Posted inଫୁରସତ

ଅନେକରେ ଏକ ବାସୁଦେବ: ଲୋକକଳା ଭିତରେ ହଜିଯିବାକୁ ଚାହାନ୍ତି

ସେ ଭଲପାଆନ୍ତି ଲୋକକଳାକୁ। ଆଉ ତାରି ଭିତରେ ହିଁ ହଜିଯିବାକୁ ଚାହାନ୍ତି। ସେଥିପାଇଁ ପିଲାଟିଦିନରୁ ତାଙ୍କର ପୁରାଣଗୀତ, ଢଗଢମାଳି ଶୁଣିବାଠାରୁ ଆରମ୍ଭକରି ଗାଁରେ ଆୟୋଜିତ ଗୀତିନାଟ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ସେଥିପାଇଁ ସେ ଗୀତ ଲେଖିବା, କଣ୍ଠଦାନ ଓ ଅଭିନୟ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେବାରେ ଖୁସି ହୁଅନ୍ତି। ଏବେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଭାବେ କାର୍ଯ୍ୟରତ।
ସେ ହେଲେ ବାସୁଦେବ ମାଳବିଶୋଇ। ସେ କୁହନ୍ତି, ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଣପାହାଡ଼ଘେରା ଗୁଣ୍ଡୁରିଗୁଡ଼ା ଗାଁରେ ତାଙ୍କର ଜନ୍ମ ୧୯୬୮ମସିହା ଜୁନ୍‌ ୧୦ରେ। ପିତା ଚାନ୍ଦ ମାଳବିଶୋଇ, ମା ହୀରାମା ମାଳବିଶୋଇ।

ପ୍ରାଥମିକ ସ୍କୁଲରେ ପଢ଼ା ଆରମ୍ଭକରି ପରେ ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ସ୍କୁଲ,ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ, କୁଜେନ୍ଦ୍ରିରୁ ୧୯୮୫ରେ ମାଟ୍ରିକ୍‌ ପାସ୍‌ କରି ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲି। ତା’ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସରେ ପି.ଜି. କଲି। ଏହାପରେ କୋରାପୁଟସ୍ଥିତ ଡିଏଭି ବି.ଇଡି କଲେଜରେ ବି.ଇଡି ପଢ଼ିଲି।
ନିଯୁକ୍ତି: ବି.ଇଡି ସରିବା ପରେ ମୋତେ ଗଁାଠାରୁ ୨ କି.ମି. ଦୂର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଚାକିରି ମିଳିଥିଲା କିନ୍ତୁ ମୁଁ ସେ ଚାକିରି ନ କରି ଏକ ଘରୋଇ ସେବାସଂସ୍ଥାରେ ଯାଇ କାମ କଲି। ଏଥିରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ କରିବାର ଦାୟିତ୍ୱ ନେଲି। ପରେ ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର୍‌ ଭାବେ ପୋଷ୍ଟିଂ ହୋଇ ପ୍ରାୟ ୮ଟି ଜିଲାର ଦାୟିତ୍ୱ ବୁଝିବାକୁ ପଡ଼ିଲା। ଏମିତି ପ୍ରାୟ ୬ ବର୍ଷ କାମ କରିବା ପରେ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର ସଂଗଠନରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସର୍‌ ଭାବେ ଫୁଲବାଣୀରେ ଯୋଗଦେଲି। ଏଠାରେ ମାତ୍ର ଅଢ଼େଇ ବର୍ଷ ରହିଲି, ତା’ପରେ ଏହି ଚାକିରି ଛାଡ଼ି ସର୍ବଶିକ୍ଷା ଅଭିଯାନରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କୋ-ଅର୍ଡିନେଟର୍‌ ଭାବେ ରାୟଗଡ଼ାରେ ଯୋଗଦେଲି। ଏଠାରେ ବର୍ଷେ ରହିବା ପରେ ୟୁନିସେଫ୍‌ରେ ଡିଷ୍ଟ୍ରିକ୍ଟ କୋ-ଅର୍ଡିନେଟର୍‌ ଭାବେ କୋରାପୁଟରେ କାର୍ଯ୍ୟ କରିଲି। ପରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ରାଜ୍ୟ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛି। ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଭାବେ ନିଯୁକ୍ତି ପାଇ ଓଡ଼ିଶାର ପାରମ୍ପରିକ ଲୋକକଳାର ସୁରକ୍ଷା ଓ ପ୍ରସାର ଦିଗରେ କାର୍ଯ୍ୟ କରୁଛି। ଅନ୍ୟପକ୍ଷେ ଏହି ଚାକିରି କାଳ ଭିତରେ ଏଜୁକେଶନ ଏବଂ ସୋସିଆଲ ଓ୍ବାର୍କରେ ବି ପିଜି କରିସାରିଛି।

କଳା:ଗାଁରେ ବିଭିନ୍ନ ପର୍ବପର୍ବାଣି ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ମୋତେ ସେତେବେଳେ ପ୍ରାୟ ସାତବର୍ଷ ହୋଇଥିଲା, ପ୍ରଥମେ କର୍ଣ୍ଣବଧ ଗୀତିନାଟ୍ୟରେ କର୍ଣ୍ଣଙ୍କ ପୁତ୍ର ବୃଷକେତୁ ଚରିତ୍ରରେ ଅଭିନୟକରି ଖୁବ୍‌ ଖୁସି ହୋଇପଡ଼ିଥିଲି। ମଞ୍ଚ ନାଟକ ଜୀବନ୍ତ ମୂର୍ତ୍ତି, ଯୁଗଧର୍ମ, ଅକ୍ଟୋପସ,ବିନାଶ୍ରେ ନବର୍ତ୍ତନ୍ତି, ବିର୍ସା ମୁଣ୍ଡା, ପ୍ରଭାସଯଜ୍ଞରେ ଅଭିନୟ କରିଛି। ସେହିପରି ଦୂରଦର୍ଶନରେ ପ୍ରସାରିତ କିଏ, କଳିକା ଓ କସ୍ତୁରୀ ନାମକ ଆଦି ଧାରାବାହିକରେ ଅଭିନୟ କରିଛି। ଏହାବାଦ୍‌ ଗୀତ ଲେଖିବା ଓ ଗାଇବାକୁ ବହୁତ ଭଲ ପାଏ। ଦୁଇଟି ଭଜନ ସିଡୀ ‘ଝୁରେ ଯମୁନା’ରେ ୫ଟି ଗୀତ ମୁଁ ଲେଖିଛି , ‘ଝୁମୁରୁ ଝାଇଁ’ରେ ୮ଟି ଯାକ ଗୀତ ଲେଖିବା ସହିତ କଣ୍ଠଦାନ କରିଛି।

ପୁରସ୍କାର ଓ ସମ୍ମାନ:ଏସବୁ ବ୍ୟତୀତ ରୋଟାରୀ ଇଣ୍ଟରନ୍ୟାଶନାଲ୍‌ର ଦୁଇବର୍ଷ ସେକ୍ରେଟାରି ଥିଲି। ସ୍କାଉଟ୍‌ ଆଣ୍ଡ ଗାଇଡ୍‌ର ଦୁଇବର୍ଷ କୋରାପୁଟ ଜିଲା ସଭାପତି ଥିଲି। ଓଡିଶାରେ ଲୋକକଳାର ପ୍ରଚାର ଓ ସୁରକ୍ଷା ଦିଗରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସମ୍ମାନିତ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବାରେ ସହଯୋଗ କରିଥିବାରୁ ଦୁଇଥର ରାଜ୍ୟପାଳଙ୍କଠାରୁ ପୁରସ୍କାର ମିଳିଛି। କଇଁରୀସମ୍ମାନ, ଶ୍ରୀକ୍ଷେତ୍ରସମ୍ମାନ, ସବୁଜସମ୍ମାନ, ଗାଁ ଲୋକକଳା ଉତ୍ସବ ଓ ପ୍ରତିଭା ସମ୍ମାନ-୨୦୧୯ , ରୋଟାରୀ ସମ୍ମାନ ଆଦି ଏକାଧିକ ସମ୍ମାନ ମିଳିଛି।
ସେବା:ସେହିପରି ବୃକ୍ଷରୋପଣ ପାଇଁ ପ୍ରକୃତିବନ୍ଧୁ ଓ ଏକ ଅନୁଷ୍ଠାନ ପାଇଁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ବଳକା ସମୟରେ ବିଭିନ୍ନ ସାମାଜିକ ସେବା କରିବା ସହିତ କଳାକ୍ଷେତ୍ର ନାଁରେ ଏକ ଅନୁଷ୍ଠାନ ଗଢ଼ି କଳା ଓ ସଂସ୍କୃତି ପାଇଁ ସମୟ ଦେଇ ଆନନ୍ଦ ପାଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri