Posted inଫୁରସତ

ଏବେ ଅଲୋଡ଼ା…

ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇବା ସହ ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟକରେ। ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ନାନାପ୍ରକାର ରଙ୍ଗମଞ୍ଚରେ କଳାକାରମାନେ ନିଖୁଣ ଅଭିନୟ କରିଥାନ୍ତିି । ଏମିତି କି ଅଭିନୟ କରୁଥିବା କଳାକାରଙ୍କ ସତସତିକା ନାଁ ପରିବର୍ତ୍ତେ ତାଙ୍କ ଅଭିନୟର ଚରିତ୍ର ନାଁରେ ଦର୍ଶକମାନେ ତାଙ୍କୁ ଚିହ୍ନିଥାନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏଥିପାଇଁ ସେହି କଳାକାରଙ୍କୁ ମନେରଖିଥାନ୍ତି। ଏଥିରେ କଳାକାରଙ୍କୁ ଭିନ୍ନ ଏକ ପରିଚୟ ମିଳିଥାଏ। ହେଲେ ଏବେ ସେଇ କଳାକାରମାନେ ଯେମିତି ଅଲୋଡା ପାଲଟି ଯାଇଛନ୍ତି। କାହିଁକି ନା ଏବେ ଆଉ ଗାଁଗାଁରେ ସେହିଭଳି ହେଉନାହିଁ ନାଟକ। ସେମିତି କେତେଜଣ କଳାକାରଙ୍କ ସମ୍ପର୍କରେ ।

ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ବେଳେ ଅନେକ ସ୍ଥାନରେ ନାନା ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳେ। ଏମିତିରେ ବିଭିନ୍ନ ନାଟକ ମଞ୍ଚସ୍ଥ ହେଉଥିବାର ନଜିର ରହିଛି। ତେବେ କଳା ପରିବେଷଣର ନେପଥ୍ୟ ଉଦ୍ଦେଶ୍ୟ- ସାମୂହିକ ଚିତ୍ତବିନୋଦନ, ଶାରୀରିକ ଓ ମାନସିକ ଶାନ୍ତି ଲାଭ। ବହୁବର୍ଷ ତଳେ କେତେକ ସାଂସ୍କୃତିକ କାର୍ଯ୍ୟକ୍ରମର ପୃଷ୍ଠପୋଷକ ଭାବେ ରାଜା ଓ ଜମିଦାରମାନେ ପ୍ରୋତ୍ସାହନ ଯୋଗାଉଥିଲେ। ମାତ୍ର ସମୟକ୍ରମେ ଅନେକ ପ୍ରଥା ବଦଳିଯାଇଛି। ରଜ, ରଥଯାତ୍ରା, ରାଖୀପୂର୍ଣ୍ଣିମା, ଗଣେଶ ପୂଜା, ଦଶହରା, ଦୀପାବଳି ଓ ହୋଲି ଆଦି ବିଭିନ୍ନ ପର୍ବ ସମୟରେ ଗାଁର ଯୁବଗୋଷ୍ଠୀ ହୁଅନ୍ତୁ କି ବୟସ୍କମାନେ ମିଳିମିଶି ପାରମ୍ପରିକ, ଆଧୁନିକ ନାଚଗୀତ ଓ ନାଟକ ଆଦିରେ ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଏମିତି କଳାକାରଙ୍କୁ ସମସ୍ତେ ଜାଣୁ ନ ଥିଲେ ମଧ୍ୟ ସେମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ଜଣାଶୁଣା କଳାକାର ଭାବେ ପରିଚିତ।

ଭିକାରି ଭାଇ ବୋଲି ଡାକ ଶୁଣିଲେ ଖୁସି ହୁଏ – ପେସା ତାଙ୍କର ଓକିଲାତି, ନିଶା ଅଭିନୟ। ମାତ୍ର ୫ବର୍ଷ ବୟସରୁ ସେ ଗାଁ ରାମଲୀଳାରେ କୁଶ ଭୂମିକାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏବେ ତାଙ୍କୁ ୫୩ବର୍ଷ ହେଲାଣି କିନ୍ତୁ କେବେ ଯଦି କେଉଁଠି ନାଟକରେ ଅଭିନୟ କରିବାର ସୁଯୋଗ ମିଳେ ସେ ବେଶ୍‌ ଖୁସି ହୋଇପଡ଼ନ୍ତି। ସେ ହେଲେ-ସୁଲଳିତ କର, ପି-ଶଶାଙ୍କଶେଖର କର, ମା ଚାମେଲି କର। ଗ୍ରାମ ଦାମୋଦରପୁର, ପୋ-ମୋତିଗଞ୍ଜ, ଜିଲା-ବାଲେଶ୍ୱର । ସେ କୁହନ୍ତି, ମଞ୍ଚ ନାଟକରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରୁଥିଲେ ବି ବିଶେଷକରି ହାସ୍ୟ କଳାକାର ଭାବେ ଅଭିନୟ କରିବାକୁ ପସନ୍ଦ କରିଥାଏ। ମୋର ମନେପଡ଼ୁଛି ୨୦୦୨ମସିହାରେ ବାଲେଶ୍ୱର ଜିଲା ଓକିଲ ସଂଘ ଦ୍ୱାରା ଆୟୋଜିତ ନାଟକ ‘ପରିଚୟ’ରେ ଏକ ଭିକାରି ଭୂମିକାରେ ଅଭିନୟ କରିଥିଲି। ତେବେ ସେହି ଭିକାରି ଭୂମିକା ଏପରି ଥିଲା ଯେ ତା’ର ନିଖୁଣ ଅଭିନୟ ପାଇଁ ଆଜିଯାଏ ସେହି ଚରିତ୍ର ନାଁରେ ଅନେକେ ମତେ ଭିକାରି ଭାଇ ବୋଲି ଡାକନ୍ତିି। ଏଥିଯୋଗୁ ବେଶ୍‌ ଖୁସି ଲାଗେ।

ସେତେବେଳେ ଏହି ଅଭିନୟଟି ଖୁବ୍‌ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଭିକାରି ଅଭିନୟରେ ହାସ୍ୟରସ ଭରପୂର ଥିଲା। ପରବର୍ତ୍ତୀ ସମୟରେ ପରିଚୟ ନାଟକ ଦୂରଦର୍ଶନରେ ନାଟ୍ୟ ଅନୁଷ୍ଠାନ ସ୍ରଷ୍ଟା ଦ୍ୱାରା ପରିବେଷଣ ହୋଇଥିଲା। ଏବେ ଏହି ଅନୁଷ୍ଠାନର ସଂଗଠକ ସମ୍ପାଦକ ରହିଛି । କଥାସମ୍ରାଟ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ କବିତାର ନାଟ୍ୟରୂପ ହୋଇଥିବା ‘ହାଟବାହୁଡ଼ା’ରେ ଫକୀର ମୋହନଙ୍କ ଭୂମିକାରେ ଅଭିନୟ କରିଥିଲି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବାଲେଶ୍ୱରଠାରେ ଆୟୋଜିତ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ରେ ଗାନ୍ଧୀ ଭୂମିକାରେ ଅଭିନୟ କରି ବହୁ ପ୍ରଶଂସିତ ହୋଇଥିଲି। ଏଯାଏ ଶତାଧିକ ନାଟକରେ ଅଭିନୟ କରିସାରିଲିଣି। ସେଥିମଧ୍ୟରୁ – ଝରାଶେଫାଳି, ସୁଭଦ୍ରା, ପରିଚୟ, ସୂର୍ଯ୍ୟତୃଷ୍ଣା, ସତମିଛର ମହାତ୍ମା ଇତ୍ୟାଦି। ଓଡ଼ିଆ ନାଟକ ବ୍ୟତୀତ ବଙ୍ଗଳା ଓ ହିନ୍ଦୀ ନାଟକରେ ବି ଅଭିନୟ କରିଛି। ପ୍ରାୟ ୨୫ଟି ସାମାଜିକ ନାଟକରେ ନିର୍ଦ୍ଦେଶନା ଦେଇସାରିଲିଣି। ତେବେ ମୋ ଅଭିନୟ ଜୀବନର ଭିନ୍ନ ପରିଚୟ ଭିକାରି ଭାଇ ନାଁ ଶୁଣିଲେ ମତେ ମଞ୍ଚରେ ଥିଲାପରି ଲାଗେ, ଯାହା ମୋ ନାଁ ପରିବର୍ତ୍ତେ ଅଭିନୟ ନାଁରେ ପରିଚିତ ହୋଇପାରିଛି।

ନବରଙ୍ଗିଆ ବୋଲି ଡାକନ୍ତି – ଗାଁ ଆଖଡ଼ା ଘରେ ତାଙ୍କର ସାଧନା ଚାଲେ। ବିଭିନ୍ନ ପୁରାଣ କାହାଣୀକୁ ନେଇ ସେ ଗୀତିନାଟ୍ୟ ଲେଖନ୍ତି। ଏପରି କି ବିଭିନ୍ନ ପୌରାଣିକ, ଐତିହାସିକ ଓ ଆଧୁନିକ କଥା ପ୍ରସଙ୍ଗକୁ ନେଇ ହାସ୍ୟାତ୍ମକ ଗୀତନୃତ୍ୟ ପରିବେଷଣରେ ଅଭିନୟ କରନ୍ତି। ମଞ୍ଚରେ ଉପନୀତ ହେବାମାତ୍ରେ ସେ ସେଠାର ପରିସ୍ଥିତି ଓ ପରିବେଶ ଆଦିକୁ ନଜର ରଖି ଅଭିନୟ ବେଳେ ତୁରନ୍ତ ଗୀତ, ସଂଳାପରେ ଦର୍ଶକଙ୍କୁ ଖୁସି ବାଣ୍ଟନ୍ତି- ସେ ହେଲେ ପୂର୍ଣ୍ଣଚନ୍ଦ୍ର ସାହୁ। ପିତା ଉଦୟନାଥ, ମା’ ବୁଦ୍ଧି ଦେଈ। ଜନ୍ମ ୨ ଫେବୃୟାରୀ ୧୯୭୨ ମସିହାରେ। ଘର ନୟାଗଡ଼ ଜିଲାର ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରା.ପ.ର ବଡ଼ବରମୂଳ ଗାଁରେ। ସେ କୁହନ୍ତି ଗାଁ ସ୍କୁଲରେ ପାଠପଢା ପରେ ଖୋର୍ଦ୍ଧାରେ ଯାଇ ସଂସ୍କୃତରେ ୧୦ମ ଯାଏ ପଢ଼ିଲି।

ଥରେ ଦଳ ସହିତ ଯାଇଥିଲି। କିନ୍ତୁ ସେଦିନ କୌଣସି କାରଣରୁ ସେଠାରୁ ଧୁଡ଼ୁକି ମାଷ୍ଟ୍ରେ ଫେରାର ହୋଇଯିବାରୁ ବାଧ୍ୟରେ ମତେ ମଞ୍ଚରେ ଅଭିନୟ କରିବାକୁ ପଡ଼ିଥିଲା। ତେବେ ୧୯୯୫ ମସିହାଠାରୁ ‘ନବରଙ୍ଗ’ ନୃତ୍ୟ ଚାଲୁ ରଖିଛି। ମୁହଁରେ ପାଉଡ଼ର, ଓଠରେ ଲାଲରଙ୍ଗ ମାଖି ଓ ପାଦରେ ଘୁଙ୍ଗୁର ବାନ୍ଧି ମଞ୍ଚରେ ଉପନୀତ ହୁଏ। ପ୍ରେମ, ବିରହ, ବିଚ୍ଛେଦ, ହାସ୍ୟ, କ୍ରୋଧ, ବନ୍ଧୁତ୍ୱ, ଭକ୍ତି, ବାତ୍ସଲ୍ୟ ଓ ବୀରରସ ଆଦିକୁ ଚରିତ୍ର ଅଭିନୟରେ ସ୍ଥାନ ଦେଇ ନବରଙ୍ଗ ପରିବେଷଣ କରିଥାଏ। ଏଥିରେ ଓଡ଼ିଆ ଘରର ସାମାଜିକ ଚଳଣି ଓ ସଂସ୍କାର ମୂଳକ ନୀତିଶିକ୍ଷା ଆଦିକୁ ସ୍ଥାନ ଦେଇଥାଉ। ମାତ୍ର ନବରଙ୍ଗରେ ବିଶେଷକରି ହାସ୍ୟରସ ପରିବେଷଣକରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବାରୁ ଅନେକେ ମୋ ନାଁ ନ ଡାକି ନବରଙ୍ଗିଆ ବୋଲି ଡାକିଲେ। ତେବେ ନବରଙ୍ଗ ପାଇଁ ମୋର ଅସଲି ନାଁ ବଦଳିଗଲା। ଜାଣିଥିବା ଲୋକଙ୍କ ପାଖରେ ନବରଙ୍ଗିଆ ଭାବେ ପରିଚିତ ହୋଇଗଲି। ବିଭିନ୍ନ ସମୟରେ ବହୁ ସରକାରୀ ଯୋଜନାର ଜନସଚେତନତା ପାଇଁ ପ୍ରଚାର କରିଥାଉ। ଏମିତିରେ ପ୍ରାୟ ୨ହଜାରରୁ ଅଧିକ ମଞ୍ଚରେ ଅଭିନୟ କରିସାରିଲିଣି। ଅବଶ୍ୟ କଳାକାରଙ୍କ କଳା ପରିବେଷଣରେ ଏମିତି ଅନେକ କଳାକାରଙ୍କ ପ୍ରକୃତ ନଁାକୁ ଆମେ ପରେ ଜାଣିଥାଉ, ଯେପରି ଭିକୁ ସେଠ୍‌ଙ୍କ ଅସଲି ନାଁ ମହେନ୍ଦ୍ର ଦାସ।

ଚିହ୍ନା ଲୋକ ଦେଖିଲେ କୁହନ୍ତି-କୁନା ମୋର ଧେଇକି ଧିନା-ପିଲାଟି ଦିନରୁ ସେ ଚାଟଶାଳୀକୁ ଯାଇ ନାହନ୍ତି। ମାତ୍ର ଅଭିନୟ ପ୍ରତି ଥିଲା ପ୍ରବଳଦୁର୍ବଳତା । ଏଥିପାଇଁ ଗାଁରେ ଦଣ୍ଡ ନାଚ, ରାମଲିଳା, ରାମ ନାଟକ, ପାଲା, ଦାସକାଠିଆ, ଅପେରା ଓ ମଞ୍ଚନାଟକ ଆଦିରେ ସେ ପ୍ରାୟ ୭୦ବର୍ଷ ବିତେଇ ସାରିଲେଣି । ଏବେ ତାଙ୍କ ବୟସ ଶତାୟୁ ହେଲାଣି। ତଥାପି ଏହି ବୟସରେ ସେ ଥରେଇଥରେଇ କଣ୍ଠରେ ଛାନ୍ଦଚଉପଦୀଠାରୁ ଆରମ୍ଭକରି ଗୀତ ଗାଆନ୍ତି। ସେ ହେଲେ ଅଇଁଠି ସାହୁ। ପିତା ଉଚ୍ଛବ ସାହୁ, ମା- ଅପର୍ତ୍ତି ଦେଇ। ଗାଁ ଖୋର୍ଦ୍ଧା ଜିଲା ଚିଲିକା ଉପକୂଳବର୍ତ୍ତୀ ସୋରଣ ଗ୍ରାମର ଚ୍ୟାଆଙ୍ଗ ସାହିରେ। ସେ କୁହନ୍ତି-ମତେ ଏବେ ବୟସ ପ୍ରାୟ୯୯ ଟପିଲାଣି। ଦର୍ଶକଙ୍କୁ ହସାଉ ଥିବାରୁ ମତେ ଈଶ୍ୱର ଖୁସୀ ଦେଇଛନ୍ତି। ପିଲାବେଳୁ ପାଠ ପଢି ନ ଥିଲି, ମାତ୍ର ଗାଁର କାଶୀ ଆଚାର୍ଯ୍ୟଙ୍କଠାରୁ ଅ.ଆ. ଶିଖିଥିଲି। ୧୫ବର୍ଷ ବେଳୁ ଅଭିନୟ କରୁଛି। ସେତେବେଳେ ଦିନବେଳା ପ୍ରାୟ ୪ଟାବେଳୁ ଗାଁରେ ପାଲା, ଦାସକାଠିଆ, ରାମଲୀଳା ହେଉଥିଲା। ଆଲୁଅ ନ ଥିଲା କି ମାଇକି ନ ଥିଲା। । କିଛିଦିନ ପରେ ପେଟ୍ରୋମାକ୍ସ ଆଲୁଅରେ ନାଚ କରୁଥିଲୁ। ଦେଶୀ ବାଦ୍ୟଯନ୍ତ୍ର ବ୍ୟବହୃତ ହେଉଥିଲା। ମୁହଁରେ ଚକଖଡ଼ି କିମ୍ବା ମୁଣ୍ଡାଖଡ଼ିଗୁଣ୍ଡ , ଥୋଡ଼ରେ ଅଳତା, ଦେହରେ ହଳଦୀ ବୋଳି ବେଷ ହେଉଥିଲୁ। ସେସବୁ ବଦଳି ଗଲାଣି । ଏମିତି ଯାତନାଚରେ ଅଭିନୟ କରୁଥିବାରୁ ଘରେ କୁହନ୍ତି ତୁ ନାଟରେ ରହିଲେ ଚଳିବୁ କେମିତି ? ସେସବୁ ଛାଡ଼େ। କିନ୍ତୁ ନାଚ ନିଶା ହୋଇଗଲା। ଥରେ ରଣପୁରକୁ ନାଟକକରିବାକୁ ସାଇକେଲରେ ଯାଇଥିଲି, ଘରକୁ ଫେରିଲା ପରେ ପୋଳୁହ ନେଇ ଚିଲିକାକୁ ଯାଇ ମାଛଧରିଛି। କଳାର ନିଶା ପୁଣି ପେଟ ପୋଷିବାର ବେଉସା । ଏମିତିରେ ରାମ ଲୀଲାରେ ୧୪ବର୍ଷ ଧରି ରାବଣର ମା’ ହୋଇଛି ତ ପୁଣି କେଉଁଠି ଶବରୀ ହୋଇଥିଲି। ଗୋପାଳ କରଙ୍କ ପାଲାରେ ୩ବର୍ଷ, ମଳୟସଂଚାର ସିଂଙ୍କ ପାଲାରେ ୩୨ବର୍ଷ, ଦାସକାଠିଆରେ ୪ବର୍ଷ, ଗାଁ ଦଣ୍ଡଯାତରେ ୧୬ବର୍ଷ, ଗାଁର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଅପେରା ପାର୍ଟିରେ ହାସ୍ୟକଳାକାର ଭାବେ ଅଭିନୟ କରିଛି। ପୁଣି ସଂକୀର୍ତ୍ତନ ମେଳରେ ଯାଉଥିଲି। ଯାତ୍ରା ହେଉ କି ପାଲା କି ରାମଲୀଲା ସବୁଥିରେ ହାସ୍ୟକଳାକାର ଭାବେ ଅଭିନୟ କରିଥାଏ। ମଞ୍ଚକୁ ପ୍ରବେଶମାତ୍ରେ ମୋ ଅଙ୍ଗଭଙ୍ଗି ଦେଖି ଦର୍ଶକମାନେ ହସିଥାନ୍ତି। ବୁଦ୍ଧି ବିବେକ ଜ୍ଞାନ ବଳେ ଅଭିନୟରେ ମଜାଳିଆ କଥା କହି ହାସ୍ୟଅଭିନୟ କରିଥାଏ। ଭାଷାରେ ବୁଝେଇ ହେବ ନାହିଁ କେବଳ ମୋର ଅଭିନୟ ଦେଖୁଥିବା ଦର୍ଶକ କେମିତି ହସନ୍ତି ତାହା ସେମାନଙ୍କୁ ଜଣା। ମୁଁ ଯାହା ଅଭିନୟରେ ଅନୁକରଣ କରି ନିଚ୍ଛକ ଚରିତ୍ରକୁ ଦେଖାଇବାକୁ ଚେଷ୍ଟା କରିଥାଏ। ହଁ ହାସ୍ୟକଳାକାର ଭାବେ ବେଷଭୂଷାର ଗୁରୁତ୍ୱ କିଛି କମ ନୁହେଁ। ଗୋଟିଏ କଥା ମନେ ପଡ଼ୁଛି – ଥରେ ଏକ କଉତୁକିଆ ପ୍ରସଙ୍ଗକୁ ନେଇ କୁନାମୋର ଧେଇକିଧିନା କହି ନାଚୁଥିବାରୁ ସେକଥା ଲୋକଙ୍କ ମନରେ ଛାପା ହୋଇ ରହିଯାଇଛି; ଯାହା କି ମତେ ଚିହ୍ନିଥିବା ଲୋକ ଦେଖିଲେ କୁହନ୍ତି- କୁନା ମୋର ଧେଇକିଧିନା। ଥରେ ହାସ୍ୟକଳାକାରଭାବେ ଥରେ ମହାଦେବ ଅଭିନୟରେ ଗୋଟେ ହାତରେ ଢାଲ ଆଉ ଗୋଟେ ହାତରେ ଗୁଡ଼ାଖୁୁକୁ ଦାନ୍ତରେ ଘଷି ଘଷି ମଞ୍ଚକୁ ଯାଉଥିବାର ଦେଖି ଦର୍ଶକ ହସି ଉଠୁଥିଲେ। ସୁନ୍ଦରା ଓ ସୁନ୍ଦରୀଙ୍କ ବନ୍ଦନା ତୁଣ୍ଡେତୁଣ୍ଡେ ଗୀତ ଗାଇ ନାଚୁଥିଲୁ। ଶୁଣି ହସିଥାନ୍ତି। ପାଲାରେ ବିଭିନ୍ନ ରସକୁ ନେଇ କବିମାନଙ୍କ ଛାନ୍ଦ ଚଉପଦୀକୁ ଗାଉଥିଲୁ। ପୁରୀ, କଟକ, କେନ୍ଦୁଝର, ବାଲେଶ୍ୱର , ଗଞ୍ଜାମ, ନୟାଗଡ଼, ପାରାଦୀପ ଆଦି ଅନେକ ସ୍ଥାନରେ କଳାପରିବେଷଣ କରାଯାଇଛି। ଚଣ୍ଡେଶ୍ୱର ଦେବଙ୍କ ପୀଠରେ ଗୁରୁପୂଜାରେ ମତେ ସମ୍ମାନିତ କରିଥିଲେ। ସରକାରଙ୍କଠାରୁ କଳାକାର ଭର୍ତ୍ତା ବି ମିଳୁଛି। ମୋ କଳାକାର ଜୀବନରେ ଖୁସୀରେ ଅଛି ।

ତୋଡ଼ି ନାଁ ଦେଲା ଭିନ୍ନ ପରିଚୟ -ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, କିନ୍ତୁ ଅଭିନୟ ନିଶାରେ ପ୍ରାୟ ଶତାଧିକ ନାଟକରେ ସେ ଅଭିନୟ କରିସାରିଲେଣି । ରଙ୍ଗମଞ୍ଚ କଥା ଶୁଣିଲେ ସେ ଖୁସୀ ହୋଇପଡ଼ନ୍ତି। ସେ ହେଲେ ମନୋରଞ୍ଜନ ଦାସ। ପିତା ଶ୍ରୀକାନ୍ତ ଦାସ, ମା ତିଲୋତମା । ଘର ବାଲେଶ୍ୱର ଜିଲାର ଜୟୀରାମପୁର ଅନ୍ତର୍ଗତ ଦ୍ୱାରିକାପୁରରେ। ସେ କୁହନ୍ତି -ପିଲାଦିନେ ଗାଁରେ ନାଚ ଗୀତ ଦେଖିବାକୁ ଭଲପାଉଥିଲି। ମୋ କକା ଥିଲେ ଜଣେ ନାଟ୍ୟ କଳାକାର। ଗାଁରେ ଯେଉଁଠି ଯାତ ହୁଏ ସେଥିରେ ଭାଗ ନେଇଥାଏ। ଅନ୍ୟପକ୍ଷେ ଆକାଶବାଣୀର ଜଣାଶୁଣା ଖବରପାଠକ ଯତୀନ ଦାସଙ୍କ ଖବର ପଢିବା ଶୈଳୀକୁ ଅନୁକରଣକରି ସ୍କୁଲର ସାଂସ୍କୃତିକ କାଯର୍‌ୟକ୍ରମରେ ଖବର ପଢିବା ଅଭିନୟ କରୁଥିବାରୁ ସାଙ୍ଗମାନେ ବେଶୀ ପ୍ରଶଂସା କରୁଥିଲେ। ତେବେ ୧୯୭୩/୭୪ମସିହାର କଥା। ଆଗରପଡ଼ା ଟ୍ରେନିଂସ୍କୁଲରେ ଏକ ପୌରାଣିକ ବିଷୟ ‘ନରଦେବତା’ନାଟକ ମଞ୍ଚସ୍ଥ ହେଲା ଏଥିରେ ଏକ ହାସ୍ୟ ଭୂମିକାରେ ଅଭିନୟ କରିଥିଲି। ଚରିତ୍ରର ନାଁ ଥିଲା ତୋଡ଼ି । ତେବେ ସବୁଠାରୁ ବଡ଼କଥା ହେଲା ‘ନରଦେବତା’ ନାଟକରେ ହାସ୍ୟକଳାକାର ଭାବେ ମତେ ଜାଣିଥିବା ଅନେକ ଲୋକ ମୋର ଅସଲି ନାଁ ପରିବର୍ତ୍ତେ ଅଭିନୟ କରୁଥିବା ତୋଡ଼ି ନାଁରେ ଡ଼ାକୁଥିବାରୁ ମୁଁ ଖୁସୀ ହୋଇପଡ଼େ । ସେହିପରି ହେମେନ୍ଦ୍ର ମହାପାତ୍ରଙ୍କ ‘ବୟସ’ ନାଟକରେ ବୟସ ଭୂମିକାରେ ଅଭିନୟ କରିଥିଲି। ଆଗରୁ ଯେତେ ନାଟକରେ ଅଭିନୟ କରିଥିଲି, ବିଶେଷକରି ହାସ୍ୟଅଭିନୟ କରିଥାଏ। ସମୟକ୍ରମେ ଇତିଶ୍ରୀ କୁମ୍ଭକର୍ଣ୍ଣ ଉବାଚ, ମହାସମର,ଐତିହାସିକ ନାଟକ ନବାବ ରହିଲେ, ଅନ୍ଧ ଆଖିରେ ବନ୍ଧନ, ମନଅରଣ୍ୟ, ସାମାଜିକ ନାଟକଭାବେ ଜଜୁଗୃହ, ପୁଣି ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନର ଜଣେ କଳାକାରଭାବେ ବିଭିନ୍ନ ନାଟକରେ ଅଭିନୟ କରିଥାଏ। ରାଉରକେଲା, ଜଟଣୀ, ଭୁବନେଶ୍ୱର, କଟକ ଆଦି ସ୍ଥାନରେ ସୌଖୀନ ନାଟ୍ୟ ସଂସ୍ଥା ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ପାଇଛି। ଅନ୍ୟପକ୍ଷେ ବିଭିନ୍ନ ନାଟକରେ ଅଭିନୟ କରୁଥିବା କେତେକ କଳାକାରଙ୍କୁ ଅନେକ ଦର୍ଶକ କେବଳ ତାଙ୍କ ଅଭିନୀତ ଚରିତ୍ର ନାଁରେ ଜାଣିଥାନ୍ତି; ଯାହା ସେହି କଳାକାରଙ୍କ ସଫଳ ଅଭିନୟର ପରିଚୟ ଦେଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?