Posted inଫୁରସତ

ଅଭିନୟ ଦେଇଛି ପରିଚୟ

ନିଶା ତାଙ୍କର ଅଭିନୟ ମାତ୍ର ପେସାରେ ଜଣେ ବହି ଦୋକାନୀ । ଦୀର୍ଘ ୫ ଦଶନ୍ଧି ଧରି ସେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି। ପୁଣି ଏକାଧିକ ନାଟକକୁ ନିର୍ଦ୍ଦେଶନା ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ତାଙ୍କର ଅନେକ ସ୍ବପ୍ନ। ଥିଏଟର, ଅପେରା, ଟିଭି ସିରିଏଲ ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ରହିଛିି ଭିନ୍ନ ପରିଚୟ। ନାଟ୍ୟ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମେତ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଉମାକାନ୍ତ ସାହା। ଜନ୍ମ ୧୬ା୮ା୧୯୪୮ମସିହାରେ। ପିତା ବସନ୍ତ କୁମାର ସାହା। ମାତା ଭୁଲି ଦେବୀ। ଘର ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ସରଧା ଗାଁରେ। ସେ କୁହନ୍ତି-ସ୍କୁଲ ବୟସରୁ ଗାଁରେ ପାଲା ଦେଖିବାକୁ ଯାଏ । ତା’ ପରେ ଘରକୁ ଆସି ଘରେ ଲୁଚିଲୁଚି ଝାଡ଼ୁଧରି ଗୀତ ବୋଲୁଥିଲି। ଏମିତି ଅଭ୍ୟାସ ମଞ୍ଚ କ୍ଷେତ୍ର ପ୍ରତି ଆକୃଷ୍ଟ କରିଥିଲା । ବାପା ବି ଯେତେବେଳେ ଯେଉଁଠିକି ଯାତ୍ରା ନାଚ ଦେଖିବାକୁ ଯାଉଥିଲେ ମତେ ତାଙ୍କ ସାଥିରେ ନେଉଥିଲେ। ଏଥିଯୋଗୁ ନାଟକ ପ୍ରତି ଉତ୍ସାହିତ ହେଲି। ଗାଁରେ ଯେଉଁଠି ନାଟକଟିଏ ମଞ୍ଚସ୍ଥ ହୁଏ ସେଠାରେ ପହଞ୍ଚି ଯାଇଥାଏ। ସେତେବେଳେ ୫ମରେ ପଢୁଥିଲି। ମୋର ପ୍ରଥମ ଅଭିନୀତ ନାଟକ ଥିଲା ‘ଏକଲବ୍ୟର ଗୁରୁଦକ୍ଷିଣା’। ଏଥିରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲି। ଏହି ନାଟକକୁ ଦେଖିଥିବା ଦର୍ଶକମାନେ ମୋ ଅଭିନୟକୁ ଖୁବ ପ୍ରଶଂସା କରିଥିଲେ। ଏହା ମୋତେ ଆଗକୁ ପାଦ ପକାଇବାରେ ସହାୟକ ହୋଇଥିଲା। ଯେଉଁଠି ନାଟକହୁଏ ମୋ ଅଭିନୟ ଦେଖିବାକୁ ବାପା ସାଇକେଲ ନେଇ ସେଠାକୁ ଯାଉଥିଲେ। ଦିନଥିଲା କରଞ୍ଜିଆର ଏକ ଗାଁରେ ବାଉଁଶଖୁଣ୍ଟରେ ପେଟ୍ରୋମାକ୍ସ ଲାଇଟ ବାନ୍ଧି ମଞ୍ଚ ଆଲୋକିତ କରାଯାଉଥିଲା। ଆମେ ଅଭିନୟ କରୁଥିଲୁ। ଥରେ ଆଲୁଅ ଲିଭିଗଲା। ସେଠାରେ କେତେଜଣ ନାଟ୍ୟପ୍ରେମୀ ଧାଡ଼ିହୋଇ ମଶାଲ ଧରି ଠିଆହେଲେ। ଆମେ ସେହି ଆଲୁଅରେ ଅଭିନୟ କରିଥିଲୁ। ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲରେ ପଢ଼ାସାରିବା ପରେ ଉଦଳା ଓ ଭଦ୍ରକ କଲେଜରେ ବିଏ ପାସ୍‌ କଲି। ଆମ ଗାଁର ୪/୫ଜଣ ସାଙ୍ଗ ଏକାଠି ହୋଇ କେତେବେଳେ ବସ୍‌ରେ ତ ପୁଣି କେତେବେଳେ ଟ୍ରେନ୍‌ରେ ନାଟକ ଦେଖିବାକୁ କଲିକତା ଯାଉଥିଲୁ। ଏଥିପାଇଁ ନିଜନିଜ ପକେଟମନିକୁ ଖର୍ଚ୍ଚ କରୁଥିଲୁ। କଲିକତାର ନନ୍ଦିକା ଫେଷ୍ଟିଭାଲକୁ ଦେଖି ଖୁସି ହେଉଥିଲୁ। ପୁଣି ଯେବେ ଦିଲ୍ଲୀ ଯାଏ ସେଠାରେ ଖବରକାଗଜ କିଣି ପଢୁଥିଲି କେଉଁଠି ଥିଏଟର ହେଉଛି ବୁଝି ସେଠାକୁ ବି ଯାଇ ଥିଏଟର ଦେଖେ। ଦିଲ୍ଲୀର ଲିଟଲ ଥିଏଟର ଗ୍ରୁପର ନାଟକ ଦେଖି ବେଶ୍‌ ଉତ୍ସାହିତ ହେଉଥିଲି । ନାଟ୍ୟ ନିର୍ଦ୍ଦେଶକ ଆଲେକଜାଣ୍ଡର ଡିନ୍‌ଙ୍କ ନାଟକ ବହି ପଢ଼ି ଅଧିକ ପ୍ରଭାବିତ ହୋଇଛି। ଯେତେବେଳେ ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢିଲି, ସେହି ସମୟରେ ସକାଳୁ ସକାଳୁ ଭୁବନେଶ୍ୱରରୁ କଟକ ମଧୁସୂଦନ ଲ’କଲେଜକୁ ଯାଉଥିଲି ପଢ଼ିବାକୁ, ପୁଣି କଟକରୁ ଦିନ ପ୍ରାୟ ୧୨ଟା ସୁଦ୍ଧା ବାଣୀବିହାରରେ ପହଞ୍ଚି ଇତିହାସରେ ଏମ୍‌ଏ ପଢୁଥିଲି। ଏଠାରେ ଅଧିତ୍କାଂଶ ସମୟ ନାଟକ ବହି ପଢ଼ିବାକୁ ପସନ୍ଦ କରୁଥିଲି । ବିଶ୍ୱଜିତ ଦାସଙ୍କ ସଙ୍କେତ ନାଟ୍ୟ ସଂସ୍ଥାରେ ସଦସ୍ୟଭାବେ ଯୋଗଦେଇ ମୃଗୟା ଓ ସମ୍ରାଟ ନାଟକରେ ଅଭିନୟ କରିଥିଲି । ମୋ ଅଭିନୀତ ନାଟକ ମଧ୍ୟରେ- ମୃଗୟା, ସମ୍ରାଟ, ପଦ୍ମତୋଳା, ପ୍ରତିବିମ୍ବ, କୌଣସି ଜଣେ ଗୌତମ, ବନ୍ଦ ଘଣ୍ଟାର ସମୟ, ବିଜୟୀ ପାଣ୍ଡବ, କିମ୍ବଦନ୍ତୀ, ସୁବର୍ଣ୍ଣ ଯୁଗର ସନ୍ଧ୍ୟା ଆଦି ନାଟକ ପରିଚୟ ଦେଇଥିଲା। ତେବେ ୧୯୬୩ ମସିହାରେ ମୋର ପ୍ରଥମ ନିର୍ଦ୍ଦେଶିତ ନାଟକ ମଞ୍ଚସ୍ଥ ହେଲା। ସେବେଠାରୁ ଆଉ ପଛକୁ ଫେରି ନାହିଁ। କଲିକତା, ଜାମ୍‌ସେଦପୁର, ମୟୂରଭଞ୍ଜ, ଭୁବନେଶ୍ୱର, କଟକ, ସୁନ୍ଦରଗଡ଼, ରାଉରକେଲା ଆଦି ଅନେକ ସ୍ଥାନରେ ନାଟକ ମଞ୍ଚରେ ଅଭିନୟ କରିସାରିଛି। ମଞ୍ଚ ନାଟକ ସହିତ ଦୂରଦର୍ଶନରେ ସଂପର୍କ ଧାରାବାହିକରେ ଜଣେ ଅବସରପ୍ରାପ୍ତ ପ୍ରିନ୍‌ସିପାଲ ଭୂମିକାରେ ଅଭିନୟ କରିଥିଲି, ଯାହା ମତେ ଭିନ୍ନ ପରିଚୟ ଦେଇଥିଲା। ପରେ ପ୍ରାୟଶ୍ଚିତ୍ତ, ଝୁମୁକା, ହରିଭାଇ ହାବିଲଦାର, ଅଦେଖା ଲୁହ ଓ ତପ୍ତ ଉପତ୍ୟକା ଆଦି ଟେଲିସିରିଏଲରେ ଅଭିନୟ କରିସାରିଛି। ସମାଜରେ ଜନସଚେତନତା ପାଇଁ ଅଭିନୟ ଏକ ବଳିଷ୍ଠ ମାଧ୍ୟମ। ଥରେ ଭୁବନେଶ୍ୱରରେ ଏକ ନାଟକ ‘ନଈର ଠିକଣା’ ମଞ୍ଚସ୍ଥ କରାଯାଇଥିଲା। ସେତେବେଳେ ଏହାର ନିର୍ଦ୍ଦେଶନା ଦେଇଥିଲି। ଅଭିନୟ କରୁଥିବା କଳାକାରଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଏବେ ବି ମୋର ମନେ ଅଛି- ସେଦିନ ଏହି ନାଟକର ଗୋଟିଏ ଦୃଶ୍ୟ ଏମିତି ଥିଲା, ଯାହାକି ବିନା ମ୍ୟୁଜିକ, ବିନା ସଂଳାପ, କେବଳ ନୀରବତାରେ ହିଁ ଦର୍ଶକଙ୍କ ମନଛୁଇଁ ଯାଇଥିଲା। ଏହି ନାଟକର ନିର୍ଦ୍ଦେଶନା ପାଇଁ ଅନେକେ ଏବେ ବି ମତେ ମନେରଖିତ୍ଛନ୍ତି। ନାଟ୍ୟ ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ୧୯୮୫ ଓ ୧୯୯୦ରେ ଶ୍ରେଷ୍ଠ ଅଭିନେତା, ୧୯୮୭ ଓ ୧୯୯୪ରେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ହୋଇଛି। ୨୦୦୫ରେ ଓଡ଼ିଶା ସଙ୍ଗୀତ ନାଟକ ତରଫରୁ ପୁରସ୍କୃତ ହୋଇଛି। ବିନ୍ଦୁବଳୟ, କଲ୍ଲୋଳ, ସଙ୍କେତ ସଂସ୍ଥାରୁ ପୁରସ୍କୃତ ହୋଇଛି। ଉତ୍କଳ ସାମ୍ବାଦିକ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ-୧୯୯୫ରେ ପୁରସ୍କୃତ । ଏଯାଏ ପ୍ରାୟ ୪୭ଟି ନାଟକରେ ଅଭନୟ କରିସାରିଛି। ଏବଂ ପ୍ରାୟ ୨୮ଟି ନାଟକକୁ ନିର୍ଦ୍ଦେଶନା ଦେଇସାରିଛି। ନାଟକରେ ଉତ୍କଣ୍ଠା ରହିଲେ ତାହା ଦର୍ଶକଙ୍କ ମନଙ୍କୁ ଅଧିକ ବାନ୍ଧିରଖେ। ଭଲ ହୁଏ। ନାଟକରେ ଅଭିନୟ କରିବା ପୂର୍ବରୁ ଜଣେ ସାଧାରଣ ଦର୍ଶକ ଭାବେ ନାଟକକୁ ପଢ଼େ। ନାଟ୍ୟ ବିଷୟକୁ ନେଇ କଳାକାରଙ୍କ ଅଭିନୟ ପାଇଁ ବଛାଯାଇଥିବା ଚରିତ୍ରର ଭୂମିକାକୁ ନେଇ ସଂଳାପର ସ୍ବର, ଭାବଭଙ୍ଗୀ ପରିସ୍ଥିତି ଓ ପରିବେଶକୁ ନଜରରେ ରଖି ନିର୍ଦ୍ଦେଶନା ଦେଇଥାଏ। ପଲ୍ଲବୀ ଏକନାଟ୍ୟ ଅନୁଷ୍ଠାନଟିଏ ଗଢ଼ିଥିଲି। ଏବେ ବୟସ ଅଧିକ ହେବାରୁ ଆଉ ଅଭିନୟରେ ଯୋଗଦେଇପାରୁନାହିଁ। କିନ୍ତୁ ନାଟକ ପ୍ରତି ମୋର ଆଗ୍ରହ ସର୍ବଦା ରହିଛି। ବହିଦୋକାନରେ ବ୍ୟବସାୟ ଚାଲିଛି। ପରିବାରରେ ୨ଭାଇ ଓ ମୋର ୩ ଭଉଣୀ। ଏବେ ମୋର ପୁଅ, ଝିଅ ଓ ପତ୍ନୀଙ୍କୁ ନେଇ ମୋର ଛୋଟ ସଂସାର, କିନ୍ତୁ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଭିନ୍ନ ଏକ ସଂସାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?