Posted inଫୁରସତ

ତିନି ନାୟିକାଙ୍କ ‘ନାୟିକା’

ସେମାନେ ତିନିଜଣ, ତିନି ହେଁ ନାଟ୍ୟ ନିର୍ଦ୍ଦେଶିକା, ଲେଖିକା ଓ ଅଭିନେତ୍ରୀ। ନାଟକର ପ୍ରଚାର ପ୍ରସାର ସହ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ସେମାନେ ତିନୋଟି ଜାଗାରେ ଗଢିଛନ୍ତି ନାଟ୍ୟ ଅନୁଷ୍ଠାନ ‘ନାୟିକା’। ଏହି ତିନିଜଣ ହେଲେ ସୁସ୍ମିତା ରଣା, ସୁଜାତା ପ୍ରିୟମ୍ବଦା ଓ କନକଲତା ଦାସ। ‘ନାୟିକା’ର ଆରମ୍ଭଠୁ ଆଜି ପର୍ଯ୍ୟନ୍ତର ଯାତ୍ରା କଥାକୁ ନେଇ ଯାହା କୁହନ୍ତି ସେମାନେ…

‘ନାୟିକା’ ବାଲେଶ୍ୱରର ପ୍ରତିଷ୍ଠାତା: ଥରେ ସେ ଏକ ନାଟକ ଦେଖିବାକୁ ଯାଇଥିଲେ ଆଉ ସେବେଠୁ ତାଙ୍କ ମନରେ ନାଟକ ଲେଖିବା, ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବାର ଆଗ୍ରହ ଜନ୍ମ ନେଲା। ସମୟକ୍ରମେ ସେ ଗଢିଲେ ନାୟିକା ନାମରେ ଏକ ନାଟ୍ୟ ଅନୁଷ୍ଠାନ, ଯାହା ତାଙ୍କୁ ଦେଲା ଭିନ୍ନ ପରିଚୟ। ସେ ହେଲେ ନାଟ୍ୟ ସଂଗଠିକା, ନିର୍ଦ୍ଦେଶିକା ଓ ଅଭିନେତ୍ରୀ ସୁସ୍ମିତା ରଣା। ଘର ବାଲେଶ୍ୱର ଜିଲା ମୋତିଗଞ୍ଜ ଅଞ୍ଚଳର ମଣିଖମ୍ବ ଗାଁରେ। ସେ କୁହନ୍ତି, ଥରେ ଏକ ନାଟକ ଦେଖିବାକୁ ଯାଇଥିଲି ଆଉ ତା ପରେ ମତେ ଘାରିଥିଲା ନାଟକ ଲେଖିବାର ନିଶା। ଓଡ଼ିଶାର କେତେଜଣ ବିଶିଷ୍ଟ ସାହିତି୍ୟକ ଓ କଥାକାରମାନଙ୍କ କାହାଣୀଗୁଡ଼ିକୁ ନେଇ ନାଟ୍ୟରୂପାନ୍ତର କରିଛି। ମୋର ପ୍ରଥମ ନାଟକ ‘ଅନ୍ୟ ଏକ ରେବତୀ’ ଗାଳ୍ପିକା ବାସନ୍ତି ପାଣିଗ୍ରାହୀଙ୍କ ଲେଖା। ପରେ ପରେ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ନୀଳମାଷ୍ଟ୍ରାଣୀ, ବ୍ୟାସକବି ଫକୀର ମୋହନଙ୍କ ରେବତୀ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ, ଜନନୀ ଜନ୍ମ ଭୂମିଶ୍ଚ ଓ ‘ନ ପଢିଲେ ପାଠ ଜୀବନଟା କାଠ’ ଆଦିକୁ ନିର୍ଦ୍ଦେଶନା ମଧ୍ୟ ଦେଇଛି। ଦେଖାଯାଏ ବିଭିନ୍ନ ସାହିତ୍ୟକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ନାଟକକୁ ସାଧାରଣ ଦର୍ଶକ ଭଲଭାବେ ଗ୍ରହଣ କରିଥା’ନ୍ତି। ତେବେ ନାଟକ ମଞ୍ଚସ୍ଥ ପୂର୍ବରୁ ନାଟକର ସାହିତି୍ୟକ ମୂଲ୍ୟବୋଧ ଅପେକ୍ଷା ମଞ୍ଚାୟନ ମୂଲ୍ୟବୋଧ ସହିତ ଦର୍ଶକ କ’ଣ ଦେଖିବାକୁ ଚାହାନ୍ତି ତାକୁ ମୁଁ ଗୁରୁତ୍ୱ ଦେଇଥାଏ। ଯାହା ଦର୍ଶକଙ୍କ ମନକୁ ଟାଣିଧରେ। ମୋର ଅନ୍ୟାନ୍ୟ ନାଟକ ମଧ୍ୟରେ ଖାସ୍‌ ନିଶ ନିମନ୍ତେ, ବନ୍ୟା, ଘୋଡ଼ାମୁହାଁଙ୍କ ଉଦ୍ଦେଶ୍ୟରେ, ‘କ’ କଣ୍ଢେଇ, ଚୁପ୍‌, ଜବର ଭୂତ, ଲାଷ୍ଟ ଟ୍ରେନ୍‌ ଆଦିକୁ ନିର୍ଦ୍ଦେଶନା ଦେଇସାରିଛି। ବାଲେଶ୍ୱରର ‘ନାୟିକା’ ଅନୁଷ୍ଠାନ ଭାଗନେଇଥିବା ବିଭିନ୍ନ ନାଟ୍ୟ ମହୋତ୍ସବ ମଧ୍ୟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଦିରେ ବିଭିନ୍ନ ନାଟକ ମଞ୍ଚସ୍ଥ ହୋଇଛି। ସେହିପରି ତକ୍ଷଶିଳା ଆସାମ ଦ୍ୱାରା ଆୟୋଜିତ ଅଖିଳ ଭାରତ ନାଟ୍ୟ ମହୋତ୍ସବ, ରବୀନ୍ଦ୍ର ଭବନ ଗୁଆହାଟୀ ଆସାମ-୨୦୦୮, ଓଁ ନାଟ୍ୟସଂସ୍ଥ ବାରିପଦା ଆଦିରେ ନୀଳମାଷ୍ଟ୍ରାଣୀ, ‘ଇଶୋ ନାଟକ ଶିଖ’ ମଞ୍ଚସ୍ଥ ହୋଇଥିବାବେଳେ କଲିକତାରେ ଆୟୋଜିତ ସର୍ବଭାରତୀୟ ଶିଶୁ ନାଟକ ମହୋତ୍ସବରେ ‘ମାଂସର ବିଳାପ’ ମଞ୍ଚସ୍ଥ ହୋଇଥିଲା। ସଂସ୍କାରଭାରତୀ ନାଟ୍ୟକେନ୍ଦ୍ର ଆଗ୍ରାରେ ଆୟୋଜିତ ବହୁଭାଷୀ ନାଟକ ପ୍ରତିଯୋଗିତା, ବିନ୍ଦୁବଳୟ ବାଲେଶ୍ୱର ଦ୍ୱାରା ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା, ଅଙ୍ଗନାଟ୍ୟ ମଞ୍ଚ ବିହାର, ଥିଏଟର ମୁଭମେଣ୍ଟ କଟକ, ଅଖିଳ ଭାରତୀୟ ସାଂସ୍କୃତିକ ସଂଘ ପୁଣେ, ପ୍ରଭାସ ଧାରା ପ୍ରଜା ନାଟ୍ୟମଣ୍ଡଳ ଛତିଶଗଡ଼, ଅନାମୀ ଥିଏଟର ଜଲପାଇଗୁଡ଼ି ପଶ୍ଚିମବଙ୍ଗ, କେସେଣ୍ଡ୍ରା କଲ୍‌ଚରାଲ ସେଣ୍ଟର କେନ୍ଦୁଝର, ଆରାବଳୀ ଆର୍ଟିଷ୍ଟ ଏକାଡେମୀ ରାଜସ୍ଥାନ, ସର୍ବଭାରତୀୟ ବହୁଭାଷୀ ନାଟକ ମହୋତ୍ସବ ଆସାମ, ଜାଗରଣ ଇଣ୍ଟର ନ୍ୟାଶନାଲ ଦେବଗଡ଼, ଶିଳ୍ପ କୀର୍ତ୍ତି କଳିକତା ଆଦି ସ୍ଥାନରୁ ବିଭିନ୍ନ ନାଟ୍ୟ ସଂସ୍ଥା ଦ୍ୱାରା ଏକାଧିକ ପୁରସ୍କାର ଓ ସମ୍ମାନ ମିଳିପାରିଛି। ତେବେ ଗୋଟିଏ କଥା କହିବି ନାଟକରେ ମୁଁ ପାଠ ପଢ଼ିନାହିଁ। ପିଲାଟି ଦିନରୁ ନାଟକକୁ ଭଲପାଇ ନାଟକ କରୁଛି । କିନ୍ତୁ ୨୦୦୫ ମସିହାରେ ନାଟ୍ୟଚେତନା ଦ୍ୱାରା ଖୋର୍ଦ୍ଧାର ନାଟ୍ୟଗ୍ରାମରେ ଆୟୋଜିତ ନାଟ୍ୟମେଳା କର୍ମଶାଳାରେ ନାଟକ ଲେଖିବା ଓ ନିର୍ଦ୍ଦେଶନା ପାଇଁ ପ୍ରେରଣା ପାଇଥିଲି।

ସେହିବର୍ଷ ଏଠାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦/୧୫ଜଣ ଝିଅ ଏକାଠି ହୋଇଥିଲୁ । ନାଟକ ପ୍ରତି ଆସକ୍ତି, ଆକର୍ଷଣ, ଭଲପାଇବା ଓ ଦୁର୍ବଳତା ଯୋଗୁ ଏକ ଅନୁଷ୍ଠାନର ପରିକଳ୍ପନା ମନଭିତରେ ତୀବ୍ର ହେଲା। କର୍ମଶାଳାର ଶେଷରେ ସବୁ ଝିଅ ମିଶି ଏକ ନାଟ୍ୟାନୁଷ୍ଠାନ ଗଢିବାର ନିଷ୍ପତ୍ତି ନେଇଥିଲୁ। ଶେଷରେ ଅନୁଷ୍ଠାନର ନାମ ‘ନାୟିକା’ ରଖାଯାଇଥିଲା।
ସେହିପରି ନାୟିକା ରାଉରକେଲାର ଦାୟିତ୍ୱ ନେଇଛନ୍ତି କନକଲତା ଦାଶ ସେ ଏକାଧିକ ନାଟକ ନିର୍ଦ୍ଦେଶନା ଦେବା ସହିତ ଅନେକ ନାଟକରେ ଅଭିନୟ କରିସାରିଲେଣି। ସେ କୁହନ୍ତି ନାୟିକା ରାଉରକେଲାର ପ୍ରାୟ ୧୦୫୦ଜଣ ସଦସ୍ୟା ଅଛନ୍ତି। ସନ୍ତାନ, ଶୂନ୍ୟତା, ସୁଲତା, ଏଇତ ଜୀବନ, ଓଡ଼ିଆବୋହୂ, ଦାସିଆ ବାଉରୀ ଆଦି ଏକାଧିକ ନାଟକକୁ ରଚନା କରିବା ସହ ନିଦ୍ଦେର୍ଶନା ଦେଇସାରିଛି। ସେମିତି ନାଟ୍ୟ ଚେତନା ଖୋର୍ଦ୍ଧା ‘ନାୟିକା’ର ପରିଚାଳନା ଦାୟିତ୍ୱ ନେଇଥିବା ସୁଜାତା ପ୍ରିୟମ୍ବଦା କୁହନ୍ତି, ‘କେବଳ ମହିଳାମାନଙ୍କ ଦ୍ୱାରା ଭିନ୍ନ ଏକ ନାଟ୍ୟ ଅନୁଷ୍ଠାନ ‘ନାୟିକା’ ନାଟ୍ୟଅନୁଷ୍ଠାନ ଗଢିଉଠିଛି। ୧୯୯୪ରେ କେତେଜଣ ଝିଅ ନାଟ୍ୟଚେତନାର ଏକ ନାଟ୍ୟକର୍ମଶାଳରେ ଯୋଗ ଦେଇଥିଲେ ସେତେବେଳେ ମହିଳାଙ୍କ ଦ୍ୱାରା ନାଟକକୁ ନେଇ ପ୍ରତିନୀଧିତ୍ୱ କରିବାର ଚିନ୍ତା କରାଯାଇଥିଲା। ତେବେ କିଛିବର୍ଷ ପରେ ଝିଅମାନଙ୍କ ଦ୍ୱାରା ଏଠାରେ ଆରମ୍ଭ ହୋଇଥିଲା ନାଟକ ନିର୍ଦ୍ଦେଶନା ଦେବା । ଏଯାଏ ପ୍ରାୟ ୫୦ଟି ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ‘ରେବତୀ ସେବତୀ ଏବତୀ’ ନାଟକରେ ନାରୀଜାଗରଣର ସ୍ବର ଦେଖିବାକୁ ମିଳେ। ଏହି ନାଟକଟି ପ୍ରାୟ ଶହେ ପାଖାପାଖି ମଞ୍ଚରେ ମଞ୍ଚସ୍ଥ ହୋଇସାରିଲାଣି । ଅନ୍ୟପକ୍ଷେ ମହିୟସୀ ମହିଳାମାନଙ୍କ ସଫଳ କାହାଣୀକୁ ନେଇ କିପରି ଅଧିକରୁ ଅଧିକ ନାଟକ ରଚନା କରାଯାଇ ପାରିବ ସେଥିପ୍ରତି ଚିନ୍ତା କରୁଛି। ଏମିତିରେ ଗୋଟିଏ ନାଟକ ଯାହାର ନାଁ ‘ଦେଶୀ’ ଏଥିରେ ଓଡ଼ିଶାର ଖାଦ୍ୟପେୟ, ଚଳଣୀ,ପୋଷାକପତ୍ର ଆଦି ବିଷୟ ରହିଛି। ପୁଣି ମହିଳାମାନଙ୍କ ନେତୃତ୍ୱରେ ନାୟିକା ନାମରେ ୩/୫ଦିନଧରି ଏକ ନାଟକ ମହୋତ୍ସବ ଆୟୋଜନର ଯୋଜନା ରହିଛି। ତେବେ ବିଭିନ୍ନ ସମୟରେ ‘ନାୟିକା’ର ସଦସ୍ୟାମାନେ ଜନସଚେତନତା ଉଦ୍ଦେଶ୍ୟରେ ନାଟକ ମଞ୍ଚସ୍ଥ କରିଥା’ନ୍ତି। ଯାହାର ମୂଳ ଲକ୍ଷ୍ୟ ହେଲା ନାଟକ ଦ୍ୱାରା ସମାଜ ପରିବର୍ତ୍ତନ କରିବା।

-ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri