଲେ ବି ଆଦିବାସୀଙ୍କ ଜନଜୀବନ ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ଆଦିବାସୀ କଳାକୃତିର ପ୍ରୋତ୍ସାହନ ପାଇଁ ସେମିନାର ସହ ପ୍ରଦର୍ଶନୀର ଆୟୋଜନ କରି ଆସୁଛନ୍ତି ସେ। ପୁଣି ସେମାନଙ୍କ ଜୀବନ ଜୀବିକାକୁ ନେଇ ‘ସାଉଁଟା କାହାଣୀ’ ନାମରେ କେତେକ ଗଳ୍ପ ଲେଖିଛନ୍ତି। ତାଙ୍କ କାହାଣୀକୁ ନେଇ ୨୦୧୬ରେ ‘ବାପା’ ନାମରେ ୧୨ ମିନିଟ୍‌ ଅବଧିର ଏକ ଶର୍ଟ ଫିଲ୍ମ ପ୍ରସ୍ତୁତ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ମାନସ ପରିଡ଼ା। ୨୦୧୭ରେ ପ୍ରସ୍ତୁତ ୩୦ ମିନିଟ୍‌ ଅବଧିର ଶର୍ଟ ଫିଲ୍ମ ‘ମା – କାହାଣୀ ପ୍ରତି ଘରର’କୁ ଗୋଆ ଏବଂ ପୁଣେ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଓ କଳା ନିର୍ଦ୍ଦେଶନା କ୍ଷେତ୍ରରେ ପୁରସ୍କାର ମିଳିଥିଲା। ୨୦୧୮ରେ ୪୫ ମିନିଟ୍‌ର ଶର୍ଟ ଫିଲ୍ମ ‘ସିନ୍ଦୂର-ରଙ୍ଗ ସ୍ବୀକୃତିର’ ପରେ ଚଳିତ ବର୍ଷ ଆଉ ଏକ ଶର୍ଟ ଫିଲ୍ମ ବନ୍ଧନ-ଏକ ଉତ୍ତର ଦାୟିତ୍ୱର’ପ୍ରସ୍ତୁତି ଲାଗି ତାଙ୍କର ଲକ୍ଷ୍ୟ ରହିଛି।

ଗତବର୍ଷ କରୋନା କାୟା ବିସ୍ତାର କଲା। ମହାମାରୀ ସମୟରେ ରାତିରେ ଟ୍ରେନରୁ ଓହ୍ଲାଇବା ପରେ ବହୁ ଲୋକ ଦୀର୍ଘ ସମୟ ଧରି ଭୁବନେଶ୍ୱର ଷ୍ଟେଶନ ବାହାରେ ଗାଡ଼ିକୁ ଅପେକ୍ଷା କରି ରହୁଥିଲେ। ଏହିଭଳି ଅନେକ ଲୋକଙ୍କୁ ସେଠାରୁ ନିଜ ଗାଡ଼ିରେ ନେଇ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ଆଉ ଅନେକ କରୋନା ମୃତକଙ୍କୁ ନେଇ ଶ୍ମଶାନରେ ସତ୍କାରର ବ୍ୟବସ୍ଥା କରାଇଛନ୍ତି। ଏବେ ପୁଣି କରୋନାର ଦ୍ୱିତୀୟ ଲହର ଚାଲିଛି। ଆଇସୋଲେଶନରେ ରହୁଥିବା ପୀଡ଼ିତ ତଥା ହସ୍‌ପିଟାଲରେ କରୋନା ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରୁଛନ୍ତି । ଏଥିସହ ଏଥର ଅଧିକ ସଂଖ୍ୟାରେ କରୋନା ମୃତକଙ୍କ ସତ୍କାରରେ ସମୟ ବିତାଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ପତ୍ନୀ, ପୁତ୍ର ଓ କନ୍ୟା ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି ।

”ସବୁଦିନ ନୂଆ ନୂଆ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ତଥାପି ‘ଛାଡ଼ ନାହିଁ, ଏହି ଅମ୍ଳାନ ଚେଷ୍ଟାହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ।’ ମୋର ଗୁରୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଏହି ବାଣୀ ମୋ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାରେ ସହାୟକ ହୋଇଛି। ସେବାରୁ ଯେଉଁ ଆନନ୍ଦ ମିଳୁଛି, ତାହା ପୁଣି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛି ବୋଲି ବ୍ୟକ୍ତ କରନ୍ତି ଦିଲୀପ।
– ବୀରଭଦ୍ର ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?