Posted inଫୁରସତ

ତିନି ନାୟିକାଙ୍କ ‘ନାୟିକା’

ସେମାନେ ତିନିଜଣ, ତିନି ହେଁ ନାଟ୍ୟ ନିର୍ଦ୍ଦେଶିକା, ଲେଖିକା ଓ ଅଭିନେତ୍ରୀ। ନାଟକର ପ୍ରଚାର ପ୍ରସାର ସହ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ସେମାନେ ତିନୋଟି ଜାଗାରେ ଗଢିଛନ୍ତି ନାଟ୍ୟ ଅନୁଷ୍ଠାନ ‘ନାୟିକା’। ଏହି ତିନିଜଣ ହେଲେ ସୁସ୍ମିତା ରଣା, ସୁଜାତା ପ୍ରିୟମ୍ବଦା ଓ କନକଲତା ଦାସ। ‘ନାୟିକା’ର ଆରମ୍ଭଠୁ ଆଜି ପର୍ଯ୍ୟନ୍ତର ଯାତ୍ରା କଥାକୁ ନେଇ ଯାହା କୁହନ୍ତି ସେମାନେ…

‘ନାୟିକା’ ବାଲେଶ୍ୱରର ପ୍ରତିଷ୍ଠାତା: ଥରେ ସେ ଏକ ନାଟକ ଦେଖିବାକୁ ଯାଇଥିଲେ ଆଉ ସେବେଠୁ ତାଙ୍କ ମନରେ ନାଟକ ଲେଖିବା, ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବାର ଆଗ୍ରହ ଜନ୍ମ ନେଲା। ସମୟକ୍ରମେ ସେ ଗଢିଲେ ନାୟିକା ନାମରେ ଏକ ନାଟ୍ୟ ଅନୁଷ୍ଠାନ, ଯାହା ତାଙ୍କୁ ଦେଲା ଭିନ୍ନ ପରିଚୟ। ସେ ହେଲେ ନାଟ୍ୟ ସଂଗଠିକା, ନିର୍ଦ୍ଦେଶିକା ଓ ଅଭିନେତ୍ରୀ ସୁସ୍ମିତା ରଣା। ଘର ବାଲେଶ୍ୱର ଜିଲା ମୋତିଗଞ୍ଜ ଅଞ୍ଚଳର ମଣିଖମ୍ବ ଗାଁରେ। ସେ କୁହନ୍ତି, ଥରେ ଏକ ନାଟକ ଦେଖିବାକୁ ଯାଇଥିଲି ଆଉ ତା ପରେ ମତେ ଘାରିଥିଲା ନାଟକ ଲେଖିବାର ନିଶା। ଓଡ଼ିଶାର କେତେଜଣ ବିଶିଷ୍ଟ ସାହିତି୍ୟକ ଓ କଥାକାରମାନଙ୍କ କାହାଣୀଗୁଡ଼ିକୁ ନେଇ ନାଟ୍ୟରୂପାନ୍ତର କରିଛି। ମୋର ପ୍ରଥମ ନାଟକ ‘ଅନ୍ୟ ଏକ ରେବତୀ’ ଗାଳ୍ପିକା ବାସନ୍ତି ପାଣିଗ୍ରାହୀଙ୍କ ଲେଖା। ପରେ ପରେ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ନୀଳମାଷ୍ଟ୍ରାଣୀ, ବ୍ୟାସକବି ଫକୀର ମୋହନଙ୍କ ରେବତୀ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ, ଜନନୀ ଜନ୍ମ ଭୂମିଶ୍ଚ ଓ ‘ନ ପଢିଲେ ପାଠ ଜୀବନଟା କାଠ’ ଆଦିକୁ ନିର୍ଦ୍ଦେଶନା ମଧ୍ୟ ଦେଇଛି। ଦେଖାଯାଏ ବିଭିନ୍ନ ସାହିତ୍ୟକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ନାଟକକୁ ସାଧାରଣ ଦର୍ଶକ ଭଲଭାବେ ଗ୍ରହଣ କରିଥା’ନ୍ତି। ତେବେ ନାଟକ ମଞ୍ଚସ୍ଥ ପୂର୍ବରୁ ନାଟକର ସାହିତି୍ୟକ ମୂଲ୍ୟବୋଧ ଅପେକ୍ଷା ମଞ୍ଚାୟନ ମୂଲ୍ୟବୋଧ ସହିତ ଦର୍ଶକ କ’ଣ ଦେଖିବାକୁ ଚାହାନ୍ତି ତାକୁ ମୁଁ ଗୁରୁତ୍ୱ ଦେଇଥାଏ। ଯାହା ଦର୍ଶକଙ୍କ ମନକୁ ଟାଣିଧରେ। ମୋର ଅନ୍ୟାନ୍ୟ ନାଟକ ମଧ୍ୟରେ ଖାସ୍‌ ନିଶ ନିମନ୍ତେ, ବନ୍ୟା, ଘୋଡ଼ାମୁହାଁଙ୍କ ଉଦ୍ଦେଶ୍ୟରେ, ‘କ’ କଣ୍ଢେଇ, ଚୁପ୍‌, ଜବର ଭୂତ, ଲାଷ୍ଟ ଟ୍ରେନ୍‌ ଆଦିକୁ ନିର୍ଦ୍ଦେଶନା ଦେଇସାରିଛି। ବାଲେଶ୍ୱରର ‘ନାୟିକା’ ଅନୁଷ୍ଠାନ ଭାଗନେଇଥିବା ବିଭିନ୍ନ ନାଟ୍ୟ ମହୋତ୍ସବ ମଧ୍ୟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଦିରେ ବିଭିନ୍ନ ନାଟକ ମଞ୍ଚସ୍ଥ ହୋଇଛି। ସେହିପରି ତକ୍ଷଶିଳା ଆସାମ ଦ୍ୱାରା ଆୟୋଜିତ ଅଖିଳ ଭାରତ ନାଟ୍ୟ ମହୋତ୍ସବ, ରବୀନ୍ଦ୍ର ଭବନ ଗୁଆହାଟୀ ଆସାମ-୨୦୦୮, ଓଁ ନାଟ୍ୟସଂସ୍ଥ ବାରିପଦା ଆଦିରେ ନୀଳମାଷ୍ଟ୍ରାଣୀ, ‘ଇଶୋ ନାଟକ ଶିଖ’ ମଞ୍ଚସ୍ଥ ହୋଇଥିବାବେଳେ କଲିକତାରେ ଆୟୋଜିତ ସର୍ବଭାରତୀୟ ଶିଶୁ ନାଟକ ମହୋତ୍ସବରେ ‘ମାଂସର ବିଳାପ’ ମଞ୍ଚସ୍ଥ ହୋଇଥିଲା। ସଂସ୍କାରଭାରତୀ ନାଟ୍ୟକେନ୍ଦ୍ର ଆଗ୍ରାରେ ଆୟୋଜିତ ବହୁଭାଷୀ ନାଟକ ପ୍ରତିଯୋଗିତା, ବିନ୍ଦୁବଳୟ ବାଲେଶ୍ୱର ଦ୍ୱାରା ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା, ଅଙ୍ଗନାଟ୍ୟ ମଞ୍ଚ ବିହାର, ଥିଏଟର ମୁଭମେଣ୍ଟ କଟକ, ଅଖିଳ ଭାରତୀୟ ସାଂସ୍କୃତିକ ସଂଘ ପୁଣେ, ପ୍ରଭାସ ଧାରା ପ୍ରଜା ନାଟ୍ୟମଣ୍ଡଳ ଛତିଶଗଡ଼, ଅନାମୀ ଥିଏଟର ଜଲପାଇଗୁଡ଼ି ପଶ୍ଚିମବଙ୍ଗ, କେସେଣ୍ଡ୍ରା କଲ୍‌ଚରାଲ ସେଣ୍ଟର କେନ୍ଦୁଝର, ଆରାବଳୀ ଆର୍ଟିଷ୍ଟ ଏକାଡେମୀ ରାଜସ୍ଥାନ, ସର୍ବଭାରତୀୟ ବହୁଭାଷୀ ନାଟକ ମହୋତ୍ସବ ଆସାମ, ଜାଗରଣ ଇଣ୍ଟର ନ୍ୟାଶନାଲ ଦେବଗଡ଼, ଶିଳ୍ପ କୀର୍ତ୍ତି କଳିକତା ଆଦି ସ୍ଥାନରୁ ବିଭିନ୍ନ ନାଟ୍ୟ ସଂସ୍ଥା ଦ୍ୱାରା ଏକାଧିକ ପୁରସ୍କାର ଓ ସମ୍ମାନ ମିଳିପାରିଛି। ତେବେ ଗୋଟିଏ କଥା କହିବି ନାଟକରେ ମୁଁ ପାଠ ପଢ଼ିନାହିଁ। ପିଲାଟି ଦିନରୁ ନାଟକକୁ ଭଲପାଇ ନାଟକ କରୁଛି । କିନ୍ତୁ ୨୦୦୫ ମସିହାରେ ନାଟ୍ୟଚେତନା ଦ୍ୱାରା ଖୋର୍ଦ୍ଧାର ନାଟ୍ୟଗ୍ରାମରେ ଆୟୋଜିତ ନାଟ୍ୟମେଳା କର୍ମଶାଳାରେ ନାଟକ ଲେଖିବା ଓ ନିର୍ଦ୍ଦେଶନା ପାଇଁ ପ୍ରେରଣା ପାଇଥିଲି।

ସେହିବର୍ଷ ଏଠାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦/୧୫ଜଣ ଝିଅ ଏକାଠି ହୋଇଥିଲୁ । ନାଟକ ପ୍ରତି ଆସକ୍ତି, ଆକର୍ଷଣ, ଭଲପାଇବା ଓ ଦୁର୍ବଳତା ଯୋଗୁ ଏକ ଅନୁଷ୍ଠାନର ପରିକଳ୍ପନା ମନଭିତରେ ତୀବ୍ର ହେଲା। କର୍ମଶାଳାର ଶେଷରେ ସବୁ ଝିଅ ମିଶି ଏକ ନାଟ୍ୟାନୁଷ୍ଠାନ ଗଢିବାର ନିଷ୍ପତ୍ତି ନେଇଥିଲୁ। ଶେଷରେ ଅନୁଷ୍ଠାନର ନାମ ‘ନାୟିକା’ ରଖାଯାଇଥିଲା।
ସେହିପରି ନାୟିକା ରାଉରକେଲାର ଦାୟିତ୍ୱ ନେଇଛନ୍ତି କନକଲତା ଦାଶ ସେ ଏକାଧିକ ନାଟକ ନିର୍ଦ୍ଦେଶନା ଦେବା ସହିତ ଅନେକ ନାଟକରେ ଅଭିନୟ କରିସାରିଲେଣି। ସେ କୁହନ୍ତି ନାୟିକା ରାଉରକେଲାର ପ୍ରାୟ ୧୦୫୦ଜଣ ସଦସ୍ୟା ଅଛନ୍ତି। ସନ୍ତାନ, ଶୂନ୍ୟତା, ସୁଲତା, ଏଇତ ଜୀବନ, ଓଡ଼ିଆବୋହୂ, ଦାସିଆ ବାଉରୀ ଆଦି ଏକାଧିକ ନାଟକକୁ ରଚନା କରିବା ସହ ନିଦ୍ଦେର୍ଶନା ଦେଇସାରିଛି। ସେମିତି ନାଟ୍ୟ ଚେତନା ଖୋର୍ଦ୍ଧା ‘ନାୟିକା’ର ପରିଚାଳନା ଦାୟିତ୍ୱ ନେଇଥିବା ସୁଜାତା ପ୍ରିୟମ୍ବଦା କୁହନ୍ତି, ‘କେବଳ ମହିଳାମାନଙ୍କ ଦ୍ୱାରା ଭିନ୍ନ ଏକ ନାଟ୍ୟ ଅନୁଷ୍ଠାନ ‘ନାୟିକା’ ନାଟ୍ୟଅନୁଷ୍ଠାନ ଗଢିଉଠିଛି। ୧୯୯୪ରେ କେତେଜଣ ଝିଅ ନାଟ୍ୟଚେତନାର ଏକ ନାଟ୍ୟକର୍ମଶାଳରେ ଯୋଗ ଦେଇଥିଲେ ସେତେବେଳେ ମହିଳାଙ୍କ ଦ୍ୱାରା ନାଟକକୁ ନେଇ ପ୍ରତିନୀଧିତ୍ୱ କରିବାର ଚିନ୍ତା କରାଯାଇଥିଲା। ତେବେ କିଛିବର୍ଷ ପରେ ଝିଅମାନଙ୍କ ଦ୍ୱାରା ଏଠାରେ ଆରମ୍ଭ ହୋଇଥିଲା ନାଟକ ନିର୍ଦ୍ଦେଶନା ଦେବା । ଏଯାଏ ପ୍ରାୟ ୫୦ଟି ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ‘ରେବତୀ ସେବତୀ ଏବତୀ’ ନାଟକରେ ନାରୀଜାଗରଣର ସ୍ବର ଦେଖିବାକୁ ମିଳେ। ଏହି ନାଟକଟି ପ୍ରାୟ ଶହେ ପାଖାପାଖି ମଞ୍ଚରେ ମଞ୍ଚସ୍ଥ ହୋଇସାରିଲାଣି । ଅନ୍ୟପକ୍ଷେ ମହିୟସୀ ମହିଳାମାନଙ୍କ ସଫଳ କାହାଣୀକୁ ନେଇ କିପରି ଅଧିକରୁ ଅଧିକ ନାଟକ ରଚନା କରାଯାଇ ପାରିବ ସେଥିପ୍ରତି ଚିନ୍ତା କରୁଛି। ଏମିତିରେ ଗୋଟିଏ ନାଟକ ଯାହାର ନାଁ ‘ଦେଶୀ’ ଏଥିରେ ଓଡ଼ିଶାର ଖାଦ୍ୟପେୟ, ଚଳଣୀ,ପୋଷାକପତ୍ର ଆଦି ବିଷୟ ରହିଛି। ପୁଣି ମହିଳାମାନଙ୍କ ନେତୃତ୍ୱରେ ନାୟିକା ନାମରେ ୩/୫ଦିନଧରି ଏକ ନାଟକ ମହୋତ୍ସବ ଆୟୋଜନର ଯୋଜନା ରହିଛି। ତେବେ ବିଭିନ୍ନ ସମୟରେ ‘ନାୟିକା’ର ସଦସ୍ୟାମାନେ ଜନସଚେତନତା ଉଦ୍ଦେଶ୍ୟରେ ନାଟକ ମଞ୍ଚସ୍ଥ କରିଥା’ନ୍ତି। ଯାହାର ମୂଳ ଲକ୍ଷ୍ୟ ହେଲା ନାଟକ ଦ୍ୱାରା ସମାଜ ପରିବର୍ତ୍ତନ କରିବା।

-ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?