Posted inଫୁରସତ

ସଙ୍ଗୀତ: ପଢିଲେ କବିତା ଗାଇଲେ ଗୀତ

ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର
ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ସିଦ୍ଧହସ୍ତ …

ଅଭିମାନିନୀ ଏ ଅମାନିଆ ଢେଉ….। ମା’ ତୁମେ ମମତାର ସୀମାହୀନ ସାଗର… ପୁଣି ତୁଳସୀ ଚଉଁରା ମୂଳେ ଜାଳି ସଞ୍ଜବତି, ଏତିକି ମିନତିି କରେ ମା’ବୃନ୍ଦାବତୀ..। ଏମିତି ଏକାଧିକ ଚଳଚ୍ଚିତ୍ର ସଙ୍ଗୀତର ସେ ଗୀତିକାର । ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ଜଣେ ଭିନ୍ନମଣିଷ ।

ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ସମେତ ବହୁ ଅନୁଷ୍ଠାନରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ସଚ୍ଚି ମହାନ୍ତି। ଜନ୍ମ ୧୯୪୭ ମସିହା ଜୁଲାଇ ୧୯ରେ। ପିତା-ବିଚିତ୍ରାନନ୍ଦ ମହାନ୍ତି। ମା’ କୁସୁମ କୁମାରୀ ଦେବୀ। ଘର କଟକ ଜିଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋନୂଆଗାଁ ଶାସନରେ। ରହୁଛନ୍ତି ଭୁବନେଶ୍ୱରରେ। ସେ କୁହନ୍ତି, ପିଲାଦିନେ ସ୍କୁଲ ବୟସରେ ଶୁଣିଥିଲି ମୋର ଜଣେ ଜନ୍ମକଲା ମା ’ଆଉ ଜଣେ ପାଳିତ ‘ମା। ଗାଁ ସ୍କୁଲରେ ୨ୟ ଶ୍ରେଣୀରେ ପଢ଼ିଲି। ପରେ କଟକ ନୂଆବଜାର ହାଇସ୍କୁଲରେ ମାଟ୍ରିକ ଯାଏ ପଢ଼ିଥିଲି। କିନ୍ତୁ ସ୍କୁଲ ପଢ଼ା ବୟସରେ ରେଡ଼ିଓରୁ ଗୀତ ଶୁଣେ। ଘରେ ଲୁଚେଇଲୁଚେଇ ଗୀତ ଲେଖୁଥିଲି। ଥରେ ସ୍କୁଲର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରାରମ୍ଭିକ ସାମୂହିକ ସଙ୍ଗୀତ (କୋରସଗୀତ)ଲେଖିବାକୁ ମତେ ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ଏଥିପାଇଁ ଗୀତଟିଏ ଲେଖିଥିଲି। ସେହି ଗୀତଟି ଆଦୃତ ହୋଇ ଖୁବ୍‌ ପ୍ରଶଂସିତ ହୋଇଥିଲା। ଏହାଥିଲା ମୋର ପ୍ରଥମ ସଙ୍ଗୀତ। ହେଲେ ଗୀତ ଲେଖୁଥିବାରୁ ସେତେବେଳେ ପରିବାରଲୋକ ମୋ ସାହିତ୍ୟକୃତିକୁ ପସନ୍ଦ କରୁନଥିଲେ। ଏଥିଯୋଗୁ ବାଧ୍ୟହୋଇ ଘରୁ ବାହାରି ଆସିଲି। ଗୀତ ଲେଖାପାଇଁ ସଙ୍ଗୀତ ନିର୍ଦ୍ଦେଶକ ଜି-ନାରାୟଣ ରାଓଙ୍କ ଠାରୁ ପ୍ରେରଣା ପାଇଛି। ସେତେବେଳେ କଟକରେ କେତେଜଣ ପ୍ରଯୋଜକ ମାନଙ୍କ ସହିତ କଥାହୋଇ ସିନେମା ପାଇଁ ଗୀତଟିଏ ଦେବାକୁ ଇଛା କରିଥାଏ ମାତ୍ର ମୁଁ ଆକାଶବାଣୀର ସ୍ବୀକୃତି ପ୍ରାପ୍ତ ଗୀତିକାର ହୋଇନଥିବାରୁ ସେମାନେ ମୋ ଗୀତକୁ ବିଚାରକୁ ନେଉନଥିଲେ । ପରେ ଭୁବନେଶ୍ୱର ଆସିଲି ବହୁଅସୁବିଧା ହେତୁ ରେଳପ୍ଲାଟଫର୍ମରେ ରାତିରେ କିଛିଦିନ ରହିଲି। ଦିନସାରା ଘୂରିବୁଲେ। ଏମିତିରେ ଅନେକ କଣ୍ଠଶିଳ୍ପୀ ଓ କଳାକାର ମାନଙ୍କସହିତ ପରିଚୟ ହୋଇଥିଲା। କିନ୍ତୁ ଭୁବନେଶ୍ୱରରେ ରହିବା ଭିତରେ ଦିନେ ଆମ ଗାଁର ଜଣେ ପିଲା ମତେ ଦେଖିକି ଗାଁକୁ ଯିବାପାଇଁ କହିଥିଲା। ହେଲେ ଘରର ପରିସ୍ଥିତି ଯୋଗୁ ଯାଇ ନ ଥିଲି। ସମୟକ୍ରମେ ଏକ ଚାକିରି ଖୋଜିଲି। ପାରିଜାତ ପ୍ରେସରେ କିଛିଦିନ ଚାକିରି କଲି। ସେତେବେଳେ ୩୦୦ଟଙ୍କା ଦରମା ମିଳୁଥିଲା। ସେତିକିରେ ଚଳୁଥିଲି। ଥରେ ବିଭୁରଞ୍ଜନ ମହାନ୍ତି ଏକ ସିନେମା ପାଇଁ ମତେ ସୁଯୋଗ ଦେଇଥିଲେ। କିନ୍ତୁ ମତେ ଦିନେ ଯିଏ କହୁଥିଲେ ରେଡ଼ିଓର ଗୀତିକାର ଭାବେ ସ୍ବୀକୃତି ପାଇଥିବା ଗୀତିକାରଙ୍କ ଗୀତ ନିଆଯିବ ହେଲେ ସେ ହିଁ ଦିନେ ମତେ ଗୀତିକାର ଭାବେ ପୁରସ୍କାର ଦେଇଥିଲେ। ଆଉ ଗୋଟିଏ କଥା ସେତେବେଳେ ଗୀତ ଲେଖିବାକୁ ନିର୍ଦ୍ଦିଷ୍ଟ କେତେଜଣ ଗୀତିକାର ବାହାରି ଥିଲେ। ଗୋଟିଏ ଗୀତ ଲେଖିବା ପୂର୍ବରୁ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭକରି କଣ୍ଠଶିଳ୍ପୀ, ପ୍ରଯୋଜକ ଆଦି ସମସ୍ତଙ୍କୁ ନେଇ କାହାଣୀର ପରିସ୍ଥିତିକୁ ନଜରରେ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଗୀତଲେଖା ହେଉଥିଲା। ଲୋକକଥାରୁ କଥାକୁ ନେଇ ବହୁ ଗୀତିକବିତା ଲେଖେ। ଆମ ସମୟରେ ଯାହା ଥିଲା ଏବେ ତାହା ନାହିଁ ।

ଆଜିକାଲି ଗୀତକଥା ଟିକେ ଅଲଗା । ମୋ ଗୀତକୁ ଶେଖର ଘୋଷ, ଶ୍ରୀକାନ୍ତ ଦାଶ, ମହମ୍ମଦ ହବ୍‌ିବଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀ ଗାଇଛନ୍ତି। ଏବେ ବି ଜୀବନର ସଂଘର୍ଷପଥରେ ଲଢ଼େଇ ଜାରିରଖିଛି। ଦୁଃଖ ପାଇଁ ଦୁଃଖ ନାହିଁ, ମାତ୍ର ମଣିଷଙ୍କଠାରେ ମଣିଷପଣିଆ ରହୁ। ୧୯୮୫ରେ କାଚଘର, ୧୯୮୭ରେ ଧର୍ମଯୁଦ୍ଧ,୧୯୯୭ରେ କଳାମାଣିକ, ସୌଭାଗ୍ୟବତୀ, ସୁକଆସୁଚି, ବାଜେବଇଁଶୀ ନାଚେ ଘୁଙ୍ଗୁର ଆଦି ସିନେମାରେ ଗୀତ ଲେଖିଛି। ୨୦୨୦ରେ ‘ଓଡ଼ିଶାରେ ଗାନ୍ଧୀ’, ସେହିପରି ଜଙ୍ଗଲର ସାଥୀ, ଆତଙ୍କ, ସମ୍ପର୍କ, ସପନର ପଥେ ପଥେ, ବାଃବାଃରେ କ୍ୟାପିଟାଲ ଆଦି ଧାରାବାହିକ ପାଇଁ ସଂଳାପ ଏବଂ ଗୀତ ଲେଖିଛି । ଯାତ୍ରାନାଟକ-‘ସତୀ ତୁଳସୀ’, ‘ଭାଗବତରେ ତୋ ଭାଗ୍ୟ ଜଳୁଛି’ ଏମିତି ପ୍ରାୟ୧୦ଖଣ୍ଡ ବହି ଲେଖିଛି। ମୋର ଆଧୁନିକ ଗୀତ-ରାଜକୁମାରୀ ଚିରକୁମାରୀ,ସ୍ବପ୍ନକୁମାରୀ ମନକୁମାରୀ ଟିକେ ରହିଯାଆନା। ଯାହାକୁ ଗାଇଥିଲେ ବ୍ରଜଜେନା ଓ ବନବିହାରୀ ଜେନା। ଲେଖିଥିବା ଗୀତ ବହି- ‘ଅପରାହ୍ନର ଛାଇ’କୁ ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ଉତ୍କଳ ସାହିତ୍ୟ ସମାଜ, ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀପରିଷଦ, ଓଡ଼ିଆ ଯୁବଲେଖକ ସମ୍ମେଳନ, ପଞ୍ଚମବେଦ,ଜଗତ୍‌ସିଂହପୁର ସାହିତ୍ୟସଂସଦ ଆଦି ଶତାଧିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ଆକାଶବାଣୀର ଶ୍ରେଷ୍ଠ ସଙ୍ଗୀତରୂପକ ରଚନା କ୍ଷେତ୍ରରେ ପୁରସ୍କୃତ ହୋଇଥିଲି। ଗୁରୁ ଗୀତିକାର ଭାବେ ଏକ ମିଡ଼ିଆହାଉସ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ମୋର ୩ ଝିଅଙ୍କ ବିବାହ କାଯର୍‌ୟ ସରିଛି। ଏବେ ବୟସର ଅପରାହ୍ନରେ ମୋ ପତ୍ନୀଙ୍କ ସହିତ ରହୁଛି। ଲେଖାଲେଖି ଅଭ୍ୟାସ ରହିଥିବାରୁ ଗୀତ ଲେଖିବା ଜାରି ରଖିଛି। ମୋ ମତରେ ସଙ୍ଗୀତ ହେଉଛି ଶବ୍ଦର ଫୁଲମାଳ-ଯାହାକୁ ପଢ଼ିଲେ କବିତା, ଗାଇଲେ ଗୀତ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri