Posted inଫୁରସତ

ମଞ୍ଚ ମାୟା

ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ ସାହିତ୍ୟ, ନୃତ୍ୟ, ଚିତ୍ର, ସଙ୍ଗୀତର ଉନ୍ନତି ପାଇଁ ଏବେ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଲିଟେରାରି ଫେଷ୍ଟ, ଡ୍ୟାନ୍ସ ଫେଷ୍ଟ, ଆର୍ଟ ଫେଷ୍ଟ ଇତ୍ୟାଦିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଧୁମ୍‌ ଚାଲିଛି । ଏହା ଦ୍ୱାରା କଳା ଓ ସାହିତ୍ୟର କେତେ ଉନ୍ନତି ହେଉଛି ତାହା ଜଣାନାହିଁ। କିନ୍ତୁ ଆମ ରାଇଜରେ ଯେ ଅତି ଉତ୍କୃଷ୍ଟମାନର କଳାକାରଙ୍କ ମରୁଡ଼ି ନାହିଁ ତାହା ଉପସ୍ଥିତ ଗହଳି ଏବଂ ବିଜ୍ଞାପନରୁ ବେଶ୍‌ ଜଣାପଡୁଛି।

ସିଟିଂ ମିଟିଂ ଇଟିଂ ବ୍ୟବସ୍ଥା ଥାଇ ଏସବୁ ପାଇଁ ଗୋଟେ ଗୋଟେ ବଡ଼ଧରଣର ବନ୍ଧୁମିଳନ ହେଉଛି। ଦୁଇ ତିନିଦିନ ଧରି ହେଉଥିବା ଗମାତର ବିଭିନ୍ନ ସମ୍ପାନରେ ଏକାସାଙ୍ଗରେ ଅନେକ ମଞ୍ଚପ୍ରେମୀଙ୍କୁ ମଞ୍ଚାସୀନ ହେବାର ସୁଯୋଗ ମିଳୁଛି। ସ୍କୁଲରେ ଯେତେବେଳେ ଡ୍ରାମା ହୁଏ ସବୁ ଅଭିଭାବକଙ୍କ ଇଚ୍ଛା ଥାଏ ସେମାନଙ୍କ ପିଲା ଷ୍ଟେଜ୍‌ ଉପରକୁ ଆସୁ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଏପରି ଡ୍ରାମା ବାଛନ୍ତି, ଯେଉଁଥିରେ ସ୍କୁଲର ସବୁ ପିଲା ଷ୍ଟେଜ୍‌ ଉପରେ ସେମାନଙ୍କ ମୁହଁ ଦେଖେଇପାରିବେ। ଏଇ ଯେମିତି କୃଷ୍ଣଙ୍କ ପଛରେ କୋଡ଼ିଏଜଣ ଗାଈଆଳ ଟୋକା। ରାଜଦରବାରରେ ସାଧାରଣ ଜନତା। ସମବେତ ଡାଲ୍‌ଖାଇ ନୃତ୍ୟ କି ଦେଶାତ୍ମବୋଧକ ଗୀତରେ ଦୁଇଜଣ ଗାଇବେ, ନାଚିବେ ଆଗକୁ ଆସି। ବାକି ସବୁ ପଛରେ ଛିଡ଼ାହୋଇ ଦର୍ଶକଙ୍କ ଭିତରେ ଖୋଜୁଥିବେ ସେମାନଙ୍କ ବାପାମା’ କେଉଁଠି ବସିଛନ୍ତି ଏବଂ ସେମାନଙ୍କୁ ସତୃଷ୍ଣ ନୟନରେ ଚାହିଁଛନ୍ତି କି ନା।

ମୋ’ ଭିତରେ ଅନେକ ଦିନରୁ ଏକ ଭ୍ରମଧାରଣା ଥିଲା ଯେ କୌଣସି କବିତା ପାଠୋତ୍ସବ ସଞ୍ଚାଳନ କରିବା ସବୁଠୁ କଠିନ, ବୌଦ୍ଧିକ କାର୍ଯ୍ୟ। କିନ୍ତୁ ଏବେ ଏବେ ମୋ’ ଭ୍ରମ ଦୂର ହୋଇଛି। କୌଣସି ସାହିତ୍ୟ ଉତ୍ସବର ବିଭିନ୍ନ ସମ୍ପାନ ପାଇଁ ଆଲୋଚନାର ବିଷୟ ବାଛିବା ତା’ଠାରୁ କାହିଁ କେତେଗୁଣରେ ଅଧିକ କଷ୍ଟସାଧ୍ୟ କାମ। ବିଷୟ ଏପରି ହେବା ଉଚିତ, ଯାହା ଅନ୍ୟ କୌଣସି ଉତ୍ସବରେ ବଛା ହୋଇ ନ ଥିବ। ଯେଉଁ ଆଲୋଚନାରେ କି ଅଧିକରୁ ଅଧିକ ନିଜ ପ୍ରିୟ ସୃଜନଶୀଳ ଅନୁଗାମୀଙ୍କୁ ମଞ୍ଚରେ ଆଡ୍‌ଜଷ୍ଟ କରିହେଉଥିବ। ଚାଳିଶ ମିନିଟ୍‌ର ଗୋଟିଏ ସମ୍ପାନ ପାଇଁ ଜଣେ ସଞ୍ଚାଳକଙ୍କ ସହ ଦଶଜଣ ଆଲୋଚକ।
ବିନାୟକ ଆଚାର୍ଯ୍ୟଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ଓ ସ୍ଥିତି, ଏକ ବିହଙ୍ଗାବଲୋକନ ବିଷୟ ଉପରେ ସଞ୍ଚାଳକ ଯାହାଙ୍କୁ ପ୍ରଥମେ ପଚାରିଲେ ସେ ବହୁଦିନରୁ ମାଇକ୍ରୋଫୋନ୍‌ ଭୋକିଲା ଭଳି ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନନ୍ଦିନୀ ଶତପଥୀଙ୍କ ଯାଏ ଆସୁ ଆସୁ ପ୍ରାୟ ତିରିଶ ମିନିଟ୍‌ ସରିଗଲା। ଦ୍ବିତୀୟ ସଞ୍ଚାଳକ ମହୋଦୟ ତାଙ୍କୁ ମଝିରୁ ଅଟକେଇ ଗୋଟିଏ ମିନିଟରେ ନିଜ ବକ୍ତବ୍ୟ ରଖିବାକୁ ଅନ୍ୟ ଯାହାଙ୍କୁ ମାଇକ୍ରୋଫୋନ ଛାଡ଼ିଲେ ସେ ତାଙ୍କ ବକ୍ତବ୍ୟ ଖାରବେଳଙ୍କ ଶିଳାଲେଖରୁ ଆରମ୍ଭ କଲେ। ଶେଷରେ ଏମିତି ହେଲା ଯେ କଥା ଅଧାରୁ ବକ୍ତାଙ୍କୁ ଅଟକେଇ ଅଟକେଇ ସବୁ ମିନିଟ ସରିଗଲା ପଛେ କେହି ବିନାୟକ ଆଚାର୍ଯ୍ୟଙ୍କ ପାଖରେ ପହଞ୍ଚତ୍ ପାରିଲେନାହିଁ। ସମୟ ହୋଇଯାଇଥିବାରୁ ସଞ୍ଚାଳକ ସମସ୍ତ ଅତିଥିଙ୍କୁ କ୍ଷମା ମାଗି ସମ୍ପାନ ସମାପ୍ତିର ଘୋଷଣା କଲେ। କୃଷ୍ଣଙ୍କ ପଛରେ ଅନ୍ୟତମ ଗାଈଆଳ ଟୋକା ହୋଇ ଆସିଥିବା ପିଲାଟି ଷ୍ଟେଜ୍‌ ଉପରୁ ନିଜ ବାପାମା’ଙ୍କୁ ଖୋଜୁଥିବା ବେଳେ ପ୍ରସ୍ଥାନ ସମୟ ହୋଇଗଲେ ସେ ପିଲାଟି ମୁହଁରେ ଯେଉଁ ବିକଳ ଭାବଟି ଉକୁଟି ଆସେ, କିଛି ବକ୍ତବ୍ୟ ନ ରଖି ମଞ୍ଚରୁ ଫେରୁଥିବା ବାକି ଆଠଜଣଙ୍କ ମୁହଁରେ ସେମିତି ଭାବଟିଏ ଦେଖିବାକୁ ମିଳେ। ସେମାନଙ୍କ ଭିତରୁ ଜଣେ ମୋ ପାଖରେ ବସି ଆୟୋଜକ, ସଂଚାଳକ ଓ ବକ୍ତବ୍ୟ ରଖିଥବା ଦୁଇଜଣଙ୍କ ଚଉଦ ପୁରୁଷ ଉଝାଳିଦେଲେ। ତାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲି- ”ସେମାନଙ୍କ କଥା ଆପଣ ଥରେ ଉଦାରତାର ସହ ଚିନ୍ତା କରନ୍ତୁ। ଆପଣଙ୍କଠାରୁ ଆହୁରି ଅଧିକ କରୁଣ ଅବସ୍ଥା ଆୟୋଜକଙ୍କର। ମୁଖ ପୁସ୍ତିକାରେ ତାଙ୍କୁ ନିୟମିତ କମେଣ୍ଟ କରୁଥିବା ଲେଖକଙ୍କଠାରୁ ଆରମ୍ଭ କରି ସହଚର, ସହଗାମୀ, ଅନୁନୟ ବିନୟ ହୋଇ ଅନୁରୋଧ କରିଥିବା ଲୋକଙ୍କ ସହ କିଛି ପ୍ରତିଷ୍ଠିତ ଅଗ୍ରଜଙ୍କ ସୁପାରିସ୍‌ ମତେ ସବୁଲୋକଙ୍କୁ ମଞ୍ଚାସୀନ କରିବା କିଛି କମ୍‌ କି ସହଜ ପାଠ ନୁହେଁ। ଏପରି କିଛି ତଥାକଥିତ

ଖ୍ୟାତନାମା ଲୋକ ଅଛନ୍ତି, ଯାହାଙ୍କୁ ମଞ୍ଚରେ ନ ବସେଇଲେ ଖୋଦ୍‌ ଆୟୋଜକଙ୍କ ମଞ୍ଚ ଟଳମଳ ହେବାର ଭୟ ଥାଏ । ଆଉ ରହିଲା ଏହି ସମ୍ପାନରେ ଆପଣଙ୍କ ବକ୍ତବ୍ୟର କଥା। ଇତିହାସକୁ ଉଖାରିଲେ କ’ଣ ମିଳିବ? ଯାହା ଗତ ତାହା ଗତ। ଏଠି ସବୁ ତ ଗତାନୁଗତିକ ବରଂ ଆପଣ ଭବିଷ୍ୟତ କଥା ଚିନ୍ତା କରନ୍ତୁ । ଦେଖନ୍ତୁ ଆପଣ ମଞ୍ଚରେ ବସିଥିବା ବେଳେ ମୁଁ ଚାରି ପାଞ୍ଚଟି ଆଙ୍ଗେଲ୍‌ରୁ ଫଟୋ ନେଇଛି। ଏହି ମହାର୍ଘ ମୁହୂର୍ତ୍ତର କିଛି ଫଟୋ ସହ ଦୁଇପଦ ଲେଖି ଫେସ୍‌ବୁକରେ ପୋଷ୍ଟ କରନ୍ତୁ। ଶୁଭେଚ୍ଛା ଅଭିନନ୍ଦନ ଜଣାଉଥିବା ବନ୍ଧୁମାନଙ୍କ କେଉଁ ଆଗ୍ରହ ଥାଏ କି ଆପଣ ଉକ୍ତ ମଞ୍ଚରେ କ’ଣ ମନ୍ତବ୍ୟ ରଖିଥିଲେ ଜାଣିବାକୁ। ସାହିତ୍ୟର ଉନ୍ନତି ପାଇଁ ଆପଣ ବକ୍ତବ୍ୟ ରଖିପାରିଲେ ନାହିଁ ବୋଲି ଅଯଥାରେ ରାଗୁଛନ୍ତି ଯାହା। ଦେଖୁନାହାନ୍ତି, ସାହିତ୍ୟର ମୂଳଦୁଆ ସୁଦୃଢ଼ କରିବାକୁ ଏଠି କେମିତି ଲୋକ ହାଉଯାଉ। ସମସ୍ତଙ୍କ ପ୍ରାଣ ସାହିତ୍ୟ ପାଇଁ କାନ୍ଦୁଛି। ଚାଲନ୍ତୁ ଲଞ୍ଚ୍‌ କରିସାରି ଗୋଟେ ଏସି ତଳ ସିଟ୍‌ ଦେଖି ଆରାମରେ ଶୋଇପଡ଼ିବା। ସାରେ ଖରା ନଇଁଲେ ଚାହା ବିସ୍କୁଟ ଖାଇ ଘରକୁ ମହାଆନନ୍ଦରେ ଯିବା। ଏ ସାହିତ୍ୟ ଫାଇତ୍ୟ ସବୁ ମାୟା। ଆମ ଭଳି ଲୋକ ବାୟା ଖାଲି।

ମୋ କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ ଟିକେ ଆଶ୍ୱସ୍ତ ହେଲେ। ମୁହଁରେ ପ୍ରସନ୍ନତା ଖେଳିଗଲା। ଟିକେ ପରେ କହିଲେ, ଆଜି ସାରେ କବିତା ପାଠୋତ୍ସରେ ମୁଁ ନାଁ ଦେଇଛି। ଯଦି ମୋ ନାଁ ପ୍ରଥମ ଲିଷ୍ଟରେ ନ ଆସେ ତେବେ ଆଜି ସେ ସଞ୍ଚାଳକ ଓ ଆୟୋଜକଙ୍କ ଦିନେକୁ ମୋର ଦିନେ। ଫେସବୁକ୍‌ରେ ତାଙ୍କ ସବୁ ଗୁମର ଖୋଲିଦେବି।

ମୁଁ କହିଲି, ଓଃ! ଆପଣ ତାହାହେଲେ ଜଣେ କବି?
ମୋ’ କଥା ଶୁଣି ଭଦ୍ରବ୍ୟକ୍ତି ପୁଣି ଆରମ୍ଭ କଲେ, ହଁ ମୁଁ ସମାଜର ଅବହେଳିତ, ନିଷ୍ପେଷିତଙ୍କ ଉପରେ କବିତା ଲେଖେ। ମୋ କବିତା ପଢ଼ି ଥରେ ଅମୁକ କବି କହିଥିଲେ ରବି ସିଂଙ୍କ ପରେ ମୁଁ ଏକମାତ୍ର ସେ ଧାରା ବଜାୟ ରଖିଛି। ଆପଣ ବି ରୁହନ୍ତୁ ସାରେ ମୋ କବିତା ଶୁଣିବେ। ମୁଁ ତାଙ୍କୁ ହାତଯୋଡ଼ି ନମ୍ରତାର ସହ କହିଲି ନାହିଁ ଆଜ୍ଞା ମୁଁ କବିତା ବୁଝିପାରେନା। ଏମିତି ବି କହିପାରନ୍ତି କବିତା ବୁଝିବା ଭଳି ମଗଜ ମୋର ଏଯାଏଁ ବିକଶିତ ହୋଇନି। ଭୀଷଣ ଗରମରେ ଘରେ ରହିହେଉନି। ଖାଇବା ପିଇବା ସୁବିଧା ଥାଇ ଏସି ଘରେ ଟିକେ ଖରାବେଳ କାଟିବା ପାଇଁ ଆସି ଏଠି ବସିଛି। ସାରେ ମୋର ଅନ୍ୟ କାମ ଅଛି। କ୍ଷମା କରିବେ ଆପଣଙ୍କ କବିତା ଶୁଣିବାକୁ ରହିପାରିବି ନାହିଁ। ମୋ କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ କହିଲେ, ନା ସେମିତି କିଛି କଥା ନାହିଁ। ମୁଁ ବି କେଉଁ ବେଶି ସମୟ ଯାଏ ରହିପାରିବି? ପ୍ରଥମେ ପଢିଦେଇ ମୁଁ ଚାଲିଯିବି ଭାବିଛି। ଆଉ ଗୋଟେ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବାର ଅଛି। କ’ଣ କରିବା ଆଜ୍ଞା ସାହିତି୍ୟକ ସମାଜରେ ରହିବାକୁ ହେଲେ ଏ ସବୁ ସାମାଜିକ କାର୍ଯ୍ୟ କରିବାକୁ ହେବ।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri