Posted inଜାତୀୟ

କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା

ଶ୍ରୀନଗର, ୨୮।୬: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିଛନ୍ତି। ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ଏଭଳି ଆକ୍ରମଣକୁ ରାଜନୈତିକ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରବିବାର ରାତିରେ ଦକ୍ଷିଣ କଶ୍ମୀରର ଅଓ୍ବନ୍ତିପୋରା ଅଞ୍ଚଳର ହରିପରିଗାମ୍‌ରେ ରହୁଥିବା ଏସ୍‌ପିଓ ଫୟାଜ ଅହମଦଙ୍କ ଘରେ ପଶି ତାଙ୍କୁ, ସ୍ତ୍ରୀ ରାଜା ବେଗମ୍‌ ଏବଂ ୨୨ ବର୍ଷୀୟ ଝିଅ ରାଫିଆଙ୍କୁ ଗୁଳି କରିଥିଲେ। ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଫୟାଜଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଝିଅଙ୍କ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରି ତଲାସି ଅଭିଯାନ ଚଳାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ। ହତ୍ୟାକାଣ୍ଡରେ ଜଣେ ବିଦେଶୀଙ୍କ ସମେତ ୨ଜଣ ଜେଇଏମ୍‌ ଆତଙ୍କବାଦୀ ସମ୍ପୃକ୍ତ ଥିବା କଶ୍ମୀର ରେଞ୍ଜ୍‌ ପୋଲିସ ଆଇଜି ବିଜୟ କୁମାର କହିଛନ୍ତି। ଫୟାଜଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ଝିଅ ଗୁଳିର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ...

‘ନମାମି ଗଙ୍ଗେ’ ପ୍ରୋଜେକ୍ଟର ସମିକ୍ଷା କଲେ ମୋଦି

କାନପୁର,୧୪।୧୨: ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଶନିବାର ସକାଳେ କାନପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଚନ୍ଦ୍ରଶେଖର...

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ...

ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର...

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି...

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ପି.ଟି.): ଜାତିଗତ ପକ୍ଷପାତିତାରୁ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲା ଓ ପାୟଲ ତଡ୍‌ଭି ଆତ୍ମହତ୍ୟା କରିଥିବା ସେମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଦେଶର ବିଶ୍ୱବିଦ୍ୟାଳୟ ଓ...

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ଆକ୍ରମଣ

ଶିଲୋଙ୍ଗ,୧୬।୮: ମେଘାଳୟର ମୁଖ୍ୟମନ୍ତ୍ରୀ କୋରାଡ ସାଙ୍ଗମାଙ୍କ ବାସଭବନରେ ପେଟ୍ରୋଲ ବୋମା ଆକ୍ରମଣ ହୋଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଏଥିରେ କୌଣସି କ୍ଷତି ନାହିଁ।...

‘ ଦିନେ ମୋଦିଙ୍କ ନାମରେ ନାମିତ ହେବ ଭାରତ ’

କୋଲକାତା,୮।୩ : ନିଜ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକରଣ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ ପ୍ରମାଣପତ୍ରରେ ନିଜ ଫଟୋ ଛପାଇଛନ୍ତି। ନିଜ ଫଟୋକୁ ଇସ୍ରୋ...

Advertisement


Archives

Model This Week