Posted inଫୁରସତ

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି ନିଆରା ପରିଚୟ, ସେ ହେଲେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର ସୌମ୍ୟରଞ୍ଜନ ମହାନ୍ତି। ସେକୁହନ୍ତି, ପ୍ରଥମେ ପିଲାଦିନୁ କେତୋଟି ମୁଦ୍ରା ଘରେ ସାଇତି ରଖିଥିଲି । କିନ୍ତୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ବେଳେ ବିଭିନ୍ନ ସମୟରେ ସେଠାକୁ ଆସୁଥିବା ବିଦେଶୀରାଷ୍ଟ୍ରର ଅତିଥିମାନଙ୍କଠାରୁ ସେମାନଙ୍କ ଦେଶର ମୁଦ୍ରା ଓ ଅନ୍ୟାନ୍ୟ ପତ୍ରପତ୍ରିକା ସଂଗ୍ରହ କରିବା ଅଭ୍ୟାସରେ ପଡ଼ିଗଲି। ଏଥିଯୋଗୁ ବିଭିନ୍ନ ଦେଶବିଦେଶର ପୁରୁଣା ଡାକଟିକଟ, ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିବା ଏକ ନିଶାପାଲଟି ଯାଇଛି। ପ୍ରାୟ୨୦୧୦ମସିହାରୁ ସେ ଏହି କାମ କରିଆସୁଛନ୍ତି । ଏଥିପାଇଁ ତାଙ୍କୁ ପ୍ରାୟ ୨୪୨ଟି ଦେଶର ବିଭିନ୍ନ ବିଦେଶୀମୁଦ୍ରା ଓ ଏହା ବ୍ୟତୀତ ବ୍ରିଟିଶ ଶାସନ ସମୟର କେତେକ ମୁଦ୍ରା ସାଇତି ରଖିଛନ୍ତି। ଇଷ୍ଟଇଣ୍ଡିଆ କମ୍ପାନୀର କେତୋଟି ମୁଦ୍ରା ମଧ୍ୟ ସ୍ଥାନ ପାଇଛି ଓ ତା’ ସହିତ ଭାରତ ସ୍ବାଧୀନତା ପରେ ବିଭିନ୍ନ ପ୍ରକାରର ମୁଣ୍ଡ ରହିଥିବା ଆଉକେତେକ ମୁଦ୍ରା ସଂଗ୍ରହକରି ରଖିଛନ୍ତି। ଏପରିକି ବିଭିନ୍ନ ଦିଆସିଲ ଖୋଳ ପ୍ରାୟ ୪୮୦୦ରୁ ଅଧିକ ସାଇତିଥିବା ବେଳେ କିଛି ସ୍ବତନ୍ତ୍ରତାଥିବା ଦିଆସିଲ ଖୋଳକୁ ରଖିଛନ୍ତି, ସେଥି ମଧ୍ୟରେ ସଲମାନ ଖାନ, ବିରାଟ କୋହଲି, ବୁମରା, ରୋନାଲ୍ଡଙ୍କ ଭଳି ଖେଳାଳି, ନେତାଜୀ ଏବଂ ଜଗନ୍ନାଥ ମନ୍ଦିର ସହ ବିଭିନ୍ନ ଦେବଦେବୀଙ୍କର ରହିଛି ।

ପ୍ରାୟ୧୦୦ଟି ବିଦେଶୀ ଡାକଟିକଟ ସହିତ ସମସ୍ତ ଅଲିମ୍ପିକ ଖେଳର ଡାକଟିକଟ, ବିଭିନ୍ନ ପ୍ରକାର ଖେଳର ଡାକଟିକଟ, ବିଭିନ୍ନ ଦେବଦେବୀ, ସ୍ବାଧୀନତା ସଂଗ୍ରମୀ, ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀ, ବିଶ୍ୱବିଦ୍ୟାଳୟ, ସ୍ବତନ୍ତ୍ର ଦିବସ ଓ ବିଭିନ୍ନ ପ୍ରକାରର ଐତିହାସିକ ସ୍ଥାନର ଡାକଟିକଟ ସଂଗ୍ରହାଳୟରେ ରହିଛି । ତା’ ସହିତ ବିଭିନ୍ନ ପ୍ରକାରର ଅନ୍ତର୍ଜାତୀୟ ଖେଳର ଖେଳଟିକଟ, ଡାକବିଭାଗ ସମ୍ପର୍କିତ କେତେକ ପୁରୁଣା ସ୍ମୃତି ସବୁ ସଂଗ୍ରହ କରି ରଖାଯାଇଛି । ଯେପରି କି ଟେଲିଗ୍ରାମ, ଡାକ ଗ୍ରୀଟିଙ୍ଗ୍‌ସ,
ସବୁ ରହିଛି , ତା ସହିତ ଆରୋଗ୍ରାମ, ବିଭିନ୍ନ ପୋଷ୍ଟ କାର୍ଡ ଆଦି ରହିଛି ।

୫୦୦ରୁ ଅଧିକ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ କାର୍ଡ ରହିଛି। ଯେପରି କି ଅଫର୍‌ କାର୍ଡ ଗିଫ୍ଟ, ମେଟ୍ରୋ ଗିଫ୍ଟ କାର୍ଡ, ଟେଲିଫୋନ କାର୍ଡ ସମେତ ବିଭିନ୍ନ ପ୍ରକାରର ପୁରୁଣା ରେଳ ଟିକଟ, ଓଜନ ମେଶିନ ଟିକଟ ରହିଛି। ବିଭିନ୍ନ ପ୍ରକାରର ଖବରକାଗଜ ରହିଛି। ଯାହା ଇଂଲିଶ, ଓଡ଼ିଆ, ତେଲୁଗୁ,ହିନ୍ଦୀ, ବେଙ୍ଗଲି, ତାମିଲ, ମରାଠୀ, ଗୁଜରାଟୀ ଆଦି ଭାଷାରେ ଖବରକାଗଜ ରହିଥିବା ବେଳେ ପିଲା ମାନଙ୍କ ପୁରୁଣା ପତ୍ରିକା ଜହ୍ନମାମୁ ଓ ପେପର କଟିଙ୍ଗଗୁଡ଼ିକ ରହିଛି ।

ରକ୍ତଦାନ ଉପରେ ମେଘଦୂତ ପୋଷ୍ଟକାର୍ଡ, ପ୍ରଥମଦିବସର ପ୍ରଚ୍ଛଦ ଓ ମଣିଷର ବିଭିନ୍ନ ଅଙ୍ଗ ଉପରେ ଡାକଟିକଟ ସାଇତି ରଖିବାର ପ୍ରୟାସ ଜାରି ରଖିଛି। ଏମିତି ସବୁ ପୁରୁଣା ସାମଗ୍ରୀକୁ ଦେଖିବା ପାଇଁ ଅନେକ ସମୟରେ ସ୍କୁଲକଲେଜର ପିଲାମାନେ ଘରକୁ ଆସୁଛନ୍ତି। ସଂଗ୍ରହକରି ସାଇତି ରଖିଥିବା ବିଭିନ୍ନ ପୁରୁଣା ସାମଗ୍ରୀକୁ ସୁରକ୍ଷିତଭାବେ ଏକ ମ୍ୟୁଜିୟମରେ ସଜାଇରଖିବାର ଲକ୍ଷ୍ୟ ରଖିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?