ଆମେ ତଳକୁ ଖସୁଛୁ

ଜୁଲାଇ ୨୦୨୦ରେ ୨୯ଟି ପ୍ରମୁଖ ବୈଶ୍ୱିକ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଯାଞ୍ଚ କରିବେ ବୋଲି ସରକାର ଘୋଷଣା କରିଥିଲେ। ଭାରତର ର଼୍ୟାଙ୍କିଙ୍ଗ୍‌ରେ କିଭଳି ଉନ୍ନତି ଅଣାଯାଇପାରିବ ସେଥିପାଇଁ ୪୭ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ନେଇ ଏକ ବୈଠକ ବି କରାଯାଇଥିଲା। ତେବେ ତା’ପରଠାରୁ କ’ଣ ଘଟିଛି ଆସନ୍ତୁ ଦେଖିବା। ଜାତିସଂଘ ମାନବ ବିକାଶ ସୂଚକାଙ୍କରେ ଆମେ ଗୋଟିଏ ସ୍ଥାନ ତଳକୁ ଖସିଛୁ। ବାଳିକାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟରେ ହାରାହାରି ଆୟ ଏବଂ ବିନିବେଶରେ ହ୍ରାସ ଯୋଗୁ ଏହା ଘଟିଛି। ଜାତିସଂଘ ବିଶ୍ୱ ଖୁସି ରିପୋର୍ଟ ଖୁସିର ମାନକ ନୁହେଁ। ଏହା ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦର, ଆୟୁ ସମ୍ଭାବ୍ୟତା, ସ୍ବାଧୀନତା ଏବଂ ଭ୍ରଷ୍ଟାଚାର ସମ୍ପର୍କରେ ସମୀକ୍ଷା କରେ। ଏଥିରେ ଭାରତ ୧୯ଟି ସ୍ଥାନ ତଳକୁ ଖସିଛିି। ବିଶ୍ୱ କ୍ଷୁଧା ସୂଚକାଙ୍କ ବିଶ୍ୱରେ କ୍ଷୁଧା, ପିଲାମାନଙ୍କର ଷ୍ଟଣ୍ଟିଂ(ବୟସ ଅନୁପାତରେ କମ୍‌ ଉଚ୍ଚତା) ଏବଂ ଅପପୁଷ୍ଟିର ମୂଲ୍ୟାଙ୍କନ କରେ। ଏଥିରେ ଆମେ ୪୬ ଟି ସ୍ଥାନ ଖସି ପାକିସ୍ତାନ, ନେପାଳ ଏବଂ ବାଂଲାଦେଶ ପଛରେ ରହିଛୁ। ଆମେରିକାରେ ବାମପନ୍ଥୀ ସଂସ୍ଥାଗୁଡ଼ିକ ଦ୍ୱାରା ସଞ୍ଚାଳିତ କାଟୋ ହ୍ୟୁମ୍ୟାନ ଫ୍ରିଡମ୍‌ ଇଣ୍ଡେକ୍ସରେ ଭାରତ ର଼୍ୟାଙ୍କରେ ୪୪ ସ୍ଥାନ ତଳକୁ ଖସିଛି। ଭାରତରେ ଆଇନର ଶାସନ, ଧାର୍ମିକ ଏବଂ ବ୍ୟବସାୟିକ ସ୍ବାଧୀନତାରେ ହ୍ରାସ ଯୋଗୁ ଏଭଳି ପରିଣାମ ଆସିଛି। ଓ୍ବାଲର୍‌ଡ ଇକୋନୋମିକ ଫୋରମ୍‌ ବୈଶ୍ୱିକ ଲିଙ୍ଗଗତ ପ୍ରଭେଦ ସୂଚକାଙ୍କ ପ୍ରକାଶ କରେ। ଏହା ଲିଙ୍ଗଗତ ସମାନତାରେ କ’ଣ ଅଗ୍ରଗତି ହୋଇଛି ତାହା ଅବଲୋକନ କରେ। ତେବେ ଏଥିରେ ଭାରତ ୨୬ ସ୍ଥାନ ତଳକୁ ଆସିଛି। ବିଶ୍ୱ ବ୍ୟାଙ୍କ ଏହାର ଓମେନ, ବିଜ୍‌ନେସ ଆଣ୍ଡ ଲ’ ଇଣ୍ଡେକ୍ସ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସୁଯୋଗଗୁଡ଼ିକର ପର୍ଯ୍ୟବେକ୍ଷଣ କରେ। ଏଥିରେ ବି ଭାରତ ୧୩ଟି ର଼୍ୟାଙ୍କ ନିମ୍ନକୁ ଆସିଛି। ସ୍ମାର୍ଟ ସିଟି ସୂଚକାଙ୍କ ନାଗରିକମାନଙ୍କ ପାଇଁ ସ୍ବାସ୍ଥ୍ୟ, ସୁରକ୍ଷା, କାର୍ଯ୍ୟକଳାପ ଏବଂ ସୁଯୋଗଗୁଡ଼ିକ ଉପରେ ଅନୁଧ୍ୟାନ କରିଥାଏ। ଏହି ସୂଚକାଙ୍କରେ ଦିଲ୍ଲୀ ୧୮ଟି ସ୍ଥାନ, ବେଙ୍ଗାଲୁର ୧୬, ହାଇଦ୍ରବାଦ ୧୮ ଏବଂ ମୁମ୍ବାଇ ୧୫ଟି ସ୍ଥାନ ତଳକୁ ଖସିଛନ୍ତି। ଆକ୍ସେସ ନାଓ ଟ୍ରାକର୍‌ ବିଶ୍ୱରେ ଇଣ୍ଟରନେଟ ଶଟ୍‌ଡାଉନ ଉପରେ ଅନୁଧ୍ୟାନ କରିଥାଏ। ଏଥିରେ ବିଶ୍ୱରେ ଆଗୁଆ ଦେଶ ହୋଇଛି ଭାରତ। ୨୦୧୯ରେ ବିଶ୍ୱର ମୋଟ ୨୧୩ ଶଟ୍‌ଡାଉନ ମଧ୍ୟରୁ ୫୬% ଭାରତରେ ହିଁ ଘଟିଥିଲା। ୨୦୨୦ରେ ମୋଟ ବୈଶ୍ୱିକ ଶଟ୍‌ଡାଉନ ୧୫୫ ମଧ୍ୟରୁ ୭୦% ଭାରତରେ ହୋଇଥିଲା।
ବୈଶ୍ୱିକ ଆର୍‌ଟିଆଇ ରେଟିଂରେ ଭାରତ ୪ଟି ର଼୍ୟାଙ୍କ ତଳକୁ ଖସି ନିଜକୁ ଅପାରଦର୍ଶୀ ସାବ୍ୟସ୍ତ କରିଛି। ଏହା ବ୍ୟତୀତ ଗଣତାନ୍ତ୍ରିକ ଦେଶ ଭାବେ ଭାରତ ତା’ ପ୍ରତିଷ୍ଠା ହରାଇଥିବା ୟୁନିଭର୍ସିଟି ଅଫ୍‌ ଗୁଟେନବର୍ଗର ଭାରିଟିଜ୍‌ ଅଫ୍‌ ଡେମୋକ୍ରାସି ଆକଳନ ଦର୍ଶାଇଥିଲା। ଏହା ଭାରତକୁ ଏକ ‘ନିର୍ବାଚନୀ ସ୍ବେଚ୍ଛାଚାର’ ଭାବେ ବର୍ଗୀକୃତ କରି ତୁର୍କୀ ଓ ହଙ୍ଗେରି ସହ ସ୍ଥାନିତ କରିଥିଲା। ବାକ୍‌, ଗଣମାଧ୍ୟମ ଓ ନାଗରିକ ସମାଜ ସ୍ବାଧୀନତାରେ ପାକିସ୍ତାନ ଭଳି ଭାରତ ଏକଚ୍ଛତ୍ରବାଦୀ ହେବା ସହ ଏହା ନେପାଳ ଓ ବାଂଲାଦେଶ ଠାରୁ ମଧ୍ୟ ଖରାପ ରହିଥିଲା ବୋଲି ପ୍ରକାଶ କରିଥିଲା। ଅନ୍ୟପଟେ ଆମେରିକାର ଫ୍ରିଡମ ହାଉସ୍‌ର ରିପୋର୍ଟ ଅନୁଯାୟୀ ବିଶ୍ୱରେ ସ୍ବାଧୀନତା କ୍ଷେତ୍ରରେ ଭାରତ ‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ସ୍ତରକୁ ଚାଲିଯାଇଛି। କଶ୍ମୀର ‘ଆଂଶିକ ସ୍ବାଧୀନ’ରୁ ‘ସ୍ବାଧୀନତା ବିହୀନ’ ସ୍ଥିତିକୁ ଯାଇଥିବା କହିଛି। ସିଭିକସ୍‌ ମନିଟର୍‌ର ନ୍ୟାଶନାଲ ସିଭିକ୍‌ ସ୍ପେଶ୍‌ ର଼୍ୟାଙ୍କିଙ୍ଗ ଅନୁଷ୍ଠାନ, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ କହିବାର ଅଧିକାର ଉପରେ ପର୍ଯ୍ୟବେକ୍ଷଣ କରିଥାଏ। ଏହା ଅନୁଯାୟୀ ଭାରତ ସ୍ବାଧୀନତା ଅବରୋଧକ ନୁହେଁ, ବରଂ ଦମନକାରୀ ପାଲଟିଯାଇଛି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଡେମୋକ୍ରାସି ସୂଚକାଙ୍କରେ ଭାରତ ୧୯ ଟି ର଼୍ୟାଙ୍କ ଖସିଛି। ଭାରତ ସେନା ଦକ୍ଷତା ଏବଂ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ହରାଇଛି। ଲୋଓ୍ବି ଇନ୍‌ଷ୍ଟିଚ୍ୟୁଟର ଏସିଆ ପାଓ୍ବାର ଇଣ୍ଡେକ୍ସରେ ଲଦାଖ ଘଟଣା ପରେ ୨୦୨୦ରେ ଭାରତ ଏହାର ‘ପ୍ରମୁଖ ଶକ୍ତି’ ମାନ୍ୟତା ହରାଇଛି। ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କର ଭାରତ ୧୦ଟି ସ୍ଥାନ ନିମ୍ନକୁ ଆସିଛି। ଏବେ ବିଶ୍ୱ ବାୟୁ ଗୁଣବତ୍ତା ସୂଚକାଙ୍କରେ ଭାରତ ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ରହିଥିଲା। ୨୦୧୭ ପରେ ଏଥିରେ ୧୧ଟି ସହର ଯୋଡ଼ିହୋଇଛି। ୟେଲେ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ ଜୈବ ଶୃଙ୍ଖଳା ଉପରେ ଅନୁଧ୍ୟାନ କରିଥାଏ। ଏହାର ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୩ଟି ସ୍ଥାନ ତଳକୁ ଆସି ପାକିସ୍ତାନ, ନେପାଳ ଓ ବାଂଲାଦେଶ ପଛକୁ ଚାଲିଯାଇଛି। ସେହିଭଳି କ୍ଲାଇମେଟ ରିସ୍କ ଇଣ୍ଡେକ୍ସରେ ୧୩ ସ୍ଥାନ ନିମ୍ନଗାମୀ ହୋଇ ପୁନଶ୍ଚ ବାଂଲାଦେଶ ଓ ପାକିସ୍ତାନ ପଛରେ ଅଛି। ଭାରତ ମଧ୍ୟ ଶତତ ବିକାଶ ସୂଚକାଙ୍କରେ ୧୦ଟି ସ୍ଥାନ ତଳକୁ ଆସିଛି।
ଅଗଷ୍ଟ ୨୦୨୦ରେ ବୈଶ୍ୱିକ ତାଲିକାରେ ଭାରତର ର଼୍ୟାଙ୍କିଙ୍ଗ୍‌ ବଢ଼ାଇବାକୁ ଭାବମୂର୍ତ୍ତି ସୁଧାରିବା ପାଇଁ ମୋଦି ସରକାର ମିଡିଆ ପ୍ରଚାର ଯୋଜନା କରିଥିବା ଜଣାପଡ଼ିଥିଲା। ଯୋଜନା ମୁତାବକ ବିଭିନ୍ନ ପ୍ରକାର ମିଡିଆ ଓ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଓ୍ବେବ୍‌ସାଇଟକୁ ସାମିଲ କରାଯିବ ବୋଲି କୁହାଯାଇଥିଲା। ଏହି ପ୍ରଚାର ଭାରତ ଏବଂ ବିଶ୍ୱ ଦର୍ଶକଙ୍କ ସମ୍ମୁଖରେ ଭାରତର ଦୃଷ୍ଟିକୋଣକୁ ଦର୍ଶାଇ ଏକ ଭାବମୂର୍ତ୍ତି ଗଢିବା ସହ ବୈଶ୍ୱିକ ସୂଚକାଙ୍କର ମାପଦଣ୍ଡ ଏବଂ ତଥ୍ୟ ଉତ୍ସରେ ଥିବା ସମସ୍ୟାଗୁଡ଼ିକୁ ପ୍ରଚାର କରିବା ଲାଗି କୁହାଯାଇଥିଲା। ହେଲେ ପ୍ରଚାର କେମିତି ଭାରତର ର଼୍ୟାଙ୍କିଙ୍ଗ୍‌ ବଢ଼ାଇିଲା ସେ ସମ୍ପର୍କରେ କିଛି କୁହାଗଲା ନାହିଁ। ଅଗଷ୍ଟ ୨୦୨୦ ପରେ, ଭାରତର ର଼୍ୟାଙ୍କିଙ୍ଗ ନିମ୍ନଗାମୀ ହେଉଥିବାରୁ ସୂଚକାଙ୍କଗୁଡ଼ିକୁ ସମର୍ଥନ କରିବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଲେ। ଏହା ପରିବର୍ତ୍ତେ ସରକାର କହିଲେ ଯେ, ସେଗୁଡ଼ିକ ଭୁଲ୍‌ ଓ ପକ୍ଷପାତପୂର୍ଣ୍ଣ। ଯାହାହେଲେ ବି ସୂଚକାଙ୍କ ପ୍ରକାଶ ପାଇ ଚାଲିବ ଏବଂ ଭାରତ ଏମିତି ତଳକୁ ଖସି ଚାଲୁଥିବ। ସମସ୍ୟା ସୁଧାରିବା ପାଇଁ, ପ୍ରଥମେ ଜଣକୁ ସମସ୍ୟାଟିକୁ ଗ୍ରହଣ କରିବାକୁ ହେବ। ତା’ହେଲେ କ’ଣ ଭୁଲ ରହିଛି ଜଣେ ଭାବିବ ଏବଂ କି ପଦକ୍ଷେପ ନେବାକୁ ହେବ ବିଚାର କରିବ। ଆମେ ଆଜି ଅମୃତକାଳ ପର୍ଯ୍ୟାୟକୁ ଚାଲିଯାଇଥିବାରୁ ଏବେ କିଛି ବି ତ୍ରୁଟି ନାହିଁ ବୋଲି ବିଚାର କରୁଛୁ। ଏଥିପାଇଁ ଏହି ଧାରାରେ ଆମେ ଯେତେ ଯାଏ ପାରିବା ତଳକୁ ଖସିଚାଲୁଥିବା।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?