ବୁଡ଼ି ଅଞ୍ଚଳରେ ପାରିପାର୍ଶ୍ୱିକ ଅନୁଦାନ ଧର୍ମକୁ ଆଖିଠାର, ସାଧାରଣରେ କ୍ଷୋଭ

ଭବାନୀପାଟଣା,୧୪।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ପାରିପାଶ୍ୱିକ ଉନ୍ନୟନ ପାଇଁ ଓଏଚ୍‌ପିସି ପକ୍ଷରୁ ଗତ ୧୭ ବର୍ଷରେ ପ୍ରାୟ ୪ କୋଟି ୩୩ ଲକ୍ଷ ୧୩ହଜାର ୬୫୬ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ହେଲେ ଯେଉଁ ବିସ୍ଥାପିତଙ୍କ ବଳିଦାନ ଯୋଗୁ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ, ବିଜୁଳି ଉତ୍ପାଦନ ଓ ଜଳସେଚନ ସମ୍ଭବ ହୋଇ ଆଜି କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି, ସେହି ଅଞ୍ଚଳରେ ପାରିପାର୍ଶ୍ୱିକ ନିମନ୍ତେ କାହାରି ଆନ୍ତରିକତା ନ ଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ପ୍ରାପ୍ତସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାର ପାରିପାର୍ଶିକ ବିକାଶ କ୍ଷେତ୍ରରେ ୨୦୦୬-୦୭ ଓ ୨୦୦୭-୦୮ ଆର୍ଥିକ ବର୍ଷରେ ୧ କୋଟି ଟଙ୍କା ୨୮ ଲକ୍ଷ ମଧ୍ୟରୁ ୮୨ଲକ୍ଷ ଅନୁମୋଦନ ହୋଇଥିଲା। ୨୦୦୮-୦୯ ଆର୍ଥିକ ବର୍ଷରେ ଜୟପାଟଣା ବ୍ଲକରେ ୩୩/୧୧ କେଭିର ବିଦ୍ୟୁତ୍‌ ଉପକେନ୍ଦ୍ର ସ୍ଥାପନ ସହିତ ସ୍ଥାନୀୟ ବ୍ଲକର ୨୦ଟି ଗ୍ରାମରେ ବିଦ୍ୟୁତୀକରଣ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୧-୧୨ ଆର୍ଥତ୍କ ବର୍ଷରେ ମୁଖୀଗୁଡା ଅଞ୍ଚଳରେ ବିଦ୍ୟୁତିକରଣରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳ ମାନଙ୍କ ରେ ବିଦ୍ଯଯତ କରଣ ପାଇଁ ୪୩ଲକ୍ଷ ୪୧ ହଜାର ୧୩୨ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଅଞ୍ଚଳରେ ଆଲୋକୀକରଣ ପାଇଁ ୨ ଲକ୍ଷ ୭୩ ହଜାର ୪୪୧ ଟଙ୍କା ଓ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଉଭୟ ମହିଳା ଓ ପୁରୁଷ ଶୌଚାଳୟ ନିର୍ମାଣ ପାଇଁ ୧ ଲକ୍ଷ ୪୩ ହଜାର ୬୯୦ଟଙ୍କା, ମୁଖୀଗୁଡା ବସଷ୍ଟାଣ୍ଡରେ ୨ଟି ଶୌଚାଳୟ, ତିନିକୋଣିଆ ଡିଭାଇଡର ନିର୍ମାଣ ପାଇଁ ୧ ଲକ୍ଷ ୧୫ ହଜାର ୬୯ ୩ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ମୁଖୀଗୁଡା ସହରର ଆମ୍ବେଦକର ଛକରୁ ପାୱାର ହାଉସ ଓ ପୁରୁଣା ମୁଖୀଗୁଡା ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୧୧ଲକ୍ଷ ୧୧ହଜାର ୨୭୩ ଟଙ୍କା, ଜୁନାଗଡ ବ୍ଲକର ଭଇଁରୀଗୁଡା ଓ କୁରୁଗୁଡାରେ ୧୨୦ ୱାଟ୍‌ର ୨୫ଟି ଏଲଇଡି ଲାଇଟ୍‌ ବତିଖୁଣ୍ଟରେ ଖଞ୍ଜାଯିବା ପାଇଁ ୫ଲକ୍ଷ ୩୧ ହଜାର ୬୨୦ଟଙ୍କା, ଜୁନାଗଡ ଏନଏସିସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଧର୍ମଗଡ ପଞ୍ଚାୟତ ଡିଗ୍ରୀ କଲେଜ ପରିସର ମଧ୍ୟରେ ୧୨୦ ୱାଟ୍‌ର ୨୫ଟି ଷ୍ଟ୍ରିଟ ଲାଇଟ୍‌ ଓ ୨ଟି ସୋଲାର ଲାଇଟ୍‌ ବ୍ୟବସ୍ଥା ପାଇଁ ୩ଲକ୍ଷ ୧୪ ହଜାର ୪୯୧ ଟଙ୍କା ମଞ୍ଜୁରୀ ହୋଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୁଣା ମୁଖୀଗୁଡା ଗ୍ରାମରେ ୧୨୦ ୱାଟ୍‌ର ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା ପାଇଁ ୧ଲକ୍ଷ ୫୭ହଜାର ୨୪୮ ଟଙ୍କା ଓ ମୁଖୀଗୁଡା ବସଷ୍ଟାଣ୍ଡରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନାଗଡ ଏନଏସିସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ପାଇଁ ୫୦ଲକ୍ଷ ଓ ୨୫ ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ୧ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜୟପାଟଣାରେ ପାର୍କ ନିର୍ମାଣ ଓ ମୁଖୀଗୁଡାରେ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ସିଏସ୍‌ଆର ପାଣ୍ଠିରୁ ୮୮ଲକ୍ଷ ୫୪ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଛି। ଏଭଳି ଭାବେ ୨୦୦୬-୦୭ରୁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୪ କୋଟି ୩୩ ଲକ୍ଷ ୧୩ ହଜାର ୬୫୬ ଟଙ୍କା ଆର୍ଥିକ ରାଶି ପାରିପାର୍ଶିକ ବିକାଶ ଦିଗରେ ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାପଡିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁ ବିସ୍ଥାପିତ ହୋଇଥିବା ବୁଡି ଅଞ୍ଚଳରେ ବିକାଶ ପାଇଁ ପାରିପାର୍ଶିକ ଯୋଜନାର ଅନୁଦାନ ଖର୍ଚ୍ଚ ହେଉ ନ ଥିବାବେଳେ ଏହି ଟଙ୍କା ରାଜନେତା ଓ ଜନପ୍ରତିନିଧିଙ୍କ ମର୍ଜିରେ ଚାଲିଛି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri