Posted inଫୁରସତ

ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’

ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା ଖାଦ୍ୟ ବି ସ୍ବପ୍ନ। ଆଉ ଏମିତି ବି ଅନେକ ଦିନଦୁଃଖି ଅଛନ୍ତି ଯିଏ ଅନାହାରରେ ମୃତ୍ୟୁମୁଖକୁ ଟାଣି ହୋଇଯାଉଛନ୍ତି। ତେବେ ଏଭଳି କିଛି ଭୋକିଲାଙ୍କ ମୁହଁରେ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କଟକ ଶଙ୍କରପୁର ଓ ବାଦାମବାଡ଼ି ଅଞ୍ଚଳର ୨୦ ଜଣ ଯୁବ ବ୍ୟବସାୟୀ। ଆଉ ମିଳିତ ଉଦ୍ୟମରେ ୨୦୧୪ ମସିହାରେ ଆରମ୍ଭ କରିଛନ୍ତି ‘ରୟାଲ କ୍ଲବ୍‌’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ। ଯାହାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭୮। ଏହି କ୍ଲବର ସଦସ୍ୟମାନେ ପ୍ରାୟତଃ ସମସ୍ତେ ବ୍ୟବସାୟୀ ଶ୍ରେଣୀର। ପ୍ରତି ରବିବାର ଭୋର ହେବା ମାତ୍ରେ ସମସ୍ତ ସଦସ୍ୟ ବାଦାମବାଡ଼ି ନିକଟରେ ଏକଜୁଟ ହୁଅନ୍ତି। ଆଉ ସେମାନେ ପରସ୍ପର ମଧ୍ୟରେ ପୂର୍ବରୁ ଆଦାୟ କରିଥିବା ଟଙ୍କାରେ କିଣାଯାଇଥିବା ରୋଷେଇ ସାମଗ୍ରୀରେ ବାଦାମବାଡ଼ିସ୍ଥିତ ଏକ ହୋଟେଲରେ ପ୍ରାୟ ଏକ ହଜାର ଲୋକଙ୍କ ନିମନ୍ତେ ଅରୁଆ ଭାତ ଓ ଡାଲମା ରୋଷେଇ କରାଯାଏ। ଦିନ ପ୍ରାୟ ୧୧ଟା ବେଳକୁ କଟକର ବିଭିନ୍ନ ସ୍ଥାନରେ ଏହି ରନ୍ଧା ଖାଦ୍ୟକୁ ବଣ୍ଟାଯାଏ ବୋଲି କୁହନ୍ତି କ୍ଲବର ସମ୍ପାଦକ ସୂରଜ କୁମାର ରାଉତ। ସେ କୁହନ୍ତି, ମୂଖ୍ୟତଃ ମେଡିକାଲ ଏବଂ ରାସ୍ତା କଡ଼ରେ ଶୋଉଥିବା ଗରିବମାନଙ୍କୁ ଏହି ରନ୍ଧାଖାଦ୍ୟ ବଣ୍ଟାଯାଇଥାଏ। ହେଲେ ଆମ ଖାଦ୍ୟବଣ୍ଟନ ସ୍ଥାନ ପ୍ରାୟ ଲୋକେ ଜାଣି ସାରିଥିବାରୁ ରବିବାର ହେଲାମାତ୍ରେ ସହରରେ କାମ କରୁଥିବା ଦିନ ମଜୁରିଆ, ଗରିବ ଲୋକମାନେ ଆପେ ଆପେ ଆସି ରୁଣ୍ଡ ହୋଇଯାଆନ୍ତି। ଏହି ଖାଦ୍ୟ ଖାଇବା ପରେ ସେମାନଙ୍କ ମୁହଁରେ ଥିବା ଆତ୍ମତୃପ୍ତିର ହସ ହିଁ ଆମ ଶ୍ରମ ସାର୍ଥକ କରିଦିଏ। ଏହି କ୍ଲବ୍‌ ପକ୍ଷରୁ କେବଳ ପ୍ରତି ରବିବାରରେ ସହର ମଧ୍ୟରେ ନୁହେଁ ବରଂ ପ୍ରତ୍ୟେକ ମାସରେ ବୃଦ୍ଧାଶ୍ରମ, ବାଳାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି ପ୍ରକାଶ କରନ୍ତି କ୍ଲବ ସଭାପତି ଚିତ୍ତରଞ୍ଜନ ରାଉତ। ଏହା ବ୍ୟତୀତ ମଝିରେ ମଝିରେ ବୃଦ୍ଧାଶ୍ରମରେ ଏବଂ ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ କ୍ଲବ୍‌ ପକ୍ଷରୁ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥାଏ। ଏପରି କି ଯେଉଁ ପିଲାର ପାଠ ପଢ଼ିବାକୁ ଆର୍ଥିକ ଅକ୍ଷମତା ରହିଛି ସେ ପିଲାଙ୍କୁ ବି ପୋଷାକ, ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ଲବ୍‌ ପକ୍ଷରୁ ଯୋଗଇ ଦିଆଯାଇଥାଏ। ତେବେ ମିଳିତ ଉଦ୍ୟମରେ ଏଭଳି ସମାଜସେବା ଆମକୁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି କୁହନ୍ତି କ୍ଲବର ଉପସଭାପତି ରାକେଶ ରାଉତ।
– କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri