Posted inଫୁରସତ

ମଞ୍ଚ ମାୟା

ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ ସାହିତ୍ୟ, ନୃତ୍ୟ, ଚିତ୍ର, ସଙ୍ଗୀତର ଉନ୍ନତି ପାଇଁ ଏବେ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଲିଟେରାରି ଫେଷ୍ଟ, ଡ୍ୟାନ୍ସ ଫେଷ୍ଟ, ଆର୍ଟ ଫେଷ୍ଟ ଇତ୍ୟାଦିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଧୁମ୍‌ ଚାଲିଛି । ଏହା ଦ୍ୱାରା କଳା ଓ ସାହିତ୍ୟର କେତେ ଉନ୍ନତି ହେଉଛି ତାହା ଜଣାନାହିଁ। କିନ୍ତୁ ଆମ ରାଇଜରେ ଯେ ଅତି ଉତ୍କୃଷ୍ଟମାନର କଳାକାରଙ୍କ ମରୁଡ଼ି ନାହିଁ ତାହା ଉପସ୍ଥିତ ଗହଳି ଏବଂ ବିଜ୍ଞାପନରୁ ବେଶ୍‌ ଜଣାପଡୁଛି।

ସିଟିଂ ମିଟିଂ ଇଟିଂ ବ୍ୟବସ୍ଥା ଥାଇ ଏସବୁ ପାଇଁ ଗୋଟେ ଗୋଟେ ବଡ଼ଧରଣର ବନ୍ଧୁମିଳନ ହେଉଛି। ଦୁଇ ତିନିଦିନ ଧରି ହେଉଥିବା ଗମାତର ବିଭିନ୍ନ ସମ୍ପାନରେ ଏକାସାଙ୍ଗରେ ଅନେକ ମଞ୍ଚପ୍ରେମୀଙ୍କୁ ମଞ୍ଚାସୀନ ହେବାର ସୁଯୋଗ ମିଳୁଛି। ସ୍କୁଲରେ ଯେତେବେଳେ ଡ୍ରାମା ହୁଏ ସବୁ ଅଭିଭାବକଙ୍କ ଇଚ୍ଛା ଥାଏ ସେମାନଙ୍କ ପିଲା ଷ୍ଟେଜ୍‌ ଉପରକୁ ଆସୁ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଏପରି ଡ୍ରାମା ବାଛନ୍ତି, ଯେଉଁଥିରେ ସ୍କୁଲର ସବୁ ପିଲା ଷ୍ଟେଜ୍‌ ଉପରେ ସେମାନଙ୍କ ମୁହଁ ଦେଖେଇପାରିବେ। ଏଇ ଯେମିତି କୃଷ୍ଣଙ୍କ ପଛରେ କୋଡ଼ିଏଜଣ ଗାଈଆଳ ଟୋକା। ରାଜଦରବାରରେ ସାଧାରଣ ଜନତା। ସମବେତ ଡାଲ୍‌ଖାଇ ନୃତ୍ୟ କି ଦେଶାତ୍ମବୋଧକ ଗୀତରେ ଦୁଇଜଣ ଗାଇବେ, ନାଚିବେ ଆଗକୁ ଆସି। ବାକି ସବୁ ପଛରେ ଛିଡ଼ାହୋଇ ଦର୍ଶକଙ୍କ ଭିତରେ ଖୋଜୁଥିବେ ସେମାନଙ୍କ ବାପାମା’ କେଉଁଠି ବସିଛନ୍ତି ଏବଂ ସେମାନଙ୍କୁ ସତୃଷ୍ଣ ନୟନରେ ଚାହିଁଛନ୍ତି କି ନା।

ମୋ’ ଭିତରେ ଅନେକ ଦିନରୁ ଏକ ଭ୍ରମଧାରଣା ଥିଲା ଯେ କୌଣସି କବିତା ପାଠୋତ୍ସବ ସଞ୍ଚାଳନ କରିବା ସବୁଠୁ କଠିନ, ବୌଦ୍ଧିକ କାର୍ଯ୍ୟ। କିନ୍ତୁ ଏବେ ଏବେ ମୋ’ ଭ୍ରମ ଦୂର ହୋଇଛି। କୌଣସି ସାହିତ୍ୟ ଉତ୍ସବର ବିଭିନ୍ନ ସମ୍ପାନ ପାଇଁ ଆଲୋଚନାର ବିଷୟ ବାଛିବା ତା’ଠାରୁ କାହିଁ କେତେଗୁଣରେ ଅଧିକ କଷ୍ଟସାଧ୍ୟ କାମ। ବିଷୟ ଏପରି ହେବା ଉଚିତ, ଯାହା ଅନ୍ୟ କୌଣସି ଉତ୍ସବରେ ବଛା ହୋଇ ନ ଥିବ। ଯେଉଁ ଆଲୋଚନାରେ କି ଅଧିକରୁ ଅଧିକ ନିଜ ପ୍ରିୟ ସୃଜନଶୀଳ ଅନୁଗାମୀଙ୍କୁ ମଞ୍ଚରେ ଆଡ୍‌ଜଷ୍ଟ କରିହେଉଥିବ। ଚାଳିଶ ମିନିଟ୍‌ର ଗୋଟିଏ ସମ୍ପାନ ପାଇଁ ଜଣେ ସଞ୍ଚାଳକଙ୍କ ସହ ଦଶଜଣ ଆଲୋଚକ।
ବିନାୟକ ଆଚାର୍ଯ୍ୟଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ଓ ସ୍ଥିତି, ଏକ ବିହଙ୍ଗାବଲୋକନ ବିଷୟ ଉପରେ ସଞ୍ଚାଳକ ଯାହାଙ୍କୁ ପ୍ରଥମେ ପଚାରିଲେ ସେ ବହୁଦିନରୁ ମାଇକ୍ରୋଫୋନ୍‌ ଭୋକିଲା ଭଳି ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନନ୍ଦିନୀ ଶତପଥୀଙ୍କ ଯାଏ ଆସୁ ଆସୁ ପ୍ରାୟ ତିରିଶ ମିନିଟ୍‌ ସରିଗଲା। ଦ୍ବିତୀୟ ସଞ୍ଚାଳକ ମହୋଦୟ ତାଙ୍କୁ ମଝିରୁ ଅଟକେଇ ଗୋଟିଏ ମିନିଟରେ ନିଜ ବକ୍ତବ୍ୟ ରଖିବାକୁ ଅନ୍ୟ ଯାହାଙ୍କୁ ମାଇକ୍ରୋଫୋନ ଛାଡ଼ିଲେ ସେ ତାଙ୍କ ବକ୍ତବ୍ୟ ଖାରବେଳଙ୍କ ଶିଳାଲେଖରୁ ଆରମ୍ଭ କଲେ। ଶେଷରେ ଏମିତି ହେଲା ଯେ କଥା ଅଧାରୁ ବକ୍ତାଙ୍କୁ ଅଟକେଇ ଅଟକେଇ ସବୁ ମିନିଟ ସରିଗଲା ପଛେ କେହି ବିନାୟକ ଆଚାର୍ଯ୍ୟଙ୍କ ପାଖରେ ପହଞ୍ଚତ୍ ପାରିଲେନାହିଁ। ସମୟ ହୋଇଯାଇଥିବାରୁ ସଞ୍ଚାଳକ ସମସ୍ତ ଅତିଥିଙ୍କୁ କ୍ଷମା ମାଗି ସମ୍ପାନ ସମାପ୍ତିର ଘୋଷଣା କଲେ। କୃଷ୍ଣଙ୍କ ପଛରେ ଅନ୍ୟତମ ଗାଈଆଳ ଟୋକା ହୋଇ ଆସିଥିବା ପିଲାଟି ଷ୍ଟେଜ୍‌ ଉପରୁ ନିଜ ବାପାମା’ଙ୍କୁ ଖୋଜୁଥିବା ବେଳେ ପ୍ରସ୍ଥାନ ସମୟ ହୋଇଗଲେ ସେ ପିଲାଟି ମୁହଁରେ ଯେଉଁ ବିକଳ ଭାବଟି ଉକୁଟି ଆସେ, କିଛି ବକ୍ତବ୍ୟ ନ ରଖି ମଞ୍ଚରୁ ଫେରୁଥିବା ବାକି ଆଠଜଣଙ୍କ ମୁହଁରେ ସେମିତି ଭାବଟିଏ ଦେଖିବାକୁ ମିଳେ। ସେମାନଙ୍କ ଭିତରୁ ଜଣେ ମୋ ପାଖରେ ବସି ଆୟୋଜକ, ସଂଚାଳକ ଓ ବକ୍ତବ୍ୟ ରଖିଥବା ଦୁଇଜଣଙ୍କ ଚଉଦ ପୁରୁଷ ଉଝାଳିଦେଲେ। ତାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲି- ”ସେମାନଙ୍କ କଥା ଆପଣ ଥରେ ଉଦାରତାର ସହ ଚିନ୍ତା କରନ୍ତୁ। ଆପଣଙ୍କଠାରୁ ଆହୁରି ଅଧିକ କରୁଣ ଅବସ୍ଥା ଆୟୋଜକଙ୍କର। ମୁଖ ପୁସ୍ତିକାରେ ତାଙ୍କୁ ନିୟମିତ କମେଣ୍ଟ କରୁଥିବା ଲେଖକଙ୍କଠାରୁ ଆରମ୍ଭ କରି ସହଚର, ସହଗାମୀ, ଅନୁନୟ ବିନୟ ହୋଇ ଅନୁରୋଧ କରିଥିବା ଲୋକଙ୍କ ସହ କିଛି ପ୍ରତିଷ୍ଠିତ ଅଗ୍ରଜଙ୍କ ସୁପାରିସ୍‌ ମତେ ସବୁଲୋକଙ୍କୁ ମଞ୍ଚାସୀନ କରିବା କିଛି କମ୍‌ କି ସହଜ ପାଠ ନୁହେଁ। ଏପରି କିଛି ତଥାକଥିତ

ଖ୍ୟାତନାମା ଲୋକ ଅଛନ୍ତି, ଯାହାଙ୍କୁ ମଞ୍ଚରେ ନ ବସେଇଲେ ଖୋଦ୍‌ ଆୟୋଜକଙ୍କ ମଞ୍ଚ ଟଳମଳ ହେବାର ଭୟ ଥାଏ । ଆଉ ରହିଲା ଏହି ସମ୍ପାନରେ ଆପଣଙ୍କ ବକ୍ତବ୍ୟର କଥା। ଇତିହାସକୁ ଉଖାରିଲେ କ’ଣ ମିଳିବ? ଯାହା ଗତ ତାହା ଗତ। ଏଠି ସବୁ ତ ଗତାନୁଗତିକ ବରଂ ଆପଣ ଭବିଷ୍ୟତ କଥା ଚିନ୍ତା କରନ୍ତୁ । ଦେଖନ୍ତୁ ଆପଣ ମଞ୍ଚରେ ବସିଥିବା ବେଳେ ମୁଁ ଚାରି ପାଞ୍ଚଟି ଆଙ୍ଗେଲ୍‌ରୁ ଫଟୋ ନେଇଛି। ଏହି ମହାର୍ଘ ମୁହୂର୍ତ୍ତର କିଛି ଫଟୋ ସହ ଦୁଇପଦ ଲେଖି ଫେସ୍‌ବୁକରେ ପୋଷ୍ଟ କରନ୍ତୁ। ଶୁଭେଚ୍ଛା ଅଭିନନ୍ଦନ ଜଣାଉଥିବା ବନ୍ଧୁମାନଙ୍କ କେଉଁ ଆଗ୍ରହ ଥାଏ କି ଆପଣ ଉକ୍ତ ମଞ୍ଚରେ କ’ଣ ମନ୍ତବ୍ୟ ରଖିଥିଲେ ଜାଣିବାକୁ। ସାହିତ୍ୟର ଉନ୍ନତି ପାଇଁ ଆପଣ ବକ୍ତବ୍ୟ ରଖିପାରିଲେ ନାହିଁ ବୋଲି ଅଯଥାରେ ରାଗୁଛନ୍ତି ଯାହା। ଦେଖୁନାହାନ୍ତି, ସାହିତ୍ୟର ମୂଳଦୁଆ ସୁଦୃଢ଼ କରିବାକୁ ଏଠି କେମିତି ଲୋକ ହାଉଯାଉ। ସମସ୍ତଙ୍କ ପ୍ରାଣ ସାହିତ୍ୟ ପାଇଁ କାନ୍ଦୁଛି। ଚାଲନ୍ତୁ ଲଞ୍ଚ୍‌ କରିସାରି ଗୋଟେ ଏସି ତଳ ସିଟ୍‌ ଦେଖି ଆରାମରେ ଶୋଇପଡ଼ିବା। ସାରେ ଖରା ନଇଁଲେ ଚାହା ବିସ୍କୁଟ ଖାଇ ଘରକୁ ମହାଆନନ୍ଦରେ ଯିବା। ଏ ସାହିତ୍ୟ ଫାଇତ୍ୟ ସବୁ ମାୟା। ଆମ ଭଳି ଲୋକ ବାୟା ଖାଲି।

ମୋ କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ ଟିକେ ଆଶ୍ୱସ୍ତ ହେଲେ। ମୁହଁରେ ପ୍ରସନ୍ନତା ଖେଳିଗଲା। ଟିକେ ପରେ କହିଲେ, ଆଜି ସାରେ କବିତା ପାଠୋତ୍ସରେ ମୁଁ ନାଁ ଦେଇଛି। ଯଦି ମୋ ନାଁ ପ୍ରଥମ ଲିଷ୍ଟରେ ନ ଆସେ ତେବେ ଆଜି ସେ ସଞ୍ଚାଳକ ଓ ଆୟୋଜକଙ୍କ ଦିନେକୁ ମୋର ଦିନେ। ଫେସବୁକ୍‌ରେ ତାଙ୍କ ସବୁ ଗୁମର ଖୋଲିଦେବି।

ମୁଁ କହିଲି, ଓଃ! ଆପଣ ତାହାହେଲେ ଜଣେ କବି?
ମୋ’ କଥା ଶୁଣି ଭଦ୍ରବ୍ୟକ୍ତି ପୁଣି ଆରମ୍ଭ କଲେ, ହଁ ମୁଁ ସମାଜର ଅବହେଳିତ, ନିଷ୍ପେଷିତଙ୍କ ଉପରେ କବିତା ଲେଖେ। ମୋ କବିତା ପଢ଼ି ଥରେ ଅମୁକ କବି କହିଥିଲେ ରବି ସିଂଙ୍କ ପରେ ମୁଁ ଏକମାତ୍ର ସେ ଧାରା ବଜାୟ ରଖିଛି। ଆପଣ ବି ରୁହନ୍ତୁ ସାରେ ମୋ କବିତା ଶୁଣିବେ। ମୁଁ ତାଙ୍କୁ ହାତଯୋଡ଼ି ନମ୍ରତାର ସହ କହିଲି ନାହିଁ ଆଜ୍ଞା ମୁଁ କବିତା ବୁଝିପାରେନା। ଏମିତି ବି କହିପାରନ୍ତି କବିତା ବୁଝିବା ଭଳି ମଗଜ ମୋର ଏଯାଏଁ ବିକଶିତ ହୋଇନି। ଭୀଷଣ ଗରମରେ ଘରେ ରହିହେଉନି। ଖାଇବା ପିଇବା ସୁବିଧା ଥାଇ ଏସି ଘରେ ଟିକେ ଖରାବେଳ କାଟିବା ପାଇଁ ଆସି ଏଠି ବସିଛି। ସାରେ ମୋର ଅନ୍ୟ କାମ ଅଛି। କ୍ଷମା କରିବେ ଆପଣଙ୍କ କବିତା ଶୁଣିବାକୁ ରହିପାରିବି ନାହିଁ। ମୋ କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ କହିଲେ, ନା ସେମିତି କିଛି କଥା ନାହିଁ। ମୁଁ ବି କେଉଁ ବେଶି ସମୟ ଯାଏ ରହିପାରିବି? ପ୍ରଥମେ ପଢିଦେଇ ମୁଁ ଚାଲିଯିବି ଭାବିଛି। ଆଉ ଗୋଟେ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବାର ଅଛି। କ’ଣ କରିବା ଆଜ୍ଞା ସାହିତି୍ୟକ ସମାଜରେ ରହିବାକୁ ହେଲେ ଏ ସବୁ ସାମାଜିକ କାର୍ଯ୍ୟ କରିବାକୁ ହେବ।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?